spot_img
Home Blog Page 4399

ତାଜମହଲର ବନ୍ଦ କୋଠରୀକୁ ନେଇ ମୁହଁ ଖୋଲିଲା ପ୍ରତ୍ନତତ୍ତ୍ୱ ବିଭାଗ

ଆଗ୍ରା: ତାଜମହଲର ୨୨ଟି ବନ୍ଦ କୋଠରୀ ଖୋଲିବା ଦାବିକୁ ନେଇ ମୁହଁ ଖୋଲିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ। ବନ୍ଦ ଥିବା କୋଠରୀ ଗୁଡ଼ିକରେ ପ୍ରାଚୀନ ହିନ୍ଦୁ ମୂର୍ତ୍ତି ଥାଇପାରେ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହା ଭୁଲ୍। ଏହି କୋଠରୀ ଗୁଡ଼ିକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇନି। ସଂରକ୍ଷଣ କାର୍ଯ୍ୟ ନିମନ୍ତେ ନିକଟରେ ଏହାକୁ ଖୋଲା ଯାଇଥିଲା।

ବର୍ଷ ବର୍ଷ ଧରି ଏହାର ଯାଞ୍ଚ କରାଯାଉଥିଲେ ବି ଏହା ଭିତରେ କୌଣସି ଦେବଦେବୀଙ୍କ ପ୍ରତିମା ରହିଥିବା ଦେଖାଯାଇନାହିଁ। ତାଜମହଲର ସୁରକ୍ଷା ଓ ସିକ୍ୟୁରିଟି ଦୃଷ୍ଟିରୁ ଏହି କୋଠରୀ ଗୁଡ଼ିକୁ ବନ୍ଦ ରଖାଯାଇଛି ବୋଲି ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ-  ପ୍ରଥମେ ପିଏଚଡି କର, ତା’ପରେ ଅଦାଲତକୁ ଆସିବ; କାହାକୁ ଏମିତି କହିଲେ ଆହ୍ଲାବାଦ ହାଇକୋର୍ଟ୍ ?

ସୂଚନା ଅନୁଯାୟୀ, ତାଜମହଲର ବନ୍ଦଥିବା ୨୨ କୋଠରୀକୁ ନେଇ ସର୍ଭେ ପାଇଁ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା। ଯାହାକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଜମହଲ କିଏ ବନାଇଛି ସେ ନିଷ୍ପତ୍ତି ନେବା ଆମର କାମ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଆବେଦନକାରୀଙ୍କ ଦାବି ଅନୁସାରେ କୋର୍ଟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିପାରିବେ ନାହିଁ। ଏହି କାମ ଐତିହାସିକ ତଥ୍ୟ, ବିଶେଷଜ୍ଞ ତଥା ଐତିହାସକାରଙ୍କ ଉପରେ ଛାଡି ଦିଅନ୍ତୁ । ଆମେ ଏଭଳି ଯାଚିକା ଉପରେ ଶୁଣାଣି କରିପାରିବୁ ନାହିଁ।

ଅଧିକ ପଢନ୍ତୁ- ତାଜମହଲରେ ବନ୍ଦ ଥିବା ୨୦ କୋଠରୀରେ କଣ ରହିଛି ? ଯାହାକୁ ଖୋଲିବାକୁ…

ଶ୍ରୀମନ୍ଦିରରେ ASI ସୁପରିଟେଣ୍ଡେଣ୍ଟ ଓ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଏଏସଆଇର ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ସ୍ଥିତି ଯାଞ୍ଚ କରିବାକୁ ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରକଳ୍ପ ସ୍ଥଳରେ ବୁଲିଛନ୍ତି । ପ୍ରକଳ୍ପ ସ୍ଥଳ ବୁଲିଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଓ ଏଏସଆଇ ଆଞ୍ଚଳିକ ମୁଖ୍ୟ ବୈଠକରେ ଯୋଗଦେଇଛନ୍ତି । ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ନେଇ ସମ୍ଭାବନା ରହିଛି ।

ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧିକାରୀ ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡରର ଅଭ୍ୟର୍ଥନା ସେଣ୍ଟର ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ସେ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଏହାସହ ଐତିହ୍ୟ କରିଡର ନିର୍ମାଣ ସମ୍ପର୍କରେ ଗୁରୁତ୍ୱପୂର୍ଣ ଆଲୋଚନା କରିଥିବା ଅନୁମାନ କରାଯାଉଛି ।

