spot_img
Home Blog Page 4411

ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ପାଳୁଛି ତାଳଚେର

ଅନୁଗୁଳ: କେବେ କାର୍ଯ୍ୟକ୍ଷମ ହେବ ତାଳଚେର ମେଡ଼ିକାଲ କଲେଜ ? ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ କେବେ ହେବ ପାଠପଢା ? ନିର୍ମାଣ କାମ ସରିଥିଲେ ବି କାହିଁକି ହୋଇପାରୁନି ଆଡମିଶନ? ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରିବା ଦାବିରେ ଆଜି ତାଳଚେର ବନ୍ଦ ପାଳୁଛି ତାଳଚେର ସୁରକ୍ଷା ମଞ୍ଚ ।

ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ସହରର ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖଣିରୁ ଉତ୍ପାଦନ ମଧ୍ୟ ବନ୍ଦ ରଖାଯାଇଛି । ମଞ୍ଚର ଅଭିଯୋଗ ଅନୁସାରେ ଏମସିଏଲ ତାଳଚେରରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଚଳାଇବାକୁ ନିଷ୍ପତି ହୋଇଥିଲା । ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ ।

୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । ୫୦୦କୋଟି ଟଙ୍କା ଖର୍ଚ୍ଚରେ ୧୦୦ସିଟ୍ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ କାମ ସରିଥିଲେ ବି ଆଡମିଶନ ହୋଇପାରିନାହିଁ । ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ସମସ୍ତ ସହାୟତା ପ୍ରଦାନ କରିଛନ୍ତି । ଏଣୁ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦିଆଯାଇ ଖୁବଶୀଘ୍ର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଉପକୂଳରେ ପ୍ରବଳ ବର୍ଷିବ: ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ

ଉପକୂଳରେ ପ୍ରବଳ ବର୍ଷିବ: ପବନର ବେଗ ରହିବ ୪୦ରୁ ୫୦ କିମି

ଭୁବନେଶ୍ୱର: ସମୁଦ୍ରରେ ଅଶାନ୍ତ ହେଉଛି ବାତ୍ୟା । ଏବେ ପୁରୀଠାରୁ ୫୫୦ରୁ ୫୮୮ କିଲୋମିଟର ଦୂରରେ ରହିଛି ସାମୁଦ୍ରିକ ଝଡ଼ । ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା  ଉପକୂଳରେ ପହଞ୍ଚିବା ପରେ ରିକର୍ଭ କରି ଉତ୍ତର- ଉତ୍ତର-ପୂର୍ବ ଦିଗରେ ଗତି କରିବ । ଉପକୂଳରେ ଅତିକ୍ରମ କରିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଆଜିଠୁ ତିନି ଦିନ ଉପକୂଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ସ୍ଥଳଭାଗ ନ ଛୁଇଁଲେ ବି କୂଳେକୂଳେ ଓଡ଼ିଶା ଅତିକ୍ରମ କରିବ ଘୂର୍ଣ୍ଣିଝଡ଼ । ପ୍ରଭାବରେ ଆଜି ସନ୍ଧ୍ୟାରୁ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଯିବ ବର୍ଷା । ଆସନ୍ତାକାଲି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର,ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୨ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବେଳାଭୂମିରେ କୌଣସି ପର୍ଯ୍ୟଟକ ନଗାଧୋଇବା ପାଇଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବର୍ଷାକୁ ନଜରରେ ରଖି ଜିଲ୍ଲାପାଳମାନଙ୍କୁ ଦାୟିତ୍ବ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯିବ । ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।

ଜୀବନସାଥୀଙ୍କ ସହ ଦେଖାଦେଇପାରେ କଳହ

ମେଷ : ମନ ଚିନ୍ତିତ ରହିପାରେ । ପରିବାରରେ ଲାଭ ମିଳିବ । କୌଣସି ଶୁଭ ଖବର ମିଳିପାରେ । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ପରସ୍ପର ସହ କଳହ ହୋଇପାରେ । ମନ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ବୃଷ : ମନରେ କୌଣସି ନୂଆ ଚିନ୍ତା ଆସିପାରେ । ପାଣିପାଗ ପରିବର୍ତ୍ତନ ହେତୁ ସାମାନ୍ୟ ଥଣ୍ଡା ଦେଖାଦେଇପାରେ । ଆପଣଙ୍କ ପ୍ରିୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ । ନୂଆ ଯୋଜନା ଚିନ୍ତା କରିପାରନ୍ତି ଏବଂ ଭଲ ଆମଦାନୀ ହୋଇପାରେ । ଯଦି ଆପଣ କୌଣସି ଭ୍ରମଣରେ ବାହାରୁଛନ୍ତି ତେବେ ବିବାଦଠୁ ଦୂରେଇ ରୁହନ୍ତୁ ।

ମିଥୁନ : ପରିବାରରେ ଆଜି ଆପଣଙ୍କ ମନ ଅଧିକ ଲାଗି ରହିବ । ଏଥିସହ ଆଜି ଆପଣଙ୍କ ଉପରେ କାର୍ଯ୍ୟଭାର ଅଧିକ ରହିବ । ଏହି କାରଣରୁ ନିଜ ଜୀବନସାଥୀଙ୍କୁ କମ୍ ସମୟ ଦେବେ ।

କର୍କଟ : ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ସ୍ୱଭାବରେ ବିରକ୍ତିଭାବ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପ୍ରିୟଜନଙ୍କ ସହ କଳହ ଦେଖାଦେଇପାରେ ।

ସିଂହ : କୌଣସି ସମ୍ପର୍କୀୟ କିମ୍ୱା ବନ୍ଧୁଙ୍କ ଆଗମନ ହୋଇପାରେ । ବାଣୀରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । କୌଣସି ଛୋଟ କଥାକୁ ନେଇ କଳହ ଦେଖାଦେଇପାରେ । ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ ।

କନ୍ୟା : ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ସମ୍ପର୍କୀୟଙ୍କ ସହ କଳହ ଲାଗି ହୋଇଥିବା ଦୂରତା କମ୍ ହେବ ।

ତୁଳା : ମନ ଅଶାନ୍ତ ରହିବ । ମନ ପରିବର୍ତ୍ତନ ହୋଇପାରେ । ସାମାଜିକ ସମ୍ପର୍କ ବଢ଼ିପାରେ । ଆର୍ଥିକ ଉନ୍ନତି ହେବ । ଜୀବନସାଥୀ କୌଣସି କାରଣବଶତଃ ରାଗିଯାଇପାରନ୍ତି । ଏଥିପାଇଁ ସାବଧାନ ରୁହନ୍ତୁ । ଜୀବନସାଥୀଙ୍କୁ ଖୁସି କରିବା ପାଇଁ କୌଣସି ଉପହାର କିମ୍ୱା ଫୁଲ ପ୍ରଦାନ କରିପାରନ୍ତି ।

ବିଛା : ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମରେ ସଫଳତା ମିଳିପାରେ ।

ଧନୁ : ମନ ପ୍ରସନ୍ନ ରହିବ । ପ୍ରେମୀଯୁଗଳଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ । ମାତ୍ର, ପରେ ସାମାନ୍ୟ ପରିସ୍ଥିତି ହେବ । ମନ ଶାନ୍ତ ରଖିବାକୁ ପ୍ରଚେଷ୍ଟା କରନ୍ତୁ । ବୈବାହିକ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଆଜି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସମୟ ଓ ଧନ ମିଳିବାର ସମ୍ଭାବନା ରହିଛି ।

କୁମ୍ଭ : ସବୁଆଡ଼ୁ ସହଯୋଗର ହାତ ବଢ଼ିପାରେ । ଲାଭ ମିଳିବ । ପାରିବାରିକ ସାମଞ୍ଜସ୍ୟ ଭଲ ରହିବ । ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ । ଦିନଟି ଭଲରେ କଟିବ ।

