spot_img
Home Blog Page 4369

ପୂର୍ବତନ ପୋଲିସ ଡିଜିଙ୍କୁ OSSC ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି  । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର  । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍‌ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ ପୋଲିସ ମହାନିର୍ଦେଶକ ଅଭୟ  । ୫ ବର୍ଷ ଅର୍ଥାତ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ଅଭୟ ।

ଅଭୟଙ୍କ ଅବସର ପରେ ରାଜ୍ୟ ସରକାର ତାଙ୍କୁ ଏସଟିଏଫ(ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ  ।  ଅବସର ପରେ ଅଭୟଙ୍କୁ  ମୁଖ୍ୟ ଶାସନ ସଚିବ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା  । ୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ  ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେହିପରି ଭାରତ ପକ୍ଷରୁ ଜାତିସଂଘର ଡ଼୍ରଗ୍ସ ସଂକ୍ରାନ୍ତ ସମ୍ମେଳନରେ ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାଗ ନେଇ ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି।

ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍‍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି। ଡିଜିପି ଭାବରେ  ଅଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର ଡ଼୍ରଗ୍ସ ଜବତ କରାଯାଇଛି ଓ ବହୁ ଡ଼୍ରଗ୍‍ ମାଫିଆ ଗିରଫ ହୋଇଛନ୍ତି।

ଦେଖୁ ଦେଖୁ ମାଟିରେ ମିଶିଗଲେ ୫ ଯୁବକ

ଜୈସଲମର: ବିପଦ କେତେବେଳେ ମଧ୍ୟ ଆସିପାରେ । ସେ ସାମାନ୍ୟ ହୋଇପାରେ ବା ବଡ଼ ଧରଣର ମଧ୍ୟ ହୋଇପାରେ । ସେହିଭଳି ଏକ ଘଟଣା ଘଟିଛି ଜୈସଲମରରେ । ଯେଉଁଠାରେ ନାଳ ଉପରେ ଥିବା ଏକ ସ୍ଲାପ୍‌ ହଠାତ୍‌ ଭୁଷୁଡ଼ି ପଡ଼ିବାରୁ ୫ ଜଣ ଯୁବକ ନାଳ ମଧ୍ୟରେ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି ।  କେବଳ ସେତିକି ନୁହେଁ ବରଂ ବୋଝ ଉପରେ ନଳିତା ବିଡ଼ା ଭଳି ବାଇକ୍‌ ମଧ୍ୟ ଲଦି ହୋଇଗଲା । ଭାଗ୍ୟ ଭଲଯେ, ନାଳ ଶୁଖିଲା ଥିଲା । ଯେଉଁଥିପାଇଁ ୫ ଜଣଙ୍କୁ କେବଳ ସାମାନ୍ୟ ଆଘାତ ପହଞ୍ଚିଛି ।

(୫ ଜଣ ଯୁବକ ଏକା ସାଙ୍ଗରେ ଛିଡ଼ା ହୋଇଥିବାର ଦୃଶ୍ୟ)

(ତଳକୁ ପଡ଼ିଯିବାର ଦୃଶ୍ୟ)

(ବାଇକ୍‌ ଲଦି ହୋଇଯିବାର ଦୃଶ୍ୟ)

ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜୈସଲମରର ରେଳ ଷ୍ଟେସନ ନିକଟରେ ଥିବା ଏକ ଗ୍ୟାରେଜରେ ଏହି ଘଟଣା ଘଟିଛି । ନାଳ ଉପରେ ଥିବା ସ୍ଲାପ ଉପରେ ତିନି ଜଣ ଯୁବକ ସବୁଦିନ ଭଳି କାମ କରୁଥିଲେ । ଏହି ସମୟରେ ନିଜ ଗାଡ଼ିର ପଙ୍କଚର ଠିକ୍‌ କରିବା ପାଇଁ ପହଞ୍ଚିଲେ ଆଉ ଦୁଇ ଯୁବକ । କଥାବାର୍ତ୍ତା ହେବା ସମୟରେ ହଠାତ୍‌ ସ୍ଲାପଟି ତଳକୁ ଖସିପଡ଼ିଲା । ଦେଖୁ ଦେଖୁ ୫ ଜଣ ଯୁବକ ନାଳ ତଳକୁ ପଡ଼ିଗଲେ । ନାଳ ଶୁଖିଲା ଥିବାରୁ ଆପେ ଆପେ ସମସ୍ତେ ବାହାରକୁ ଆସିପାରିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

୨.୪୧ କୋଟିର ଗହଣା ଚୋରି କଲା ‘ନର୍ସ’

ଦିଲ୍ଲୀ : ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ଝିଅ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଚୋରି । ୨.୪୧ କୋଟିର ଗହଣା ଚୋରି ହେବାର ଅଭିଯୋଗ କରିଛନ୍ତି ସୋନମଙ୍କ ପରିବାର । ଘରେ ନିୟୋଜିତ ଥିବା ନର୍ସ ଏହି ଚୋରି କରିଥିବା ପ୍ରମାଣ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି ।

ନୂଆ ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ ଅମ୍ରିତା ସେରଗଲ ମାର୍ଗରେ ସୋନମଙ୍କ ଶାଶୁଘର । ଏଠାରେ ୮୬ ବର୍ଷୀୟ ତାଙ୍କ ଶାଶୁଙ୍କ ମା’ ସରଳା ଆହୁଜା, ପୁଅ ହରିଷ ଆହୁଜା ଏବଂ ବୋହୂ ପ୍ରିୟା ଆହୁଜାଙ୍କ ସହ ବାସ କରନ୍ତି । ଏଥିସହ ଘରେ ୨୫ ଜଣ ଘରୋଇ ସହଯୋଗୀ, ୯ ଜଣ କେୟାର ଟେକର ଓ ଗାଡ଼ି ଡ୍ରାଇଭର ସମେତ ମାଳି ଏବଂ ଅନ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ଥିଲେ । ଏଥିସହ ସରଳାଙ୍କ ଯତ୍ନ ନେବା ପାଇଁ ଜଣେ ନର୍ସଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ବ୍ୟତୀତ ଏଫଏସଏଲ ଟିମ୍ ମଧ୍ୟ ମାମଲାର ଯାଞ୍ଚ କରୁଥିଲା । ଏହି ମାମଲା ଏପ୍ରିଲ ମାସ ଗଣମାଧ୍ୟମରେ ପ୍ରସାର ହେଲା ।

ପୋଲିସର ସୂଚନାନୁସାରେ ଏହି ଚୋରି ଫେବୃଆରୀ ୧୧ରେ ହୋଇଥିବା ବେଳେ ସୋନମଙ୍କ ପରିବାର ଲୋକ ଫେବୃଆରୀ ୨୩ରେ ଥାନାରେ ଅଭିଯୋଗ କରିଥିଲେ । ମ୍ୟାନଜର ରିତେଶ ଗୌରାଙ୍କ ସହ ସରଳା ଆହୁଜା ଏନେଇ ଥାନାରେ ଅଭିଯୋଗ କରିଥିଲେ । ଦୁଇ ବର୍ଷ ପୂର୍ବେ ଏହି ଆଲମିରା ଦେଖିବା ସମୟରେ ସମସ୍ତ ଗହଣା ସେହିଠାରେ ଥିବା ସେ କହିଛନ୍ତି । ସରଳାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିବା ପରେ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ସୋନମଙ୍କ ଶାଶୁ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ନିୟୋଜିତ ହୋଇଥିବା ନର୍ସ ଏହି ଚୋରି କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ଅପର୍ଣ୍ଣା ରୁଥ ୱିଲସନ୍ ବୋଲି ଜଣାପଡ଼ିଛି ।  ଅପର୍ଣ୍ଣାଙ୍କ ସ୍ୱାମୀ ନରେଶ କୁମାର ଏକ ସାଗର ଜଣେ ସକରପୁର ସ୍ଥିତ ଏକ କାର୍ଯ୍ୟଳୟରେ ଆକାଉଣ୍ଟାଣ୍ଟ । ସେ ଓ ତାଙ୍କ ପତୀ ଉଭୟ ଏହି ଚୋରି କରଥିବା ଜଣାପଡ଼ିଛି । ବର୍ତ୍ତମାନ ଉଭୟେ ଫେରାର ଥିବାବେଳେ ଉଭୟଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି ଦିଲ୍ଲୀ ପୋଲିସ ଦାବି କରିଛି ।

ଜି-୭ ବୈଠକ ସମ୍ମାନିତ ଅତିଥି ତାଲିକାରୁ ଭାରତ ବାଦ !

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଭିନ୍ନ ଦେଶର ସମ୍ପର୍କ ଉପରେ ପଡିବାରେ ଲାଗିଛି । ଯୁଦ୍ଧ ବିଶ୍ବକୁ ଦୁଇ ଭାଗ କରି ଦେଇଛି । ଗୋଟିଏ ପଟେ ଚୀନ, ଉତ୍ତର କୋରିଆ ଭଳି ଦେଶ ଋଷ ସହ ଛିଡା ହୋଇଥିବା ବେଳେ ଅନ୍ୟପଟେ ଆମେରିକା, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟଲୀ ଭଳି ଦେଶ ରହିଛନ୍ତି । ତେବେ ଦୁଇ ଭାଗ ହେଉଥିବା ବିଶ୍ବର କୌଣସି ଗୋଷ୍ଠୀରେ ଭାରତ ନାହିଁ । ଭାରତ ନା ଋଷର ଆକ୍ରମଣକୁ ନିନ୍ଦା କରିଛି ନା ଖୋଲାଖୋଲି ସମର୍ଥନ କରିଛି । ଋଷ ବିରୋଧରେ ମେଳି ହେଉଥିବା ଦେଶ ଭାରତର ଏମିତି ବୈଦେଶିକ ନୀତିକୁ ଗ୍ରହଣ କରିପାରୁନାହାନ୍ତି । ଆମେରିକାଠାରୁ ବ୍ରିଟେନ, ଫ୍ରାନ୍ସଠାରୁ ଜର୍ମାନୀ ଋଷକୁ ସମାଲୋଚନା କରିବାକୁ ଭାରତ ଉପରେ ଚାପ ପକାଇ ଆସୁଛନ୍ତି । ହେଲେ ଭାରତ ନିଜ ବୈଦେଶିକ ନୀତିରେ ଆଗକୁ ବଢୁଛି । ଭାରତର ଏଭଳି ଆଭିମୁଖ୍ୟକୁ ନେଇ ଖପ୍ପା ଜର୍ମାନୀ ଜି-୭ ସମ୍ମିଳନୀକୁ ଭାରତକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ ନ କରିବାକୁ ଯୋଜନା କରୁଥିବା ସୂଚନା ମିଳୁଛି ।

୩ଟି ଦେଶଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ ଭାରତ ନାଁରେ ଅଟକିଛି ଜର୍ମାନୀ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଜର୍ମାନୀ, ଋଷ ପ୍ରତି ଭାରତର ସ୍ବତନ୍ତ୍ର ଦୃଷ୍ଟିକୁ ନେଇ ଅସନ୍ତୁଷ୍ଠ ଅଛି । ଏହି କାରଣରୁ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରଣ କରିବାକୁ ନେଇ ଦୋଛକିରେ ପଡିଛି ।

ଜର୍ମାନୀର ବାବରିଆରେ ହେଉଥିବା ଜି-୭ ସମ୍ମିଳନୀକୁ ସେନେଗଲ, ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆକୁ ସମ୍ମାନିତ ଅତିଥି ଭାବେ ଡକାଯିବା ଉପରେ ମୋହର ବାଜି ସାରିଛି । ହେଲେ ଭାରତକୁ ନେଇ ଏବେ ବି ବିଚାର ବିମର୍ଶ ଚାଲିଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ । ଏହାସହ ଋଷ ଭାରତକୁ ଦେିଥିବା ରିହାତି ଦରରେ ତେଲ ରପ୍ତାନୀ ଅଫରକୁ ଭାରତ ଅସ୍ବୀକାର କରିନାହିଁ ।  ଏହି କାରଣରୁ ଜର୍ମାନୀ ଭାରତକୁ ସମ୍ମାନିତ ଅତିଥି ଭାବେ ଡାକିବାକୁ ଚାହୁଁନାହିଁ । ଋଷ ଆକ୍ରମଣ ପୂର୍ବରୁ ଭାରତ ଅତିଥି ତାଲିକାରେ ଥିଲା । ହେଲେ ଋଷ ପ୍ରତି ଭାରତର ଆଭିମୁଖ୍ୟକୁ ଦେଖି ବର୍ତ୍ତମାନ ଭାରତକୁ ସମ୍ମିଳନୀକୁ ଡକାଯିବ କି ନାହିଁ ତାହା ସ୍ଥିର ହୋଇପାରୁନି ।

