ରଣବୀରଙ୍କ ହଟ୍‌ ଲୁକରେ ଅଣନିଶ୍ବାସୀ ଆଲିଆ

ମୁମ୍ବାଇ: ସୋସିଆଲ ମିଡିଆରେ ରଣବୀର କପୁରଙ୍କ ଶମସେର ଲୁକ ଲିକ୍‌ ହେବା ପରେ ରିଲିଜ ଡେଟ ସହ ପୋଷ୍ଟର ସେୟାର କରିଛି ୟଶରାଜ ଫିଲ୍ମ  । ରଫ୍‌ ଲୁକରେ ନଜର ଆସିଛନ୍ତି ରଣବୀର  । ଆଗାମୀ ଜୁଲାଇ ୨୨ରେ ରିଲିଜ ହେବ ଫିଲ୍ମ ଶମସେର  । ସବୁବେଳେ ନିଜ ଲୁକ୍‌କୁ ନେଇ ଏକ୍ସପେରିମେଣ୍ଟ କରୁଥିବା ରଣବୀର ଏଥର ମଧ୍ୟ କିଛି ନୂଆ ଟ୍ରାଏ କରିଛନ୍ତି ।

ତେବେ ଶମସେରର ପୋଷ୍ଟର ରିଲିଜ ପରେ ପତ୍ନୀ ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଙ୍ଗେସଙ୍ଗେ ସେୟାର କରିଛନ୍ତି  । ରଣବୀରଙ୍କ ହଟ ଲୁକରେ ଅଣନିଶ୍ବାସୀ ହୋଇପଡିଛନ୍ତି ଆଲିଆ  । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ‘ଆଜି ହଟ୍‌ ମର୍ଣ୍ଣିଂ, ମୋ କହିବା ଅର୍ଥ ଗୁଡ ମର୍ଣ୍ଣିଂ’  । ଏହାପରେ ଆଖିରେ ଲଭ୍‌ ଚିହ୍ନ ଥିବା ଦୁଇଟି ଲଭ୍‌ ଇମୋଜୀ ସେ ସେୟାର କରିଛନ୍ତି  ।

ଏହାର କିଛି ସମୟ ପରେ ଫିଲ୍ମ ନିର୍ମାତା ଶମସେରର ପୋଷ୍ଟର ସେୟାର କରି ଲେଖିଛନ୍ତି ଶମସେରର ପରିଚୟ କରାଉଛୁ, ଭୟଙ୍କର ଯୋଦ୍ଧା ଓ ନିଜ ଜନଜାତିର ରକ୍ଷକ  । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଆସନ୍ତା ୨୨ରେ ରିଲିଜ ହେବ ଶମସେର  ।