spot_img
Home Blog Page 4303

ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ

ମେଷ ରାଶି : ଗୃହ ନିର୍ମାଣ କାର୍ଯ୍ୟରେ ସଫଳତା ମିଳିପାରେ । ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ହଳଦିଆ ଓ ଧଳା ରଙ୍ଗ ଶୁଭ । ତେଲ ଦାନ କରନ୍ତୁ ।

ବୃଷ ରାଶି : ପରିସ୍ଥିତି ଅନୁକୂଳ ଥିବାରୁ ବ୍ୟବସାୟରେ ପ୍ରଗତି କରିବେ । ଧନ ଦେବାନେବାରେ ଅବହେଳାରୁ ସାବଧାନ ରୁହନ୍ତୁ । ନାରଙ୍ଗୀ ଏବଂ ସବୁଜ ରଙ୍ଗ ଶୁଭ । ରାଜନୀତିରେ ସଫଳତା ହାସଲ କରିବେ । ହରଡ଼ ଡାଲି ଦାନ କରନ୍ତୁ ।

ମିଥୁନ ରାଶି : ଚାକିରିରେ ପଦୋନ୍ନତି କରିପାରନ୍ତି । ଏଥିସହ ବ୍ୟବସାୟରେ ଲାଭବାନ ହେବେ । ନାରଙ୍ଗୀ ଏବଂ ଆକାଶୀ ରଙ୍ଗ ଶୁଭ । ଚକ୍ଷୁ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି ।

କର୍କଟ ରାଶି : ଚାକିରିରେ ନୂତନ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି । କୌଣସି ବଡ଼ ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ । ଧଳା ଏବଂ ନାରଙ୍ଗୀ ରଙ୍ଗ ଶୁଭ ।

ସିଂହ ରାଶି : ରାଜନୀତିରେ ସଫଳତା ହାସଲ କରିପାରନ୍ତି । ଏଥିସହ କୌଣସି ନୂଆ କାର୍ଯ୍ୟ ପାଇଁ ପ୍ରେରିତ ହୋଇପାରନ୍ତି । ଜମିବାଡ଼ି କ୍ରୟ କରିବାକୁ ଯୋଜନା କରିପାରନ୍ତି । ନାରଙ୍ଗୀ ଏବଂ ସବୁଜ ରଙ୍ଗ ଶୁଭ । ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।

କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ଖୁବ୍ ପ୍ରଭାବଶାଳୀ ହେବେ । ଅନେକ ଦିନରୁ ଅଟକିରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ବ୍ୟବସାୟରେ ଲାଭ କରିବେ । ସବୁଜ ଓ ନୀଳ ରଙ୍ଗ ଶୁଭ । ଗାଈଙ୍କୁ ଗୁଡ଼ ଭୋଜନ କରାନ୍ତୁ ।

ତୁଳା ରାଶି : ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇପାରେ । ନୂତନ ଗୃହ କ୍ରୟ କରିବାକୁ ଯୋଜନା କରିପାରନ୍ତି । ବାଇଗଣୀ ଏବଂ ସବୁଜ ରଙ୍ଗ ଶୁଭ । ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ଗାଈଙ୍କୁ ଗୁଡ଼ ଭୋଜନ କରାନ୍ତୁ ।

ବିଛା ରାଶି : ବ୍ୟାଙ୍କିଙ୍ଗ୍ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଫଳଦାୟକ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୟାରିୟରକୁ ମନରେ ଉତ୍ସାହ ଭରିରହିବ । ତେଲ ଏବଂ ଗୁଡ଼ ଦାନ କରନ୍ତୁ । ସବୁଜ ଏବଂ ନୀଳ ରଙ୍ଗ ଶୁଭ ।

ଧନୁ ରାଶି : ପରିସ୍ଥିତି ଅନୁକୂଳ ହେତୁ ବ୍ୟବସାୟରେ ସଫଳତା ପ୍ରାପ୍ତି ହେବ । ଅଟକିରହିଥିବା ଧନ ବା ଅର୍ଥ ମିଳିବାର ସମ୍ଭାବନା ରହିଛି । ହଳଦିଆ ଓ ନାରଙ୍ଗୀ ରଙ୍ଗ ଶୁଭ ।

ମକର ରାଶି : ଶିକ୍ଷାରେ ଲାଭ ମିଳିପାରେ । ଚାକିରିରେ ସଫଳତା ମିଳିପାରେ । ପିତାଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ । ଲାଭ ମିଳିବାର ସମ୍ଭାବନା ରହିଛି । ଶ୍ରୀ ଶୁକ୍ତ ପାଠ କରନ୍ତୁ । ଧଳା ଏବଂ ନୀଳ ରଙ୍ଗ ଶୁଭ ।

କୁମ୍ଭ ରାଶି : ଏହି ରାଶିରେ ଶନି ଦେବତାଙ୍କ ଚଳନ ହେତୁ ବ୍ୟବସାୟିକ ଚିନ୍ତାଧାରା ବିସ୍ତାରଲାଭ କରିବ । ଚାକାରିରେ ସଫଳତା ମିଳିବା ସହ ଆର୍ଥିକ ଲାଭ ମିଳିପାରେ । ସବୁଜ ଏବଂ ବାଇଗଣୀ ରଙ୍ଗ ଶୁଭ ।

ମୀନ ରାଶି : ରାଜନୀତିରେ ଲାଭ ମିଳିପାରେ । ଧନ ପ୍ରାପ୍ତି ହୋଇପାରେ । ହଳଦିଆ ଫଳ ଦାନ କରନ୍ତୁ । ଲାଲି ଏବଂ ସବୁଜ ରଙ୍ଗ ଶୁଭ ।

ଆଜି ୩ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି  । ଚାରମାଳ ପିନ୍ଧା ସହିତ ସେନାପଟା ବନ୍ଧା ଗୁପ୍ତନୀତି ଅନୁଷ୍ଠିତ ହେବ  । ଏଥିପାଇଁ ଆଜି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ  । ଅନ୍ୟପଟେ ଅଣସରରେ ରହିବା ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ  । ଆସନ୍ତାକାଲି ଘଣ୍ଟଘଣ୍ଟା କାହାଳୀ ସହିତ ଉତ୍ସବରେ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।

 

ବିଶ୍ବ ନିୟନ୍ତା ମହାପ୍ରଭୁ। ବେଶ୍ ସ୍ବତନ୍ତ୍ର ତାଙ୍କର ଲୀଳାଖେଳା  । ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ବରରେ ପିଡୀତ ହେବେ ଶ୍ରୀଜିଉ  । ଉପଚାର ଲାଗି ଅଣସର ଘରେ ଚାଲିବ ଗୁପ୍ତସେବା  । ଏହି ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ବରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଓ ସୁଦର୍ଶନଙ୍କ ସ୍ଥାନରେ ପୂଜା ପାଇବେ ପତିତପାବନ । ଏଥିପାଇଁ ପଟିଚିତ୍ର ପ୍ରସ୍ତୁତ କରୁଛନ୍ତି ଚିତ୍ରକର ସେବାୟତ । ସ୍ନାନ ପୂର୍ଣ୍ଣିମାରେ ଘଣ୍ଟଘଣ୍ଟା କାହାଳୀ ବଜାଇ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।‌

 

ପଟି ଦିଅଁ ପାଇଁ ଶୀତଳଷଷ୍ଠୀରୁ ଆରମ୍ଭ ହୋଇଥାଏ ପ୍ରକ୍ରିୟା  ।  ପନ୍ତି ଭୋଗ ସରିବା ପରେ ଚିତ୍ରକର ପଟି ଲାଗି କରିଥାନ୍ତି । ରୁକ୍ମିଣୀ ହରଣ ଏକାଦଶୀରୁ ରଙ୍ଗ ଦେଇ ଏହାକୁ ଚିତ୍ରିତ‌ କରାଯାଇଥାଏ । ଶଙ୍ଖ ଗୁଣ୍ଡରୁ ଧଳା ରଙ୍ଗ, ହିଙ୍ଗୁଳା, ହରିତାଳ, ରାଶି ତେଲ ଦୀପରୁ କଳା, ଖଣ୍ଡ ନେଳି, ପଟା, ଗେରୁ, କଇଁଥ ଅଠା ଆଦି ପାରମ୍ପରିକ ରଙ୍ଗରେ ପଟି ଦିଅଁ ପ୍ରସ୍ତୁତି କରାଯାଇଥାଏ  । ଏହି ସମୟରେ ସେବାୟତଙ୍କ ସପରିବାର ହବିଷାନ୍ନ କରି ଶୁଦ୍ଧପୂତ ଭାବେ କାର୍ଯ୍ୟ ସଂପାଦନ କରିଥାନ୍ତି  ।

ସ୍ମୃତି ସେୟାର କଲେ ସୌରଭ, କହିଲେ ଏଇଠି ରହୁଥିଲି

କଟକ: ବାରବାଟୀକୁ ବହୁତ ଥର ଆସିଛି  । ଏଠାରେ ଅନେକ ସ୍ମୃତି ରହିଛି  । ଅଣ୍ଡର ୧୫ ରେ ଏହି ଡରମେଟୋରୀରେ ରହୁଥିଲି  । ବହୁତ ଥର ଏଠାରେ ଶତକ କରିଛି  । ଆଗାମୀ ଦିନରେ ବାରବାଟୀକୁ ଆହୁରି ମ୍ୟାଚ ମିଳିବ  । ଆଜି ଟିମ୍ ଇଣ୍ଡିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ସରିବା ପରେ ଗଣମାଧ୍ୟମ ସହ ସ୍ମୃତି ସେୟାର କରିଛନ୍ତି ଦାଦା  ।

ଆଜି ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ଅପରାହ୍ନ ୫ଟା ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇଥିଲେ ।

ଏକାଠି ମ୍ୟାଚ ଦେଖିଲେ ନବୀନ-ଗାଙ୍ଗୁଲି

କଟକ: ବାରବାଟୀରେ ଟି-20 ମ୍ୟାଚ ଦେଖିଲେ ନବୀନ  । ଟିମ୍ ଇଣ୍ଡିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଘଣ୍ଟି ବଜାଇ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ  । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ମଞ୍ଚରେ ଏକାଠି ମ୍ୟାଚ ଉପଭୋଗ କରିଛନ୍ତି ନବୀନ  ।

ଆଜି ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ଅପରାହ୍ନ ୫ଟା ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇଥିଲେ ।

ନଦିଆରେ ପହଞ୍ଚିଲା ନୂପୁର ନିଆଁ, ଟ୍ରେନକୁ ଟାର୍ଗେଟ କଲେ ବିକ୍ଷୋଭକାରୀ

ନଦିଆ: ବ୍ୟାପିବାରେ ଲାଗିଛି ନୂପୁର ନିଆଁ । ଶୁକ୍ରବାର ଜୁମାର ନମାଜ ପରେ ଆରମ୍ଭ ବିରୋଧ ପ୍ରଦର୍ଶନ ଏବେ ରାଜ୍ୟର ଅନେକ ଜିଲ୍ଲାରେ ପହଞ୍ଚିଛି । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଟ୍ରେନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ । ବେଥୁଆଡହରୀ ରେଳ ଷ୍ଟେସନରେ ପ୍ରଦର୍ଶନକାରୀ ଲୋକାଲ ଟ୍ରେନକୁ ଟାର୍ଗେଟ କରିଛନ୍ତି  ।

ଷ୍ଟେସନରେ ଅଟକିଥିବା ଟ୍ରେନକୁ ପଥରମାଡ କରିଛନ୍ତି ବିକ୍ଷୋଭକାରୀ। ଆକ୍ରମଣ ଯୋଗୁଁ ଲାଲଗୋଲା ଲାଇନରେ ରେଳସେବା ବାଧାପ୍ରାପ୍ତ ହୋଇଛି  । ଖବର ପାଇ ଘଟଣାସ୍ଥଳରେ ଜିଆରପି, ଆରପିଏଫ ଓ ପୋଲିସ ଟିମ ପହଞ୍ଚିଛନ୍ତି  । ପ୍ରଶାସନ ପହଞ୍ଚିବା ପୂର୍ବରୁ ପ୍ରଦର୍ଶନକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଥିତି ବିଗିଡି ଯାଇଛି  ।

ଘଟଣାରୁ ଜଣାପଡିଛି ଯେ ବିକ୍ଷୋଭକାରୀ ନଦିଆ ଜିଲ୍ଲାରେ ରାସ୍ତାଜାମ  କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇଥିଲା  । ଏହି ସମୟରେ ବିକ୍ଷୋଭକାରୀ ଷ୍ଟେସନରେ ପଶି ହଙ୍ଗାମା କରିଥିଲେ  ।

ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

କଟକ: ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀ ନିରାଶ । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର୍ଯ୍ୟ ୧୪୯ ରନ୍ ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ୬ ୱିକେଟ ହରାଇ ହାସଲ କରିନେଇଛି । ଦଳ ପକ୍ଷରୁ ହେନରିକ କ୍ଲାସେନ ଅର୍ଦ୍ଧଶତକ ହାସଲ କରିବା ସହ ସର୍ବାଧିକ ୮୧ ରନ କରିଥିବାବେଳେ ଅଧିନାୟକ ବାଭୁମା ୩୫ ରନ କରିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ଓ୍ବିକେଟ ନେଇଥିଲେ । ଚହଲ ଓ ହର୍ଷଲ ପଟେଲେଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ନିରାଶ କରିଥିଲେ । ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ ଋତୁରାଜ ଗାଏକଓ୍ବାଡ। ଶ୍ରେୟସ ଆୟାର ସର୍ବାଧିକ ୪୦ ରନ କରିଥିବା ବେଳେ ଇଷାନ କିଷାନ ୩୪ ଓ ଦୀନେଶ କାର୍ତ୍ତିକ ଅପରାଜିତ ୩୦ ରନ କରିଥିଲେ ।

ତେବେ ମିଡିଲ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଭଲ ସ୍କୋର କରିପାରି ନଥିଲା ଭାରତ । ଅଧିନାୟକ ପନ୍ତ ୫, ପାଣ୍ଡ୍ୟା ୯ ଏବଂ ଅକ୍ଷର ପଟେଲ ୧୦ ରନ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିକ୍ ନର୍ଟେଜ୍ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ତେବେ ବାରବାଟୀରେ ଉତ୍କଣ୍ଠାର ସହ ମ୍ୟାଚ ଦେଖୁଥିବା ପ୍ରତିଟି ଓଡିଆ ନିରାଶ ହୋଇଛନ୍ତି  । ଇଣ୍ଡିଆ ଜିତିବା ନେଇ ଆଶା ପ୍ରକାଶ କରିଥିବା କ୍ରିକେଟପ୍ରେମୀ ହତୋତ୍ସାହିତ ହୋଇଛନ୍ତି  ।

T-20 BREAKING: ଦକ୍ଷିଣ ଆଫ୍ରିକାକୁ ୩ୟ ଝଟକା

ଆଉଟ ହେଲେ ଭାସିଭନ

ଦକ୍ଷିଣ ଆଫ୍ରିକାକୁ ୩ୟ ଝଟକା । ୭ବଲରେ ୧ରନ୍ କରି ଆଉଟ ହେଲେ ଭାସିଭନ ଡେର ତୁସେନ ।ଭୁବନେଶ୍ବର କୁମାରଙ୍କ ବୋଲିଂରେ ହେଲେ ଆଉଟ୍ ।

 

ଦକ୍ଷିଣ ଆଫ୍ରିକାକୁ ୨ୟ ଝଟକା

ଦକ୍ଷିଣ ଆଫ୍ରିକାକୁ ପୁଣି ଝଟକା । ୫ବଲରେ ୪ରନ କରି ପ୍ରେଟୋରିୟସ ଆଉଟ । ଭୁବନେଶ୍ବର କୁମା ବୋଲିଂରେ  ଆଉଟ ହୋଇଛନ୍ତି ପ୍ରେଟୋରିୟସ ।ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ଟାର୍ଗେଟ୍ । ୪ ରନ୍ କରି ଆଉଟ ହୋଇଛନ୍ତି ରିଜା ହେଣ୍ଡରିକ୍ସ । ଭୁବନେଶ୍ବର କୁମାରଙ୍କ ବଲରେ କ୍ଲିନ ବୋଲ୍ଡ ।୬ ଓ୍ବିକେଟ୍ ହରାଇ ଭାରତ ରନ୍ କରିଛି ୧୪୮ ରନ୍ ।

ପ୍ରଥମ ଇଂନିସରେ ଭାରତର ୧୪୮ ରନ୍ , ଟାର୍ଗେଟ ୧୪୯

କଟକ: ସାଉଥ ଆଫ୍ରିକା ଆଗରେ ୧୪୯ ରନର ଟାର୍ଗେଟ ଦେଇଛି ଭାରତ  । ପ୍ରଥମେ ଟସ ହାରି ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ଓଭରରେ ସଂଗ୍ରହ କରିଛି ୧୪୮ ରନ୍  । ସେପଟେ ଦଳ ସମୁଦାୟ ୬ଟି ୱିକେଟ ହରାଇ ୧୪୮ ରନ କରିବାରେ ସଫଳ ହୋଇଛି  । ତେବେ ଶ୍ରେୟାସ ଆୟର ଦଳକୁ ଏକ ବଡ଼ ରନ ଦେଇଛନ୍ତି  । ଆୟର ୪୦ ରନ କରିଥିବାବେଳେ ଇଶାନ କିଶାନ ୩୪ ଏବଂ ଦିନେଶ କାର୍ତ୍ତିକ ୩୦ ରନ ସଂଗ୍ରହ କରିଛନ୍ତି  ।

ସେପଟେ କଟକରେ ଖେଳା ହେଉଥିବା ଏହି ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ  । ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମ ଫିଲଡିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମ୍ ଅପରିବର୍ତ୍ତିତ ଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। କ୍ବିଣ୍ଟନ ଡି କକ୍ ଆହତ କାରଣରୁ ଖେଳୁନାହାନ୍ତି। ତାଙ୍କ ସ୍ଥାନରେ ରିଜା ହ୍ୟାଣ୍ଡ୍ରିକ୍ସ ଖେଳୁଛନ୍ତି। ଷ୍ଟପ୍‌ସଙ୍କ ସ୍ଥାନରେ ହେନେରିକ କ୍ଲାସନ୍ ଖେଳୁଛନ୍ତି। ଦିଲ୍ଲୀଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୭ ଓ୍ବିକେଟରେ ପରାସ୍ତ ହୋଇଥିଲା ।

ଅନ୍ୟପଟେ ଇଣ୍ଡିଆ ପ୍ରଥମ ଇଂନିସରେ ୧୪୮ ରନ ସଂଗ୍ରହ କରିଥିହବାବେଳେ ହରାଇଛି ୬ଟି ୱିକେଟ  । ତେବେ ସାଉଥ ଆଫ୍ରିକା ଆଗରେ ଟାର୍ଗେଟ ହେଉଛି ୧୪୯ ରନ୍  । ବିପକ୍ଷ ଦଳ ଏକ ମଜଭୁତ ସ୍ଥିତିରେ ରହିଥିବାବେଳେ ମିଲର ହିଁ ଦଳର ନିତୀ ନିର୍ଦ୍ଧାରକ ସାଜିଛନ୍ତି  । ସାଉଥ ଆଫ୍ରିକା ଦଳର ଅଧିନାୟକ ବାବୁମ୍ବାଙ୍କ ନେତୃତ୍ୱରେ ଦଳ ମ୍ୟାଚକୁ ହାସଲ କରିବା ନେଇ ଆଶା ଜୁଟାଇଛି  ।

ପରାଜୟ ସହି ପାରିଲାନି ଆଫଗାନ ଟିମ, ଭାରତୀୟ ଖେଳାଳୀଙ୍କ ସହ ହାତାହାତି

ଭୁବନେଶ୍ବର: କ୍ରିକେଟରେ ଯଦିଓ ଭାରତ ଓ ଆଫଗାନିସ୍ତାନ ଖେଳାଳୀଙ୍କ ମଧ୍ୟରେ ସମ୍ପର୍କ ଭଲ ଅଛି କିନ୍ତୁ ଫୁଟବଲରେ ଏହା ସମ୍ପୂର୍ଣ୍ଣ ଭିନ୍ନ  । ଶନିବାର ଏଏଫସି ଏସିଆ କପ କ୍ବାଲିଫାୟାର୍ସ ୨୦୨୩ ରେ ଆଫଗାନିସ୍ତାନକୁ ଭାରତ ୨-୧ ଗୋଲରେ ହରାଇଛି  । ଆଉ ପରାଜୟ ସହଜରେ ଗ୍ରହଣ କରିପାରିନାହିଁ ଆଫଗାନିସ୍ତାନ  । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି  ।

 

ଭାରତୀୟ ଖେଳାଳୀଙ୍କ ସହ ହାତାହାତି ହୋଇଛନ୍ତି ଆଫଗାନ ଖେଳାଳୀ  । ଟିମ ଇଣ୍ଡିଆର ଗୋଲକିପର ଦୁଇ ଟିମକୁ ଶାନ୍ତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି  । କିନ୍ତୁ ତାଙ୍କୁ ବି ଧକ୍କା ମାରିଛନ୍ତି ଆଫଗାନ ଟିମ  । ଗଣ୍ଡଗୋଳର କାରଣ ଏଯାଏଁ ଜଣାପଡିନାହିଁ  । ଏହି ବିଜୟ ସହ ଭାରତୀୟ ଟିମ ଗ୍ରୁପ ଡି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ନମ୍ବରରେ ପହଞ୍ଚିଛି  ।

ଦୁଇଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ହୋଇଛି ଭାରତୀୟ ଟିମ  । ହଂକଂ ତାଲିକାର ପ୍ରଥମ ସ୍ଥାନରେ ରହିଛି  । ଭାରତ ଓ ହଂକଂ ଖାତାରେ ସମାନ ୬ ଅଙ୍କ ଥିବାବେଳେ ଗୋଲ ବ୍ୟବଧାନ ଯୋଗୁଁ ହଂକଂ ଶୀର୍ଷରେ ରହିଛି  ।

 

T-20 BREAKING: ବାରବାଟି ଟି-ଟ୍ବେଣ୍ଟି ମ୍ୟାଚ୍: ଟାର୍ଗେଟ୍ ୧୪୯

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା । ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ଟାର୍ଗେଟ୍ । ୪ ରନ୍ କରି ଆଉଟ ହୋଇଛନ୍ତି ରିଜା ହେଣ୍ଡରିକ୍ସ । ଭୁବନେଶ୍ବର କୁମାରଙ୍କ ବଲରେ କ୍ଲିନ ବୋଲ୍ଡ ।୬ ଓ୍ବିକେଟ୍ ହରାଇ ଭାରତ ରନ୍ କରିଛି ୧୪୮ ରନ୍ ।

ଭାରତର ୬ଷ୍ଠ ଓ୍ବିକେଟ୍ ପତନ

ଭାରତ ହରାଇଲା ଆଉ ଏକ ଓ୍ବିକେଟ । ୧୧ ବଲରେ  ୧୦ ରନ କରି ଅକ୍ସର ପଟେଲ ଆଉଟ ।

 

ଦଳକୁ ୫ମ ଝଟକା 

ଦଳକୁ ଆଉ ଏକ ଝଟକା । ୩୫ ବଲରେ ୪୦ ରନ୍ କରିଥିବା ଶ୍ରେୟାସ ଆୟାର ଆଉଟ୍ । ପିଟ୍ରିୟସଙ୍କ କମାଲ ବୋଲିଂରେ କ୍ୟାଚ୍ ଆଉଟ ହୋଇଛନ୍ତି ଶ୍ରେୟାସ ।

ପାଣ୍ଡ୍ୟା ଆଉଟ

ବ୍ୟାଟ୍ସ ମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ।ଦଳ ତରଫରୁ  ୪ର୍ଥ ସ୍ଥାନରେ ବ୍ୟାଟିଂ ଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ମାତ୍ର ୯ ରନ୍ କରିବାରେ ସଫଳ ହୋଇଛନ୍ତି । ସାଉଥ୍ ଆଫ୍ରିକାର ସୁଦକ୍ଷ ବୋଲର ପାରନେଲଙ୍କ ବଲରେ କ୍ଲିନ୍ ଆଉଟ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଭାରତ ହରାଇଲା ୩ୟ ଓ୍ବିକେଟ

ଭାରତ ହରାଇଲା ୩ୟ ଓ୍ବିକେଟ । ୭ଟି ବଲ ଖେଳି ୫ରନ୍ ସଂଗ୍ରହ କଲେ ଅଧିନାୟକ ଋଷଭ ପନ୍ଥ । ୧୦ ଓଭର ସୁଦ୍ଧା ଭାରତୀୟ ଦଳ ୭୩ ରନ୍ ସଂଗ୍ରହ କରିଥିବା ବେଳେ ହରାଇଛି ୩ ଓ୍ବିକେଟ ।

ଭାରତକୁ ଦ୍ବିତୀୟ ଝଟକା

ଭାରତକୁ ଦ୍ବିତୀୟ ଝଟକା । । ଟସ୍ ଜିତିବା ପରେ ଫିଲ୍ଡିଂ କରୁଛି ଦକ୍ଷିଣ ଆଫ୍ରିକା ଏବଂ ଭାରତ କରୁଛି ବ୍ୟାଟିଂ । ମାତ୍ର ଗୋଟିଏ ରନ୍ କରି ଋତୁରାଜ ଗାଏକଓ୍ବାଡ ଆଉଟ ହେବା ପରେ ୨୧ ବଲରେ ଇଷାନ କିଷାନ ଆଉଟ ହୋଇଛନ୍ତି ।  ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି କଡା ଟକ୍କର  । ବର୍ତ୍ତମାନ କ୍ରିଜରେ ଅଛନ୍ତି ଅଧିନାୟକ ପନ୍ତ ଓ ଶ୍ରେୟାସ ଆୟାର । ଭାରତୀୟ ଟିମର କ୍ୟାପଟେନ ଭାବରେ ରିଷଭ୍ ପନ୍ତ ଅଧିନାୟକ  ଅଛନ୍ତି । ଅନ୍ୟ ପଟେ ଦକ୍ଷିଣ ଆଫ୍ରିକା ଟିମରେ ତେମ୍ବା ବାବୁମା କ୍ୟାପଟେନ ଅଛନ୍ତି । ୭ ଓ୍ବିକେଟରେ ୫୦ ରନ୍ ପୂରାକଲା ଭାରତ ।