ସୁନାରେ ଝଟକିଲା କାଶୀ ବିଶ୍ବନାଥ ମନ୍ଦିର, ଭକ୍ତଙ୍କ ଦାନରେ ହେଲା ସୁନା ଛାଉଣି

ଉତ୍ତରପ୍ରଦେଶ: ସୁନାରେ ଚମକିଲା କାଶୀ ବିଶ୍ବନାଥ ଧାମ ।ବାବା ବିଶ୍ବନାଥ ମନ୍ଦିର ଏବେ ସ୍ବର୍ଣ୍ଣି ମଣ୍ଡିତ ଦରବାର ରୂପାନ୍ତରିତ ହୋଇଛି ।ଜଣେ ଗୂପ୍ତ ଦାନଦାତାଙ୍କ ଦାନ ଯୋଗୁଁ ୬୦ କିଲୋ ସୁନାରେ ମନ୍ଦିର ଏବେ ସଂପୂର୍ଣ୍ଣ ରୂପରେ ସୁନା ଛାଉଣିରେ ବୁଡ଼ି ସାରିଛି । ମନ୍ଦିରର ଉଭୟ ଗର୍ଭଗୃହ ଓ ବାହ୍ୟଗୃହରେ ସୁନାର ଛାଉଣି କରାଯାଇଛି  ।ଏହି ସୁନା ଛାଉଣି କାମ ଶେଷ ହେବାକୁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

ଏବେ ବାବାଙ୍କ ମନ୍ଦିରର ସ୍ବର୍ଣ୍ଣମଣ୍ଡିତ ରୂପ ଦେଖି ଯେ କେହି ମନ୍ତ୍ରମୁଗ୍ଧ ।ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ଆଭ୍ୟନ୍ତରୀଣ ତଥା ଗର୍ଭଗୃହର ଛାତ ଓ ଶ୍ରୀଯନ୍ତ୍ରକୁ ସୁନା ଛାଉଣି କରାଯାଇଥିଲା  । ପରେ ଦ୍ବିତୀୟ ପର୍ଯ୍ୟାୟରେ ମନ୍ଦିରର ବାହ୍ୟ ଗୃହରେ ସୁନା କାମ   ଶେଷ କରାଯାଇଛି ।

ଶିବରାତ୍ରୀ ସୁଦ୍ଧା ଗର୍ଭଗୃହରେ ୩୭ କିଲୋ ସୁନାକାମ ଶେଷ ହୋଇଯାଇଥିଲା, ବାହ୍ୟଭାଗରେ ୨୩ କିଲୋ ସୁନା କାମ ଶେଷ ହୋଇଛି। ଏଥି ସହିତ ୪ଗେଟ୍ ରେ ମଧ୍ୟ ଛାଉଣି କରାଯାଇଛି । ସୁନା ଛାଉଣି ନଷ୍ଟ ନହେବା ପାଇଁ ଏହା ଉପରେ ପାରର୍ଦଶୀ ପ୍ଲାଷ୍ଟିକ୍ ପରଦ ଲଗାଯାଇଛି ।