spot_img
Home Blog Page 4304

ଖଣିଜ ପଦାର୍ଥର ରପ୍ତାନି ଶୁଳ୍କ ହ୍ରାସ ନହେଲେ କମିପାରେ ଓଡ଼ିଶାର ଆୟ

ଭୁବନେଶ୍ବର: ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପୂର୍ବର୍ରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି । ବଜେଟକୁ ଅଧିକ ଲୋକାଭିମୁଖୀ କରିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ପାଇଁ ବଜେଟରେ ଆବଣ୍ଟିତ ଅର୍ଥକୁ ଶତ ପ୍ରତିଶତ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି।

ଏହାଦ୍ୱାରା ସରକାରୀ ଯୋଜନା ସଫଳ ହେବ ଏବଂଓଡ଼ିଶାର ସାମଗ୍ରିକ ବିକାଶ ଘଟିବ ବୋଲି ପୂର୍ଣ୍ଣାଙ୍ଗ ବଜେଟର ପ୍ରସ୍ତୁତି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ କହିଛନ୍ତି। ସେହିଭଳି ରାଜ୍ୟରେ ଶିଳ୍ପାୟନ ଅଭିବୃଦ୍ଧି ପାଇଁ ଲ୍ୟାଣ୍ଡ ବ୍ୟାଙ୍କି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉଚିତ। ଶିଳ୍ପାୟନ ପାଇଁ ଚିହ୍ନିଟ ଜମିକୁ ସୁରକ୍ଷିତ ରଖିବା ନିମନ୍ତେ ରାଜସ୍ୱ ବିଭାଗକୁ ଅର୍ଥ ଆବଣ୍ଟନ କରି ବିଭିନ୍ନ ତହସିଲ ଅଫିସ ମାଧ୍ୟମରେ ପାଚେରି ନିର୍ମାଣ କରାଯାଉ।

ଏହାସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ଅତ୍ୟଧିକ ରପ୍ତାନି ଶୁଳ୍କକୁ ତୁରନ୍ତ  ହ୍ରାସ କରାଯାଉ। ନଚେତ ଓଡ଼ିଶା ରାଜସ୍ୱ ଆଦାୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଶ୍ରୀଯୁକ୍ତ ଘଡ଼ାଇ ସତର୍କ କରାଇଛନ୍ତି। ଗତ ଆର୍ଥିକ ବର୍ଷରେ ଖଣିଜ ପଦାର୍ଥ ରପ୍ତାନିରୁ ଓଡ଼ିଶାକୁ ପ୍ରାୟ ୪୮ହଜାର କୋଟି ଟଙ୍କା ମିଳିଥିଲା। ଯାହାକି ୨୦୨୦-୨୧ଆର୍ଥିକ ବର୍ଷ ତୁଳନାରେ ୨୫୨ପ୍ରତିଶତ ଅଧିକ ରହିଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଖଣିଜ ପଦାର୍ଥ ଉପରେ ରପ୍ତାନି ଶୁଳ୍କକୁ ଯଥେଷ୍ଟ ବୃଦ୍ଧି କରିବା କାରଣରୁ ଓଡ଼ିଶାରୁ ଖଣିଜ ପଦାର୍ଥର ରପ୍ତାନି ହାର ହ୍ରାସ ପାଉଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଯଦିଓ ଚଳିତ ଆର୍ଥିକ ବର୍ଷରେ କ୍ୟାପିଟାଲ ଏକ୍ସପେଣ୍ଡିଚର ସର୍ବକାଳୀନ, ଅର୍ଥାତ ପ୍ରାୟ ୫୬ହଜାର କୋଟିକୁ ଛୁଇଁଛି। କିନ୍ତୁ ରାଜ୍ୟର ସଂସ୍କୃତି ଓ ସିନେମା ଜଗତ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବାର ଆବଶ୍ୟକତା ରହିଛି। ପ୍ରତି ବ୍ଲକରେ ମିନି ସିନେମା ହଲ ନିର୍ମାଣ ପାଇଁ ସରକାର ମାଗଣାରେ ଜମି ଯୋଗାଇ ଦୋବା ପାଇଁ ପ୍ରସ୍ତାବ ଆସିଛି ।

ଆସନ୍ତା ଜୁଲାଇ ୨ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ  ପ୍ରାୟ୧ଲକ୍ଷ ୬ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ତେବେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ରହିଛି।

 

ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ଫିଲ୍ଡିଂ କରିବ

ବାରବାଟୀରେ ଆରମ୍ଭ ହୋଇ ଯାଇଛି ସନ୍‌ଡେ ସୁପର ଫାଇଟ୍ । ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା କଲା ଫିଲ୍ଡିଂ ନିଷ୍ପତ୍ତି । ଭାରତ ଟିମ୍ କରିବ ବ୍ୟାଟିଂ। ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହେଲା ଖେଳ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବ୍ୟାଟେଲ । ଗତକାଲି ଉଭୟ ଦଳର ଖେଳାଳି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଥିଲେ ।

ନବୀନଙ୍କୁ ଭେଟିଲେ ଗାଙ୍ଗୁଲି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି  । ବାରବାଟୀରେ ମ୍ୟାଚ ଦେଖିବା ପୂର୍ବରୁ ନବୀନ ନିବାସରେ ପହଞ୍ଚିଥିଲେ ଗାଙ୍ଗୁଲି  । ହକି ଇଣ୍ଡିଆର ଜର୍ସି ଦେଇ ଅତିଥିଙ୍କୁ ସ୍ବାଗତ କରିଛନ୍ତି ନବୀନ  । ବିଶ୍ବସ୍ତରରେ ହକିକୁ ପହଞ୍ଚାଇବା ପାଇଁ ନବୀନଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି  । କିଛି ସମୟ ଚର୍ଚ୍ଚା ପରେ ବାରବାଟୀ ଅଭିମୁଖେ ବାହାରିଛନ୍ତି ଗାଙ୍ଗୁଲି  ।

ଏହି ସାକ୍ଷାତ ସମୟରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, ପୂର୍ବତନ ଖେଳାଳୀ ଦେବାଶିଷ ମହାନ୍ତି, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।

ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରୋମାଞ୍ଚକର ମ୍ୟାଚ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।

 

ଅପେକ୍ଷାର ଅନ୍ତ ଘଟିଲା , ଜୁନ ୧୬ରେ ଦିଲ୍ଲୀକୁ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ଭୀଷଣ ଖରାରୁ ମିଳିବ ତ୍ରାହି । କିଛିଦିନ ହେବ ଭୀଷଣ ଗରମରେ ଛଟପଟ ହେଉଥିଲେ ରାଜଧାନୀବାସୀ । କିନ୍ତୁ ଏବେ ଦିଲ୍ଲୀରେ ବର୍ଷାକୁ ନେଇ ବଡ଼ ଅପଡେଟ ଦେଇଛି ଆଇଏମଡି । ଭୀଷଣ ଗରମରେ ଲୁ‘ର ଅତ୍ୟାଚାରରୁ ଏବେ ବର୍ତ୍ତିବେ ଲୋକେ । କିଛି ଦିନ ହେବ ୪୦ ଡିଗ୍ରୀ ତାପମାତ୍ରା ଉପରେ ରହୁଥିଲା ପାରଦ । ବର୍ତ୍ତମାନ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଜୁନ ୧୬ରେ ଦିଲ୍ଲୀକୁ ମୌସୁମୀ ଛୁଇଁବ । ଦିଲ୍ଲୀ, ହରିୟାଣା, ଉତ୍ତର ରାଜସ୍ଥାନ ଓ ହିମାଞ୍ଚଳ ପ୍ରଦେଶର ଯେଉଁ ଭିନ୍ନ ଭିନ୍ନ ସ୍ଥାନରେ ଲୁ’ର ପ୍ରଭାବ ଦେଖାଯାଉଥିଲା ସେଠାରେ ଜୁନ ୧୬ ସୁଦ୍ଧା ବର୍ଷାର ଗତିବିଧି ପରିଲ୍ଲଖିତ ହେବ ।

ହସ୍ପିଟାଲରେ ଭର୍ତ୍ତି ସୋନିଆ, କୋରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  । କୋରୋନା ସମ୍ବନ୍ଧୀୟ ସମସ୍ୟା କାରଣରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ସୋନିଆଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଅବଜରଭେସନରେ ରଖାଯାଇଛି  । ବର୍ତ୍ତମାନ ସୁଦ୍ଧା ତାଙ୍କର ଦୁଇ ଥର କୋରୋନା ରିପୋର୍ଟ ପଜିଟିଭ ଆସିଛି  । ଗତ ୧୦ ଦିନରୁ ସେ ଅସୁସ୍ଥ ଥିବା ସୂଚନା ଦେଇଛନ୍ତି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା  ।

ଗତ ଜୁନ ୨ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ସୋନିଆ  । ଏହି ସମୟରେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା  । ହେଲେ ସେ ନିଜକୁ ସଙ୍ଗରୋଧ କରି ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ  । ଆଜି ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସୋନିଆ  । ଗତ କିଛି ଦିନ ମଧ୍ୟରେ ଦେଶରେ ବଢୁଥିବା ସଂକ୍ରମଣ କଂଗ୍ରେସର ଅନେକ ନେତାଙ୍କୁ ଶିକାର କରିଛି  । ଅଧ୍ୟକ୍ଷ ସୋନିଆଙ୍କ ସମେତ ସଙ୍ଗଠନ ମହାସଚିବ କେସି ଭେନୁଗୋପାଳ ଓ ପାର୍ଟି ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ  ।

ଗତ କିଛି ଦିନରୁ ସୋନିଆଙ୍କ ପିଛା ଛାଡୁନି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ନ୍ୟାଶନାଲ ହେରାଲ୍ଡ ସମ୍ବନ୍ଧିତ ଅର୍ଥ ହେରଫେର ମାମଲାରେ ଆଗାମୀ ଜୁନ ୨୩ରେ ହାଜର ହେବା ପାଇଁ ଇଡି ତାଙ୍କୁ ନୋଟିସ ପଠାଇଥିଲା  । ଏହା ପୂର୍ବରୁ ଜୁନ ୮ରେ ହାଜର ପାଇଁ ଇଡି ସମନ ପଠାଇଥିଲା  । କିନ୍ତୁ କୋରୋନା ସଂକ୍ରମଣ କାରଣରୁ ସୋନିଆ ଇଡିକୁ ନୂଆ ତାରିଖ ମାଗିଥିଲେ  ।

ବାରବାଟୀରେ ବଦଲା ନେବ କି ଭାରତ ? ଫ୍ଲାଇଂ ଇଲେଭନରେ କିଏ ?

ଭୁବନେଶ୍ବର:  ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେଲାଣି ଟି-ଟ୍ବେଣ୍ଟି କାଉଣ୍ଟଡାଉନ୍ । ସାତ ବର୍ଷ ପରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ।

ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏନେଇ ରଣନୀତି ପ୍ରସ୍ତୁତ କରିଛି ଭ୍ରମଣକାରୀ ଦଳ । ସେହିପରି ବାରବାଟୀରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଛି  ।

ସେପଟେ ଦ୍ବିତୀୟ ଟି ୨୦ ପାଇଁ ସାଉଥ ଆଫ୍ରିକା ନିଜ ଦଳରେ କୌଣସି ପରିବର୍ତ୍ତନ କରିବା ସମ୍ଭବ ନ ହେଲେ ମଧ୍ୟ ଭାରତୀୟ ଟିମ ନିଶ୍ଚିତ ଭାବେ ପରିବର୍ତ୍ତନ କରିବା ନେଇ ଆଶା ରହିଛି  । ହର୍ଷଲ ପଟେଲ ଓ ଭୁବନେଶ୍ବର କୁମାରଙ୍କ ପ୍ରଦର୍ଶନ ପ୍ରଥମ ମ୍ୟାଚରେ ନିରାଶଜନକ ରହିଛି  । ଏହି କ୍ଷେତ୍ରରେ ଉମରାନ ମଲ୍ଲିକଙ୍କ ପାଇଁ ସୁଯୋଗ ରହିଛି  । ପିଚ୍‌ ଯଦି ଫ୍ଲାଟ ରୁହେ ଏହା ଉମରାନଙ୍କ ଟେକନିକ ବ୍ୟାଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ  ।

୨୦୧୫ରେ ଭାରତ ଓ  ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଏକମାତ୍ର ଟି ୨୦ ମ୍ୟାଚ ଖେଳ ହୋଇଥିଲା  । ୬ ୱିକେଟରେ ପରାଜୟ ସ୍ବୀକାର କରିଥିଲା ଭାରତ । ୭ ବର୍ଷ ପରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ଟିମ  । ମାତ୍ର ଅସଲ ପରୀକ୍ଷା ପୂର୍ବରୁ ଅଭ୍ୟାସ ବେଳେ ଟିମ ଇଣ୍ଡିଆ ଅଧିନାୟକ ଋଷଭ ପନ୍ତ ଓ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତି ଶଟକୁ ଉପଭୋଗ କରି ଉତ୍ସାହିତ କରିଛନ୍ତି ଦର୍ଶକ  ।

ଆଜି କିଏ ସାବ୍ୟସ୍ତ ହେବେ ବାରବାଟୀର ବାଜିଗର ? ତେବେ ନଜର ପକାନ୍ତୁ ସମ୍ଭାବ୍ୟ ଟିମ ଉପରେ:

 

ସମ୍ଭାବ୍ୟ ଭାରତୀୟ ଦଳ:

ଇଷାନ କିଶାନ, ଋତୁରାଜ ଗାଏକଓ୍ୱାଡ, ଶ୍ରେୟାସ ଆୟାର, ଋଷଭ ପନ୍ତ (ଅ)

ହାର୍ଦ୍ଦିକ ପାଣ୍ଡିଆ, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ,

ଅଭେସ ଖାନ, ଭୁବନେଶ୍ୱର କୁମାର, ୟୁଜୁଭେନ୍ଦ୍ର ଚହଲ

 

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ:

କ୍ୱିଣ୍ଟନ ଡି କକ୍, ଟେମ୍ବା ବଭୁମା, ରାସି ଭେନ ଡର ଡସନ

ଡାଭିଡ ମିଲର, ଟ୍ରିଷ୍ଟାନ ଷ୍ଟବ୍ସ, ଡ୍ୱାଇନ ପ୍ରିଟୋରିୟସ

ଓ୍ୱାଇନେ ପାରନେଲ, କାଗିସୋ ରାବାଡା, ତାବରେଜ ସାମସି

ଲୁଙ୍ଗି ନେଗିଡି/ କେଶବ ମହାରାଜ, ଅନରିଜ୍ ନୋର୍ଟେଜ୍

ଜାଣନ୍ତୁ କାହିଁକି ଧୋନୀଙ୍କ ମନ ପଢିବାକୁ ଚାହାନ୍ତି ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଭାରତୀୟ ଟିମକୁ ଫେରିଛନ୍ତି ଦିନେଶ କାର୍ତ୍ତିକ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ସେ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଆଜି କଟକର ବାରବାଟୀରେ ଖେଳଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ବିତୀୟ ମ୍ୟାଚ । ଏହି ଭିତରେ ଏକ ସାକ୍ଷାତକାରରେ ଦିନେଶ କାର୍ତ୍ତିକ ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ଏମ ଏସ୍ ଧୋନୀଙ୍କ ବିଷୟରେ ଏପରି କହିଛନ୍ତି ,ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହେବ । ‘ଯଦି ମତେ କାହର ମନ ପଢିବାର କ୍ଷମତା ଦିଆଯିବ ତେବେ ମୁଁ ଏମ ଏସ ଧୋନୀଙ୍କ ମନ ପଢିବାକୁ ଚାହିଁବି’ ଏମିତି କହିଛନ୍ତି ଦିନେଶ କାର୍ତ୍ତିକ ।

BCCIର ଅଫିସି୍ଆଲ ଟ୍ବିଟ୍ ପେଜରେ ଗୋଟିଏ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦିନେଶ କାର୍ତ୍ତିକ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ ପଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା କି ସେ ଟିମଙ୍କ ସହ ଡିନର କରିବାକୁ ପସନ୍ଦ କରିବେ ନା ଜଣେ ସେଲିବ୍ରେଟିଙ୍କ ସହ ଫିଲ୍ମ ଦେଖିବାକୁ ପସନ୍ଦ କରିବେ । ସେ ଉତ୍ତରରେ କହିଥିଲେ କି ମୁଁ ଟିମ୍ ସହ ଡିନର କରିବାକୁ ପସନ୍ଦ କରିବି । ସେମିତି ସେ କଫି ଓ  ଚା‘ ମଧ୍ୟରୁ ସେ ଚା’କୁ ବାଛି ଥିଲେ ।ଆହୁରି ଏକ ପ୍ରଶ୍ନରେ ତାଙ୍କୁ କୌଣସି ସ୍ପେଶାଲ ପାଓ୍ବାର ଦିଆଯାଏ, ସେ କଣ କହିବାକୁ ଚାହିଁବେ ବୋଲି ପଚରା ଯାଇଥିଲା, ଆଉ ସେ ଉତ୍ତର ରଖିଥିଲେ , ମୁଁ ଏମ ଏସ ଧୋନିଙ୍କ ମନ ପଢିବାକୁ ଚାହିଁବି ।

 

ସୌରଭଙ୍କୁ ରାଜଧାନୀରେ ସ୍ବାଗତ, ବାରବାଟୀରେ ଦେଖିବେ ମ୍ୟାଚ

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲେ BCCI ସଭାପତି ସୌରଭ ଗାଙ୍ଗୁଲି  । ବିମାନବନ୍ଦରରେ ସୌରଭ ଗାଙ୍ଗୁଲି ପହଞ୍ଚିବା ପରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ହୋଟେଲ ନିଆଯାଇଛି। ହୋଟେଲରେ କିଛି ସମୟ ରେଷ୍ଟ ନେଲା ପରେ ଅପରାହ୍ନ 5 ଟାରେ ଗାଙ୍ଗୁଲି ନବୀନଙ୍କୁ ଭେଟିବେ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ ଗାଙ୍ଗୁଲି । ଏହାପରେ କଟକ ଯାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବାରବାଟୀରେ ମ୍ୟାଚ ଉପଭୋଗ କରିବେ ବିସିସିଆଇ କିଙ୍ଗ  ।  ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେଲାଣି ଟି-ଟ୍ବେଣ୍ଟି କାଉଣ୍ଟଡାଉନ୍ । ସନଡେରେ ହେବ ସୁପର ଫାଇଟ୍ । ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ ।

ଅପରାହ୍ନ ୩ଟାରୁ ଗେଟ୍ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ । ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମିଳୁଛି ଅନୁମତି । ସବୁଠି କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା  । ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏନେଇ ରଣନୀତି ପ୍ରସ୍ତୁତ କରିଛି ଭ୍ରମଣକାରୀ ଦଳ । ସେହିପରି ବାରବାଟୀରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଛି  ।

ଚନ୍ଦମୁଖୀକୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ

ପାଟଣା: ସବୁବେଳେ ସେବା କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଥାନ୍ତି ସୋନୁ ସୁଦ । ଅସହାୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି ସେ । ପୁଣି ଥରେ ସେବା କାର୍ଯ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ବଲିଉଡ ଅଭିନେତା । ଏବେ ପୁଣି ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ । ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । ତାର ଅସ୍ତ୍ରୋପଚାର କରାଇବା ସହ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିଛନ୍ତି ସୋନୁ ।ସେ ଇଣ୍ଟରନେଟରେ କୁନି ଝିଅର ଭିଡିଓ ଦେଖି ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ହୋଇଥିଲା ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ।

ନିଜ ଇଣ୍ଟାଗ୍ରାମ୍ ଆକାଉଣ୍ଟରେ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ପୂର୍ବ ଓ ପରର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି, ମୋର ଓ ଚନ୍ଦ୍ରମୁଖୀର ଯାତ୍ରା  ସଫଳ ରହିଲା ।ବର୍ତ୍ତମାନ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ଘରକୁ ଫେରିବାକୁ ପ୍ରସ୍ତୁତ ।ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ ଓ ଅନ୍ୟାନ୍ୟ କଳାକାରଙ୍କ ପ୍ରଶଂସାର ସୁଅ ଛୁଟିଛି ।

ବାରବାଟୀରେ ହେବନି ବର୍ଷା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଏକ ଆଶ୍ୱସ୍ତିକର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କଟକରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସୂଚନା ପରେ କ୍ରିକେଟ ପ୍ରେମୀଙ୍କ ମନରେ ମ୍ୟାଚକୁ ନେଇ ଆହୁରି ଉତ୍କଣ୍ଠା ବଢ଼ିଛି ।

ବିଗତ ଦୁଇ ଦିନ ହେବ ଭୁବନେଶ୍ୱର ଓ କଟକରେ ଆକାଶ ମେଘାଚ୍ଛନ ରହିଥିଲା । ତେଣୁ ଆଜି କଟକରେ ପାଣିପାଗ କିପରି ରହିବ ତାହାକୁ ନେଇ ଚିନ୍ତାରେ ଥିଲେ କ୍ରିକେଟପ୍ରେମୀ । ଏହା ପୂର୍ବରୁ ମଧ୍ୟ ୨୦୧୩ରେ ବର୍ଷା ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ ବାତିଲ କରାଯାଇଥିଲା । ତେଣୁ ଆଜି ମ୍ୟାଚ ପୂର୍ବରୁ ପାଣିପାଗକୁ ନେଇ ଆଶଙ୍କାରେ ଥିଲେ ଦର୍ଶକ ।