ମିସେସ ୟୁନିଭର୍ସ କାନାଡା ମୁକୁଟ ପିନ୍ଧିଲେ କୋରାପୁଟ ଝିଅ ମିତାଲି

ଭୁବନେଶ୍ବର: ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଚମକିଲେ କୋରାପୁଟ ଝିଅ ମିତାଲି ପଣ୍ଡା  । ଶ୍ରୀମତୀ କାନାଡା ସୁନ୍ଦରୀ ଭାବେ ହେଲେ ସମ୍ମାନିତ । ବିଶ୍ବର ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ସାଜିଲେ ବିଉଟି ଅଫ କାନାଡା  । ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଭାଗ ନେଇ ଅନେକ ସୁନ୍ଦରୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ମିତାଲି  । ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ନିଜ ଦେଶକୁ ଉପସ୍ଥାପନା କରି ବେଶ ଖୁସି ଓ ଗର୍ବିତ ସେ । ବିଶ୍ବର ବଡ ସହରରେ ନିଜ ସ୍ବପ୍ନ ସାକାର ହୋଇଥିବା କୁହନ୍ତି କୋରାପୁଟ ଜୟପୁରର ମିତାଲି  ।

୨୦୨୧ ମିସେସ କରୱାଚୌଥ ଶୋରେ ଜଜ ହେବା ପରେ ମିସେସ ୟୁନିଭର୍ସ କାନାଡା ପ୍ରତିଯୋଗିତାରେ ସାମିଲ ହେବାକୁ ମିତାଲିଙ୍କୁ ମିଳିଥିଲା ସୁଯୋଗ  ।  ୨୦୧୮ ମିସେସ କରୱାଚୌଥ, ମିସେସ ରୟାଲ ଚଏସ ଆୱାର୍ଡ ୨୦୧୯ ମୁକୁଟ ପିନ୍ଧିବା ପରେ ଆରମ୍ଭ ହୋଇଥିଲା ଶ୍ରୀମତୀ ସୁନ୍ଦରୀଙ୍କ ଯାତ୍ରା  ।

ଜୟପୁରରୁ ସ୍କୁଲ କଲେଜ ପଢା ପରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ କରିଥିଲେ ମିତାଲି  । ଦିଲ୍ଲୀ, ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ଆଇଟି କମ୍ପାନୀରେ ଚାକିରୀ ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ । ୨୦୧୭ରେ ଜୟପୁରର ସନ୍ଦୀପ ବର୍ମାଙ୍କୁ ବିବାହ କରି କାନାଡା ଚାଲି ଆସିବା ପରେ ମିତାଲିଙ୍କ କ୍ୟାରିଅରରେ ଲାଗି ନଥିଲା ବ୍ରେକ । କିଛି ନୂଆ ଓ ଅଲଗା କରିବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ମିତାଲି ।