spot_img
Home Blog Page 4252

ଭୁବନେଶ୍ୱରରେ ଉଦଘାଟିତ୍ ହେଲା ଦିବ୍ୟାଙ୍ଗଙ୍କ ପାଇଁ ନିର୍ମିତ ଦେଶର ପ୍ରଥମ ପାର୍କ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ପାର୍କ । ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ଏହି ପାର୍କରେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସହିଦ ନଗରରେ ସେନସୋରି ପାର୍କ ଉଦଘାଟିତ ହୋଇଛି । ୧ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ । ଏହାକୁ ଆଜି ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି ।

India's First Park For Handicapped Person In Bhubaneswar

ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ । ସେଥିପାଇଁ ସ୍ୱତନ୍ତ୍ର ସେନସୋରି ପାର୍କ ସହିଦନଗର ଠାରେ ତିଆରି ହୋଇଛି । ଭାରତର ପ୍ରଥମ ଦିବ୍ୟାଙ୍ଗ ପାର୍କ ଭାବେ ଏହା ନିର୍ମାଣ ହୋଇଛି । ମାନସିକ ବିକାରଗ୍ରସ୍ତ ପିଲାମାନେ ବି ଏଠାରେ ସମୟ ବିତାଇ ପାରିବେ । ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଞ୍ଜନ ଉପକରଣ ଗୁଡ଼ିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି କରାଯାଇଛି । ପିଲାମାନେ ପଡ଼ିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡ଼ିଆରେ ସଫ୍ଟ ସିନ୍ଥେଟିକ ଲାଇନିଂ ବିଛା ଯାଇଛି ।

India's First Park For Handicapped Person In Bhubaneswar

ସେନ୍ସ ମାଧ୍ୟମରେ ଖେଳକୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ । ୨୦୧୮ ମସିହାରୁ ଏହି ପାର୍କ ପାଇଁ ଶୁଭ ଦିଆଯାଇଥିବା ବେଳେ ପ୍ରଥମେ ଜମିଜମା ମାମଲାକୁ ନେଇ ବନ୍ଦ ରହିଥିଲା କାମ । ପରେ କୋଭିଡ୍ ଯୋଗୁଁ ବିଳମ୍ବ ହୋଇଥିବା ବେଳେ ଦୁଇ ବର୍ଷ ପରେ ଆଜି ଏହାର ଉଦଘାଟନ ହୋଇଛି । ଯେଉଁଠି ହ୍ୱିଲ୍ ଚେୟାର ସୁଇଁ, ଟୁ ସିଟର ସୁଇଂ, ବକେଟ ସୁଇଂ, ମ୍ୟୁଜିକାଲ୍ ପୋଲ, ସାଉଣ୍ଡ ପ୍ଲେ ଭଳି ଅନେକ ଉପକରଣ ରହିଛି । ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର ସହ ବ୍ରେଲି କାନ୍ଥ ରହିବା ସହ ହ୍ୱିଲ୍ ଚେୟାର ସହ ଝୁଲିବା ଲାଗି ଦୋଳି ଭଳି ବ୍ୟବସ୍ଥା ରହିଛି ।

India's First Park For Handicapped Person In Bhubaneswar

ଏଭଳି ନିଆରା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି । ସାଧାରଣ ପିଲାଙ୍କୁ ସେନସୋରି ପାର୍କକୁ ପ୍ରବେଶ ବାରଣ କରାଯାଇଛି । ଆଗକୁ ବ୍ରହ୍ମପୁର ଓ ସମ୍ବଲପୁରରେ ହେବ SIPର ସାଟେଲାଇଟ୍ ସେଣ୍ଟର । ରାଜ୍ୟର ୮ଟି ସ୍ଥାନରେ ପ୍ରତିଷ୍ଠା ହେବ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ।

ପାଣିରେ ପଡ଼ିଲା ୮୦ ଲକ୍ଷ, ଜୁଆର ମାଡ଼ରେ ଭାସିଗଲା ଭସାପୋଲ

ବେଙ୍ଗାଲୁରୁ: ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭାସାପୋଲ । ପାଣିରେ ପଡ଼ିଲା ୮୦ ଲକ୍ଷ ଟଙ୍କା । ଉଦଘାଟନର ତିନି ଦିନ ପରେ ଭାସିଗଲା । କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରାଯାଇଥିବା ଭସାପୋଲ ଉଦଘାଟନର ତିନି ଦିନ ପରେ ନଷ୍ଟ ହୋଇଯାଇଛି । ୧୦୦ ମିଟର ଲମ୍ବ ଓ ୩ ମିଟିର ପ୍ରସ୍ଥ ଥିବା ଏହି ଭସାପୋଲ ଗତ ୬ ତାରିଖରେ ଉଦଘାଟନ କରିଥିଲେ ସ୍ଥାନୀୟ ବିଧାୟକ । ଭସାପୋଲ ନିର୍ମାଣ ପାଇଁ କର୍ଣ୍‌ଣାଟକ ସରକାର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଯୋଗୁ ପୋଲର କିଛି ଅଂଶ ନଷ୍ଟ ହୋଇଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଭସାପୋଲ ଆଂଶିକ ଭାଙ୍ଗିବା ପରେ ଏହାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ସମୁଦ୍ର ଉପରେ ହୋଇଥିବା ଏହି ଭସାପୋଲର ସୁରକ୍ଷା ଦିଗ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ଟ୍ରାକ୍ ବଦଳାଉଛି ‘ଅସାନି’, କାକିନାଡ଼ା ପାଖରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ପାଣିପାଗ ବିଭାଗର ଆକଳନ ଠାରୁ ଏବେ ବାତ୍ୟାର ସ୍ଥିତି ଓ ଗତିପଥରେ ପରିବର୍ତ୍ତନ ଆସିଛି । ଏବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ରିକର୍ଭ କରିପାରେ । ‘ଅସାନି’ ଉତ୍ତର-ଉତ୍ତର ପୂର୍ବ ଦିଗକୁ ରିକର୍ଭ କରି ବିଶାଖାପାଟ୍ଟଣମ୍ ଦେଇ ଯିବ । ବିଶାଖାପାଟ୍ଟଣମ ଅତିକ୍ରମ ପରେ ବାତ୍ୟା ପୁଣି ରିକର୍ଭ କରି ସମୁଦ୍ର ଭିତରକୁ ପଳାଇବ ବୋଲି ଆଇଏମଡି ଆକଳନ କରିଛି । ବାତ୍ୟା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ତେବେ ବାତ୍ୟା ସମୁଦ୍ର ଭିତରକୁ ଯିବା ପରେ ଗତିପଥ କଣ ରହିବ ଆକଳନ ହୋଇନାହିଁ । ପ୍ରଭାବରେ ଓଡ଼ିଶାରେ ଅଧିକ ପବନ ହେବ ନାହିଁ ବୋଲି କହିଛନ୍ତି ଏସଆରସି ।

Cyclone Asani Changes Track, May Landfall Near Kakinada Of Andhra Pradesh

ତେବେ ଆନ୍ଧ୍ରର କାକିନାଡ଼ା ପାଖାପାଖି ‘ଅସାନି’ ସ୍ଥଳଭାଗ ଛୁଇଁଲେ ଓଡ଼ିଶା ଉପରେ ପବନର ପ୍ରଭାବ ରହିବ ନାହିଁ । ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କଟକ, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବର୍ଷା ହେବ । ଆସନ୍ତାକାଲି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ଅଧିକ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ମାଲକାନଗିରିରେ ୬ଟି ଓଡ୍ରାଫ୍ ଟିମ୍, ୧୩ଟି ଫାୟାର ଟିମ୍ ରହିବେ । କୋରାପୁଟରେ ୬ଟି ଓଡ୍ରାଫ୍ ଟିମ୍ ସହ ୧୩ଟି ଫାୟାର ଟିମ୍ ରହିବେ । ଗଞ୍ଜାମରେ ୬ଟି ଓଡ୍ରାଫ୍ ଟିମ୍ ସହ ୩୦ଟି ଫାୟାର ଟିମ୍ ରହିବେ । ଗଜପତି ଓ ରାୟଗଡ଼ାରେ ୩ଟି ଓଡ୍ରାଫ୍ ଟିମ୍ ସହ ୧୦ଟି ଫାୟାର ଟିମ୍ ରହିବେ । ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତରଣ କରାଯିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସରକାରଙ୍କ ଉପଦେଶ ନମାନି ସମୁଦ୍ରକୁ ଗଲେ ବିପର୍ଯ୍ୟୟ ଆଇନ୍ ସହ ପ୍ରଶାସନ କାର୍ଯ୍ୟାନୁଷ୍ଠା ନେବ । ଏନେଇ ସଚେତନତା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଭାରତରେ ଆସିବ କରୋନାର ଚତୁର୍ଥ ପ୍ରବାହ ?

ନୂଆଦିଲ୍ଲୀ: ଗତକିଛି ଦିନ ହେବ ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାତର ଭାବରେ ଦେଶରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ଆକ୍ରାନ୍ତ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି କରୋନା ମାମଲା ରୋକିବାକୁ ଠିକ୍ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ତେବେ ଏସବୁ ମଧ୍ୟରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଚତୁର୍ଥ ଲହର ଆସିବ କି ନାହିଁ । ତେବେ ଏବେ ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ଏକ ନୂତନ ଅଧ୍ୟୟନ ପରେ ଦାବି କରିଛନ୍ତି ଯେ ଭାରତକୁ କରୋନାର ଚତୁର୍ଥ ଲହର ଆସିବ ନାହିଁ । ସେ ତାଙ୍କ ମତ ପଛରେ କାରଣ ଦର୍ଶାଇଛନ୍ତି ଯେ ଭାରତରେ ଅଧିକାଂଶ ଲୋକଙ୍କ ମଧ୍ୟରେ କରୋନାର ବିରୋଧରେ ପ୍ରାକୃତିକ ଇମ୍ୟୁନିଟି ଏବଂ ଭାଇରସରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ତେଣୁ ଭାରତରେ ଚତୁର୍ଥ ଲହର ଆସିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ।

ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କରୋନାରେ ଅଧିକ ଅଧ୍ୟୟନ କରିବା ପାଇଁ ଏକ ଗାଣିତିକ ମଡେଲ ସୃଷ୍ଟି କରିଛନ୍ତି । ଏହାର ନାମ SUTRA ରଖାଯାଇଛି | ପ୍ରଫେସର ଅଗ୍ରୱାଲ ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଥର କରୋନା ପୂର୍ବାନୁମାନ କରିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସଠିକ୍ ବୋଲି ପ୍ରମାଣିତ ହୋଇଛି | ବର୍ତ୍ତମାନ ସେ କରୋନାର ଚତୁର୍ଥ ଲହର ଉପରେ ଆକଳନ କରିଛନ୍ତି ।

ପ୍ରଫେସର ଅଗ୍ରୱାଲ ତାଙ୍କ ଅନୁସନ୍ଧାନର ଉଦ୍ଧେଶ୍ୟରେ ଦାବି କରିଛନ୍ତି ଯେ ଭାରତର ୯୦%ରୁ ଅଧିକ ଲୋକ କରୋନା ବିରୋଧରେ ପ୍ରାକୃତିକ ପ୍ରତିରକ୍ଷା ବିକାଶ କରିଛନ୍ତି । ଭାରତରେ ଟୀକାକରଣର ସ୍ତର ମଧ୍ୟ ବହୁତ ଭଲ | ଅଧିକାଂଶ ଲୋକଙ୍କୁ ଟୀକାକରଣ କରାଯାଇଛି | ସେ କହିଛନ୍ତି ଯେ ଆଇସିଏମଆର ସର୍ବେକ୍ଷଣରୁ ଜଣାପଡିଛି ଯେ ସରକାରୀ ରେକର୍ଡରେ ଲିପିବଦ୍ଧ ହୋଇଥିବା ମାମଲା ଅପେକ୍ଷା ଅନେକ ଥର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ୩୦ ଗୁଣ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି |

କରୋନାର ଚତୁର୍ଥ ଲହର ଆସିବାର କମ୍ ସମ୍ଭାବନା ପଛରେ ପ୍ରଫେସର ଅଗ୍ରଓ୍ୱାଲ ମଧ୍ୟ ଆଉ ଏକ କାରଣ ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ତେବେ ଯେଉଁ ଭାଇରସ ଏବେ ସାମ୍ନାକୁ ଆସୁଛି ତାହା ଓମିକ୍ରନ ଭାଇରସର ଭାଇ ଭଉଣୀଙ୍କ ପରି । ଯେପରିକି BA.2, BA.2.9, BA.2.10 ଏବଂ BA.2.12 । ପ୍ରଫେସର ମଣିନ୍ଦ ଅଗ୍ରଓ୍ୱାଲଙ୍କ କହିବା ଅନୁସାରେ ଏହାର ଅର୍ଥ ହେଉଛି ଦେଶରେ ୯୦ ପ୍ରତିଶତ ଲୋକ ଓମିକ୍ରନ ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି । ଏପରି ପରିସ୍ଥିତିରେ, ଓମିକ୍ରନ୍ କାରଣରୁ କରୋନାର ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ପ୍ରଫେସର ମଣିନ୍ଦ୍ର ଅଗ୍ରଓ୍ୱାଲ ।

 

ମହାନଦୀ ଗର୍ଭରେ ୭ ଶହ ବର୍ଷର ପୁରୁଣା ମନ୍ଦିର

ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ । ଅଥଳ ଜଳରାଶି ଭିତରେ ରହିଛି ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର । ନୟାଗଡ଼ ଜିଲ୍ଲା ମହାନଦୀ ଭିତରେ ରହିଛି ଏହି ମନ୍ଦିର । ଗ୍ରୀଷ୍ମ ଋତୁରେ ଜଳସ୍ତର କମିବା ପରେ ପୁଣି ଥରେ ମନ୍ଦିରର ଗମ୍ବୁଜ ଦେଖିବାକୁ ମିଳିଛି । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

Old Temple Seen In Mahanadi River Bhapur Nayagarh

ମହାନଦୀର ଶାନ୍ତ ଢେଉରେ ପୁରାତନ ଗାଥା ଗାଉଛି ଗୋପୀନାଥ ମନ୍ଦିର । ନୀଳ ଜଳରାଶିରେ ଲୀନ ହୋଇଥିଲେ ମଧ୍ୟ ଏବେ ବି ୭ ଶହ ବର୍ଷ ପୁରୁଣା ଐତିହ୍ୟର ମୁକସାଖୀ ହୋଇ ଛିଡ଼ା ହୋଇଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀରେ ପୁଣି ଥରେ ଦୃଶ୍ୟମାନ ହୋଇଛି ଗୋପୀନାଥ ମନ୍ଦିର । ନଦୀରେ ଜଳସ୍ତର କମିବା ପରେ ମନ୍ଦିର ଦଧିନଉତି ଦେଖିବାକୁ ମିଳିଛି । ପଞ୍ଚଦଶ ଶତାବ୍ଦୀର ମନ୍ଦିରକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି ।

Old Temple Seen In Mahanadi River Bhapur Nayagarh

କୁହାଯାଏ ଏହି ମନ୍ଦିର ୧୪୦୦ରୁ ୧୬୦୦ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଛି । ମହାନଦୀର କାୟା ବିସ୍ତାର ପରେ ଗୋପୀନାଥ ମନ୍ଦିର ସହିତ ପ୍ରାୟ ୭ ଖଣ୍ଡ ଗାଁ ନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା । ଏବେ କେବଳ ମନ୍ଦିରର ଗମ୍ବୁଜ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଅଂଶ ବାଲିରେ ପୋତି ହୋଇ ରହିଯାଇଛି । ଏହା ପୂର୍ବରୁ ୨୦୨୦ ମସିହାରେ ଦୃଶ୍ୟମାନ ହୋଇଥିଲା ମନ୍ଦିରର ଗମ୍ବୁଜ ।

Old Temple Seen In Mahanadi River Bhapur Nayagarh

ମାତ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏଯାଏ ଏହା ଉପରେ କୌଣସି ସର୍ବେକ୍ଷଣ କରିନଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ନଦୀକୂଳରେ ବାବା ଗୋପୀନାଥ ପୂଜା ପାଉଥିବା ବେଳେ ନଦୀ ଭିତରେ ରହିଥିବା ମନ୍ଦିର ସର୍ବେକ୍ଷଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ପିଡିଏସ୍ କେଳେଙ୍କାରୀ, ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ

ବୌଦ୍ଧ: ମୃତ ବ୍ୟକ୍ତ ନାଁରେ ଉଠୁଛି ରାସନ । ପାଞ୍ଚ ବର୍ଷ ହେଲା ଉଠୁଛି ରାସନ ସାମଗ୍ରୀ । ରାସନ କାର୍ଡ ଥାଇ ବି ୭ ବର୍ଷ ହେଲା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁ ନଥିବା ବେଳେ ମୃତ ବ୍ୟକ୍ତିଙ୍କ ନାଁରେ ହଡ଼ପ ହେଉଛି ଚାଉଳ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ଖୋଲିଛି ପିଡିଏସ କେଳେଙ୍କାରୀର ଗୁମର ।

Allegations Of Irregularities In PDS Rice Distribution Boudh

ଭୂତ ଖାଉଛି ପିଡିଏସ ଚାଉଳ । ୫ ବର୍ଷ ହେଲା ଚାଲିଛି ଗୋଲକ ଧନ୍ଦା । ବୌଦ୍ଧ ଜିଲ୍ଲା ଲୁଣିବାବାଲ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ମଧୂସୁଦନପୁର ଗାଁର ଅଶୋକ ପ୍ରଧାନ ୨୦୧୭ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେବେ ଠାରୁ ତାଙ୍କ ନାଁରେ ରାସନ ସମଗ୍ରୀ ବନ୍ଦ ହୋଇ ଯାଇଛି । ମାତ୍ର ରାସନ କାର୍ଡରୁ ନାଁ କଟି ନଥିବାରୁ ଯୋଗାଣ ସହାୟିକା ଓ ପିଇଓ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ରେକର୍ଡରେ ପାଞ୍ଚ ବର୍ଷ ହେଲା ମୃତ ଅଶୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ । ଏ ବାବଦରେ ପରିବାର ଲୋକ କିଛି ଜାଣିନାହାନ୍ତି ।

କେବଳ ଅଶୋକ ନୁହେଁ ଏଭଳି ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ପିଡିଏସ୍ ଚାଉଳ ଉଠୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାସନ କାର୍ଡ ପଞ୍ଜିକୃତ ହୋଇଥିଲେ ମଧ୍ୟ ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଯୁବରାଜପୁର ଗାଁର ସରସ୍ୱତୀ ନାଏକଙ୍କ ନାଁରେ ଅନ୍ତର୍ଦୋୟ କାର୍ଡ ଜାରି କରି ୩୫ କେଜି ଚାଉଳ ହରିଲୁଟ୍ ହୋଇଥିବା ରେକର୍ଡରେ ସ୍ପଷ୍ଟ ହୋଇଛି । ଏନେଇ ନବର୍ନିବାଚିତ ସରପଞ୍ଚ ଜାଣିବା ପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Allegations Of Irregularities In PDS Rice Distribution Boudh

ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଲୁଣିବାହାଲ ପଞ୍ଚାୟତରୁ ପ୍ରତିଦିନ ଏଭଳି ଦୁର୍ନୀତିର ଅଭିଯୋଗ ଆସୁଥିବା ବେଳେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପଞ୍ଚାୟତବାସୀ ।

ଦିଲ୍ଲୀ: ନ୍ୟୁ ଫ୍ରେଣ୍ଡସ କଲୋନୀ ଓ ମଙ୍ଗଳପୁରୀରେ ବୁଲିଲା ବୁଲଡୋଜର

ନୂଆଦିଲ୍ଲୀ: ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ଓ ମଙ୍ଗଳପୁରୀରେ ବୁଲିଲା ବୁଲଡୋଜର । ବେଆଇନ ନିର୍ମାଣ ହଟାଇବା ପାଇଁ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ବ୍ୟାପକ ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ଆମ ଆଦମୀ ପାର୍ଟି ବିଧାୟକ ମୁକେଶ ଆହଲଓ୍ବାଟ୍ ଘଟଣାସ୍ଥଳକୁ ଯାଇ ଉଚ୍ଛେଦ ଅଭିଯାନରେ ବାଧା ସୃଷ୍ଟି କରିବାରୁ ତାଙ୍କୁ ଅଟକ ରଖିଛି ପୋଲିସ । ଲୋକେ ଯଦି ଜାଗା ଖାଲି କରିଦେଇଛନ୍ତି, ତାହା ହେଲେ ବୁଲଡୋଜର କାହିଁକି ପ୍ରୟୋଗ କରାଯାଉଛି ବୋଲି ଆପ୍ ବିଧାୟକ ପ୍ରଶ୍ନ କରିଛନ୍ତି । ଜବରଦଖଲ ସଂପର୍କରେ ପ୍ରମାଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି  । ତେବେ ଉଚ୍ଛେଦ ଅଭିଯାନରେ ଲୋକେ ସହଯୋଗ କରୁଛନ୍ତି ବୋଲି ଦିଲ୍ଲୀ ଡିସିପି ସମୀର ଶର୍ମା କହିଛନ୍ତି  । ଗତକାଲି ସାହିନବାଗରେ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରିଥିଲା ଦକ୍ଷିଣ ଦିଲ୍ଲୀ ନଗର ନିଗମ  । ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ସ୍ଥଗିତ ରଖାଯାଇଛି  । ପ୍ରଭାବିତ ଲୋକେ ଏହି ମାମଲାରେ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ  ।

ଜମି ପାଇଁ ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ମାରିଲା ଝିଅ

କଟକ: ଜମିବାଡ଼ି ଭାଗବଣ୍ଟା ପାଇଁ ମାଆକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ଝିଅ । ମାଆର ଚିତ୍କାର ଶୁଣି ଉଦ୍ଧାର କରିଛନ୍ତି ପଡ଼ୋଶୀ । କଟକ ବାଙ୍କୀ ବୈଦେଶ୍ୱର ଥାନା ରଜୀବ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରଜୀବ ଗାଁର ଗୁଲାପ ଦେଇଙ୍କ ଝିଅ ବାଙ୍କୀ ବରପୁଟ ଗାଁରେ ବିବାହ କରିଥିଲେ । ଶାଶୂଘର ଲୋକଙ୍କ ସହିତ ପାଟିତୁଣ୍ଡ ହେବାରୁ ବାପ ଘରକୁ ଆସିଥିଲେ ।

Girl Beaten Mother For Land In Village Of Cuttack

ବାପଘରେ ଘର କରି ରହିବାକୁ ମାଆକୁ କହିଥିଲେ । ହେଲେ ମାଆ ଏଥିରେ ରାଜି ନହେବାରୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ପାଖରେ ଥିବା ବ୍ୟକ୍ତି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା କହିଛନ୍ତି ଗୁଲାପ ଦେଇ ।

ହିଂସା ନିଆଁରେ ଜଳୁଛି ଶ୍ରୀଲଙ୍କା, ମନ୍ତ୍ରୀଙ୍କୁ କାର ସହ ହ୍ରଦକୁ ଫୋପାଡ଼ି ଦେଲେ ବିକ୍ଷୋଭକାରୀ

କଲମ୍ବୋ: ଶ୍ରୀଲଙ୍କାରେ ଏବେ ଗୃହଯୁଦ୍ଧ ସ୍ଥିତି । ଭାତ,ରୁଟି ପାଇଁ ରାସ୍ତାରେ ଥିବା ନାଗରିକ ଉଗ୍ର ହେଲେଣି । ରାଜନୈତିକ ଦଳଙ୍କ ଚକ୍ରାନ୍ତ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଲୋକ ପେଟ ପାଇଁ ଛଟପଟ ହେଉଥିବା ବେଳେ ଦେଶକୁ ଆର୍ଥିକ ସଂକଟ ଭିତରକୁ ଠେଲି ଦେଇଥିବା ଦଳର କର୍ମୀଙ୍କ ହିଂସା ବିରୋଧୀ ପକ୍ଷକୁ ଅଧିକ ହିଂସା କରିବାକୁ ଉସକାଇଛି । ଯାହାର ପରିଣାମ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୈତୃକ ଘର ନିଆଁରେ ଲୀନ ହୋଇଛି । ଜଣେ ପୂର୍ବତନ ମନ୍ତ୍ରୀଙ୍କୁ କାର ସମେତ ହ୍ରଦ ମଧ୍ୟକୁ ଫୋପାଡ଼ି୍ ଦେଇଛନ୍ତି ବିକ୍ଷୋଭକାରୀ ।

ଶ୍ରୀଲଙ୍କାରେ ଆର୍ଥିକ ସଂକଟ କାରଣରୁ ସୃଷ୍ଟ ଅସନ୍ତୋଷ ଗୃହଯୁ୍ଦ୍ଧର କାରଣ ଯଦି ହୁଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ସୋମବାର ପରଠାରୁ ସେଠାରେ ଘଟଣାକ୍ରମ କ୍ଷୀପ୍ର ଗତିରେ ବଦଳୁଛି । ପ୍ରଥମେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଲେ । କିନ୍ତୁ ତାଙ୍କ ଇସ୍ତଫା ମାତ୍ରରେ ସନ୍ତୁଷ୍ଟ ନଥିବା ନାଗରିକ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିଲେ,ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କଲେ । ଏହାପରେ ଆରମ୍ଭ ହୋଇଥିଲା ହିଂସାର ଚକ୍ର । ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କ ହିଂସାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ ଓ ସାଧାରଣ ନାଗରିକ । ରାଜପକ୍ଷେଙ୍କ ସମର୍ଥକ ରାଜଧାନୀ କଲମ୍ବୋରେ ହିଂସା ଭିଆଇ ଫେରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ପାଲଟା ଆକ୍ରମଣ ।