ଘଟଣାକୁ ନେଇ ଜର୍ମାନୀ ମୁଖପାତ୍ର ଷ୍ଟିଫେନ୍ ହେବଷ୍ଟ୍ରିଟଙ୍କ କହିବାର ହେଲା, ତାଲିକାକୁ ଅନ୍ତିମ ରୂପ ଦେବା ପରେ ପ୍ରକାଶ କରାଯିବ । ସେ ଆହୁରି କହିଛନ୍ତି ଅଧିକରୁ ଅଧିକ ଦେଶ ଋଷ ବିରୋଧରେ ପ୍ରତିବନ୍ଧକରେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ତେବେ ଭାରତକୁ ସମ୍ମାନିତ ଅତିଥି ଭାବେ ଡକାଯିବା ନେଇ ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଦେଇଥିଲେ ।

ଜି-୭ର ସବୁ ଦେଶ ଋଷ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ

ୟୁକ୍ରେନ ଆକ୍ରମଣର ଜବାବରେ ଜି-୭ର ସମସ୍ତ ଦେଶ ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଜାପାନ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ଆମେରିକା ଓ ବ୍ରିଟେନ ପରି ଦେଶ ୟୁକ୍ରେନକୁ ବଡ ମାତ୍ରାରେ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇ ଦେଉଛନ୍ତି । ଏମାନେ ଭାରତ ସମେତ ଅନ୍ୟ ଦେଶଙ୍କ ଉପରେ ପୁଟିନଙ୍କୁ ନିନ୍ଦା କରିବା ସହ ବ୍ୟାପାର ସମ୍ପର୍କ ଶେଷ କରିବାକୁ ଚାପ ପକାଉଛନ୍ତି । ହେଲେ ଲାଟଇନ ଆମେରିକା, ଆଫ୍ରିକା, ଏସିଆ ଓ ମଧ୍ୟ ପୂର୍ବର ବହୁ ଦେଶ ଋଷ ସହ ସମ୍ପର୍କ କାଟିବାକୁ ଚାହୁଁନାହାନ୍ତି ।

କରୋନାର ଦ୍ୱିତୀୟ ଲହରରେ ଏହି ରାଜ୍ୟରେ ବିକ୍ରି ହୋଇଛି ସର୍ବାଧିକ ମଦ

0

ନୂଆଦିଲ୍ଲୀ:  ପ୍ରାୟ ୨ ବର୍ଷ ପୂର୍ବରୁ ଉତ୍ପତ୍ତି ହୋଇ ଦେଶରେ  ହଇଚଇ ସୃଷ୍ଟି କରିଥିବା କରୋନାରେ କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଅଧିକ ପ୍ରଭାବିତ ହୋଇଛି ।  ବିଶେଷ କରି ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା ।  ତଥାପି ମଧ୍ୟ ଲୋକେ ଏତେ ମାତ୍ରାରେ ମଦ କିଣିଲେଯେ, ତାହା ରେକର୍ଡ଼ ସଂଖ୍ୟକ ଥିଲା ।  ସରକାରୀ ଆକଳନ ଅନୁସାରେ  କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଭାବିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାରାଷ୍ଟ୍ରରେ ୧୭ ହଜାର ୧୭୭ କୋଟିରୁ ଅଧିକ ମଦ ବିକ୍ରି ହୋଇଛି । ଯାହା ବାର୍ଷିକ ହିସାବରେ ତୁଳନା କଲେ ୨ ହଜାରରୁ ଅଧିକ ଥିଲା ।

ମହାରାଷ୍ଟ୍ରର ଏକ୍ସସାଇଜ ଡିପାର୍ଟମେଣ୍ଟର କହିବା ହେଉଛି, ଗତ ତିନି ବର୍ଷରେ ଏହା ଥିଲା ସର୍ବାଧିକ ରେକର୍ଡ଼ । ଯାହା ୨୦୨୦-୨୧ ତୁଳନାରେ ୧୭ ପ୍ରତିଶତ ଅଧିକ ଥିଲା । ତେବେ କରୋନାର ପ୍ରଥମ ଲହରରେ ଯଦିଓ ଏହା ହ୍ରାସ ହୋଇ ୧୯୯୯ ଲକ୍ଷ ବଲ୍କ ଲିଟରକୁ ଆସି ଯାଇଥିଲା, ତଥାପି ଆଗାମୀ ବର୍ଷ ବହୁଳ ମାତ୍ରାରେ ବିକ୍ରି ହେଲା ।

ଗତ ଆର୍ଥିକ ବର୍ଷ ଆଇଏମଏଫଏଲ ବ୍ୟତୀତ ବିୟର ଏବଂ ଦେଶୀ ମଦ ପାଇଁ ମଧ୍ୟ ଲାଭକାରୀ ବର୍ଷ ଥିଲା । ଯାହା କରୋନା ପରେ ପ୍ରଥମ ଥର ଏଭଳି ହୋଇଛି ।

ଚଳିତବର୍ଷ ଶେଷ ହେବ ନିର୍ମାଣ କାର୍ଯ୍ୟ, ନୂଆ ରୂପରେ ଆସିବ ବରମୁଣ୍ଡା ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡର ନୂଆ ରୂପରେଖ ଏଇବର୍ଷ ଦେଖିବେ ରାଜ୍ୟବାସୀ । ଚଳିତବର୍ଷ ଶେଷ ହେବ ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ । ପୂର୍ବ ଭାରତର ପ୍ରମୁଖ ବସଷ୍ଟାଣ୍ଡ ହେବାକୁ ଯାଉଛି ବରମୁଣ୍ଡା । ସୂଚନା ମୁତାବକ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଛି ବସ୍‌ ଟର୍ମିନାଲ  । ବହୁ ପ୍ରତିକ୍ଷୀତ ଟର୍ମିନାଲ କାର୍ଯ୍ୟ ଚଳିତବର୍ଷ ଶେଷ ହେବ । ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ନୂଆ ରୂପରେଖ ଦେବାକୁ ଆରମ୍ଭ କରିଛନ୍ତି କାର୍ଯ୍ୟ  ।

ସେପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି ଘରୋଇ ବସ ମାଲିକ ସଂଘ । ଦୈନଦିନ ୧୫ ଶହ ବସ ଏହା ମଧ୍ୟରେ ଚଳପ୍ରଚଳ କରୁଛି । ଏଣୁ କାମ ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁବିଧା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ସଂଘ ।  ଟର୍ମିନାଲ ନିର୍ମାଣ ପୂର୍ବରୁ ଶୌଚାଳୟ, ପିଇବା ପାଣି ଆଦିର ବ୍ୟବହାର ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛି ସଂଘ ।

ତେବେ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଏକ ନୂତନ ରୂପ ଦେବାକୁ ରାଜ୍ୟ ସରକାର ଏହାର ପ୍ରଜୋକ୍ଟ କାର୍ଯ୍ୟ ଆରମ୍ଭ କରିଥିଲେ  । ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ ନେଇ ଏକ ପ୍ରତିକାତ୍ମକ ଚିତ୍ର ପ୍ରକାଶ କରିଥିଲେ  । ନୂତନ ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି ଆଗରୁ ଏନେଇ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି  ।

ମୋଦିଙ୍କ ସହାୟତା ଲୋଡିଲେ POKରେ ଗଣ ଦୁଷ୍କର୍ମ ଶିକାର ମହିଳା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଲେ ପାକିସ୍ତାନ ମହିଳା । ପାକିସ୍ତାନରେ ନ୍ୟାୟ ନପାଇବାରୁ ମୋଦୀଙ୍କୁ ନିବେଦନ କରିଛନ୍ତି ମହିଳା ଜଣଙ୍କ । ବାସ୍ତବରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଜଣେ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିଲା । ଗଣ ଦୁଷ୍କର୍ମ ପରେ ମହିଳା ଜଣଙ୍କ ନ୍ୟାୟ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ନିରନ୍ତର ନିବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ଯାହା ଫଳରେ ଉକ୍ତ ମହିଳା ଜଣଙ୍କ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଥିବା ମହିଳାଙ୍କ ନାମ ହେଉଛି ମାରିଆ ତାହିର । ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଓ ତାଙ୍କ ପିଲାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି । ହତ୍ୟା ଧମକକୁ ନେଇ ସେ ଏକ ଭାବ ପ୍ରବଣ ଭିଡିଓ ସେୟାର କରି କହିଛନ୍ତି, ‘ମୋତେ ୭ ବର୍ଷ ପୂର୍ବେ ଗଣ ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ନ୍ୟାୟ ପାଇଁ ମୁଁ ସଂଗ୍ରାମ କରୁଛି । ହେଲେ ପାକିସ୍ତାନ ପୋଲିସ, ସରକାର ଓ ନ୍ୟାୟପାଳିକା ନ୍ୟାୟ ଦେବାରେ ସକ୍ଷମ ହୋଇନାହାନ୍ତି । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛି ।’

ମାରିଆ ଏହି ଭିଡିଓ ମାଧ୍ୟମରେ କହିଛନ୍ତି କି ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ମୋତେ ଭାରତ ବସିବାକୁ ଅନୁମତି ଦିଅନ୍ତୁ । କାହିଁକି ନା ପାକିସ୍ତାନରେ ମୋ ପ୍ରତି ଏବଂ ମୋ ସନ୍ତାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଠାକାର ପୋଲିସ ଓ ରାଜନେତା ଚୌଧୁରୀ ତାରିକ୍ ଫାରୁକ୍ ଯେକୌଣସି ସମୟରେ ମୋତେ ଓ ମୋ ପିଲାଙ୍କୁ ହତ୍ୟା କରିପାରନ୍ତି । ତେଣୁ ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତୁ ।

ସୂଚନା ଅନୁସାରେ ୨୦୧୫ ମସିହାରେ ମାରିଆଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା । ଏହି ଜଘନ୍ୟ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ସେ କଠୋର ଦଣ୍ଡ ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ସେୟାର କରି ସେହି ଜଘନ୍ୟ କାଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେହି ଭିଡିଓରେ ଅପରାଧୀର ନାଁ ବି କହିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ କଥା ଯେ ଏହି ଜଘନ୍ୟ ଅପରାଧକୁ ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାରିଆକୁ ନ୍ୟାୟ ମିଳିପାରିନାହିଁ।

ବଲାଙ୍ଗୀରରେ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ରାଜସ୍ୱ ବିଭାଗ ପ୍ରମୁଖ ସଚିବ

ବଲାଙ୍ଗୀର: ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବଲାଙ୍ଗୀର ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଫୋକସରେ ରହିଛି ବଲାଙ୍ଗୀର ଜିଲ୍ଲାର ବିକାଶ ପ୍ରକଳ୍ପ । ଚାଲିଥିବା ବିଭିନ୍ନ ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ରାଜସ୍ବ ବିଭାଗର ପ୍ରମୁଖ ସଚିବ । ଅଧପନ୍ତରିଆ କାମର ଅଗ୍ରଗତି ନେଇ ସେ ସମୀକ୍ଷା କରିଛନ୍ତି ।

ସରକାରୀ ଯୋଜନାର ସୁପରିଚାଳନା ସହ ଜାଗା ମିଶନରେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଜମିପଟା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସତ୍ୟବ୍ରତ ସାହୁ । ଏହା ସହିତ ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ, ବାଇପାସ୍, ରିଙ୍ଗରୋଡ କାର୍ଯ୍ୟର ଅଗ୍ରଗତି ନେଇ ସେ ତଦାରଖ କରିଛନ୍ତି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ  ।

ଅନେକ ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କାର୍ଯ୍ୟ କରିଥିଲେ  । ଯେଉଁ ଉନ୍ନତି ମୂଳ୍କ କାର୍ଯ୍ୟ ଗୁଡ଼ିକ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି  । ତାହାର ମଧ୍ୟ ସମୀକ୍ଷା କରିଥିଲେ  । କେଉଁ କାରଣରୁ ପ୍ରକଳ୍ପ ବନ୍ଦ ହୋଇ ରହିଛି ଓ ଏଥିପାଇଁ ମୁଖ୍ୟତଃ କଣ ସମସ୍ୟା ଆସୁଛି ସେନେଇ ସ୍ଥାନୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ  ।

ଏବେ ୧୦ ମିନିଟରେ OLA କରିବ ଫୁଡ୍‌ ଡେଲିଭରି

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରି   ଆପ୍‌ ଗୁଡ଼ିକ ଆଜିକାଲି ଲୋକଙ୍କ କାମକୁ ଅଧିକ ସହଜ କରି ଦେଇଛି । ଯେପରିକି ସ୍ୱିଗି ଏବଂ ଜୋମାଟୋ । ଗୋଟିଏ ଅର୍ଡରରେ ଆପଣଙ୍କ ଘରେ ଆସି ଆପଣଙ୍କ ପସନ୍ଦର ଖାଦ୍ୟ ପହଞ୍ଚି ଯାଉଛି । ଏବେ ଏହିଭଳି ସୁବିଧା ଯୋଗାଇବାକୁ ଯାଉଛି ‘ଓଲା’ । କିନ୍ତୁ ଓଲାର ସେବା ଖୁବ୍‌ ଭିନ୍ନ । ଏଥିପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।  ମାତ୍ର ୧୦ ମିନିଟରେ ଆପଣଙ୍କ ନିକଟରେ ଖାଦ୍ୟ ପହଞ୍ଚିଯିବ ।  କମ୍ପାନୀ ଏହି ସେବାର ଟ୍ରାଏଲ ଆରମ୍ଭ କରି ଦେଇଛି । ନିକଟରେ ସ୍ୱିଗି ଏବଂ ଜୋମାଟୋ ମଧ୍ୟ ଏହିଭଳି ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରୁଥିଲେ ।

ଓଲା ବାଙ୍ଗାଲୁରୁରେ ଏହି ନୂଆ ସେବାର ଟେଷ୍ଟିଂ ଆରମ୍ଭ କରିଛି । କିନ୍ତୁ ଏବେ ଏହା ଲିମିଟେଡ୍‌ ଡିସ୍‌ ଉପରେ ସୀମିତ ରହିଛି ।

ଓଲା ତା’ର ୧୦ ମିନିଟ୍‌ ଫୁଡ୍‌ ଡେଲିଭରି ସର୍ଭିସରେ ଖେଚୁଡ଼ି, ପିଜ୍ଜା ଏବଂ କାଠି ରୋଲ ଭଳି ଆଇଟମ ସାମିଲ କରିଛି । ତେବେ ଖାଦ୍ୟ ସମ୍ପୂର୍ଣ୍ଣ ତାଜା ତିଆରି ହେବ ବୋଲି କମ୍ପାନୀ ଦାବି କରିଛି ।

  ତେବେ ଓଲା ଖିଚଡ଼ି ଏକ୍ସପେରିମେଣ୍ଟ, ପରାଠା ଏକ୍ସପେରିମେଣ୍ଟ, ବିରିୟାନୀ ଏକ୍ସପେରିମେଣ୍ଟ ଏବଂ ନାସ୍ତା ଏକ୍ସପ୍ରେସ୍‌ ନାମରେ କିଚେନ୍‌ ମଧ୍ୟ ଚଲାଉଛି ।

କାଶ୍ମୀର ବୁଲିବାକୁ ୩୫ ଶହ କିମି ଟ୍ରକ୍ ଚଲାଇଲେ ମହିଳା

କାଶ୍ମୀର: ପୃଥିବୀର ଭୂସ୍ବର୍ଗ କାଶ୍ମୀର । ଯେଉଁଠିକୁ ଥରେ ଯିବାକୁ ସବୁ ଭାରତୀୟଙ୍କ ଥାଏ ଇଚ୍ଛା । କେବଳ ଭାରତୀୟ ନୁହଁନ୍ତି, ବିଶ୍ବର କୋଣ ଅନୁକୋଣରୁ ଅପରୂପ କାଶ୍ମୀରକୁ ଦେଖିବାକୁ ଓ ଏହାର ପ୍ରକୃତିକ ଶୋଭାରାଜିରେ ନିଜକୁ ହଜାଇ ଦେବାକୁ ଛୁଟି ଆସିଥାନ୍ତି ପର୍ଯ୍ୟଟକ । ଆଜି ଆମେ ଏମିତି ଜଣେ କାଶ୍ମୀର ପ୍ରେମୀଙ୍କ ବିଷୟରେ କହିବାକୁ ଯାଉଛି, ଯିଏ ନିଜ ସ୍ବପ୍ନ ପୂରଣ କରିବାକୁ ୩୫ ଶହ କିମି ନିଜେ ଟ୍ରକ ଡ୍ରାଇଭ କରି କାଶ୍ମୀରରେ ପହଞ୍ଚି ଯାଇଛନ୍ତି । ତାଙ୍କର ଏହି ଯାତ୍ରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ତାଙ୍କ ଏହି ଟ୍ରକ ଯାତ୍ରାର ଭିଡିଓ ଦେଖୁଛନ୍ତି ତାରିଫ ନକରି ରହି ପାରୁନାହାନ୍ତି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ମହିଳାଙ୍କ ସମ୍ପର୍କରେ ଯିଏ କେରଳରୁ ୩୫ ଶହ କିମି ଟ୍ରକ ଚଲାଇ କାଶ୍ମୀର ବୁଲିବାକୁ ପହଞ୍ଚି ଯାଇଛନ୍ତି ।

ଜେଲାଜା ରଥିଶ । ବୟସ ୪୦ ବର୍ଷ । ଇଚ୍ଛା କାଶ୍ମୀର ବୁଲିବା । ଏଥିପାଇଁ କେରଳର ଏର୍ଣ୍ଣାକୁଲମରୁ ଡ୍ରିମ ଡେଷ୍ଟିନ୍ କାଶ୍କୀରକୁ ଫେବୃଆରୀ ୨ରୁ ଆରମ୍ଭ କରିଥିଲେ ଯାତ୍ରା । ଏହି ଯାତ୍ରାରେ ତାଙ୍କର ସାଥୀ ଥିଲେ ପତି ରଥିଶ ଏବଂ ସମ୍ପର୍କୀୟ ଅନୀସ । ଏହି ଲମ୍ବା ଯାତ୍ରା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ଲୋକେ କରିଥିଲେ ଉତ୍ସାହିତ ।

କେରଳରୁ କାଶ୍ମୀର ମଝିରେ ୬ ରାଜ୍ୟ

୨ ଫେବୃଆରୀରେ ଏର୍ଣ୍ଣାକୁଲମରୁ ପ୍ଲାଏଉଡ ନେଇ ଜେଲାଜା ପୁଣେରେ ପହଞ୍ଚି ଥିଲେ । ସେଠାରେ ପ୍ଲାଏଉଡ ଅନଲୋଡ ହେବା ପରେ ପିଆଜ ଲୋଡ କରି କାଶ୍ମୀର ଅଭିମୁଖେ ବାହାରି ଯାଇଥିଲେ । ଏର୍ଣ୍ଣାକୁଲମରୁ କାଶ୍ମୀରକୁ ଏହି ଯାତ୍ରାର ଭ୍ଲଗ୍ ଭିଡିଓ କରିଥିଲେ ଜେଲାଜା । ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏଥିରେ ତାଙ୍କୁ କହୁଥିବା ଶୁଣିବାକୁ ମିଳୁଛି, ‘ଫିଲ୍ମରେ ଯେଉଁ ସ୍ଥାନ ଦେଖିଥିଲି, ଆଜି ମୁଁ ସେହି ସ୍ଥାନରେ ।’

ସେ ଆହୁରି କହିଛନ୍ତି, ‘ଗୁଲମର୍ଗରେ ପହଞ୍ଚିବା ମୋ ପାଇଁ ସବୁଠାରୁ ଖୁସିର ସମୟ ଥିଲା । ତଥାପି ବିଶ୍ବାସ ହେଉ ନଥିଲା ମୁଁ ସେଠାରେ ପହଞ୍ଚି ସାରିଥିଲି ।’

ଜେଲାଜା ଏହି ଯାତ୍ରା ୬ଟି ରାଜ୍ୟ ଦେଇ କାଶ୍ମୀରରେ ଶେଷ ହୋଇଥିଲା । କେରଳରୁ ଯାତ୍ରା ଆରମ୍ଭ କରି ଜେଲାଜା କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଦେଇ କାଶ୍ମୀରରେ ପହଞ୍ଚି ଥିଲେ ।

ପିଲାଦିନୁ ଥିଲା ଡ୍ରାଇଭିଂ ଇଚ୍ଛା

ଜେଲାଜା କହିଛନ୍ତି, ‘ପିଲାଟି ଦିନରୁ ଡ୍ରାଇଭିଂ କରିବାକୁ ଇଚ୍ଛା ଥିଲା । ହେଲେ ଘରର ପରିସ୍ଥିତି ଯୋଗୁଁ ମୁଁ ଡ୍ରାଇଭିଂ ଶିଖି ପାରିନଥିଲି । ବିବାହ ପରେ ଡ୍ରାଇଭିଂ ଶିଖିଥିଲି । ମୁଁ ଆଗରୁ ଦୁଇଥର ଟ୍ରକରେ ପତିଙ୍କ ସହ ମୁମ୍ବାଇ ଯାଇଥିଲି । ଆମକୁ ଯେତେବେଳେ ପୁଣେ ଅର୍ଡର ମିଳିଥିଲା, ସେଠାରୁ କାଶ୍ମୀର ଜିନିଷ ନେବାକୁ ଆମେ ଯୋଜନା କରିଥିଲୁ । ଆଉ ସ୍ବଭାଗ୍ୟକୁ ଆମକୁ ଅର୍ଡର ମିଳି ଯାଇଥିଲା । ଏଥିରେ ଆମର ଖର୍ଚ୍ଚ କମ ହୋଇଥିଲା । ଆମେ ଟ୍ରକ ଭିତରେ ଶୋଉଥିଲୁ । ବହୁତ ସମୟରେ ଆମେ ଟ୍ରକ ଭିତରେ ମଧ୍ୟ ଖାଇବା ପ୍ରସ୍ତୁତ କରିଥିଲୁ ।’