ଓଡ଼ିଆ ସାଂସଦମାନଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଫାଇଲ ଫଟୋ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସାଂସଦମାନଙ୍କ ସହ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ଅବସରରେ ସାମିଲ ଥିଲେ । ଦ୍ରୌପଦୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଲେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସି ଅଛି । ଆମେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ସେହିପରି ସାଂସଦମାନେ ଭେଟି ଖୁସିଥିବା କଥା କହିଛନ୍ତି । ଏହି ଅବସରରେ ପାରମ୍ପରିକ ନୃତ୍ୟ କଳାରେ ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିଲା । ଭେଟଘାଟ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ କ୍ୟାମ୍ପସରେ ଆୟୋଜନ କରାଯାଇଥିଲା ।

ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ସାଂସଦମାନେ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ  ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲୁ । ଆମମାନଙ୍କ ସହ ସେ ମସୟ ବିତାଇଲେ । ଆମମାନଙ୍କ ଉପସ୍ଥିତି ପାଇଁ ସେ ଖୁସି ବ୍ୟକ୍ତକଲେ । ଆମେ ମଧ୍ୟ ବହୁତ ଉତ୍ସାହିତ ଅଛୁ । ଗତକାଲି ରାଷ୍ଟ୍ରପତିଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନାରେ ଉପସ୍ଥିତ ଥିଲୁ । ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବୁ ବହୁତ ଖୁସି ଲାଗୁଛି ।

ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ  ନେବେ ଓଡିଆ ଝିଅ ତଥା ନବ ନିର୍ବାଚିତ ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଛନ୍ତି । ଓଡିଶାରୁ ସାଂସଦମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ସୂଚନା ଥାଉକି, ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବା ସହ ଅନ୍ୟ ଦଳମାନଙ୍କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲା ।