ମନି ଲଣ୍ଡରିଂ ମାମଲା, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ EDର ସମନ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡ୍ରିଂ ମାମଲାରେ ଫାରୁକଙ୍କୁ ସମନ ଜାରି କରିଛି ଏଜେନ୍ସୀ । ଏହି ମାସ ୩୧ ତାରିଖ ସୁଦ୍ଧା ତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି ସହ ଏହି ମାମଲା ଜଡିତ ଥିବା କୁହାଯାଉଛି ।  ୮୪ ବର୍ଷିୟ ଫାରୁକଙ୍କୁ ଏହି ମାମଲାରେ ଆଗରୁ ଅନେକ ଥର ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲା ବେଳେ ଫାରୁକ ନିଜ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଛି ।