ମୋକିମଙ୍କ ଉପରେ ୫ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

1 min read

 କଟକ: କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା । ମାମଲାର ଗୁରୁତ୍ବ ନ ଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କେବଳ ସେତିକି ନୁହେଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ ଗତ କିଛି ଦିନ ଧରି ଏକ ମାମଲା ବିଚାରାଧୀନ ରହିଛି ।

ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।