ବେଆଇନ୍ କ୍ଲିନିକରେ ଅଚାନକ ଚଢ଼ାଉ: ମାଲିକ ଗିରଫ, ମେସିନ ଜବତ

ବ୍ରହ୍ମପୁର: ବେଆଇନ ଘରୋଇ କ୍ଲିନିକରେ ଅଚାନକ ଚଢ଼ାଉ । ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର, ସ୍ବାସ୍ଥ୍ୟ ବିଭାଗ ଟିମ ସହ ପୋଲିସର ମିଳିତ ଚଢ଼ାଉ । ଏକକାଳୀନ ଦୁଇଟି କ୍ଲିନିକ ବାଜପେୟୀ ଏବଂ ସାଇକ୍ରୁପାରେ ଚଢାଉ କରାଯାଇଛି । ଲାଇସେନ୍ସର ଅବଧି ସରିଯାଇଥିବା ସତ୍ତ୍ବେ ବିନା ଲାଇସେନ୍ସରେ କ୍ଲିନିକ ଚାଲିଥିଲା । ଏହି ଦୁଇ କ୍ଲିନକରେ ବେଆଇନ ଭୃଣ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ମିଳିଥିବା ସୂଚନା ମୁତାବକ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଅଲଟ୍ରା ସାଉଣ୍ଡ ମେସିନ ଜବତ କରାଯାଇଛି  ।  ଏହା ସହ ୧୮ହଜାର ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ଗିରଫଙ୍କ ମଧ୍ୟରେ କ୍ଲିନିକ ମାଲିକ ଦୂର୍ଗା ପ୍ରସାଦ ନାୟକ ରହିଥିବା ସୂଚନା ମିଳିଛି । ବେଆଇନ୍ ଭାବେ କିପରି ବ୍ୟକ୍ତି ଜଣଙ୍କ ବେଆଇନ୍ କ୍ଲିନିକ ଚଳାଉଥିଲେ ତାହାର ଖୋଳଚାଡ ଆରମ୍ଭ କରିଛି ପୋଲିସ  ।