ମୀନ : ପରିବାର ପାଇଁ କୌଣସି ନୂଆ ଜିନିଷ କ୍ରୟ କରିପାରନ୍ତି । ବିବାହିତ ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଲାଭଦାୟକ । ଜୀବନସାଥୀଙ୍କ ସହ ମଧୁର କଥା ହେବେ । ମନ ପ୍ରସନ୍ନ ରହିବ ।

ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ୩ ଲକ୍ଷ ଟଙ୍କା ଜବତ

ନବରଙ୍ଗପୁର: ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ନଗତ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ । ଏହାସହ ସୁନା ଅଳଙ୍କାର ଜବତ ହୋଇଛି । ଭୁବନେଶ୍ବର ତମାଣ୍ଡୋ ଥାନା ବିଜିପୁର ମୌଜାର ପ୍ଲଟ ନମ୍ବର ୧୮୮ ଘରୁ ଏସବୁ ଜବତ କରିଛି ଭିଜିଲାନ୍ସ ବିଭାଗ । ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ଆଜି ୨ ଲକ୍ଷ ଟଙ୍କା ନେଇ ନେଇ ଯାଉଥିବାବେଳେ ଗାଡ଼ିରୁ ଜବତ କରିଥିଲା ଭିଜିଲାନ୍ସ ।

ବିଭିନ୍ନ ସ୍ଥାନରେ ଚାଲିଥିବା ସରକାରୀ କାର୍ଯ୍ୟର ତଦାରଖ ପାଇଁ ଯାଇଥିଲେ ଲକ୍ଷ୍ମୀଧର । ଏହା ସହିତ ଅନ୍ୟ ସ୍ଥାନକୁ ମଧ୍ୟ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ିରୁ ୨ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଜବତ ଟଙ୍କା କେଉଁଠୁ ଆଣିଥିଲେ ଲକ୍ଷ୍ମୀଧର ଏନେଇ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ । ଏହାପରେ ଲକ୍ଷ୍ମୀଧରଙ୍କ ଘରେ ଚଢାଉ କରିଥିଲା ବିଜିଲାନ୍ସ ବିଭାଗର ୭ ଜଣିଆ ଟିମ୍ ।

ESI ହସପିଟାଲରେ ୫୫ ନୂଆ ଡାକ୍ତର ଓ ପାରାମେଡିକ୍ସ ନିଯୁକ୍ତ

ଭୁବନେଶ୍ୱର: ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କ ସରକାର ଲଗାତର ଉଦ୍ୟମ କରିଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ଇଏସଆଇ ହସପିଟାଲ ଓ ଡିସପେନସାରୀରେ ନବନିଯୁକ୍ତ ଡାକ୍ତର ଓ ପାରାମେଡିକମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଇଏସଆଇ ହସପିଟାଲଗୁଡିକରେ ୫୫ ନୂଆ ଡାକ୍ତର ଓ ପାରାମେଡିକ୍ସ ଆଜି ଯୋଗ ଦେଇଛନ୍ତି । ନୂଆ ଡାକ୍ତର ଓ ପାରାମେଡିକ୍ସଙ୍କ ନିଯୁକ୍ତି ରାଜ୍ୟର ହେଲଥକେୟାର ଡେଲିଭରି ସିଷ୍ଟମକୁ ଆହୁରି ଦୃଢୀଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଶେଷକରି ରାଜ୍ୟର ୮ ଲକ୍ଷ ବୀମାଭୁକ୍ତ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେବିକେ ଓ ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । 5-ଟି ଓ ମୋ ସରକାର ଭଳି ପଦକ୍ଷେପ ଲୋକଙ୍କୁ କ୍ଷମତାସଂପନ୍ନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସର୍ବସାଧାରଣ ସ୍ବାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାରେ ୯୨ ପ୍ରତିଶତ ରୋଗୀ ସନ୍ତୁଷ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ, ଦିଲ୍ଲୀରେ ଡେରା ପକାଇଛି ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ । ଏ ନେଇ ଇଶାରା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଦଳର ସଭାପତି ପରିବର୍ତ୍ତନ ନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ନେତାମାନେ ଆଲୋଚନା କରିଛନ୍ତି । ଦଳ କେମିତି ସଜାଡି ହେବ ସେ ନେଇ ମତ ରଖିଛନ୍ତି ବୋଲି କହିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ତେବେ ପିସିସି ସଭାପତି ପରିବର୍ତ୍ତନ ପାଇଁ କୌଣସି ଡେଡଲାଇନ ରଖାଯାଇନି । ବିଧାୟକମାନେ ନିଜ ମତ ରଖିଛନ୍ତି ।

ସେହିପରି ଭବିଷ୍ୟତ ଯୋଜନା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପ୍ରଭାରୀ । ଅନ୍ୟପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନୂଆ ସଭାପତି ଚୟନ କରାଯିବା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ପିସିସି ସଭାପତି ବଦଳିବା ଆବଶ୍ୟକ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ବର୍ଷ ହେଲା ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ଜଣେ ନୂଆ ନେତା ସଭାପତି ହେବା ଦରକାର ବୋଲି କହିଛନ୍ତି ନିରଂଜନ । ସୋମବାର ଦଳୀୟ ବିଧାୟକମାନେ ରାହୁଲଙ୍କୁ ଭେଟି ନିଜ ମତ ରଖିଛନ୍ତି । ସେପଟେ ପୂର୍ବତନ ସାଂସଦ ତଥା ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜ ତ୍ରିପାଠୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।

ବିଜେପି-ବିଜେଡି-କଂଗ୍ରେସ ପରେ CPI ର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ଓ ସିପିଆଇ ମିଳିତ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଏଥିରେ ସିପିଆଇ ତରଫରୁ ପ୍ରାର୍ଥୀ ହୋଇଥିଲେ ରମେଶ । ନିର୍ବାଚନରେ ୯ହଜାର ୩୫୦ ଖଣ୍ଡ ଭୋଟ ପାଇ ସେ ପରାଜିତ ହୋଇଥିଲେ । ବିସ୍ଥାପିତ ସମସ୍ୟା ଦୂରୀକରଣ, ଲୋକଙ୍କୁ ମାଗଣା ବିଦ୍ୟୁତ ସହିତ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରମେଶ ।

ବିଜେପି ଓ ବିଜେଡି ପରେ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ  । ବ୍ରଜରାଜନଗର ଉପ ନିର୍ବାଚନ ପାଇଁ କିଶୋର ପଟେଲକୁ ପ୍ରାର୍ଥୀ କରିଛି କଂଗ୍ରେସ  । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେନଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି  । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ବିଜେଡି ଦିବଙ୍ଗତ  ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି  ।

ବରଫ ପର୍ବତ ଉପରେ ଚା’ ପାର୍ଟି କରି ସୃଷ୍ଟି କଲେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ଚା’ ପ୍ରେମୀଙ୍କ ପାଇଁ ପ୍ରତିଟି ଚା‘ କପ୍ ଖାସ୍ ହୋଇଥାଏ । ଚା’ କପେ ହୋଇଗଲେ ମନ ଖୁସ୍ । କିନ୍ତୁ ସୁଉଚ୍ଚ ପାହାଡର ତୁଷାରପାତରେ ଚା‘ ପିଇବାର ସୁଯୋଗ ଯଦି ଆପଣଙ୍କୁ ମିଳେ ତାହାଲେ ଆପଣ କେତେ ଖୁସି ହେବେ?  ଆପଣ ଏମିତି ଯାଗାରେ ଚା’ ପିଇବାର ମଜା ଉଠାଇବାକୁ ଚାହିଁବେ ନିଶ୍ଚୟ ।

ନିକଟରେ ଏକ ପର୍ବତାରୋହୀ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଆଉ ଏହା ଗିନିଜ ଓ୍ବାଲ୍ଡ ରେକର୍ଡରେ ସ୍ଥାନପାଇଛି ।

ଗିନିଜ ଓ୍ବାଲ୍ଡ ରେକର୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜ୍ ଅନୁଯାୟୀ, ଆଣ୍ଡ୍ରିୟୁ ହ୍ୟୁଜଙ୍କ ନେତୃତ୍ୱରେ ଏକ ପର୍ବତାରୋହୀ ଦଳ ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ସର୍ବୋଚ୍ଚ ଚା’ ପାର୍ଟି ଆୟୋଜନ କରିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ପୋଷ୍ଟ ହୋଇଥିବା ଭିଡିଓର କ୍ୟାପସନରେ ଲେଖାଅଛି ଯେ, ୬୪୯୬ ମିଟର / ୨୧୩୧୨ ଫୁଟ ଉପରେ ଚା’ ପାର୍ଟି । ନେପାଳର ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ହ୍ୟୁଜଙ୍କ ସର୍ବୋଚ୍ଚ ଚା’ ପାର୍ଟି ।

ଭିଡିଓରେ ଦେଖାଯାଉଛି ଯେ, ଚାରିଆଡେ ବରଫ ପଡ଼ୁଛି । କେଉଁଠି ବି ଟିକେ ମାଟି ଦେଖାଯାଉନି । ଯେଉଁଠି କ୍ଷଣିକେ ଠିଆ ହେବା କଷ୍ଟ ସେଇଠି ତିଆରି ହେଉଛି ଚା’ । ଟେବୁଲ ପଡ଼ିଛି ଚେୟାର ବି ପଡ଼ିଛି । ଥୁଆ ହୋଇଛି କପ୍ । ଆଉ ଢଳା ହେଉଛି ଚା’ ।

ଆଣ୍ଡ୍ରିୟୁ କହିଛନ୍ତି ଯେ, ରେକର୍ଡ ପାଇଁ ସେ ଏପରି ସ୍ଥାନ ବାଝିଛନ୍ତି । କାରଣ ଏହା କରିବା ଦ୍ବାରା ସାଥି ପର୍ବତାରୋହୀଙ୍କ ଚାପ ହ୍ରାସ ହେବ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇବ ।

ଖାଦ୍ୟ ପ୍ୟାକଟରେ ସାପ ଚମଡ଼ା: ସିଲ୍ ହେଲା ଦୋକାନ

ଥିରୁଭନନ୍ତପୁରମ୍ : ଖାଇବା ପ୍ୟାକେଟରୁ ବାହାରିଲା ସାପ ଚମଡ଼ା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ । କେରଳ ଥିରୁଭନନ୍ତପୁରମରେ ଘଟିଛି ଏହି ଘଟଣା । ଏହା ଅଭିଯୋଗ ହେଲା ପରେ ପ୍ରଶାସନ ଉକ୍ତ ରେଷ୍ଟୁରାଣ୍ଟରେ ତାଲା ପକାଇ ଦେଇଛି ।

ସୂଚନା ଅନୁସାରେ ପ୍ରିୟା ନାମକ ମହିଳା ଗତ ଗୁରୁବାର ଦିନ ରେଷ୍ଟୁରାଣ୍ଟରୁ ଦୁଇଟା ପରଟା ଅର୍ଡର କରିଥିଲେ । ଖାଦ୍ୟ ଡେଲିଭରି ପରେ ମହିଳାଜଣଙ୍କ ତାଙ୍କ ଝିଅକୁ ଖାଇବାକୁ ଦେଇଥିଲେ । ଝିଅ ଗୋଟିଏ ପରଟା ଖାଇ ସାରିବା ପରେ ମହିଳା ଜଣଙ୍କ ଖାଇବା ପାଇଁ ପ୍ୟାକେଟ୍ ଖୋଲିଥିଲେ । ହେଲେ ସେ ଜରି କଭର ଭିତରେ ଏକ ସାପ ଚମଡା ଦେଖିବାକୁ ପାଇଥିଲେ ।

ଏହା ଦେଖି ସେ ଚକିତ ହୋଇଯାଇଥିଲେ । ଏହା ପରେ ମହିଳା ଜଣଙ୍କ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ୍ ତାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ ।

ମହିଳାଙ୍କର ଅଭିଯୋଗ ପରେ ମ୍ୟୁନିସିପାଲ୍ କର୍ତ୍ତୃପକ୍ଷ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଜଣାପଡ଼ିଥିଲା ଯେ, ରେଷ୍ଟୁରାଣ୍ଟ ନିମ୍ନ ମାନର ଖାଦ୍ୟ ଦେଉଥିଲା । ଏହା ଜଣାପଡ଼ିବା ପରେ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି ।

ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ASI ରିପୋର୍ଟରେ ଅସନ୍ତୁଷ୍ଟ ହାଇକୋର୍ଟ

କଟକ:ଶ୍ରୀକ୍ଷେତ୍ରରେ ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପ କାମ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପିଟିସନର କରିଥିବା ଆବେଦନକୁ ଖାରଜ କରିଛନ୍ତି । ଏଏସଆଇ ସହ ମିଶି ରାଜ୍ୟ ସରକାର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ଚାଲୁ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ନେଇ ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠକୁ ମଧ୍ୟ ଅବାନ୍ତର କହିଛନ୍ତି ହାଇକୋର୍ଟ ।

ଐତିହର କିଛି ଅବଶେଷ ନଷ୍ଟ ହୋଇଥାଇ ପାରେ ବୋଲି ଏଏସ୍ଆଇ ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲା। ତେବେ ହୋଇଥାଇ ପାରେ ବୋଲି ଶବ୍ଦ ଅବାନ୍ତର, ତେଣୁ ନିର୍ଦ୍ଦିଷ୍ଟ ଭାବେ କଣ କ୍ଷତି ହୋଇଛି, ତାହା କହିବାକୁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ମିଳିତ ପରିଦର୍ଶନ ରିପୋର୍ଟରେ କୌଣସି ନିର୍ଦ୍ଦିଷ୍ଟ କଥା କୁହାଯାଇ ନାହିଁ । କେବଳ ସେତିକି ନୁହେଁ ନିଷିଦ୍ଧାଞ୍ଚଳରେ ଟଏଲେଟ୍, ଡ୍ରେନ୍ ଓ ଇଲେକ୍ଟ୍ରିକାଲ୍ କାମ ହୋଇ ପାରିବ । ଏହା ନିର୍ମାଣ ସଜ୍ଞା ପରିସରଭୁକ୍ତ ନୁହେଁ ବୋଲି ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

କେବଳ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ଦିଆଯାଇ ନାହିଁ । ଏହାସହ ୨୦୨୧ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ଏନଏମଏ ଜାରି କରିଥିବା ଏନଓସି ସଂପର୍କରେ ମଧ୍ୟ ହାଇକୋର୍ଟ ବିଚାର କରିଥିଲେ । ଏଥିରେ ଏଏସଆଇର ପରିଦର୍ଶନ ରିପୋର୍ଟ ସଂଲଗ୍ନ ରହିଥିଲା । ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ଏନ୍ଏମଏ ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିଲା । ଏହା ସହିତ ମୃଣାଳିନୀ ପାଢୀ ବନାମ କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ଗୁରତ୍ବ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଓ ପରିଦର୍ଶନ ରିପୋର୍ଟ ଉପରେ ରାଜ୍ୟ ସରକାର ହାଇକୋର୍ଟରେ ଉତ୍ତର ରଖିପାରନ୍ତି ବୋଲି ଆଡଭୋକେଟ୍ ଜେନେରାଲ କୋର୍ଟକୁ ଜଣାଇଛନ୍ତି ।