ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରେରଣା ଦେଇଛି: ମାନସ ମଙ୍ଗରାଜ

1 min read

ଭୁବନେଶ୍ୱର:  ଜାତୀୟ ଦୈନିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ପ୍ରଶଂସା କରି ପ୍ରକାଶିତ ଲେଖା ନେଇ ବିଜେଡି ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ କହିଛନ୍ତି ଯେ, କେବଳ ଓଡିଶାବାସୀ ନୁହନ୍ତି, ସାରାଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରେ । କାରଣ ମୁଖ୍ୟମନ୍ତ୍ରୀ କର୍ମରେ ବିଶ୍ବାସ କରନ୍ତି । ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନେତୃତ୍ବ ନେଇ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଆନ୍ତି ବୋଲି ମାନସ ମଙ୍ଗରାଜ ଟ୍ବିଟ୍ କରିଛନ୍ତି । ଅନ୍ୟମାନଙ୍କ ପାଇଁ ୫-ଟି ମଡେଲ କେସ୍ ଷ୍ଟଡି ହୋଇ ରହିଛି ବୋଲି ମଙ୍ଗରାଜ କହିଛନ୍ତି  ।

ସୂଚନାଥାଉକି, ଏକ ଇଂରାଜୀ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ସଫଳାତର ବିସ୍ତୃତ ତଥ୍ୟ ରଖିଛନ୍ତି ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ୧୯୯୩ରେ ରାଜ୍ୟରେ ଗରିବୀ ହାର ୪୮.୬ ଥିବା ବେଳେ ୨୦୧୫ରେ ଏହା ଦ୍ରୁତଗତିରେ ହ୍ରାସ ପାଇ ୨୯.୩କୁ ଖସିଥିଲା। ଓଡ଼ିଶାର ସାମଗ୍ରିକ ବିକାଶର ଏହା ଉତ୍କୃଷ୍ଟ ଚିତ୍ର । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିବା ବେଳକୁ ମୁଣ୍ଡପିଛା ଆୟରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନରେ ଥିଲା । ୨୦୦୦ ମସିହାରେ ରାଜ୍ୟରେ ମୁଣ୍ଡପିଛା ଆୟ ମାତ୍ର ୧୭ହଜାର ୬୫୦ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୮୨ ହଜାର ୨୫୭ରେ ପହଞ୍ଚିଛି । ୧୯୯୯ ମହାବାତ୍ୟା ପରେ ରାଜ୍ୟର ଏକ ପ୍ରତିକୂଳ ସ୍ଥିତିରୁ ରାଜ୍ୟକୁ ଦେଶର ଅଗ୍ରଣୀ ରାଜ୍ୟ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ଦୂରଦୃଷ୍ଟି, ସ୍ବଚ୍ଛ ଓ ସ୍ଥିର ସରକାର ଯୋଗୁଁ ଏହା ସମ୍ଭବ ହୋଇପାରିଛି ।