spot_img
Home Blog Page 4412

ବନ୍ଧାହେଲା ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ ଗିରଫ । ଅଭିଯୁକ୍ତ ମହିଳା ରସିକିଆ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ । ଝାଡ଼ଖଣ୍ଡରୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ ଓ ପିଙ୍କ ଟିମ । ଅଭିଯୁକ୍ତ ରସିକିଆ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ ଥିଲେ ରମେଶର ଠକେଇ ସିଣ୍ଡିକେଟରେ ଅନ୍ୟତମ ମୁଖ୍ୟ ସହଯୋଗୀ ।

ରମେଶର ସମସ୍ତ ଠକେଇ ଟଙ୍କା ଦ୍ବିତୀୟ ପତ୍ନୀଙ୍କ ଆକାଉଣ୍ଟକୁ ଯାଉଥିଲା ବୋଲି ପୋଲିସ ଖୋଡତାଡରୁ ଜଣାପଡିଛି । ଠକେଇ ସିଣ୍ଡିକେଟ ନେଇ ଗିରଫ ପତ୍ନୀଙ୍କୁ ପଚରାଉଚରା କରୁଛି ଟିମ୍ । ଏହି ଠକେଇ ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୂର୍ବରୁ ରମେଶ ସହିତ ତା’ ଲିଙ୍କରେ ଭଉଣୀ, ଡ୍ରାଇଭର ଓ ବିଶ୍ୱ ରଞ୍ଜନ ଦାଶକୁ ଗିରଫ କରିଛି ପୋଲିସ ।

ରମେଶର ସମସ୍ତ ଜାଲ କାଗଜପତ୍ର ତିଆରି କରୁଥିଲା ବିଶ୍ୱ ରଞ୍ଜନ । ରମେଶଙ୍କୁ ପାଞ୍ଚ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରିଛି ଟିମ । ଖବର ଅନୁଯାୟୀ ନିଜକୁ ଡାକ୍ତର ଦର୍ଶାଇ ଅନେକ ମହିଳାଙ୍କୁ ବିବାହ କରିଥିଲା ରମେଶ ସ୍ୱାଇଁ  । ଏହା ପରେ ଅନେକ ମହିଳାଙ୍କ ଠାରୁ ମଧ୍ୟ ଟଙ୍କା ଲୁଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା  । କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ରହିଛି ରମେଶର ସିଣ୍ଡିକେଟ ଲିଙ୍କ୍  ।

ହଷ୍ଟେଲରେ ଝୁଲୁଛି ଆଇନ୍ ଛାତ୍ରୀଙ୍କ ମୃତ ଦେହ

କଟକ: ଆଇନଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । କଟକ ସିଡିଏ ଠାରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ହରିଆଣା ପାନିପଥର ସୁରଭି ପଞ୍ଚପାଲ । ସେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ ଆଇନ ବିଭାଗର ଛାତ୍ରୀ । ସୁରଭିଙ୍କ ମୃତୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।

ସୂଚନା ମୁତାବକ କିଛି ଦିନ ତଳେ ସୁରଭି ଗାଁରୁ ଫରିଥିଲେ । ହେଲେ ସେ ଫରିବା ଦିନଠୁ କୌଣସି କାରଣକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସୁରଭି କିଛି ଦିନ ହେବ କ୍ଳାସରେ ଅନୁପସ୍ଥିତ ମଧ୍ୟ ରହୁଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ୮ ଟା ସମୟରେ ସେ କବାଟ ନ ଖୋଲିବାରୁ ତାଙ୍କ ରୁମର କବାଟ ଭଙ୍ଗା ଯାଇଥିଲା । ରୁମରେ ଆଇନ ଛାତ୍ରୀ ସୁରଭିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଉପସ୍ଥିତ ଲୋକେ  ।

 

ସଙ୍କଟରେ ଶ୍ରୀଲଙ୍କା: ସର୍ବଦଳୀୟ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବିରୋଧୀ

କଲମ୍ବୋ: ଉଗ୍ର ହେବାରେ ଲାଗିଛି ଶ୍ରୀଲଙ୍କା ସଙ୍କଟ । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ସାରା ଦେଶରେ ଜାରି ରହିଛି ବିକ୍ଷୋଭ । ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀ କଲମ୍ବୋ ସମେତ ଅନ୍ୟାନ୍ୟ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନତା । ସ୍ଥିତିର ମୁକାବିଲା କରି ନପାରି ଇସ୍ତଫା ଦେଇଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିର୍ଭାଦ କାବ୍ରାଲ । ଦୈନିକ ୧୩ ଘଣ୍ଟା ବିଜୁଳିକାଟ ଯୋଗୁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ତେଣେ ଆନ୍ଦୋଳନକୁ ଦମନ କରିବା ଲାଗି ସରକାର ହ୍ବାଟସଆପ, ଫେସବୁକ, ଟ୍ବିଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମକୁ ଆଦି ସୋସିଆଲ ମିଡିଆ ସାଇଟକୁ ବ୍ଲକ କରିଛନ୍ତି । ଶ୍ରୀଲଙ୍କା ଷ୍ଟକ ଏକ୍ସଚେଞ୍ଜ କାରବାର ବ୍ୟାପକ ହ୍ରାସ ପାଇଛି । ସର୍ବଦଳୀୟ ସରକାର ଗଠନ ଲାଗି ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ ।

ଅନ୍ୟପଟେ, ଶ୍ରୀଲଙ୍କା ମୁଦ୍ରା ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ସାରା ଦେଶରେ ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି । ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି । ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’ । ପେଟ୍ରୋଲ, ଡିଜେଲ୍ ମିଳୁନି । ଏଲପିଜି ସିଲିଣ୍ଡର ଦାମ୍ ୪ ହଜାର ୧୧୯ ଟଙ୍କା ।

ସାରା ଦେଶରେ ରାଷ୍ଟ୍ରପତି ରାଜପକ୍ଷେ ଏମରଜେନସୀ ଲାଗୁ କରିଛନ୍ତି । ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ଦାୟୀ – ସରକାରୀ ଅର୍ଥର କୁପରିଚାଳନା ଏବଂ ଟିକସ ଛାଡ ଭଳି କିଛି ନିଷ୍ପତ୍ତି । ସରକାରଙ୍କ କିଛି ମାଗଣା ସ୍କିମ୍ ଏବେ ବୁମେରାଂ ପାଲଟିଛି ।

କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା

ରାଉରକେଲା: କରୋନାରେ ମୃତ୍ୟୁ ହୋଇଥିବା ଶ୍ରମିକ ମାଲିକ ସାପ୍ତାହିକ ସମ୍ବାଦପତ୍ରର ଏଡିଟର ତଥା ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳଙ୍କ ପରିବାରକୁ ମିଳିଲା ସହାୟତା । ରାଜ୍ୟ ସରକାରଙ୍କ ଜର୍ଣ୍ଣାଲିଷ୍ଟ ଓ୍ବେଲଫେୟାର ଫଣ୍ଡରୁ ତାଙ୍କ ପରିବାର ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ମୃତ ସାମ୍ବାଦିକଙ୍କ ପୁଅ ସିଦ୍ଧାର୍ଥ ବିଶ୍ବାଳଙ୍କୁ ସାଢେ ୭ ଲକ୍ଷ ଟଙ୍କା ଓ ଝିଅ ରୋଜାଲିନ ବିଶ୍ବାଳଙ୍କୁ ସାଢେ ୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କୋଭିଡରେ ଆକ୍ରାନ୍ତ ହେବାପରେ ଅଦ୍ଵୈତ ପ୍ରସାଦ ବିଶ୍ବାଳଙ୍କ ୨୦୨୧ ଏପ୍ରିଲ ୩୦ ତାରିଖରେ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଆର୍ଥିକ ସହାୟତା ପାଇବା ପରେ ମୃତ ସାମ୍ବାଦିକଙ୍କ ପରିବାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ମଧ୍ୟ କୋଭିଡରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାର ବର୍ଗକୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି  ।

ସାମ୍ବାଦିକ ଉନ୍ନୟନ ପାଣ୍ଠି ଦ୍ୱାରା ରାଜ୍ୟ ସରକାର ଅନେକ ସାମ୍ବାଦିକଙ୍କୁ ସହାୟତା ଯୋଗାଇଦେଉଛନ୍ତି  । ପୂର୍ବରୁ ଜମେ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ସାମ୍ବାଦିକ ପାଣ୍ଠି ଦ୍ୱାରା ମଧ୍ୟ ଚିକିତ୍ସା ପାଇଁ ଅର୍ଥ ବରାଦ କରାଯାଇଥିଲା  ।

ବିଦେଶୀ ଷଡ଼ଯନ୍ତ୍ର ଦାବି ମିଛ ! ଇମ୍ରାନଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ସେନାଙ୍କ ଭରସା ନାହିଁ

ଇସଲମାବାଦ୍: ମିଛ କି ବିଦେଶୀ ଷଡ଼ଯନ୍ତ୍ରର ଅଧ୍ୟାୟ । ମିଛ କହି ନିଜ ସରକାର ବଞ୍ଚାଇ ଦେଇଛନ୍ତି କି ଅମ୍ରାନ । ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଏହି ପରିସ୍ଥିତିରେ ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ଇମ୍ରାନଙ୍କ ବିଦେଶୀ ଷଡ଼ଯନ୍ତ୍ର କାହାଣୀକୁ ସିଧାସଳଖ ମିଛ ନକହି ଏମିତି ଇଙ୍ଗିତ କରିଛନ୍ତି ସେନାଧିକାରୀ । ଯେଉଁଠାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ରାଜନୈତିକ ସଙ୍କଟ ପଛରେ ଆମେରିକାକୁ ଦାୟୀ କରୁଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜେନେରାଲ କମର ବାଜୱା ଆମେରିକାର ପ୍ରଶଂସା କରୁଛନ୍ତି ।

ଆମେରିକାର ପ୍ରଶଂସା କରୁଥିବାବେଳେ ବାଜୱା କହିଛନ୍ତି ଯେ ଆମର ଆମେରିକା ସହ ଭଲ ସମ୍ପର୍କ ଅଛି । ଏଥି ସହିତ ଜେନେରାଲ ବାଜୱା ମଧ୍ୟ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମାଲୋଚନା କରିଛନ୍ତି । ବାଜୱା କହିଛନ୍ତି ଯେ ଆମେରିକା ସହିତ ଆମର ଐତିହାସିକ, ରଣନୀତିକ ସମ୍ପର୍କ ଅଛି । ଅନେକ ଜରୁରୀକାଳୀନ ପରିସ୍ଥିତିରେ ଆମେରିକା ଆମକୁ ବହୁତ ସାହାଯ୍ୟ କରିଛି ।

ଇମ୍ରାନ କ’ଣ କହିଥିଲେ ?

ଆମେରିକାର ନାଁ ନେଇ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଆମେରିକାରୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି । ସେହି ଚିଠି ମୋ ବିରୁଦ୍ଧରେ ଥିଲା । ସେ କହିଛନ୍ତି ଯେ ଚିଠିରେ ଅବିଶ୍ୱସ ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଛି । ଚିଠିରେ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ଆପଣଙ୍କ ଦେଶ ସହ ଆମର ସମ୍ପର୍କ ନଷ୍ଟ ହୋଇଯିବ । ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଇମ୍ରାନ ଖାନ ପଦ ଛାଡ଼ନ୍ତି ତେବେ ସେ ପାକିସ୍ତାନକୁ କ୍ଷମା କରିବେ । ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ଯାହାକୁ ବିଦେଶ କରିଛି ।

ଆମେରିକାର ପ୍ରତିକ୍ରିୟା କ’ଣ ଥିଲା ?

ଏହି ପରିପ୍ରେକ୍ଷୀରେ ୱାଶିଂଟନରେ ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେରିକା ପାକିସ୍ତାନରେ ସାମ୍ବିଧାନିକ ପ୍ରକ୍ରିୟାକୁ ସମର୍ଥନ କରୁଛି । ଇମ୍ରାନ ଖାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଅଧିକାରୀ କହିଛନ୍ତି ଯେ ଆମେ ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟା ଏବଂ ଆଇନଗତ ଶାସନକୁ ସମ୍ମାନ ଏବଂ ସମର୍ଥନ କରୁଛୁ ।

ସୂଚନା ଥାଉ କି, ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ହୋଇଥିଲା । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଥିଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ।

ଆଜି ଦିନଟି ଏହି ୫ଟି ରାଶି ପାଇଁ ରହିଛି ସୁଖ ଓ ସୋଭାଗ୍ୟର ଦିନ

ଆଜିର ପଞ୍ଚାଙ୍ଗ: ୦୫/୦୪/୨୦୨୨ ମଙ୍ଗଳବାର, ସୌରମାସ ମୀନ ୨୨ଦିନ, ଚୈତ୍ରଶୁକ୍ଲ ୪ର୍ଥି ଦିବା ୩ଟା୪୫ ଗତେ ୫ମୀ, ୧୯୪୩ଶକାଦ୍ଦ,୨୦୭୯ସମ୍ବତ, ୧୪୨୯ ସାଲ ।

– ବୃଷ ଚନ୍ଦ୍ର ଅହୋରାତ୍ର

– ନକ୍ଷତ୍ର କୃତ୍ତିକା ଦିବା୪ଟା୫୧ ଗତେ ରୋହିଣୀ

– ଘାତ ଚନ୍ଦ୍ର – ବିଛା ରାଶିର ଅହୋରାତ୍ର

– ଘାତ ବାର – ମକର

– ଯୋଗିନି – ନୈଋତେ ଦିବା୩ଟା୪୫ ଗତେ ଦକ୍ଷିଣେ

– ପୁଷ୍କର ଦୋଷ – ୨ପାଦ ଦିବା ୦୪:୫୧ଗତେ ୧ପାଦ

– ନିଷିଦ୍ଧ ଖାଦ୍ୟ – ଲାଉ ଓ ପଣଷ

– ଶୁଭ ମୂହୁର୍ତ୍ତ –

ପ୍ରାତଃ ୦୮:୪୫ ରୁ ୧୦:୩୫

ସଂଧ୍ୟା ୦୪:୨୬ ରୁ ୦୬:

ରାତ୍ର ୦୯:୪୩ ରୁ ୧୧:୨୫

– ଅଶୁଭ ମୂହୁର୍ତ୍ତ –

  • ବାରବେଳା – ଦିବା ୦୭:୧୩ ରୁ ୦୮:୪୫
  • କାଳବେଳା – ଦିବା ୦୧:୨ ରୁ ୦୨:୫୩
  • ରାହୁକାଳ – ଦିବା ୦୨:୫୩ ରୁ ୦୪:୨୬
  • କାଳରାତ୍ରୀ – ରାତ୍ର ୦୭:୨୬ ରୁ ୦୮:୫୩

ମେଷ :

  • ଅଶ୍ବୀନି – ଆୟ ଭଲ ରହିବ କିନ୍ତୁ କର୍ମସ୍ଥଳରେ ଆଶାଜନକ ସଫଳତା ମିଳିବ ॥
  • ଦ୍ବୀଜା – ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ । ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
  • କୃତ୍ତିକା – ଧର୍ମକର୍ମ ଏବଂ ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ମିଳିବ ॥
  •  ଶୁଭରଙ୍ଗ – ହଳଦିଆ
  • ଉପାୟ- ତୁଳସି ମୂଳର ମାଟି ମଥାରେ ଧାରଣ କରନ୍ତୁ ॥

ବୃଷ :

  • କୃତ୍ତିକା – ସାବଧାନତାର ସହ ରୁହନ୍ତୁ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ ।
  • ରୋହିଣୀ – ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।
  • ମୃଗଶିରା – ସୁସ୍ଥ ରହିବେ । ହସ ଓ ଖୁସିର ପରିବେଶ ରହିବ ।
  • ଶୁଭରଙ୍ଗ – ଧଳା
  • ଉପାୟ – ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ॥

ମିଥୁନ:

  • ମୃଗଶିରା – ଶୁଭ ଖବର ପାଇ ଖୁସି ହେବେ, ଭଲକାମ କରି ସମ୍ମାନିତ ହେବେ ॥।
  • ଆଦ୍ରା – ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ସାହାଯ୍ୟ ସହଯୋଗ ମିଳିବ ।
  • ପୂନର୍ବସୁ – ଲୋକସଂପର୍କ ଏବଂ ରାଜନୀତିରେ ସୀମା ବଢିବ ।
  •  ଶୁଭରଙ୍ଗ – ସବୁଜ
  • ଉପାୟ – କାଉ କୁକୁରଙ୍କୁ ଖାଇବାକୁ ଦିଅ ॥

