ଚିନ୍ତା ବଢ଼ାଇଲା ସଂକ୍ରମଣ: ତେଲେଙ୍ଗାନାରେ ମଙ୍କିପକ୍ସର ଏଣ୍ଟ୍ରି

ହାଇଦ୍ରାବାଦ: ଭାରତରେ ବଢ଼ୁଛି ମଙ୍କିପକ୍ସ ସଂକ୍ରମଣ । ଆଜି ଗୋଟିଏ ଦିନରେ ଦୁଇଟି ସହରରୁ ଦୁଇଟି ମାମଲା ସାମ୍ନାକୁ ଆସିଛି । ପ୍ରଥମେ ଦିଲ୍ଲୀ ପରେ ଏବେ ତେଲେଙ୍ଗାନାରେ ମଙ୍କିପକ୍ସର ଏଣ୍ଟ୍ରି ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫ରେ ପହଞ୍ଚିଲାଣି । ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଛି । ଡାଇରେକ୍ଟର ଅଫ ପବ୍ଲିକ ହେଲଥ, ତେଲେଙ୍ଗାନା କହିଛି, କାମାରେଡ୍ଡୀର ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଛି । ବ୍ୟକ୍ତି ଜଣଙ୍କ କୁଏତରୁ ଫେରିଥିବା କୁହାଯାଉଛି । ରୋଗୀ ଜଣଙ୍କୁ ହାଇଦ୍ରାବାଦର ଫିଚର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ତାଙ୍କର ରକ୍ତ ନମୂନା ଯାଞ୍ଚ ପାଇଁ ଏନଆଇଭି ଲ୍ୟାବ ପୁଣେ ପଠାଇଯାଇଛି । ତାଙ୍କୁ ସଂଘରୋଧ କରାଯାଇଛି । ଏହା ପୂର୍ବରୁ ଆଜି ସକାଳେ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଇଥିଲା । ଗତ ଜୁଲାଇ ତାରିଖରେ ଭାରତର ପ୍ରଥମ ମାମଲା କେରଳରୁ ସାମ୍ନାକୁ ଆସିଥିଲା । ଏହାପରେ ମୋଟ ତିନୋଟି ମାମଲା ଏକାକି କେରଳରୁ ସାମ୍ନାକୁ ଆସିଥିଲା । ଗତକାଲି ମଙ୍କିପକ୍ସକୁ ଗୁରୁତର ସହ ନେଇ ଡବ୍ଲୁଏଚଓ ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଛି । ଏବେ ସାରା ବିଶ୍ୱବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।