ଏହାପରେ ହିଂସା ଦେଶର ଅନ୍ୟ ଭାଗକୁ ବ୍ୟାପିଥିଲା । କଲମ୍ବୋରେ ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କୁ ହିଂସ୍ର ଭିଡ଼ ହତ୍ୟା କରିଛି । ଜନସନଙ୍କ କାରକୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ସେମାନେ କାର ସମେତ ଜନସନଙ୍କୁ ରାସ୍ତା କଡ଼ରେ ଥିବା ହ୍ରଦକୁ ଫୋପାଡି ଦେଇଥିଲେ । ସେହିଭଳି ଜଣେ ସାଂସଦକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିବା ମହଙ୍ଗା ପଡିଛି । ସାଂସଦ ଅମରକିର୍ତ୍ତି ଅଥୁରକୋଲା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପରେ ବିକ୍ଷୋଭକାରୀଙ୍କ କବଳରୁ ବଂଚିବା ପାଇଁ ସେ ଗୋଟିଏ କୋଠାରେ ଲୁଚିଥିଲେ । ମଙ୍ଗଳବାର ଦିନ ସେହି କୋଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିକ୍ଷୋଭକାରୀ ମୋଟ ୧୨ ଜଣ ମନ୍ତ୍ରୀଙ୍କ ଘର ଜାଳିଦେଇଥିବା ବେଳେ କିଛି ସାଂସଦ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ବିରୋଧି ଦଳ ଦେଶବ୍ୟାପୀ ହିଂସା ପାଇଁ ସରକାରକୁ ଦାୟୀ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କାରଣରୁ ହିଂସା ବଢିଛି ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏଣେ ଭାରତ ସରକାର ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ଜାରି କରିଛନ୍ତି ।

ଶ୍ରୀଲଙ୍କା ସ୍ଥିତି ବାକି ଦେଶଙ୍କ ପାଇଁ କେସ୍ ଷ୍ଟଡି ହେବାକୁ ଯାଉଛି । ଗୋଟିଏ ଦେଶ ଯେତେବେଳେ ଋଣ ଜାଲରେ ଛନ୍ଦି ହୁଏ ସେତେବେଳେ କ’ଣ ହୁଏ ତାହା କହୁଛି ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତି । ଚୀନର ଲୋନ୍ ଟ୍ରାପରେ ଫସି ଶ୍ରୀଲଙ୍କା ବରବାଦ ହୋଇଯାଇଛି । ଏଣେ ନାଲି ବତୀର ମଜା ନେଉଥିବା ନେତା ଏବେ ସଜା ପାଉଛନ୍ତି । ଟ୍ୟାକ୍ସ ଛାଡ,ମାଗଣା ଯୋଜନା ସବୁ କେମିତି ମହଙ୍ଗା ପଡିପାରେ ତା’ର କେସଷ୍ଟଡି ହେଉଛି ଶ୍ରୀଲଙ୍କା । ଦୁର୍ନୀତିରେ ଲିପ୍ତ ଥିବା ନେତା ଏବେ ଜନତା ଆକ୍ରଶରେ ତ୍ରାହି ତ୍ରାହି ଡାକୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘରକୁ ଜାଳିଦେବା, ମନ୍ତ୍ରୀଙ୍କୁ କାର ସମେତ ହ୍ରଦ ଭିତରକୁ ଫୋପାଡି ଦେବା ଘଟଣାରୁ ଜଣା ପଡୁଛି ଯେ, ସାଧାରଣ ନାଗରିଙ୍କ ଧୈର୍ଯ୍ୟର ପାହାଡ଼ ଭୁଷୁଡିଲେ ସ୍ଥିତି କେତେ ସାଂଘାତିକ ହୋଇପାରେ ।

 

୨୪ ଘଣ୍ଟାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, JTWCର ଆକଳନ

ଭୁବନେଶ୍ୱର: ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ । ଏନେଇ ଆକଳନ କରିଛି JTWC । ଦ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅସାନି’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗୁଡ଼ିବାଡ଼ାରୁ ବିଶାଖାପାଟ୍ଟଣମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି JTWC ।

Cyclone Asani May Landfall In Visakhapatnam As Per JTWC

ଅନ୍ୟପଟେ ଆଇଏମଡିର ଆକଳନ ଅନୁସାରେ, ଆଜି ସନ୍ଧ୍ୟାରେ ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।

ଏହା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇ ସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ । ‘ଅସାନି’ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି ।