ବାରବାଟୀରେ ଫ୍ଲପ ହେବେ ମିଲର ! ମଜାଳିଆ ଟିପ୍ସ ଦେଲେ ଭଜି

1 min read

କଟକ: ବିଶ୍ବ ରେକର୍ଡରୁ ଅଳ୍ପକେ ବର୍ତ୍ତିଯାଇଛି ଭାରତ  । ପ୍ରଥମ ଟି ୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠୁ ପରାଜିତ ହୋଇଛି ଭାରତୀୟ ଟିମ  । ଯାହା ଫଳରେ ସର୍ବାଧିକ ରନ ଟାର୍ଗେଟ ପିଛା କରିବା ରେକର୍ଡ ଦୌଡରେ ଆଜି ଭାରତ ପଛରେ ପଡି ଯାଇଛି  ।

ଆଉ ଏହି ରେକର୍ଡରେ ବାଧା ସାଜିଥିଲେ ଦକ୍ଷିଣ ଆଫ୍ରିକାର ରନ ମେସିନ ଡେଭିଡ ମିଲର  । ଭାରତ ବିପକ୍ଷରେ ୩୧ ବଲରୁ ୬୪ ରନ ସଂଗ୍ରହ କରି ଦକ୍ଷିଣ ଆଫ୍ରିକାକୁ ବିଜୟ ସ୍ବାଦ ଚଖାଇଥିଲେ ମିଲର  । ଆସନ୍ତା ୧୨ ତାରିଖରେ ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତୀୟ ଟିମ  । ଆଉ ଟିମ ପାଇଁ ମାରାତ୍ମକ ସାଜିପାରନ୍ତି ମିଲର । ରନ ମେସିନ ମିଲରଙ୍କୁ କେମିତି ଅଟକାଇବ ଭାରତୀୟ ଟିମ ?

ଟ୍ବିଟରରେ ଏକ ଭିଡିଓ ସେୟାର କରି ବିଜୟ ମନ୍ତ୍ର ଦେଲେ ପୂର୍ବତନ କ୍ରିକେଟର ହରଭଜନ ସିଂ । ଭଜିଙ୍କ ଏହି ଟ୍ବିଟ ପରେ ୟୁଜର ମାନେ ମଧ୍ୟ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି  । ଦେଖନ୍ତୁ ସେହି ମଜାଳିଆ ଭିଡିଓ