ୱେଷ୍ଟଇଣ୍ଡିଜ୍-ଭାରତ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

1 min read

ତ୍ରିନିଦାଡ: ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଘରୋଇ ଇଣ୍ଡିଜ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ସେହିପରି ଭାରତକୁ କ୍ଷେତ୍ରରକ୍ଷଣ ପାଇଁ ଆହ୍ୱାନ କରିଛି । ତେବେ ପ୍ରଥମ ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଳା । ମାତ୍ର ତିନି ରନରେ ଭାରତ ମ୍ୟାଚ ଜିତିଥିଲା । ଆଜି ମ୍ୟାଚ୍ ଯଦି ଭାରତ ଜିତେ ତେବେ ୨-୦ରେ ସିରିଜ୍ ବିଜୟୀ ହେବ । ଆଜିର ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରୟାସ କରିବ । ସେହିଭଳି ଘରୋଇ ଇଣ୍ଡିଜ ମଧ୍ୟ ସିରିଜରେ ରହିବା ପାଇଁ ଆଜିର ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ଭାରତୀୟ ଦଳର ନେତୃତ୍ୱ ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧୱନ ନେଉଛନ୍ତି । ଆଜିର ମ୍ୟାଚରେ ସେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ଟିମ୍ ୧୧ରେ ସ୍ଥାନ ଦେଇଛନ୍ତି । ଆଜି ଆଭେଶ ପ୍ରଥମ କରି ଦିନିକିଆ ଡେବୁଟ କରୁଛନ୍ତି । ସୂଚନାଥାଉକି ୱେଷ୍ଟଇଣ୍ଡିଜ୍ ଟୁରରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହଙ୍କୁ କିଛିଦିନ ପାଇଁ ବିଶ୍ରାମ ଦିଆଯାଇଛି ।

ଭାରତୀୟ ଦଳ: ଶିଖର ଧୱନ(ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ କିପର), ଦୀପକ ହୁଡା, ଅକ୍ସର ପଟେଲ, ଶ୍ରାଦ୍ଧୁଳ ଠାକୁର, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ, ଆଭେଶ ଖାନ ।

ୱେଷ୍ଟଇଣ୍ଡିଜ ଦଳ: ଶାଇ ହୋପ (ୱିକେଟକିପର), ବ୍ରାଣ୍ଡନ କିଙ୍ଗ, ଶମାରହ ବ୍ରୁକ୍ସ, କେଲ ମେୟର୍ସ, ନିକୋଲାସ ପୂରନ (ଅଧିନାୟକ), ରୁଭମନ ପୋୱେଲ, ଅକେଲ ହୁସେନ, ରୋମାରିଓ ଶେଫର୍ଡ, ଅଲଜାରି ଜୋଶେଫ, ଜେଡେନ ସିଲସ, ହେଡେନ ୱାଲ୍ସ ।