ଗଜପତି ମହାରାଜାଙ୍କ ଅଧକ୍ଷତାରେ CAC ବୈଠକରେ ନିଷ୍ପତି ଅନୁଯାୟୀ ଅଭ୍ୟର୍ଥନା ଗୃହ ଶହେ ମିଟର ବାହାରେ କରାଯିବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଜି ଆଲୋଚନା କରାଯାଇଥାଏ ପାରେ ବୋଲି ଅନୁମାନ କରାଯାଉଛି | ଉଭୟ ରାଜ୍ୟ ସରକାର ଓ asi ନିର୍ମାଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରାଇବା ନେଇ ହାଇକୋର୍ଟରେ ନିବେଦନ କରିଥିବା ବେଳେ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶୃଙ୍ଖଳିତ ଭାବେ ଶେଷ ହେବ ସେନେଇ ପ୍ରଚେଷ୍ଟା ଆରମ୍ଭ କରାଯାଉଥିବା ଅନୁମାନ କରାଯାଉଛି |

ASI ସୁପରିଟେଣ୍ଡେଣ୍ଟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜ୍ୟ ପୂର୍ତ୍ତ ସଚିବ ବିର ବିକ୍ରମ ଯାଦବଙ୍କ ପୁରୀରେ ଉପସ୍ଥିତି କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ୟେଶ୍ୟ ବୋଲି ଜଣାପଡିଛି | ସାମୁହିକ ଉଦ୍ୟେଶ୍ୟ ରଖି ପ୍ରକଳ୍ପ ନିର୍ମାଣ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବାରୁ ଏହାକୁ ନିୟମ ଓ ସୁରକ୍ଷିତ ଭାବେ ଶେଷ କରିବା ଲକ୍ଷରେ asi ଓ ସରକାରଙ୍କ ପକ୍ଷରୁ ଆଜି ଆଲୋଚନା କରାଯାଇଥିବା ଜଣା ପଡିଛି | ଏପରିକି ଏକ ବିଶ୍ଵସ୍ଥ ସୂତ୍ରରୁ ଅଭ୍ୟର୍ଥନା କକ୍ଷ ନିର୍ମାଣ ସଂକ୍ରାନ୍ତରେ ନୂତନ ଡିପିଆର ପ୍ରସ୍ତୁତ କରାଯିବା ନେଇ ଭରଚୁଆଲ ମାଧ୍ୟମରେ ଗୁରୁତ୍ୱପୂର୍ଣ ବୈଠକ କରାଯାଇଥିବା ଖବର ମିଳିଛି |

ନାଚିବାକୁ ବାରଣ କରିବାରୁ କନ୍ୟା ମାଆଙ୍କୁ ହତ୍ୟାକଲେ ବରପକ୍ଷ

ବରଗଡ଼: ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲିରେ ହତ୍ୟାକାଣ୍ଡ । ବିବାହ ପ୍ରସେସନକୁ କେନ୍ଦ୍ର କରି କିଶୋରୀ ତାଣ୍ଡି ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ଲୋକେ ଉତ୍ୟକ୍ତ ହୋଇ କନ୍ୟାର ମାଆକୁ ହତ୍ୟା କରିଥିବା ଜଣାପଡିଛି । ପଦ୍ମପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଆଶାକର୍ମୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ମଝିଆ ଝିଅର ଗତକାଲି ବାହାଘର ଥିଲା ।

ରାତ୍ରି ୧୨ଟା ସମୟରେ ଝିଅ ଘରକୁ ବର ବରଯାତ୍ରୀ ଆସିଥିଲେ । ତେବେ ବରଯାତ୍ରୀଙ୍କ ଅନେକ ମଦ ନିଶାରେ ଥିଲେ । ପରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଝିଅ ପକ୍ଷରୁ ସୁମନ୍ତ ନାଏକ ନାମକ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରାଯାତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମାଆ ଅଟକେଇବାକୁ ଆସି ଆକ୍ରମଣର ଶୀକାର ହୋଇଥିଲେ । ଆଶାକର୍ମୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର

ଉଦୟପୁର: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର। ଦଳର ସାଂଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ନେଇ କିଛି ପ୍ରସ୍ତାବ ଉପରେ ବାଜିବ ମୋହର । ନିର୍ବାଚନ ଓ ଦଳୀୟ ପଦ ପାଇଁ ବୟସ ସୀମା ନେଇ ଚର୍ଚ୍ଚା ହୋଇପାରେ। ସେହିପରି ଫେରିପାରେ ଗୋଟିଏ ପରିବାରରୁ ଗୋଟିଏ ଟିକେଟ ନିୟମ। ଏହାକୁ ନେଇ ଦଳରେ ସହମତି ଥିବା ବରିଷ୍ଠ ନେତା ଅଜୟ ମାକେନ କହିଛନ୍ତି।

ତେବେ ଏହି ନିୟମରେ ଗାନ୍ଧୀ ପରିବାରକୁ ଛାଡ଼ ମିଳିପାରେ । କଂଗ୍ରେସ ପାଇଁ କାମ କରିନଥିଲେ ଦଳୀୟ ନେତା ନିଜ ପରିବାର କିମ୍ବା ସଂପର୍କୀୟଙ୍କୁ ଟିକେଟ୍ ଦେବେ ନାହିଁ । ଦଳ ପାଇଁ ସର୍ବନିମ୍ନ ୫ବର୍ଷ କାମ କରିଥିବା ଜରୁରୀ। ସେହିପରି କ୍ରମାଗତ ଭାବେ କୌଣସି ପଦରେ ଥିବା ନେତା ୩ବର୍ଷର ବିରତି ନେବେ । ୨୦୨୪ ସାଧାରଣ ନିର୍ବାଚନ ରଣନୀତି ନେଇ ନବ ସଂକଳ୍ପ ଚିନ୍ତନ ଶିବିରରେ ଆଲୋଚନା ହେବ ।

ରାଜନୀତି, ସଂଗଠନ, ଅର୍ଥନୀତି, ସାମାଜିକ କଲ୍ୟାଣ, ଯୁବ ଓ କୃଷି ଭଳି ୬ଟି ଦିଗ ନେଇ ଏଥିରେ ଚର୍ଚ୍ଚା ହେବ । ଆଜି ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବୋଧନ କରିବେ । ଚିନ୍ତନ ଶିବିରରେ ୪୦୦ରୁ ଅଧିକ ବଡ଼ ନେତା ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବା ପାଇଁ ଦାବି ହେଉଛି । ଶେଷ ଦିନରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିପାରନ୍ତି ରାହୁଲ ।

୨୧ରୁ ମାଟ୍ରିକ ଖାତା ମୂଲ୍ୟାୟନ, ୫୮ଟି କେନ୍ଦ୍ରରେ ହେବ ଖାତା ଦେଖା

କଟକ: ଆସନ୍ତା  ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ ଟି ମୂଲ୍ୟାୟନ କେନ୍ଦ୍ର ରେ ହେବ ଖାତା ଦେଖା ଯିବ। ଏଥିପାଇଁ ଏଗଜାମିନର ମାନଙ୍କୁ ୨୦ ତାରିଖ ସକାଳ ୧୦ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ର ରେ ଯୋଗ ଦେବାକୁ ବୋର୍ଡ଼ ପକ୍ଷରୁ କୁହାଯାଇଛି ।

ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏଗଜାମିନରଙ୍କ ସହ ୯୦୦ ଜଣ ଡେପୁଟି ଏଗଜାମିନର , ୮୯୧୯ ଜଣ ସହକାରୀ ଏଗଜାମିନର, ୯୩୦ ସ୍କୁଟିନାଇଜରଙ୍କୁ ନିୟୋଜିତ କରିଛି ବୋର୍ଡ଼। ଖାତା ଦେଖା ପରେ ମାର୍କ ଅପଲୋଡ଼ କାର୍ଯ୍ୟ କୁ ଅନ ଲାଇନରେ କରାଯିବ। ତେବେ 10 ରୁ 12 ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି  ।

ଜନ ଡେଭିଡ ଓଡ଼ିଶା ହକିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର: ଜନ ଡେଭିଡ ଓଡ଼ିଶା ହକିର ନୂଆ ଡ଼ାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆର ଜନ ଡେଭିଡ ଓଡ଼ିଶା ହକିର ବିକାଶ ପାଇଁ କାମ କରିବେ। ଓଡ଼ିଶା ହକିକୁ ଏକ ନୂଆ ସୋପାନରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶା ହକି ଆସୋସିଏସନର ମିଳିତ ଉଦ୍ୟମରେ ତାଙ୍କୁ ନୁଯୁକ୍ତ ଦିଆଯାଇଛି।

ଜନଙ୍କୁ ଗ୍ରାସ ରୁଟରୁ ଜୁନିୟର ଓ ସିନିୟର ଖେଳାଳିଙ୍କ କୋଚିଂ ପ୍ରୋଗ୍ରାମ କରିବେ ।ସେମାନେ ପ୍ରଦର୍ଶନର ଉନ୍ନତି ପାଈଁ କାମ କରିବେ।  ଏହାସହ ଖେଳାଳିଙ୍କ ଫିଟନେସ ଓ ସ୍କିଲ ଉପରେ ମଧ୍ୟ ସେ ଫୋକସ କରିବେ। ଜନ ଡେଭିଡ ପୂର୍ବରୁ ଇଣ୍ଡିଆନ ହକି ଟିମର ହାଇ ପରଫର୍ମାନ୍ସ ଡ଼ାଇରେକ୍ଟର ଥିଲେ।

ବାରରେ ଯୁବତୀଙ୍କୁ ମଦ ଦେଇ ଦୁଷ୍କର୍ମ ଅଭିଯୋଗ, ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରଶାସନର  ସର୍ତ୍ତ ମୁତାବକ ରାଜଧାନୀରେ ଖୋଲିଛି ୧୪ଟି ବାର । ଯୁବତୀଙ୍କୁ ମଦ ପିଆଇ ପାହାଳ ଅଞ୍ଚଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେପଟେ ଯୁବତୀ ଜଣଙ୍କ ଯୁବକଙ୍କ କବଳରୁ ଖସିଆସି ପାହାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  । ଘଟଣାରେ ଜଣକୁ ଅଟକ ରଖିଛି  ।  ମିଳିଥିବା ସୂଚନା ମୁତାବକ ଅଟକ ଯୁବକ ଜଣଙ୍କ ହେଉଛନ୍ତି କିଶନ ଅଗ୍ରୱାଲ  । ଡାକ୍ତରୀ ମାଇନା ପାଇଁ ଯୁବକକୁ ମେଡିକାଲ ନିଆଯାଇଛି । ପାହାଳ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

 

ଛତିଶଗଡ଼ ହେଲିକପ୍ଟର କ୍ରାସ: ମୃତ ପାଇଲଟଙ୍କ ମଧ୍ୟରେ ଓଡ଼ିଆ ପାଇଲଟ

ରାୟପୁର: ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତ ୨ପାଇଲଟଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ରହିଛନ୍ତି । ମୃତ ଗୋପାଳ କୃଷ୍ଣ ପଣ୍ଡାଙ୍କ ଘର ସମ୍ବଲପୁର ବାହମରେ । ଜଣେ ଦକ୍ଷ ପାଇଲଟ ଥିଲେ ଗୋପାଳକୃଷ୍ଣ । ୨୦ ବର୍ଷ ଏୟାରଫୋର୍ସରେ ରହିବା ପରେ ଭିଆରଏସ ନେଇ ୨୦୧୦ରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।

ପତ୍ନୀ ଓ ପୁଅ ଝିଅଙ୍କୁ ନେଇ ୨୦୧୦ରୁ ରାୟପୁରରେ ରହିଆସୁଥିଲେ । ନିକଟରେ ଗୋପାଳକୃଷ୍ଣଙ୍କ ୨୫ତମ ବିବାହ ବାଷିକୀ ପାଳନ କରାଯାଇଥିଲା । ଭାଇ ଓ ମା’ ସମ୍ବଲପୁର ଟାଉନରେ ରହୁଥିବା ସୂଚନା ରହିଛି । ଖବର ପାଇବା ପରେ ସାନ ଭାଇ, ଭାଉଜ, ଭିଣୋଇ ଓ ଜ୍ବାଇଁ ରାୟପୁର ଯାଇଛନ୍ତି । ଗତକାଲି ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ହେଲିକପ୍ଟର ଅବତରଣ କରିବାବେଳେ ଲାଗିଥିଲା ନିଆଁ । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏକ ପାଖିଆ ପ୍ରେମ କରି ଫସିଲେ ଯୁବକ, ଛେଚିଲେ ଗାଁ ଲୋକ

ଖୋର୍ଦ୍ଧା: ରଙ୍ଗ ନମ୍ବରରୁ ଏକ ପାଖିଆ ପ୍ରେମ । ଶେଷରେ ଅଶ୍ଳୀଳ ଇଙ୍ଗୀତ କରି ଫସିଲେ ଯୁବକ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବରୁଣପଡା ଗାଁର ଘଟଣା । ସାରଥ ଘଡେଇ ନାମକ ଜଣେ ଯୁବକ ରଙ୍ଗ୍‌ ନମ୍ବରରେ କଲ କରି ବରୁଣ ପଡାଗ୍ରାମର ଜଣେ ମହିଳାଙ୍କ ସହ କଥାବାର୍ତ୍ତା କରୁଥିଲେ । ପରେ ବାରମ୍ବାର ଫୋନ କରି ହଇରାଣ କରିଥିଲେ ।

ମହିଳା ଏଥିରେ ଅତିଷ୍ଟ ହୋଇ ଯୋଜନାବଦ୍ଧ ଭାବେ ଯୁବକଙ୍କୁ ଗାଁକୁ ଡାକି ଗାଁ ଲୋକଙ୍କ ସାହାଯ୍ୟରେ ନିର୍ଧୁମ ଛେଚିଥିଲେ । ପୋଲିସ୍ ପହଂଚି ଯୁବକ ଜଣକୁ ଉଦ୍ଧାର କରି ଅଟକ ରଖି ଚଳାଇଛି ତଦନ୍ତ । ଏହା ସହ ଏକ ସ୍କୁଟି ମଧ୍ୟ୍ୟ ଜବତ କରିଛି ପୋଲିସ୍ ।

ବ୍ରଜରାଜନଗର ବିଗ୍ ଫାଇଟ୍: ଗ୍ରାଉଣ୍ଡ ଜିରୋରେ ପ୍ରଣବ ପ୍ରକାଶ ଦାସ

ବ୍ରଜରାଜନଗର: ବଢୁଛି ଉପନିର୍ବାଚନ ତାତି । ପ୍ରଚାର ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ । ବିଗ୍ ଫାଇଟ୍ ପାଇଁ ସବୁ ଦଳର ଜୋରଦାର ସଜବାଜ । ଏଥର ନୂଆ ରଣନୀତିରେ ଗ୍ରାଉଣ୍ଡକୁ ଓହ୍ଲାଇଛି ବିଜେଡି । ବରିଷ୍ଠ ଓ ଯୁବ ନେତୃତ୍ବଙ୍କ ସମନ୍ବୟରେ ବିଜୟ ପାଇଁ ଯୋଜନା କରିଛି ଦଳ । ନିଜେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡ ଜିରୋରେ ସମସ୍ତଙ୍କ ସହ ସମନ୍ବୟ ରଖି ପ୍ରଚାର କାର୍ଯ୍ୟର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

ପଶ୍ଚିମ ଓଡ଼ିଶା ନେତାଙ୍କୁ ଏଥର ଦିଆଯାଇଛି ଅଧିକ ଦାୟିତ୍ୱ । ପାଞ୍ଚ ମନ୍ତ୍ରୀ, ପଶ୍ଚିମ ଓଡ଼ିଶା ସାଂସଦ, ୧୦ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଘରଘର ବୁଲି ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ନାଁରେ ଭୋଟ ହାତେଇବାକୁ ଯୋଜନା କରିଛି ଦଳ । ସେପଟେ ପଛରେ ନାହାଁନ୍ତି ରାଜ୍ୟର ଦୁଇ ବିରୋଧୀ ଦଳ । ବିଜେପି ଓ କଂଗ୍ରେସ ମଧ୍ୟ ଚଳାଇଛନ୍ତି କସରତ ।

ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ ନେତାମାନେ ପ୍ରଚାର କରିବେ । ବ୍ରଜରାଜନଗର ବାଜି ମାରିବାକୁ କଂଗ୍ରେସ ପ୍ରସ୍ତୁତ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତାଲିକାରେ ରହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସମେତ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି ।