ଅଗ୍ନିପଥ ଯୋଜନା: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ସେନା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି  । ବିରୋଧୀଦଳ ଏବଂ ଯୁବଗୋଷ୍ଠୀ ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି  । ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟାଇବା ସହ ଆନ୍ଦୋଳନ କରୁଛନ୍ତି  । ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି  । ମିଛ ପ୍ରଚାରର ଶିକାର ନହୋଇ ଯୋଜନାର ଲାଭ ଉଠାଇବା ପାଇଁ କୁହାଯାଉଛି । ହେଲେ ଆନ୍ଦୋଳନକାରୀଙ୍କ ଗୋଟିଏ ଜିଦ୍ ଯୋଜନା ପ୍ରତ୍ୟାହାର ହେଉ କିମ୍ବା ଯୁବକଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯାଉ  ।

ଏହାରି ମଧ୍ୟରେ ସେନା ଆଶାୟୀଙ୍କ ପାଇଁ ଖୁସି ଖବର ମିଳିଛି  । ଭାରତୀୟ ସ୍ଥଳ ସେନା ପକ୍ଷରୁ ଅଗ୍ନିପଥଯୋଜନା ଆଧାରରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି  । ଜୁଲାଇ ପ୍ରଥମ ସପ୍ତାହରୁ ଅଗ୍ନିବିରଙ୍କ ନିଯୁକ୍ତି ରାଲି ପାଇଁ ପଞ୍ଜିକରଣ ଆରମ୍ଭ ହେବ  । ଏ ସମ୍ପର୍କରେ ସବିଶେଷ ତଥ୍ୟ ଖୁବଶୀଘ୍ର ଭାରତୀୟ ସେନାର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବା ନେଇ ସୂଚନା  ।