ନବରଙ୍ଗପୁର: ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଉତ୍ତେଜନା । ଦୁର୍ଘଟଣା ଘଟାଇଥିବା ଜେସବିକୁ ଜାଳିଲେ ଉତ୍ତ୍ୟକ୍ତ ଲୋକେ । ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବିଏମସେମଳା ଗାଁର ଦେବେନ୍ଦ୍ର ମାଳି ନିଜ ଦୋକାନ ସାମଗ୍ରୀ ଆଣିବାକୁ କୋଷାଗୁମୁଡା ଯାଇଥିବା ବେଳେ କୋଣ୍ଡାପୁରୀ ନିକଟରେ ଏକ ଜେସେବି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାସ୍ତା ପାର୍ଶ୍ୱକୁ ଛିଟକି ପଡ଼ିଥିଲେ ଦେବେନ୍ଦ୍ର ମାଳି । ସ୍ଥାନୀୟ ଲୋକ ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ସ୍ଥାନୀୟ ଲୋକ ଦୁର୍ଘଟଣା ଘଟାଇଥିବା ଜେସିବିକୁ ଜାଳି ଦେଇଛନ୍ତି । ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଟ୍ୱିଙ୍କଲ ଖନ୍ନାଙ୍କ ମନ୍ତବ୍ୟରେ ଖପା ହେଲେ ଫ୍ୟାନ୍, ଜବାବରେ…
ମୁମ୍ବାଇ: କଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଏବଂ ଯନ୍ତ୍ରଣା ଉପରେ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ରୋଜଗାରର ସମସ୍ତ ରେକର୍ଡ଼ ଭାଙ୍ଗି ସାରିଛି । ୧୪ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପ୍ରାୟ ଅଢ଼େଇ ଶହ କୋଟି ପାର କରି ସାରିଲାଣି । ଏହି ଫିଲ୍ମକୁ ନେଇ ଚୁପ୍ ଥିବା ବଲିଉଡ ତାରକାଙ୍କ ମଧ୍ୟରୁ ଏବେ କିଛି କିଛି ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏହି ମଧ୍ୟରେ ଟ୍ୱିଙ୍କଲ ଖନ୍ନାଙ୍କ ମନ୍ତବ୍ୟ ସୋସିଅଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବାସ୍ତବ କଥା ହେଉଛି ତାଙ୍କ ମନ୍ତବ୍ୟ ଦର୍ଶକଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ । ଏଥିପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲ ର ଶୀକାର ହେବାକୁ ପଡ଼ିଛି ।

