ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସର ନିର୍ବାଚନୀ ପରାଜୟ ପରେ ପ୍ରଶାନ୍ତ କିଶୋର ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି ।
ଅଲ୍ଲୁ ଅର୍ଜୁନଙ୍କ ଠାରୁ ଆରମ୍ଭ କରି ଜୁନିଅର NTRଙ୍କ ପର୍ଯ୍ୟନ୍ତ, ପୋଲିସ୍ ଠାରୁ ପାଇଛନ୍ତି ଝଟକା
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହାଇଦ୍ରାବାଦ ପୋଲିସ ବିଭିନ୍ନ ସ୍ଥାନରେ ରଙ୍ଗୀନ୍ ବା କଳା ନାଚ ଦେଖିବାମାତ୍ରା ଆକ୍ସନ୍ ନେଉଛି । ଏଥିପାଇଁ ଏକ ବିଶେଷ ଅଭିଯାନ ଚାଲିଛି । ଭୁଲ କରିଥିଲେ ତ୍ରାହି ନାହିଁ । ଜୋରିମନା ଭରିବାକୁ ପଡ଼ୁଛି । ଯାହାର ସଦ୍ୟ ଶିକାର ହୋଇଛନ୍ତି ସାଉଥର ନାମିଦାମି ସୁପରଷ୍ଟାର । ଯେଉଁଥିରେ ଆଲ୍ଲୁ ଅର୍ଜୁନ ଏବଂ ଜୁନିଅର NTRଙ୍କ ନାମ ସାମିଲ ରହିଛି ।

ପୁଷ୍ପା ଠାରୁ ଆଲ୍ଲୁ ଅର୍ଜୁନଙ୍କୁ ଧରିଥିଲା ହାଇଦ୍ରାବାଦ ଟ୍ରାଫିକ୍ ପୋଲିସ୍ । କାରଣ ତାଙ୍କ ଗାଡ଼ିରେ ଲାଗିଥିଲା ଟିଟେଣ୍ଡ୍ କାଚ । ରଙ୍ଗୀନ୍ କାଚକୁ ନେଇ ପୋଲିସ ତାଙ୍କୁ ଚେତାବନୀ ଦେଇଥିଲା । ଏହା ସହିତ ତାଙ୍କ ଗାଡ଼ିରୁ ରଙ୍ଗୀନ୍ କାଚକୁ ବାହାର କରିଦିଆଯାଇଥିଲା ଏବଂ ୭୦୦ ଟଙ୍କାର ଜୋରିମନା ଲାଗିଥିଲା ।

ଅକିନେନି ନାଗା ଚୈତନ୍ୟ: ନିକଟରେ ହାଇଦ୍ରାବାଦ ପୋଲିସ ନାଗା ଚୈତନ୍ୟଙ୍କୁ ସେହି ସମାନ ଘଟଣା ପାଇଁ ଅଟକାଇଥିଲା । ନିୟମ ଉଲଙ୍ଘନ କରିଥିବାରୁ ତାଙ୍କୁ ୭୦୦ ଟଙ୍କା ଜୋରିମନା ଭରିବାକୁ ପଡ଼ିଥିଲା ।

ଜୁନିଅର NTR: ଆରଆରଆରକୁ ନେଇ ଏବେ ଉତ୍ସବ ପାଳୁଥିବା ଜୁନିଅର ଏନଟିଆର ମଧ୍ୟ ଆଇନ୍ କାନୁନ୍ ମଧ୍ୟରେ ଫସି ଯାଇଥିଲେ । ସେ ମଧ୍ୟ ଗାଡ଼ିରେ କଳା କାଚ ବ୍ୟବହାର କରୁଥିଲେ । ଏଥିପାଇଁ ତାଙ୍କୁ ଜୋରିମନା ଭରିବାକୁ ପଡ଼ିଥିଲା । ଯାତାୟତ ନିୟମକୁ ଉଲଙ୍ଘନ କରି ୭୦୦ ଟଙ୍କା ଜୋରିମନା ଭରିଥିଲେ ।
ତ୍ରୀବିକ୍ରମ ଶ୍ରୀନିବାସ: ଶ୍ରୀନିବାସ ମଧ୍ୟ ଯାତାୟତ ନିୟମ ଉଲଙ୍ଘନ କରି ଫସି ଯାଇଥିଲେ । ସେ ମଧ୍ୟ ଗାଡ଼ିରା କଳା କାଚ ଲଗାଇଥିଲେ । ଏଥିପାଇଁ ୭୦୦ ଟଙ୍କା ଜୋରିମନା ଭରିଥିଲେ ।
ମାଞ୍ଚ ମନୋଜ: ଟ୍ରାଫିକ୍ ନିୟମ ଉଲଙ୍ଘନ କରି ମନୋଜ ମାଞ୍ଚୁ ଟ୍ରାଫିକ୍ ପୋଷ୍ଟରେ ଧରା ପଡ଼ିଥିଲେ । ଏହା ସହିତ ଜୋରିମନା ଭରି ଘରକୁ ଫେରିଥିଲେ ।
ରଣବୀରଙ୍କୁ ଶାଶୁ ସୋନି ରାଜଦାନ ଦେଲେ ଅଢ଼େଇ କୋଟିର ଉପହାର
ନୂଆଦିଲ୍ଲୀ: ଦୀର୍ଘ ଅପେକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲଭ୍ ବର୍ଡ଼ ରଣବୀର କପୂର ଏବଂ ମହେଶଙ୍କ ତନୟା ଆଲିୟା ଭଟ୍ଟ । ଏବେ ତାଙ୍କ ବିବାହ ଫଟୋ ଏବଂ ରୀତିନୀତିକୁ ନେଇ ମାୟାନଗରୀ ବଲିଉଡରେ ଚାଲିଛି ଜବରଦସ୍ତ ଚର୍ଚ୍ଚା । କିନ୍ତୁ ଦୁଇଜଣଙ୍କୁ ବିବାହରେ କିଏ କ’ଣ ଉପହାର ଦେଇଛନ୍ତି ଫ୍ୟାନ୍ସ ତାହା ଜାଣିବା ପାଇଁ ବେଶ୍ ଉତ୍ସାହୀ । ତେବେ ଆସନ୍ତୁ ଆଲୋଚନା କରିବା ଉପହାର ବିଷୟରେ ।

ଗଣମାଧ୍ୟମ ଖବର ଅନୁସାରେ, ବିବାହ ଦିନ ହିଁ ରଣବୀର ଏବଂ ଆଲିୟାଙ୍କ ନିର୍ବନ୍ଧ ହୋଇଥିଲା । ରଣବୀରଙ୍କୁ ବ୍ୟାଣ୍ଡ୍ ଏବଂ ଆଲିୟାଙ୍କୁ ମିଳିଲା ହୀରା ମୁଦି । ଆଲିୟାଙ୍କ ମା’ ସୋନି ରାଜଦାନ ରଣବୀରଙ୍କୁ ଏକ ଦାମି ଘଣ୍ଟା ଉପହାର ଦେଲେ । ସୋନି ଏଭଳି ଏକ ଘଣ୍ଟା ଦେଇଛନ୍ତି ଯାହା ସହଜରେ ମିଳିବା କାଠିକର । ଖବର ଅନୁସାରେ ସୋନି ରାଜଦାନ ଜ୍ୱାଇଁଙ୍କୁ ଦେଇଥିବା ଘଣ୍ଟାର ମୂଲ୍ୟ ୨.୫ କୋଟି ଟଙ୍କା ।
ରୀତିନୀତି ଅନୁସାରେ ବିବାହକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଉପହାର ଦିଆଯାଏ । ସୂଚନା ଅନୁସାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଆଲିୟାଙ୍କ ପସନ୍ଦର କାଶ୍ମୀର ଶାଲ ଉପହାରରେ ଦିଆଯାଇଥିଲା । ଖାଲି ସେତିକି ନୁହେଁ ବରଂ ଜୋତା ଲୁଚାଇବା ବିଧି ମଧ୍ୟ ଖୁବ୍ ମଜାଦାର ଥିଲା ବୋଲି କୁହାଯାଉଛି । ଶାଳୀମାନେ ରଣବୀରଙ୍କୁ ଜୋତା ପରିବର୍ତ୍ତେ ୧୧.୫ କୋଟି ଡିମାଣ୍ଡ କରିଥିଲେ । ମଜାଦାର କଥା ହେଉଛି ଖୁବ୍ ମଜାମସ୍ତି ପରେ ରଣବୀର ଲଫାପାରେ ୧ ଲକ୍ଷ ଦେଲେ ।
ସୂଚନା ଅନୁସାରେ ଆଲିୟାଙ୍କର ଚୁଡ଼ି ବିଧି କରାଗଲା ନାହିଁ । କାରଣ ଯଦି ତାହା ହୋଇଥାନ୍ତା ତେବେ ତାଙ୍କୁ ୪୦ ଦିନ ପର୍ଯ୍ୟନ୍ତ ଚୁଡ଼ି ପିନ୍ଧିବାକୁ ପଡ଼ିଥାନ୍ତା ଏବଂ ଆଲିୟାଙ୍କ ପକ୍ଷେ ଅସମ୍ଭବ । କାରଣ ଖୁବଶୀଘ୍ର ତାଙ୍କୁ ସୁଟିଂକୁ ଫେରିବାର ଅଛି ।

