ବାରବାଟୀ ଟି-୨୦ ପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ, ୫ ମିନିଟରେ ସରିଗଲା ୫ ହଜାର ଟିକେଟ୍

1 min read

କଟକ: ମାତ୍ର ୫ ମିନିଟରେ ସରିଗଲା ୫ ହଜାର ଟିକେଟ୍ । ବାରବାଟୀ ଟି-୨୦ ପାଇଁ ଅନଲାଇନ୍ ଖୋଲିବା ମାତ୍ରେ ମାତ୍ର କେଇ ମିନିଟରେ ସବୁ ଟିକେଟ ସରିଯାଇଛି । ଜୁନ ୧୨ରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି ପାଇଁ ଲକ୍ଷ୍ୟ ରଖିଥିଲା ଓସିଏ । ଦିନ ୧୧ରୁ ଟିକେଟ୍ ବିକ୍ରି ପାଇଁ କୁହାଯାଇଥିଲା । କିନ୍ତୁ ଅପରାହ୍ନ ୨ଟା ଯାଏଁ ଓ୍ବେବସାଇଟ୍ ନ ଖୋଲିବାରୁ ନିରାସ ହୋଇଥିଲେ କ୍ରିକେଟପ୍ରେମୀ ।

ତେବେ ୨ଟା ପରେ ଓ୍ବେବସାଇଟ୍ ଖୋଲିବା ମାତ୍ରେ ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ଫଳରେ ଅନେକ କ୍ରିକେଟ ପ୍ରେମୀ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା WWW.PAYTMINSIDER.INରେ ୱେବସାଇଟରେ ଟିକେଟ କିଣିଛନ୍ତି ଦର୍ଶକ । ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି ।