spot_img
Home Blog Page 4387

ଏଣିକି ଘରୋଇ ହସପିଟାଲରେ ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଏଣିକି ଘରୋଇ ହସପିଟାଲରେ ସ୍ୱଳ୍ପ ଦରରେ କରୋନା ଟିକା ଉପଲବ୍ଧ ହେବ।  ଭାରତୀୟ ନିର୍ମିତ ଶେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍‌ ବର୍ତ୍ତମାନ କମ୍ ମୂଲ୍ୟରେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହି ୨ଟି ଟୀକାର ମୂଲ୍ୟ ଅଧାରୁ ଅଧିକ ହ୍ରାସ କରାଯାଇଛି।  ଉଭୟ ଟିକାର ଦର ଡୋଜ୍‌ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟ୍ୱିଟ୍‌ କରି କହିଛନ୍ତି ଯେ ଘରୋଇ ଡାକ୍ତରଖାନା ପାଇଁ କୋଭିଡଶିଲ୍ଡ ଟିକା ମୂଲ୍ୟ ୬୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଏହି ନିର୍ଣ୍ଣୟ ନିଆଯାଇଛି।

ସେହିପରି ଭାରତ ବାୟୋଟେକର ସହ ପ୍ରତିଷ୍ଠାତା ସୁଚରିତା ଇଲ୍ଲା ମଧ୍ୟ ଟ୍ୱିଟ୍‌ କରି ଟିକା ହ୍ରାସ କରାଯିବା କଥା ଉଲ୍ଲେଖ କରିଛନ୍ତି। ପୂର୍ବରୁ କୋଭାକ୍ସିନ୍‌ ଡୋଜ୍‌ ପ୍ରତି ୧୨୦୦ ଟଙ୍କା ଥିଲାବଳେ ଏବେ ଏହା ୨୨୫ ଟଙ୍କାରେ ଉପଲବ୍ଧ ହେବ।

ଏପ୍ରିଲ ୧୦ରୁ ଘରୋଇ ଟିକା ସେଣ୍ଟରରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ବୁଷ୍ଟର କରୋନା ଟିକା ଉପଲବ୍ଧ ହେବ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି। ଯେଉଁମାଙ୍କର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଗଲାଣି ସେମାନେ ଏହି ବଷ୍ଟର ଡୋଜ୍ ନେଇପାରିବେ।

 

ବୁଷ୍ଟର ଡୋଜ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଶସ୍ତା ହେଲା କୋଭାକ୍ସିନ୍‌ ଓ କୋଭିସିଲ୍ଡ

ଦେଶବ୍ୟାପୀ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ହେବାର ଦିନକ ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ  ଓ ଭାରତ ବାୟୋଟେକ୍ ନିଜ ନିଜର କୋରୋନା ଟିକା ମୂଲ୍ୟ ହ୍ରାସ ପାଇଁ ଘୋଷଣା କରିଛନ୍ତି  । ଘରୋଇ ହସ୍ପିଟାଲରେ ଏଣିକି ସେରମର କୋଭିଶିଲ୍ଡ ଟିକା ମୂଲ୍ୟ ୬୦୦ରୁ ୨୨୫ ଟଙ୍କା ହ୍ରାସ କରାଯାଇଛି  । ଭାରତ ବାୟୋଟେକର କୋଭାକ୍ସିନ ଟିକା ୧୨ ଶହ ଟଙ୍କାରୁ ୨୨୫ ଟଙ୍କା ହ୍ରାସ ହୋଇଛି  । ଆସନ୍ତାକାଲିଠାରୁ ଦେଶବ୍ୟାପୀ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସରକାର ଶୁକ୍ରବାର ଘୋଷଣା କରିଥିଲେ  । ଏହି ବୟସ ବର୍ଗର ଲୋକ ଘରୋଇ ଟିକାକରଣ କେନ୍ଦ୍ରରେ ଧାର୍ଯ୍ୟ ଟଙ୍କା ପୈଠ କରି ବୁଷ୍ଟର ଡୋଜ୍ ନେଇପାରିବେ  ।

 