କର୍କଟ:

  • ପୂନର୍ବସୁ – ନିଜ କାର୍ଯ୍ୟ କଳାପର ସମୀକ୍ଷା କରି ଅଶା ଜନକ ସଫଳତା ପାଇବେ ॥
  • ପୂଷ୍ୟା – ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ।
  • ଅଶ୍ଲେଷା – ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଶୁଭଙ୍କର । ପ୍ରତିଯୋଗିତାରେ ବିଜୟୀ ହେବେ।
  •  ଶୁଭରଙ୍ଗ – ଧଳା
  • ଉପାୟ – ଓଁ ନମଃ ଶିବାୟ ୨୧ଥର ଜପକରି ଦିନ ଆରମ୍ଭ କରନ୍ତୁ ॥

ସିଂହ:

  • ମଘା – ପୂଜାକଲ୍ୟାଣ କାର୍ଯ୍ୟରେ ସମ୍ପୃକ୍ତି, ଉଚ୍ଚ ଶିକ୍ଷାରେ ଋଚି ଏବଂ ମାନସିକ ଶାନ୍ତି ବଢିବ ॥
  • ପୂର୍ବାଫାଲଗୁନି – ଭାଇଚାରା ସଂପର୍କ ବଢିବ ଓ ବିବାହ ଭଳି ଶୁଭକର୍ମ ସ୍ଥିର ହେବ ।
  • ଉତ୍ତରାଫାଲଗୁନୀ – କୌଣସି ପଦପଦବି ଏବଂ ବାଣିଜ୍ୟରେ ଲାଭ ହେବ, ବିବାଦିଅ ସମସ୍ୟାରୁ ମୁକ୍ତି ॥
  •  ଶୁଭରଙ୍ଗ – ଧଳା
  • ଉପାୟ – ତୁଳସିଚଉରା ମୂଳର ମାଟି ମଥାରେ ଟିକା ଲଗାନ୍ତୁ ॥

କନ୍ୟା

  • ଉତ୍ତରାଫାଲଗୁନୀ – ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ॥
  • ହସ୍ତା – ଆର୍ଥିକ ସମୃଦ୍ଧି ଓ ପଦ ମର୍ଯ୍ୟଦା ବୃଦ୍ଧି, ଦ୍ରବ୍ୟ ଓ ଯାନବାହାନ କ୍ରୟ ସୁଚନ ॥
  • ଚିତ୍ରା ନକ୍ଷତ୍ର – ଶୁଭ ମାଙ୍ଗଳିକ କର୍ମରେ ଯୋଗଦାନ, ସନ୍ତାନବର୍ଗରେ ଶୁଭଫଳ, ପୁଞ୍ଜିନିବେଶରୁ ଲାଭ ହେବ॥
  •  ଶୁଭ ରଙ୍ଗ – ସବୁଜ
  • ଉପାୟ – ଗୃହରେ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ଅତିପ୍ରିୟ ତୁଳସି ଏବଂ ଲବଣି ଅର୍ପଣ କରନ୍ତୁ॥

ତୁଳା

  • ଚିତ୍ରା – ଅର୍ଥ ଏବଂ ସମ୍ମାନ ପ୍ରାପ୍ତି ହେବାର ସୂଚନା ରହିବ, ପିଲାମାନେ ଶୃଙ୍ଖଳିତ ଭାବରେ ପଢାପଢିରେ ମନବଳାଇବେ॥
  • ସ୍ବାତୀ- ପିଲାମନଙ୍କୁ ନୁତନ କର୍ମନିଯୁକ୍ତିର ଖବର ମିଳିବ, ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ ॥
  • ବିଶାଖା – ସ୍ବାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସପକ୍ଷରେ ଦେବ ॥
  •  ଶୁଭ ରଙ୍ଗ – ଖଇରିଆ
  • ଉପାୟ – ଲାଲପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ॥

ବିଛା

  • ବିଶାଖା – ସୁ-ଖବର ପ୍ରାପ୍ତ ହେବ, ବ୍ୟବସାୟିକ ଯୋଜନାରେ ସଫଳ ହେବେ ।
  • ଅନୁରାଧା – ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ସିଦ୍ଧ ହେବ, ନୂଆ କର୍ମସଂସ୍ଥାର ମାର୍ଗ ପାଇବେ॥
  • ଜ୍ୟେଷ୍ଠା – ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ॥
  •  ଶୁଭ ରଙ୍ଗ – ଗୋଲାପି
  • ଉପାୟ – ମାତା ପାର୍ବତିଙ୍କର ଦର୍ଶନ କରି ଆର୍ଶିବାଦ ନିଅନ୍ତୁ ॥

ଧନୁ

  • ମୂଳା – ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ ମାତ୍ର ଖର୍ଚ୍ଚ ବଢ଼ିବ ।
  • ପୂବାଷାଢା – କୌଣସି ଧାର୍ମିକ ଭାବନା ମନରେ ଷୃଷ୍ଟି ହେବ । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।
  • ଉତ୍ତରାଷାଢା – ଚାକିରିରେ ଶୁଭଯୋଗ ରହିଛି। ପରିବାରରେ ଏକତ୍ରିତ ହେବାର ସମୟ ରହିଛି ।
  • ଶୁଭରଙ୍ଗ – ଲାଲ
  • ଉପାୟ – କୁକୁରଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ॥

ମକର

  • ଉତ୍ତରାଷାଢା – ଆଜି କଥା କଥାରେ କ୍ରୋଧିତ ହେବା ସହ ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ବିଳମ୍ବ ହେବାର ଆଶଙ୍କା ରହିଛି ।
  • ଶ୍ରବଣା – ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଧୈର୍ଯ୍ୟହରା ଲାଗିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବ ।
  • ଧନିଷ୍ଠା – ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ ମାତ୍ର ପରିଶ୍ରମର ମୂଲ୍ୟ ମିଳିବ।
  • ଶୁଭରଙ୍ଗ – ଗୋଲାପି
  • ଉପାୟ – ଆଜି ୫ଟି ଗୋଟାପାନ ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ ॥

କୁମ୍ଭ

  • ଧନିଷ୍ଠା – କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ସବୁଠାରୁ ଉତ୍ତମ ଦିନ ଉଦ୍ୟମ କରନ୍ତୁ ଶୁଭ ଫଳ ମିଳିବ ।
  • ଶତଭିଷା – ଆନନ୍ଦଦାୟକ ସମାଚାର ମିଳିବ, ମନ ଚାହୁଁଥିବା କାର୍ଯ୍ୟ ପୁରଣ ହେବ ।
  • ପର୍ବଭାଦ୍ର – ଶୁଭାଶୁଭ ମିଶ୍ରଫଳ ମିଳିବ,ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ ।
  •  ଶୁଭରଙ୍ଗ – ପାଉଁଶିଆ
  • ଉପାୟ – ଶିବମନ୍ଦିରରେ ଗୁଡ ଚଢାନ୍ତୁ ଏବଂ ସେହି ଗୁଡକୁ ଗାଇକୁ ଖୁଆନ୍ତୁ ॥

ମୀନ

  • ପର୍ବଭାଦ୍ର – ବ୍ୟବସାୟରେ ଶୁଭଲାଭ, ଚାକିରିରେ ସୁ-ସଂପର୍କ । ଲୋକସଂପର୍କ ଏବଂ ରାଜନୀତିରେ ସୀମା ବଢାଇବେ ।
  • ଉତ୍ତରଭାଦ୍ର – ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ ।
  • ରେବତୀ – ବ୍ୟବସାୟରେ ଫାଇଦା ମିଳିବ । ଦାମ୍ପତ୍ୟଯୁଗଳ ଏବଂ ପ୍ରେମୀଯୁଗଳ ମାନଙ୍କୁ ସୁଖ ଓ ସନ୍ତୋଷ ମିଳିବ।
  •  ଶୁଭରଙ୍ଗ – ସବୁଜ
  • ଉପାୟ – ଦିବ୍ୟାଙ୍ଗ କିମ୍ବା ଅସୁସ୍ଥରୋଗୀ ଙ୍କୁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ ॥

ଏଟିଏମ୍ ଭାଙ୍ଗିଲେ ଟଙ୍କା ନବାହାରିବାରୁ ଟେକି ନେଇଗଲେ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏଟିଏମ୍ ଲୁଟ ।  ଗତକାଲି ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏହାପରେ ATMକୁ ଟେକି ନେଇଯାଇଥିବା ସୂଚନା ମିଳିଛି  । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ତେହେ ଏହି ଏଟିଏମ ଲୁଟରେ କେଉଁମାନେ ସଂଶ୍ଲିଷ୍ଟ ରହିଛନ୍ତି ? କେମିତି ଏଟିଏମ ଭିତରକୁ ଟେଣ୍ଟ କପଡ଼ା ଗଲା  । ଏଥିରେ ଟେଣ୍ଟ ହାଉସର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ? ଏମିତି ଅନେକ ଦିଗକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି  । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି , ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ସତ୍ତ୍ୱେ ଏଟିଏମରୁ ଟଙ୍କା ବାହାରି ନଥଲା  ।  ବିଫଳ ହେବା ପରେ ଏଟିଏମ ମେସିନକୁ ଦୁର୍ବୃତ୍ତ ମାନେ କେଉଁଆଡେ ନେଇ ପଳାଇଥିବା ଜଣାପଡିଛି  । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା  । ।

୧୫ ଦିନରେ ୧୧ଟଙ୍କା ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ବ୍ରେକ  ।  ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର  । ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି  ହୋଇଛି । ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି  ।  ତେଲ ଦର ବଢିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ହେଉଛି ଆକାଶଛୁଆଁ । ଗତ ୨୨ତାରିଖରୁ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦଲ ।

ଲଗାତର ୧୫ ଦିନରେ ୧୩ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୪.୬୧ ପଇସା ରହିଛି ।  ଡିଜେଲ ମଧ୍ୟ ୮୦ ପଇସା ବଢ଼ି ୯୫. ୮୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ମଧ୍ୟ ଆଜି ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି କରାଯାଇଛି ।

ଗତ ୨୨ରୁ ଏପର୍ଯ୍ୟନ୍ତ ପ୍ରାୟ ୧୧ ଟଙ୍କା ପାଖାପାଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଗତ ୨୧ ତରିଖରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୦ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ହେଲେ ଏବେ ପେଟ୍ରୋଲ ଦର ୧୧୧ ଟଙ୍କା ୬୪ ପଇସା ଓ ଡିଜେଲ ଦର ୧୦୧ ଟଙ୍କା ୩୯ ପଇସାରେ ପହଞ୍ଚିଛି  ।

ସେହିପରି ଗତକାଲି ମଧ୍ୟ ଦେଶରେ ତୈଳ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଥିଲା ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଗତକାଲି ମଧ୍ୟ ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା

ଅଗ୍ନିକାଣ୍ଡରେ ଫସିଥିବା ପରିବାରକୁ ଜୀବନ ଦାନ ଦେଇ ପ୍ରସଂଶାର ପାତ୍ର ହେଲେ କନଷ୍ଟେବଳ

ଜୟପୁର: କୁହାଯାଏ ଚିତ୍ର କଥା କହେ । ଆଉ ଚିତ୍ର ହିଁ ମନର କୋହ ଆଖିର ଭାବନା ସବୁକୁ ଦର୍ଶାଏ । ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଜୀବନର ମୂଲ୍ୟ ବୁଝି ହୋଇଯିବ । ରାଜସ୍ଥାନ କରୋଲିରେ ହୋଇଥିବା ହିଂସା  ମଧ୍ୟରେ ଏମତି ଏକ ଚିତ୍ର ସାମ୍ନାକୁ ଆସିଛି । ଭୟାବହ ଅଗ୍ନିକାଣ୍ଡ ମଧ୍ୟରେ ଜଣେ କନଷ୍ଟେବଳଙ୍କ କାନ୍ଧରେ ଗୋଟିଏ ନିରୀହ ଜୀବନଟିଏ ଧରି ଦୌଡ଼ି ଆସୁଛି  । ଆଉ ଏହି ଚିତ୍ରଟି ସମ୍ପୂର୍ଣ୍ଣ କାହାଣୀକୁ ବୟାନ କରୁଛି । କନଷ୍ଟେବଳ ଜଣଙ୍କ ନିଜ ଜୀବନକୁ ପାଣି ଛାଡ଼ାଇ ହିଂସା ଅଞ୍ଚଳରୁ ଗୋଟିଏ ନିରୀହ ଜୀବନ ସମେତ ୩ ଜଣଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ଏହି ଚିତ୍ରକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ସୂଚନା ଅନୁସାରେ, ରାଜସ୍ଥାନର କରୋଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୁଲିସ ୪୬ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି । ହିଂସାକାଣ୍ଡ ଓ ଜଳାପୋଡ଼ା ମଧ୍ୟରେ ପୁଲିସ କନ୍‌ଷ୍ଟେବଳ ନେତ୍ରେଶ ଶର୍ମା ସାହସିକ ପଦକ୍ଷେପ ନେଇ ପୋଡ଼ିଯାଉଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁରୁ ତାର ଜୀବନ ରକ୍ଷା କରିଛନ୍ତି ।

ପୋଡ଼ିଯାଉଥିବା ଏକ ଘରୁ ମହିଳାଙ୍କ ଚିତ୍କାର ଶୁଣିବା ପରେ ପ୍ରବଳ ଢ଼େଲାମାଡ଼ ଓ ଜଳାପୋଡ଼ାକୁ ଖାତିର ନକରି ୩୧ବର୍ଷୀୟ ଶର୍ମା ସାହସର ସହିତ ଘର ଭିତରକୁ ଡେଇଁ ପଡ଼ିଥିଲେ । ଘରର କବାଟ ସେତେବେଳକୁ ଜଳୁଥିଲେ ମଧ୍ୟ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଧରି ବାହାରକୁ ଦୌଡ଼ି ଆସିଥିଲେ । ଫଳରେ ତିନିଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏଥିସହିତ ସେ ଆହତାବାସ୍ଥାରେ ରାସ୍ତାକଡ଼ରେ ବସିଥିବା ଦୁଇ ଜଣଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ। ଏଭଳି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା।

ଶନିବାର ହିନ୍ଦୁ ନବବର୍ଷ ପାଇଁ ଆୟୋଜିତ ମୋଟର ସାଇକଲ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀଙ୍କ ଉପରକୁ ହଠାତ୍‌ ଢ଼େଲାମାଡ଼ ହେବାରୁ ହିଂସାକାଣ୍ଡ ଉପୁଜିଥିଲା । ସମ୍ପ୍ରତି ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ସହ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ପୁଲିସ ଶୋଭାଯାତ୍ରାରେ ସାମିଲ ୨୩ଟି ମୋଟର ସାଇକଲ ଓ ଦୁଇଟି କାର୍‌ ଜବତ କରି ତଦନ୍ତ ଚଳାଇଛି।

ଆଜି ଭଦ୍ରକରେ ଭୋଟ, ୬ଟି ବୁଥରେ ସାନି ମତଦାନ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4ଟି ଓ୍ବାର୍ଡର 6ଟି ବୁଥରେ ସାନି ମତଦାନ । ଆଉ କିଛି ସମୟ ପରେ ଭୋଟ ଦେବେ ଭୋଟର । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ । 2 ନମ୍ବର ଓ୍ବାର୍ଡର 3 ନମ୍ବର ବୁଥ୍, 5 ନମ୍ବର ଓ୍ବାର୍ଡର 8 ଓ 9 ନମ୍ବର ବୁଥ, 9 ନମ୍ବର ଓ୍ବାର୍ଡର 16 ନମ୍ବର ବୁଥ ଏବଂ 10 ନମ୍ବର ଓ୍ବାର୍ଡର 17 ଓ 18 ନମ୍ବର ବୁଥରେ ପୂନଃ ନିର୍ବାଚନ ହେଉଛି ।

ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ DSPଙ୍କ ସମେତ ଇନିସପେକ୍ଟର, ସବ ଇନ୍ସପେକ୍ଟର, ASI ଓ ମହିଳା ପୋଲିସ ମୁତୟନ ହୋଇଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ବୁଥରେ ସି ସି ଟିଭି ଲଗାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିଥିଲା । ବୁଥ୍ ଭିତରେ ଭଙ୍ଗାରୁଜା କରିବା ସହ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ ।