ମା’ଙ୍କ ଅଭିଯୋଗ ପରେ ପ୍ରକୃତିଙ୍କ ସପକ୍ଷରେ ବାହାରିଲେ ବାବୁସାନ

1 min read

ଭୁବନେଶ୍ୱର: ବାବୁସାନ-ସ୍ତ୍ରୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି କଳହ ମାମଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଦିନ ହେବ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ଉଭୟ ପକ୍ଷ । ଅପରାଜିତା ନିଜ ପୁଅ ଅବାଟକୁ ଚାଲିଯାଇଥିବା କଥା ସ୍ୱୀକାର କରିଥିଲେ । ପ୍ରକୃତି ମିଶ୍ର ତାଙ୍କ ପୁଅକୁ ବ୍ଲାକମେଲ କରୁଥିବା କଥା ସେ କହିଥିଲେ । ହେଲେ  ମା’ ଅପରାଜିତା ଆଣିଥିବା ସମସ୍ତ ଅଭିଯୋଗକୁ କାଉଣ୍ଟର କରିଛନ୍ତି ବାବୁସାନ । ପ୍ରକୃତିଙ୍କ ସମ୍ପର୍କରେ ମା’ଦେଇଥିବା ଟିପ୍ପଣୀକୁ ମିଛ କହିଛନ୍ତି ବାବୁସାନ । ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ପ୍ରକୃତି କେବେ ବି ମୋତେ ବ୍ଲାକମେଲ କରିନାହାଁନ୍ତି । ପ୍ରକୃତି ମୋର ଜଣେ ଭଲ ସାଙ୍ଗ ।

ପ୍ରକୃତି ମୋଠୁ କେବେ ବି ପଇସା ନେଇନାହାନ୍ତି । ସେ ମୋତେ ସବୁବେଳେ ସପୋର୍ଟ କରିଛନ୍ତି । ମୋତେ କେବେ ବି ପ୍ରକୃତି ହଇରାଣ କରିନାହାନ୍ତି ବୋଲି କହିଛନ୍ତି ବାବୁସାନ । ଏହାର କିଛି ସମୟ ପୂର୍ବରୁ ପ୍ରକୃତି ମଧ୍ୟ ଭିଡିଓ ଜାରି କରି ଉଭୟ ଅପରାଜିତା ଓ ତାଙ୍କ ବୋହୂ ତୃପ୍ତିଙ୍କୁ ପାଲଟା ଆକ୍ରମଣ କରିଥିଲେ । ସେ କହିଥିଲେ ସେ କାହା ଘର ଭାଙ୍ଗି ନାହାନ୍ତି, ବରଂ ଘର ପୂର୍ବରୁ ଭାଙ୍ଗିଥିଲା । ଯଦି ପୁଅକୁ କେହି ଖରାପ ବାଟକୁ ନେଇଯାଉଛନ୍ତି ବୋଲି ଭାବୁଛନ୍ତି ତେବେ ତାଙ୍କୁ ଶିକୁଳିରେ ବାନ୍ଧି ଘରେ ରଖନ୍ତୁ ବୋଲି ସେ କହିଥିଲେ । ଏହା ବ୍ୟତୀତ ଅପରାଜିତା ମଧ୍ୟ ଗଣମାଧ୍ୟମ ଜରିଆରେ ପୁଅକୁ ଫେରିବା ପାଇଁ ଆକୁଳ ନିବେଦନ କରିଥିଲେ ।