ସୂଚନାଯୋଗ୍ୟ କେନ୍ଦ୍ର ସରକାର ପ୍ରଥମ ଦିନରେ କହିଥିଲେଯେ,  ଘରୋଇ ଟିକାକରଣ କେନ୍ଦ୍ର ଡୋଜ୍‌ ପିଛା ୧୫୦ ଟଙ୍କା ଲେଖାଏଁ ନେଇପାରିବେ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ବୈଠକ ରଖିଥିଲେ । ତେବେ ପୂର୍ବରୁ କୋ-ଓ୍ୱିନ୍‌ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରିକସନ୍‌ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ପାଇଁ କୌଣସି ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।

ବାଚସ୍ପତି କହିଲେ ଭୋଟିଂ କରିବିନି, ମୁଁ ଇମ୍ରାନଙ୍କୁ ଧୋକା ଦେଇପାରିବିନି

ଇସଲାମବାଦ: ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଭୋଟିଂ ପକ୍ରିୟା କରିବେ ନାହିଁ ବୋଲି ପୁଣି କହିଛନ୍ତି ବାଚସ୍ପତି ଅସଦ କୌର  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅମାନ୍ୟ ହୋଇଛନ୍ତି ଅସଦ କୌର  । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅସଦ କହିଛନ୍ତି, ମୁଁ ଇମ୍ରାନଙ୍କୁ କଦାପି ଧୋକ୍କା ଦେଇପାରିବି ନାହିଁ  ।  ଇମ୍ରାନଙ୍କ ସହ ସର୍ବଦା ରହିଛି  । ତେଣୁ ଯାହା ମଧ୍ୟ ମୋତେ ଦଣ୍ଡମିଳିବ ମୁଁ ମାନିନେବାକୁ ରାଜି ଅଛି  । କିନ୍ତୁ ଇମ୍ରାନଙ୍କ ପାଇଁ କ୍ଷତି କରାଇଦେବି ନାହିଁ  ।

ରାତି ସାଢ଼େ ୮ଟାରେ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ପାକିସ୍ତାନ ସଂସଦରେ ପ୍ରବଳ ହଟ୍ଟଗୋଳ ପରେ ସମୟ ହୋଇଛି ନିର୍ଦ୍ଧାରଣ । ଆଜି ସକାଳ ୧୦ଟାରେ ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍‌ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ । । ସମ୍ବିଧାନ ଓ ଆଇନକୁ ବାଚସ୍ପତି ସମ୍ମାନ ଦେବା ଦରକାର ବୋଲି ପିଏମଏଲ ନେତା ଶେହବାଜ ସରିଫ କହିଥିବାବେଳେ ବୈଦେଶିକ ମନ୍ତ୍ରୀ ଅହମ୍ମଦ ଶାହ କୁରେସୀ ସୁପ୍ରିମକୋର୍ଟଙ୍କ ରାୟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ।

 

ଆବାସିକ ହଷ୍ଟେଲରେ ବ୍ୟାପିଲା ଝାଡ଼ାବାନ୍ତି, ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ

ଫୁଲବାଣୀ: ଆବାସିକ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କସ୍ତୁରବା ଗାନ୍ଧୀ ଆବାସିକ ହଷ୍ଟେଲରେ ଝାଡ଼ବାନ୍ତି ବ୍ୟାପିଛି । ୨ ଦିନ ମଧ୍ୟରେ ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେଣି । ୭ ତାରିଖରୁ ଆବାସିକ ହଷ୍ଟେଲରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ଫିରିଙ୍ଗିଆ ମେଡିକାଲରେ ୧୫ ଜଣ ଛାତ୍ରୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ପାଇଁ ଏଭଳି ହୋଇଥିବା କୁହାଯାଉଛି ।

Diarrhea In Phiringia Hostel School, 30 Students Ill

ଦୀର୍ଘ ଦିନ ଧରି ଛାତ୍ରୀ ନିବାସରେ ପିଇବା ପାଣି ସମସ୍ୟା ଲାଗି ରହିଛି । ବାରମ୍ବାର ଅଭିଯୋଗ ପରେ ବି ସ୍କୁଲ୍ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ଏବେ ଝାଡ଼ାବାନ୍ତି ବ୍ୟାପିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମେଡିକାଲ ଅଫିସରେଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । କେଉଁ କାରଣରୁ ହଷ୍ଟେଲରେ ଝାଡ଼ାବାନ୍ତି ବ୍ୟାପିଲା ଟିମ୍ ତଦନ୍ତ କରିବ ।