ଟ୍ୱିଙ୍କଲ ଖନ୍ନା ଲେଖିଛନ୍ତଯେ, ଜଣେ ନିର୍ଦ୍ଦେଶକଙ୍କ ଅଫିସରେ ବୈଠକ ସମୟରେ ଶୁଣିବାକୁ ମିଳିଛିଯେ, ଦ କାଶ୍ମୀରୀ ଫାଇଲ୍ସର ସଫଳତା ପରେ ଏଭଳି ଟାଇଟଲକୁ ନେଇ ବନ୍ୟା ଆସିଛି । ଏହା ସହିତ ସେ ଲେଖିଛନ୍ତଯେ, ବଡ଼ ସହରର ନାଁ ପୂର୍ବରୁ ପଞ୍ଜିକୃତ ହୋଇ ସାରଥିବାବେଳେ ଏବେ ଗରିବ ଲୋକ ଅନ୍ଧେରୀ ଫାଇଲ୍ସ,, ଖାର ଡଣ୍ଡା ଫାଇଲ୍ସ, ଏଭଳିକି ସାଉଥ୍ ବମ୍ବେ ଫାଇଲ୍ସ ଭଳି ନାଁ ପଞ୍ଜିକୃତ କରୁଛନ୍ତି । ଏହା ସହିତ ସେ ଲେଖିଛନ୍ତିଯେ, ମୋତେ ମଧ୍ୟ ମୋ ଫିଲ୍ମର ଟାଇଟଲ ଖୋଜିବାକୁ ପଡ଼ିବ । ଏଥିପାଇଁ ମୁଁ ମୋ ମା’ ଡିମ୍ପଲଙ୍କ ସହିତ ଆଲୋଚନା ମଧ୍ୟ କରିଛି ।

ଟ୍ୱିଙ୍କଲଙ୍କ ଏଭଳି କଥା ଶୁଣି କିଛି ଲୋକ ଖୁବ୍ ରାଗି ଯାଇଛନ୍ତି । ଯାହାକୁ ନେଇ ସୋସିଅଲ ମିଡିଆରେ ତାଙ୍କୁ ଅନେକ କିଛି ଶୁଣିବାକୁ ପଡ଼ୁଛି ।
ସୂଚନାଯୋଗ୍ୟ ଦ କାଶ୍ମୀର ଫାଇଲ୍ସର ବଢ଼ୁଥିବା ଲୋକପ୍ରିୟତା ସୋସିଅଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଯିଏ ମଧ୍ୟ ଏହି ଫିଲ୍ମ ଦେଖୁଛନ୍ତି ବିବେକଙ୍କୁ ଧନ୍ୟବାଦ କହିବାକୁ ଭୁଲୁ ନାହାଁନ୍ତି । ଅନ୍ୟପଟେ ଅନୁପମଙ୍କ ପ୍ରଶଂସା ଯେତେ କଲେ ମଧ୍ୟ ଶେଷ ହେବନି ।
ବାର୍ଷିକ ୧୦ ଲକ୍ଷ ଆୟ ଥିଲେ କରନ୍ତୁ ନାହିଁ ଟିକସ ଚିନ୍ତା
ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରନ୍ତି । ଆଉ ବାର୍ଷିକ ଦରମ ୧୦ ଲକ୍ଷ ଭିତରେ । ତା’ହେଲେ ଆୟ କରକୁ ନେଇ ଚିନ୍ତା କରନ୍ତୁ ନାହିଁ । ଆପଣ ପୂରା ଟିକସ ବଞ୍ଚାଇ ପାରିବେ । ବାସ୍ ଏଥିପାଇଁ ଆପଣଙ୍କୁ କିଛି ପ୍ଲାନିଂ କରିବାକୁ ପଡ଼ିବ । ନୂଆ ଆର୍ଥିକ ବର୍ଷ ଏପ୍ରିଲ୍ ୧ରୁ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ଆପଣଙ୍କ ପାଖରେ କିଛି ନୂଆ ଯୋଜନା ଓ ତାକୁ କାର୍ଯ୍ୟକାରୀ କରିବାକୁ ସମୟ ଅଛି । ଆସନ୍ତୁ ଜାଣିବା ଟିକସ ବଞ୍ଚାଇବା ଲାଗି କଣ କରିବେ ।…
ଇନକମ୍ ଟ୍ୟାକ୍ସ ନିୟମ ଅନୁସାରେ, ସେକ୍ସନ୍ ୮୦ସି ସବୁଠୁ ଲୋକପ୍ରିୟ । ଏହାପରେ ୮୦ ସିସିଡି(ୱାନ୍ ବି), ଗୃହଋଣ ଅଥବା ଶିକ୍ଷାଋଣ ଅବା ସ୍ୱାସ୍ଥ୍ୟବୀମା ଟିକସ ବଞ୍ଚାଇବା ଲାଗି ଆପଣଙ୍କୁ ସାହାଯ୍ୟ କରିପାରେ । ଯଦି ଆପଣଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କା ମଧ୍ୟରେ ତ ଏସବୁ କଲେ ଟିକସ ଦେବାକୁ ପଡ଼ିବ ନାହିଁ ।
ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ
ଚାକିରିଆ ଓ ପେନସନଧାରୀଙ୍କୁ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ମିଳିଥାଏ । ଏବେ ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ମୋଟ ଆୟ ଉପରେ ୫୦ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ମିଳୁଛି । ଏହାର ଲାଭ ଚାକିରି କରୁଥିବା ସମସ୍ତ କରଦାତାଙ୍କୁ ମିଳିଥାଏ । ଯଦି ଆପଣଙ୍କ ଆୟ ୧୦ ଲକ୍ଷ ତାହାଲେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ପରେ ଆପଣଙ୍କ ରୋଜଗାର ସାଢ଼େ ୯ ଲକ୍ଷ ଟଙ୍କା ହୋଇଯିବ ।

ସେକ୍ସନ୍ ୮୦ସି
ସେହିଭଳି ଇନକମ୍ ଟ୍ୟାକ୍ସର ସେକ୍ସନ୍ ୮୦ସି ଅନୁସାରେ, ଆପଣ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ନିବେଶ କରି ଡିଡକ୍ସନ୍ ଲାଭ ନେଇପାରିବେ । ସେକ୍ସନ୍ ୮୦ସିରେ ଜୀବନ ବୀମା ପ୍ରିମିୟମ୍, ପିପିଏଫ୍, ମ୍ୟୁଚୁଆଲ୍ ଫଣ୍ଡର ଟ୍ୟାକ୍ସ ସେଭିଂ ସ୍କିମ୍, ୨ ଛୁଆଙ୍କ ଟିଉସନ୍ ଫିସ୍, ହୋମ୍ ଲୋନ୍ ପ୍ରନ୍ସିପାଲ୍ ସହିତ ଅନେକ ଜିନିଷ ରହିଛି । ଯଦି ଆପଣ ଏସବୁର ଲାଭ ଉଠାଇବେ ତ ଆପଣଙ୍କ ଆୟକର ହ୍ରାସ ପାଇ ୮ ଲକ୍ଷ ଟଙ୍କା ଯାଏ ଚାଲି ଆସିବ ।
ଗୃହଋଣରେ କର ଛାଡ଼
ଗୃହଋଣ ଉପରେ ଟିକସ ଛାଡ଼ ହୋଇଥାଏ । ଯଦି ଆପଣ ଗୃହଋଣ ସୁଧ ଉପରେ ଗୋଟିଏ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ଯାଏ ଡିଡିକ୍ସନ୍ ଦାବି କରନ୍ତି ତ ସାଢ଼େ ୭ ଲକ୍ଷ ଟଙ୍କାରେ ୨ ଲକ୍ଷ ଟଙ୍କା ହ୍ରାସ କରାଗଲେ ଆପଣଙ୍କ ଆୟ ୫.୫ ଲକ୍ଷ ଟଙ୍କା ରହିବ ।
ଜାକିର ନାଇକ ଦ୍ୱାରା ପ୍ରଭାବିତ ଥିଲା ଗୋରଖନାଥ ମନ୍ଦିର ଆକ୍ରମଣକାରୀ
ଗୋରଖପୁର: ଗୋରଖନାଥ ମନ୍ଦିରର ସୁରକ୍ଷାରେ ନିୟୋଜିତ ପିଏସି ଯବାନଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତଜା ନିକଟରୁ ସୁରକ୍ଷା ଏଜେନ୍ସଙ୍କୁ ଏଭଳି କିଛି ଜିନିଷ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଖବର ଅନୁସାରେ ଅଭିଯୁକ୍ତ ବ୍ୟାଗରୁ ମିଳିଥିବା ଆରବୀ ଭାଷା ଧାର୍ମିକ ପୁସ୍ତକରେ ଗୋରଖନାଖ ମନ୍ଦିରର ନକ୍ସା ଥିଲା । କେବଳ ସେତିକି ନୁହେଁ ବରଂ ବ୍ୟାଗରୁ ମୈ।ଳବାଦୀ ଜାକିର ନାଇକଙ୍କ କିଛି ଭିଡ଼ିଓ ମିଳିଛି । ମୁର୍ତଜା ମୁମ୍ବାଇ ଏବଂ ନେପାଳରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଚ୍ୟାଟିଂ କରୁଥିଲା । ତେବେ ନେପାଳ ଏବଂ ମୁମ୍ବାଇ ସଂଯୋଗ ବିଷୟରେ ରାଜ୍ ଖୋଲିବାକୁ ଏଟିଏସ ବାହାରି ସାରିଛି ।

ସୋମବାର ଏଟିଏସ ଏବଂ ଏସଟିଏଫର ମିଳିତ ଟିମ୍ ମହାରାଜଗଞ୍ଜ ଏବଂ ସିଦ୍ଧାର୍ଥ ନଗର ଜିଲ୍ଲାକୁ ମଧ୍ୟ ଯାଇଥିଲେ । ଏହା ମଧ୍ୟରେ ଦୁଇ ଯୁବକଙ୍କୁ ଜେରା ମଧ୍ୟ ଚାଲିଛି । ହେପାଜତରେ ଥିବା ଦୁଇ ଯୁବକ ରବିବାର ମୁର୍ତଜାକୁ ବାଇକରେ ଗୋରଖନାଥ ମନ୍ଦିର ପଠାଇଥିଲେ । ଅନ୍ୟପଟେ ଅଭିଯୁକ୍ତ ମୁର୍ତଜାକୁ ୧୪ ଦିନର ନ୍ୟାୟିକ ହେପାଜତରେ ପଠାଯାଇଛି । ଅବଶ୍ୟ ପୋଲିସ ତାକୁ ୭ ଦିନିଆ ରିମାଣ୍ଡରେ ନେଇଛି ଏବଂ ମେଡିକାଲ ଚେକ୍ ଅପ୍ ମଧ୍ୟ ସରିଛି । ଖୁବଶୀଘ୍ର ତାକୁ ଘଟଣାସ୍ଥଳକୁ ନିଆଯାଇପାରେ ।

ଏଟିସର କହିବା ହେଉଛି କୌଣସି ଆତଙ୍କବାଦୀ ସଙ୍ଗଠନ ମୁର୍ତଜାକୁ ମାଧ୍ୟମ କରି ଏଭଳି କରିଛି । କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ରୂପ ଦେବାପାଇଁ ଏଭଳି ରିହର୍ସଲ କରାଯାଇଥିଲା । ଘଟଣା ସମୟରେ ମୁର୍ତଜା ଯେପରି ଅସ୍ତ୍ର ଧରି ମନ୍ଦିର ପରିସରରେ ଦୌଡ଼ୁଥିଲା, ଜଣାପଡ଼ୁଥିଲାଯେ, ଯଦି ତା ପାଖରେ କୌଣସି ମାରିବା ପାଇଁ ଅସ୍ତ୍ର ବା ବିସ୍ଫୋରକ ଥାଆନ୍ତା ତେବେ ଅନୁମାନ କରିପାରୁଥିବେଯେ ସେ କିଭଳି କାଣ୍ଡ ଘଟାଇ ପାରିଥାନ୍ତା । ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାବେଳେ ତା ମୁହଁରୁ ବାହାରିଥିବା ଶବ୍ଦ । ଯେତେବେଳେ ମୁର୍ତଜା କହିଲା, ଅଲ୍ଲାହୁ ଅକବର, ତୁମେମାନେ ମୋତେ ଗୁଳି ମାରିଦିଅ । ଏହାର ସଫା ସଫା ଅର୍ଥ ହେଉଛି ସେ ମରିବା ଏବଂ ମାରିବା ପାଇଁ ପ୍ରସ୍ତୁତ ।
ଏଟିଏସର କହିବା ହେଉଛି ମୁର୍ତଜା ମାନସିକ ସ୍ତରରେ ଦୁର୍ବଳ, ଯେଉଁଥିପାଇଁ ତାକୁ ଆତଙ୍କବାଦୀ ଏକ ଅସ୍ତ୍ର ଭଳି ବ୍ୟବହାର କରିଛନ୍ତି । କିନ୍ତୁ ନେପାଳରୁ ସେ ଏକା ଆସିନଥିଲା ବରଂ ତାକୁ ଦୁଇ ଯୁବକ ବାଇକରେ ଆଣିଥିଲେ । କିନ୍ତୁ ଘଟଣା ସମୟରେ ମୁର୍ତଜାକୁ ଛାଡ଼ି ସେମାନେ ଫେରାର ହୋଇଗଲେ । ଯାଞ୍ଚ୍ ଏଜେନ୍ସିର କହିବା ହେଉଛି ଲ୍ୟାପଟପ କିଣିବା ପାଇଁ ମୁର୍ତଜା ତା ବାପାଙ୍କ ଠାରୁ ୧ ଲକ୍ଷ ଟଙ୍କା ଆଣି ଲ୍ୟାପଟପ୍ କିଣିଥିଲା । ଏଥିରୁ ମିଳିଥିବା ଖବରକୁ ନେଇ ତଦନ୍ତ କରାଯାଉଛି । କେବଳ ସେତିକି ନୁହେଁ ବରଂ ପୁରୁଣା ଲ୍ୟାପଟପରୁ ମଧ୍ୟ ତଥ୍ୟ ପୁନଃ ସଂଗ୍ରହ କରାଯାଉଛି ।






