ଓଡ଼ିଶା ଆସିବେ ଦାଦା, ଦେଖିବେ ଭାରତ- ଦକ୍ଷିଣ ଅଫ୍ରିକା ମ୍ୟାଚ୍

1 min read

କଟକ: ବାରବାଟୀରେ  ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି  । ଜୁନ୍ ୧୨ ତାରିଖରେ ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ ତରଫରୁ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ କରାଯାଇଥିଲା ନମନ୍ତ୍ରଣ  । ତେବେ ଓସିଏର ନିମନ୍ତ୍ରଣ  ପତ୍ରକୁ ସ୍ୱୀକାର କରିବା ସହ ମ୍ୟାଚ ଦେଖିବା ନିମନ୍ତେ ସହମ୍ମତି ପ୍ରକାଶ କରିଛନ୍ତି ଗାଙ୍ଗୁଲି  ।

ସେପଟେ ସୌରଭ ଗାଙ୍ଗୁଲି ମ୍ୟାଚ ଦେଖିବାକୁ ଆସିବେ ବୋଲି ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା  । ସଞ୍ଜୟ ସୂଚନା ଦେଇ କହିଛନ୍ତି, ଦାଦାଙ୍କୁ ନିମନ୍ତ୍ରଣ ଦିଆଯାଇଛି  । ଏବଂ ଦାଦା କଟକ ବାରବାଟୀରେ ମ୍ୟାଚ ଦେଖିବା ନେଇ ଆଗ୍ରହୀ ଏବଂ ସହମ୍ମତି ପ୍ରକାଶ କରିଛନ୍ତି  । ତେବେ ଓସିଏ ସମ୍ପାଦକଙ୍କ ସୂଚନା ପରେ ସୌରଭ ଗାଙ୍ଗଲି ମ୍ୟାଚ ଦେଖିବାକୁ ଆସିବା ଖବର ସାମ୍ନାକୁ ଆସିଛି  ।