କେନ୍ଦ୍ରର ରାଜସ୍ୱ ପାଇଁ ହନ୍ତସନ୍ତ ଖାଉଟି, ବିଶ୍ୱରେ ଭାରତରେ ଗ୍ୟାସ୍ ଦାମ ସର୍ବାଧିକ

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଖାଉଟି ଅଧମରା । ତେଲ ବଢୁଛି ବଢୁଛି ଗ୍ୟାସ୍ ଦର । ଗ୍ୟାସ୍ ଦର ଏତେ ଉଚ୍ଚରେ ପହଞ୍ଚିଲାଣି ଯେ, ଏବେ ଦେଶର ଏଲ୍‌ପିଜି ଦର ବିଶ୍ୱରେ ମହଙ୍ଗା । ଦେଶ ବାହାରେ ଗ୍ୟାସ୍ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅଥଚ ଭାରତରେ ଉତ୍ପାଦ ଶୁଳ୍କ ଓ ସେସ୍‌ ବାବଦରେ ସିଲିଣ୍ଡର ପିଛା ଆଦାୟ ହେଉଛି ୨୫୦ରୁ ୩୦୦ ଟଙ୍କା । ଏମିତି ଟ୍ୟାକ୍ସ ଲଦି ୭ ବର୍ଷ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ କେନ୍ଦ୍ର ସରକାର ଆଦାୟ କଲେଣି ୨୬ ଲକ୍ଷ କୋଟି ଟଙ୍କା । ତୈଳ ଓ ଗ୍ୟାସ ଦର ନିୟନ୍ତ୍ରଣ ନ କରି ବିପଣନକାରୀ କମ୍ପାନୀଙ୍କୁ ଖୁଲମଖୋଲା ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ରାଜସ୍ବ ସଂଗ୍ରହ ପାଇଁ ବିକଳ୍ପ ବାଟ ବାହାର ନ କରି ଖାଉଟିଙ୍କୁ ହନ୍ତସନ୍ତ କରୁଛି କେନ୍ଦ୍ର ।

India Collecting Highest Amount As Taxes On Cylinder In World

ଖାଉଟିଙ୍କୁ ଶୋଷୁଛି କେନ୍ଦ୍ର । ହୁ ହୁ ହୋଇ ବଢ଼ି ଚାଲିଛି ଗ୍ୟାସ୍ ଦର । ବାହାନା ଅଶୋଧିତ ତୈଳଦର ବୃଦ୍ଧି ଓ ଋଷ-ୟୁକ୍ରେନ୍‌ ଯୁଦ୍ଧ । ହାଣ୍ଡିଶାଳ ପାଇଁ ୯୭୬ ଟଙ୍କା ଦେଲେ ଜଳୁଛି ଗ୍ୟାସ୍ ଚୁଲା । କମର୍ସିଆଲ ସିଲିଣ୍ଡର ଦର ୨୩୦୦ ପାର୍‌ । ରିପୋର୍ଟ କହୁଛି, ଭାରତୀୟ ଗ୍ରାହକ କିଣୁଛନ୍ତି ବିଶ୍ୱରେ ସବୁଠ ଉଚ୍ଚ ଦରରେ ଗ୍ୟାସ । ସାଧାରଣ ଖାଉଟି ଗ୍ୟାସ୍ କିଣିବାକୁ କଲବଲ । ସେପଟେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ମାଗଣା ସିଲିଣ୍ଡର ବ୍ୟବସ୍ଥା ବୁମେରାଂ ହୋଇଛି । ଉଜ୍ଜ୍ୱଳା ଯୋଜନାରେ ମାଆ ଓ ଭଉଣୀଙ୍କ ଆଖିରୁ ଲୁହ ପୋଛିବାକୁ ଯୋଜନା କରିଥିଲା କେନ୍ଦ୍ର । ଏବେ ଗ୍ୟାସ ଦର ବୃଦ୍ଧିରେ ମାଆ ଓ ଭଉଣୀମାନଙ୍କ ଆଖି ଲୁହରେ ପଣତ ଓଦା ହେଲାଣି ।

India Collecting Highest Amount As Taxes On Cylinder In World

ଭାରତକୁ ଛାଡ଼ି ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଗ୍ୟାସ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅର୍ଥନୀତି ସମୀକ୍ଷକଙ୍କ ମତରେ ଭାରତରେ ପ୍ରତି ସିଲିଣ୍ଡର ପିଛା ଉତ୍ପାଦ ଶୁଳ୍କ ଓ ସେସ୍‌ ମିଶି ୨୫୦ ଟଙ୍କାରୁ ୩୦୦ ଟଙ୍କା ପଡ଼ୁଛି । ଏହାଛଡ଼ା ସବସିଡି ବନ୍ଦ କରି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅହେତୁକ ଟିକସ ଆଦାୟ ଗ୍ୟାସ୍ ଦର ବୃଦ୍ଧିର ପ୍ରମୁଖ କାରଣ । ଗତ ୭ ବର୍ଷରେ ପେଟ୍ରୋଲ୍, ଡିଜେଲ୍ ଓ ଏଲପିଜି ଗ୍ୟାସ୍ ଉପରେ ଉତ୍ପାଦ ଓ ସେସ୍‌ ଟିକସ ଉପରୁ କେନ୍ଦ୍ର ସରକାର ୨୬ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ।

India Collecting Highest Amount As Taxes On Cylinder In World

ଘରୋଇ ଗ୍ୟାସ୍ ଦର ବୃଦ୍ଧିରେ ବେହାଲ ସାଧାରଣ ଖାଉଟି । ଲଗାତାର ଦରବୃଦ୍ଧି ଯୋଗୁ ଗ୍ୟାସ ଡିଲରଙ୍କ ବେପାର ବି ମାନ୍ଦା । ରାଜସ୍ୱ ସଂଗ୍ରହ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସକୁ ଏକମାତ୍ର ରିସୋର୍ସ୍‌ ଭାବେ ଗ୍ରହଣ କରିଛନ୍ତି । ୟୁପିଏ ସରକାରଙ୍କ ସମୟରେ ଖାଉଟିଙ୍କୁ ସିଲିଣ୍ଡର ପିଛା ସବସିଡି ମିଳୁଥିଲା । ଏବେ ସେ ବ୍ୟବସ୍ଥାଟିକୁ ବି କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି ବୋଲି କହିଛି ଖୋଦ ଗ୍ୟାସ୍ ବିତରକ ସଂଘ । କିନ୍ତୁ କେନ୍ଦ୍ର ସରକାରଙ୍କ ଅହେତୁକ ଟିକସ ବୃଦ୍ଧି ଦରବୃଦ୍ଧିର କାରଣ ବୋଲି ସଂଘ ମତ ରଖିଛି ।

India Collecting Highest Amount As Taxes On Cylinder In World

୫ ରାଜ୍ୟରେ ନିର୍ବାଚନ ବେଳେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ତ୍ୱେ ଦର ବଢ଼ି ନଥିଲା । ନିର୍ବାଚନ ସରିଲା ପରେ ଏବେ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲରୁ ଗ୍ୟାସ୍ ଦର । ଦର ଏମିତି ବଢୁଛି ଯେ ଲାଗୁନି ବ୍ରେକ୍ । ଅଚ୍ଛେଦିନର ନାରା ଏବେ ଫମ୍ପା ଆୱାଜ ।

କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଟରୋଣ୍ଟୋ: କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଟରୋଣ୍ଟୋ ସହରର ଏକ ମେଟ୍ରୋ ଷ୍ଟେସନ ପ୍ରବେଶ ଦ୍ୱାରରେ ଗୁଳିବିନିୟମରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣଙ୍କ ଦେହରରେ ଏକାଧିକ ଗୁଳି ବାଜିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ଗାଜିଆବାଦର ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ।

ସୂଚନା ମୁତାବକ କାର୍ତ୍ତିକ କାମ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି । ଟରୋଣ୍ଟୋ ପୋଲିସ ମୁତାବକ ଘଟଣାସ୍ଥଳରେ ପ୍ରଥମେ ଚିକିତ୍ସା କରିବା ପରେ ବାସୁଦେବଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟରୋଣ୍ଟୋ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଟର୍ଣ୍ଣାଟୋରେ ଥିବା ଭାରତୀ ଦୂତବାସ ପକ୍ଷରୁ କୁହାଯାଇଛି ଯେ,  ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି। କାର୍ତ୍ତିଙ୍କ ମୃତ୍ୟୁକୁ ଭାରତୀୟ ଦୂତବାସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ଟ୍ୱିଟ୍‌ କରିଛନ୍ତି।

ଏହି ଘଟଣାରେ ଟର୍ଣ୍ଣାଟୋ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି। ଏଥିସହ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ।

ବଡ଼ ଭାଇର ଛାତଘର ଦେଖି ସହି ପାରିଲାନି ସାନ ଭାଇ, ପିଟି ପିଟି ମାରିଦେଲା

ରିବା: ମଧ୍ୟପ୍ରଦେଶର ରିବାରେ  ଛାତଘର ତିଆରି କରିବାରୁ ଜଣକ ଜୀବନ ଯାଇଛି । ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଘଟଣା ଘଟିଛି ଗୋଟିଏ ପରିବାରରେ । ତାହା ପଛର କାରଣ ମଧ୍ୟ ଇର୍ଷା । ଭାଇ ଭାଇର ଜୀବନ ନେଇଛି । ବଡ଼ ଭାଇର ଶତ୍ରୁ ହୋଇଯାଇଛି ସାନଭାଇ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଦ୍ୱାରା ଘର ତିଆରି କରିବା ବିବାଦକୁ ନେଇ ଦୁଇ ସାନ ଭାଇ ବଡ଼ ଭାଇକୁ ପିଟି ପିଟି ମାରି ଦେଇଛନ୍ତି ।  ପୁଲିସ୍‌ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।

ମାମଲା ଗଢ଼ ଥାନା ଅଞ୍ଚଳର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ କରିବାକୁ ମୁନ୍ନିଲାଲ ସାକେତଙ୍କୁ ସୁଯୋଗ ମିଳିଲା । ମୁନ୍ନିଲାଲଙ୍କ ଖୁସି ତ କହିଲେ ନ ସରେ । କିନ୍ତୁ କିଏ ଜାଣିଥିଲାଯେ, ତାଙ୍କର ଏହି ଖୁସି ତାଙ୍କ ମୃତ୍ୟୁର କାରଣ ପାଲଟିଯିବ । ମୁନ୍ନିଲାଲଙ୍କ ଦୁଇ ସାନ ଭାଇ ଏହାକୁ ନେଇ ଝଗଡ଼ା କଲେ । ତିନିଜଣଙ୍କ ମଧ୍ୟରେ କଳହ ଲାଗି ରହିଲା ।  ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଗଲା ।  କିନ୍ତୁ ବିବାଦ କମିବା ପରିବର୍ତ୍ତେ ବଢ଼ିଗଲା । ୩ ଅପ୍ରେଲରେ ତିନି ଭାଇଙ୍କ ମଧ୍ୟ ଖୁବ୍‌ କଳହ ହେଲା । ଦୁଇ ସାନ ଭାଇ ମିଶି ବଡ଼ ଭାଇକୁ ଖୁବ୍‌ ମାରପିଟ୍‌ କଲେ ।  ଠେଙ୍ଗା ଓ ବାଡ଼ିରେ ଖୁବ୍‌ ମାଡ଼ ମାରି ମୁନ୍ନିଙ୍କୁ କ୍ଷେତାକ୍ତ କରିଦେଲେ । ହାଡ଼ ମଧ୍ୟ ଭାଙ୍ଗିଦେଲେ ।  ଯାହାପରେ ମୁନ୍ନିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଗଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କଲେ । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଧାର ନଆସିବାରୁ ମୁନ୍ନିଲାଲଙ୍କୁ ପ୍ରୟାଗରାଜ ନେଇଗଲେ ପରିବାର ସଦସ୍ୟ । ଦୁଃଖର ବିଷୟ ସେଠାରେ ମୁନ୍ନିଲାଲ ଆଖି ବୁଜିଦେଲେ ।

ଚାକିରି ନାଁରେ ଠକେଇ, ବ୍ୟବହାର କରୁଥିଲେ ପ୍ରି-ଆକ୍ଟିଭେଟେଡ୍ ସିମ୍

ଭୁବନେଶ୍ୱର: ବେନାମୀ ସିମ୍‌ ବ୍ୟବହାର କରି ଚାକିରି ଦେବା ନାଁରେ ଠକେଇ । ବନ୍ଧାହେଲେ ଟେଲିକମ୍‌ କମ୍ପାନୀ ଟେରିଟୋରିଆଲ ସେଲ୍ସ ମୁଖ୍ୟଙ୍କ ସମେତ ୪ ଜଣ । ପ୍ରି-ଆକ୍ଟିଭେଟେଡ୍ ସିମ୍‌ ନେଇ ବେକାର ଯୁବକଙ୍କୁ କରୁଥିଲେ ଟାର୍ଗେଟ । ଅରୁଣ ଘୋଷ, ସ୍ମୃତି ରଂଜନ ମହାନ୍ତି, ବାନାମ୍ବର ପ୍ରଧାନ, ଚୁନ୍ନିଲାଲ ପୃଷ୍ଟିଙ୍କୁ ଗିରଫ କରିଛି ସାଇବର ପୋଲିସ । ଅରୁଣ ଘୋଷଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଠାବ ହୋଇଥିବା ବେଳେ ଟଙ୍କା ଫ୍ରିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖାଯାଇଛି ।

Cyber Police Arrested 4 Employees Of A Private Telecom Company

ଗତ ୯ ତାରିଖରେ ଅଭିଯୋଗକାରୀଙ୍କ ମୋବାଇଲକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କରିଥିଲେ । ଅଭିଯୁକ୍ତ ଅରୁଣ ଘୋଷ ନିଜକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗିର ମୁଖ୍ୟ କାର୍ଯ୍ୟାଳୟରରୁ କହୁଛି ବୋଲି କହିଥିଲେ । ବ୍ୟାଙ୍କରେ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ମନୋନୀତ ହୋଇଥିବା ଜଣାଇ ତାଙ୍କୁ ଗୋଟିଏ ଲିଙ୍କ୍ ପଠାଇଥିଲେ । କିଛିଦିନ ପରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୧ ଲକ୍ଷ ୧୦ ହଜାର ୬୦୦ ଟଙ୍କା ପୈଠ କରିବାକୁ କହିଥିଲେ ।

Cyber Police Arrested 4 Employees Of A Private Telecom Company

ଅଭିଯୋଗକାରୀ ୨୦୨୧ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସମୁଦାୟ ୧୧ଟି କିସ୍ତିରେ ଟଙ୍କା ଦେଇଥିଲେ । ଅଭିଯୁକ୍ତ ଜଣକ ୨୦୧୯ରୁ ୨୦୨୨ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କୁ ପ୍ରାୟ ୫୬ ଲକ୍ଷ ଟଙ୍କା ଲୁଟିଛନ୍ତି । ପୋଲିସ ଠାରୁ ମୋବାଇଲ, ପ୍ରିଣ୍ଟର, ୭୨ଟି ସିମକାର୍ଡ, ୪୯ଟି ଏଟିଏମ୍ କାର୍ଡ ଓ ଜାଲ୍ କାଗଜପତ୍ର ଜବତ କରିଛି । ଏବେ ପୋଲିସ ସ୍କାନରରେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଟେଲିକମ କମ୍ପାନୀର କର୍ମଚାରୀ ।

ଗୋଟିଏ ଫ୍ରେମରେ ୫ଟି ପୀଢ଼ି

ଦିନଥିଲା ଯେତେବେଳେ ମଣିଷ ଶତାଧିକ ବର୍ଷ ବଞ୍ଚୁଥିଲା । କିନ୍ତୁ ଏବେ ଧୀରେ ଏହା ହ୍ରାସ ହେବାରେ ଲାଗିଛି । ଏକା ସାଙ୍ଗରେ ତିନୋଟି ପୀଢ଼ିକୁ ଦେଖିବା ତ ଅସମ୍ଭବ ହୋଇପଡ଼ୁଛି ।  କିନ୍ତୁ ସୋସିଅଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକା ସାଙ୍ଗରେ ଅର୍ଥାତ୍‌ ଗୋଟିଏ ଫ୍ରେମରେ ୫ଟି ପୀଢ଼ିକୁ ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ପ୍ରସିଦ୍ଧ ବିଜନେସମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ।

ଏହି ଭିଡ଼ିଓକୁ ଦେଖିବା ପରେ ଲାଗୁଛି ଯେମିତି ସୋସିଅଲ ମିଡିଆରେ ଏଭଳି ଭିଡ଼ିଓ ଶେୟାର କରିବା ଏକ ଟ୍ରେଣ୍ଡ୍‌ ହୋଇ ସାରିଛି । ସେହି ଲୋକମାନେ ଭିଡ଼ିଓ ଶେୟାର କରିବା ଆରମ୍ଭ କରିଛନ୍ତି ଯେଉଁମାନଙ୍କର ୪ କିମ୍ବା ୫ ପୀଢ଼ିଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି ।

 

ବାସ୍ତବରେ ଆନନ୍ଦ ମହିନ୍ଦ୍ରା କ୍ୟାପ୍ସନରେ ଲଖିଥିଲେଯେ, ଯଦି ଭାରତରେ ମଧ୍ୟ ଏଭଳି ଫଟୋ ସାମ୍ନାକୁ ଆସନ୍ତା ତେବେ ଭାଗ୍ୟରେ ଥିବାଭଳି ମନେ ହୁଅନ୍ତା । ଯାହାପରେ ୟୁଜର୍ସ ଭିଡ଼ିଓ ଏବଂ ଫଟୋ ଶେୟାର କରିବାରେ ଲାଗି ପଡ଼ିଛନ୍ତି । କେହି କେହି ଲେଖିଛନ୍ତିଯେ, ୪ ପୀଢ଼ିଙ୍କୁ ଏକା ସାଙ୍ଗରେ ଦେଖିବା କିଛି ଦୁର୍ଲଭ ନୁହେଁ ଯେମିତି ମହିନ୍ଦ୍ରା ବାବୁ ଭାବୁଛନ୍ତି ।

ସୂଚନାଯୋଗ୍ୟ ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଭିଡ଼ିଓ ଭାରତର ନୁହେଁ । ତେଣୁ ସେ ଭାରତରେ ମଧ୍ୟ ଏଭଳି ଫଟୋ ଦେଖିବାକୁ ଚାହୁଁଥିଲେ । ଏବେ ଲୋକଙ୍କର ଏତେ ମାତ୍ରାରେ ପ୍ରତିକ୍ରିୟା ଦେଖିବା ପରେ ଜଣାପଡ଼ୁଛି ନିହାତି ଭାବରେ ତାଙ୍କ ଇଛା ପୂରା ହୋଇଯାଇଛି ।

ଶ୍ରୀଲଙ୍କାରେ ସୁନା ବନ୍ଧକ ପାଇଁ ଭିଡ଼, ସନ୍ୟାସୀ କଲେ ଆନ୍ଦୋଳନ

କଲମ୍ବୋ: ଦିନକୁ ଦିନ ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି  ।  ଘନୀଭୂତ ହେଉଛି ଶ୍ରୀଲଙ୍କା ସଂକଟ । ସାରା ଦେଶରେ ଜାରି ରହିଛି ବିକ୍ଷୋଭ ଆନ୍ଦୋଳନ । ରାସ୍ତାଘାଟରେ ରାଜପକ୍ଷ ସରକାର ବିରୋଧରେ ତୀବ୍ର ହୋଇଛି ସ୍ୱର । ତେଣେ ଦେଶରେ ଦରବୃଦ୍ଧି ଶ୍ରୀଲଙ୍କା ବାସୀଙ୍କୁ ଶ୍ରୀହିନ କରିପକାଇଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହାବୁହା ଗ୍ୟାସ । ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ର । ଦେଶରେ ବର୍ତ୍ତମାନ ଖାଦ୍ୟ, ଇନ୍ଧନ, ମେଡିସିନର ବ୍ୟାପକ ଅଭାବ ଦେଖାଦେଇଛି ।

ସେପଟେ  ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି ବିକ୍ଷୋଭକାରୀ । କଲମ୍ବୋରେ ହୋଇଥିବା ଆନ୍ଦୋଳନରେ ବହୁ ସଂଖ୍ୟକ ବୌଦ୍ଧ ସନ୍ନ୍ୟାସୀ ସାମିଲ ହୋଇଛନ୍ତି । ସାରା ଦେଶରେ ଆନ୍ଦୋଳନକାରୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗୋଟାବାୟା ଗୋ ବ୍ୟାକ ଧ୍ୱନି ଦେଇଛନ୍ତି । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ୭୦୦ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ତେଣେ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବାଯୋଗୁ ବହୁ ଆନ୍ତର୍ଜାତିକ ସଂସ୍ଥା ଶ୍ରୀଲଙ୍କାର ରେଟିଂକୁ ହ୍ରାସ କରିଛନ୍ତି । ଶ୍ରୀଲଙ୍କାରେ ସ୍ଥିତି ଏମିତି ହୋଇଛି ଯେ, ବଞ୍ଚିବା ଲାଗି ସାଧାରଣ ଲୋକେ ସୁନା ବନ୍ଧକ ରଖିବା ଲାଗି ଦୋକାନଗୁଡ଼ିକରେ ଭିଡ଼ ଲଗାଉଛନ୍ତି ।