ପ୍ରକୃତି ମିଶ୍ରଙ୍କ ପାଲଟା ଆକ୍ରମଣ: ଭଙ୍ଗା ଘରକୁ ଭାଙ୍ଗିବ କିଏ

1 min read

ନନ୍ଦିଘୋଷ ବ୍ୟୁରୋ: ବାବୁସାନ-ପତ୍ନୀ-ପ୍ରକୃତିଙ୍କ ବିବାଦ ଏବେ ବଢିବାରେ ଲାଗିଛି । ଗତକାଲିଠୁ ସେଲିବ୍ରେଟିଙ୍କ କଳି ସାମ୍ନାକୁ ଆସିବା ପରେ ଚର୍ଚ୍ଚାରେ ରହିଛନ୍ତି ତିନିଜଣ । ଘରର କଳି ଥାନାରେ ମଧ୍ୟ ପହଞ୍ଚି ସାରିଛି । ବାବୁସାନଙ୍କ ପତ୍ନୀ ଲଗାତାର ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀକୁ ବ୍ଲାକମେଲିଂ କରି ପ୍ରକୃତି ସଂସାର ଭାଙ୍ଗିବାକୁ ଚାହୁଁଛନ୍ତି । ଏହାରି ମଧ୍ୟରେ କିଛି ସମୟ ପୂର୍ବରୁ ଏକ ଭିଡିଓ ଜାରି କରି ବାବୁସାନ ଘଟଣା ସମ୍ପର୍କରେ ସଫେଇ ଦେବା  ପରେ ଏବେ ମୁଁହ ଖୋଲିଛନ୍ତି ପ୍ରକୃତି ମିଶ୍ର । ଗତ କାଲିର ଘଟଣାକୁ ନେଇ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି ମିଶ୍ର । କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଛନ୍ତି ପ୍ରକୃତି । ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି କହିଛନ୍ତି ପ୍ରକୃତି ।

ମୋ ପ୍ରତି ଯାହା ହେଲା ତାହା ଠିକ ନୁହଁ । କୌଣସି ଝିଅ ପ୍ରତି ଏଭଳି ହେବା ଲଜ୍ଜ ଜନକ । ମୁଁ ସାହାର୍ଯ୍ୟ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ । ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି । ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ।

ଅନ୍ୟ ଝିଅକୁ ଟଣା ଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ କେବେ ଭାଙ୍ଗିପଡିବିନି, ଆଗକୁ ବଢି ଚାଲିଯିବି । ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢିକି ଆସିଛି। ମୁଁ ଆଇନର ଦ୍ୱାରସ୍ଥ ହୋଇଛି । ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ମୋତେ ରିଲ୍ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ ବନାଇ ଦେଲେ । ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହେଇ ଆଗକୁ ଯିବି । କେହି ମୋତେ ରୋକିପାରିବେ ନାହିଁ । ଜୟ ଜଗନ୍ନାଥ । ”

ସୂଚନାଥାଉକି ଗତକାଲି, ସକାଳେ ବାବୁସାନ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ । ପ୍ରକୃତିଙ୍କ ଉପରକୁ ସର୍ବ ସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ସ୍ତ୍ରୀ ତୃପ୍ତି ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ଏମିତିକି କହିଥିଲେ ପ୍ରକୃତି ତାଙ୍କ ଘର ଭାଙ୍ଗି ଦେଇଛି ବୋଲି । ଏହାପରେ ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେହିପରି ତୃପ୍ତି ମଧ୍ୟ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ । ବର୍ତ୍ତମାନ ପ୍ରକୃତି ଏବଂ ବାବୁସାନ ଚେନ୍ନାଇରେ ଅଛନ୍ତି । ଉତ୍କଳ ଦିବସ ସମାରୋହରେ ଯୋଗଦେଇ ଅପକମିଙ୍ଗ ଫିଲ୍ମ ପ୍ରେମମର ପ୍ରୋମସନ ପାଇଁ ଯାଇଛନ୍ତି ।