ଆଜିଠୁ ରାଜ୍ୟରେ ଖରା ଛୁଟି, ବନ୍ଦ ରହିବ ସମସ୍ତ ବିଦ୍ୟାଳୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସ୍କୁଲଗୁଡ଼ିକରେ ଖରା ଛୁଟି । ବନ୍ଦ ରହିବ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ରହିବ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି ।

ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଦିନ ୯ଟା ପର୍ଯ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ । ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ ।