spot_img
Home Blog Page 4251

ପାଣି ପାଇଁ ଗଲା ପ୍ରାଣ, ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ଼: ପାଣି ପାଇଁ ଗଲା ପ୍ରାଣ । ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ହତ୍ୟା । ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଗମ୍ଭାରିଡ଼ିହି ଗାଁରେ । ଜଣେ ମହିଳା ନଳକୂପକୁ ପାଣି ନେଇ ଯାଇଥିବା ସମୟରେ ଗାଁର ଜଣେ ଯୁବକ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏ ପର୍ଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣା ପଡ଼ିନାହିଁ । ଗମ୍ଭାରୀଡ଼ିହି ଗାଁର ଜଣେ ମହିଳା ପାଣି ନେବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ । ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବାରିକ ଗୋଟିଏ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲେ ।

ପାଣି ଟୋପେ ପାଇଁ ମହିଳା ଓ ଦେବାଶିଷ ନାମକ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଏତିକିରେ ଦେବାଶିଷ ରାଗିଯାଇ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି । ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି ।

ଆରମ୍ଭ ହେଲା ଉଦ୍ଧବ ସରକାରଙ୍କ କାଉଣ୍ଟଡାଉନ୍‌, ସ୍ୱତନ୍ତ୍ର ଅଧିବେସନ ଡକାଇଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରରେ ହେବ ବଡ଼ଧରଣର ରାଜନୈତିକ ଓଲଟପାଲଟ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ । କାଲି ଉଦ୍ଧବ ସରକାର ଆସ୍ଥା ଭୋଟ୍‌ର ସମ୍ମୁଖିନ ହେବେ । ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ୍‌ କରିବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନର ଶିବସେନା ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିଜେପି ସରକାର ଗଢ଼ିବା ନେଇ ଆଶାବାଦୀ ହୋଇଛି । ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକମାନେ ଓହରିବା ପରେ ସଙ୍କଟରେ ପଡ଼ିଥିଲା ଶିବସେନା ।

ଏପଟେ ଏବେବି ବିଦ୍ରୋହୀ ଗୋଷ୍ଠୀ ଫେରି ଆସିବେ ବୋଲି ଆଶା ରଖିଛନ୍ତି ଉଦ୍ଧବ ଠାକରେ । ସେମାନଙ୍କ ପାଇଁ ଉଦ୍ଧବ ଚିନ୍ତିତ ବୋଲି କହିଛନ୍ତି । ସେମାନେ ଶିବସେନା ସହ ଅନେକ ଦିନରୁ ଜଡ଼ିତ । ସେମାନେ କେବେ ବି ଶିବସେନାକୁ ଅଡ଼ୁଆରେ ପକାଇପାରିବେ ନାହିଁ ବୋଲି କହିଛନ୍ତି । ଏଭଳି ସଂକଟ ପଛରେ ବିଜେପିର ହାତ ଅଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ଉଦ୍ୟମ କରିଛନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ସବୁ ଦଳର ସଦସ୍ୟମାନେ ଉପସ୍ଥିତ ରହି ଗୃହ ସୁପରିଚାଳନା ଉପରେ ଆଲୋଚନା କରିବେ । କରୋନା ମହାମାରୀ ଭୟ ଯାଇନଥିବାରୁ ଗୃହ ୫ ଘଣ୍ଟା ଚାଲିବ ନା ଫୁଲ୍ ଟାଇମ୍ ଚାଲିବ ତା ଉପରେ ଆଲୋଚନା କରାଯିବ ।

ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍ । ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ଭିଜିଲାନ୍ସ ଜାଲରେ କଟକ ଡମପଡ଼ା ବ୍ଲକର ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡମପଡ଼ା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଛାପା । ଏକକାଳୀନ ୪ଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବାରଙ୍ଗ କୁହ୍ନେଇପଡ଼ାରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡ଼ା ରାଜକନିକାର ତନେଇପଡ଼ାରେ ଥିବା ପୌତୃକ ଘର ଓ ଡମପଡ଼ା ବ୍ଲକ ଅଫିସରେ ରେଡ୍ ହେଉଛି । କଟକ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଥିବା ଭାଇ ଅରୁଣ କୁମାର ରାଉତଙ୍କ ଘରେ ବି ଭିଜିଲାନ୍ସ ରେଡ୍ କରିଛି । ଏହି ଭିଜିଲାନ୍ସ ରେଡରେ ୪ ଡିଏସପି, ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

ଆଜି ବି ଭିଜିବ ଓଡ଼ିଶା, ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ୧୪ ଜିଲ୍ଲାରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାର ନେଇ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୂର୍ବ-ପଶ୍ଚିମ ଟ୍ରଫ୍‌ ଲାଇନ୍‌ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏହା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନବସର ଗୁପ୍ତନୀତି ପରେ ଆଜି ଦର୍ଶନ ଦେବେ ମହାପ୍ରଭୁ, ମଙ୍ଗଳ ଆଳତି ପରେ ମିଳିବ ଦୁର୍ଲଭ ଦର୍ଶନ

ପୁରୀ: ଆଜି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ । ଅନବସର ଗୁପ୍ତନୀତି ଶେଷ ପରେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସକାଳେ ମଙ୍ଗଳ ଆଳତି ପରେ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି । ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ । ସକାଳ ୯ଟାରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସାଧାରଣ ଭକ୍ତ ।

ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ପରଦିନ ଉଭାଯାତ୍ରା । ଦିନ ସକାଳ ୪ରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଜଗାଦର୍ଶନ କରିପାରିବେ ଭକ୍ତ । ସେହିପରି ସକାଳ ୬ଟା ୩୦ରୁ ଦିନ ୧୨ଟା ୩୦, ଅପରାହ୍ନ ଗୋଟାଏ ୩୦ରୁ ୩ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ କ୍ଷୟ ପଡ଼ୁଥିବାରୁ ଆଜି ନେତ୍ରୋତ୍ସବ ନୀତି ସମ୍ପନ୍ନ ହେବ । ଗୁରୁବାର ଉଭାଯାତ୍ରାରେ ମଧ୍ୟ ଭକ୍ତମାନେ ଦର୍ଶନ କରିପାରିବେ । କେବଳ ଭୋଗ ଲାଗୁଥିବା ସମୟରେ ଦର୍ଶନ ବନ୍ଦ ରହିବ । ଦୁଇବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି ।

ରାଜଧାନୀ ରାଜରାସ୍ତାରେ ହାତୀ ଆତଙ୍କ

ଭୁବନେଶ୍ୱର: ରାଜଧାନୀରେ ରାଜରାସ୍ତାରେ ଗଜରାଜ ଆତଙ୍କ । ହାତୀଆଶୁଣିରେ ହାତୀଙ୍କ ବିଚରଣ । ଚନ୍ଦକାରୁ ସାଲିଆସାହି ହାତୀଆସୁଣି ନଗରକୁ ରାତି ଅଧରେ ଚାଲି ଆସିଥିଲେ ୩ଟି ହାତୀ । ପ୍ରାୟ ଘଣ୍ଟାଏ ଧରି ହାତୀଆସୁଣି ନଗରରେ ହାତୀଙ୍କ ଚଲାବୁଲା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ପରେ ପାଟି କରି ହାତୀ ଘଉଡ଼ାଇଲେ ସ୍ଥାନୀୟଲୋକ । ଗତ ୩ ଦିନ ତଳେ ମଧ୍ୟ ହାତୀଆସୁଣି ନଗରରକୁ ହାତୀ ଆସିଥିଲେ । ହାତୀଆସୁଣି ନଗରରରୁ ଯାଇ ପୁଣି ମୈତ୍ରୀ ବିହାର ଅଞ୍ଚଳକୁ ଯାଇଥିଲେ ହାତୀ । ମୈତ୍ରୀ ବିହାରରେ ହାତୀ ଗର୍ଜନ କରୁଥିବା କହିଛନ୍ତି ସ୍ଥାନୀୟ ଲୋକ ।

ଆଜି ଦୁବାଇରେ ମେଗା ଇଭେଣ୍ଟ ’ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’, ଶିଳ୍ପପତିଙ୍କୁ ସମ୍ବୋଧନ କରିବେ ନବୀନ

ଦୁବାଇ: ଆଜି ଦୁବାଇରେ ମେଗା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଆରମ୍ଭ ହେବ ମଧ୍ୟପ୍ରାଚ୍ୟରୁ ନିବେଶର ନୂଆ ଅଧ୍ୟାୟ । କନକ୍ଲେଭ୍ ପାଇଁ ଆଉ କିଛି ସମୟର ଅପେକ୍ଷା । ଇନଭେଷ୍ଟରଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ନିଜେ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନକ୍ଲେଭ୍ ପୂର୍ବରୁ ହିଁ ଦୁବାଇରେ ନବୀନ କ୍ରେଜ୍ । ରାଜରାସ୍ତାରେ ଲାଗିଛି ବଡ଼ ବଡ଼ ହୋର୍ଡିଂ, ସବୁଠି ଉତ୍କଣ୍ଠା । ମିଡ୍ଲ ଇଷ୍ଟ ପୁଞ୍ଜିପତିଙ୍କଠାରୁ ଆରମ୍ଭ କରି ପ୍ରବାସୀ ଓଡ଼ିଆ, ସମସ୍ତଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନକୁ । ସାରଜାରେ ଫିଲ୍ଡ ଭିଜିଟ୍ ପରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଆ ଶିଳ୍ପପତି । କନକ୍ଲେଭ୍ ସେଠାରେ ରହୁଥିବା ଓଡ଼ିଆଙ୍କ ସମସ୍ୟା ସହ ଓଡ଼ିଶାର କଳା ସଂସ୍କୃତି ବିକାଶରେ ସେମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ସଂପର୍କରେ ବି ଚର୍ଚ୍ଚା ହେବ  ।

ଦୁବାଇରୁ ପେଟ୍ରାକେମିକାଲ, ପେଟ୍ରୋଲିୟମ, ଆପାରେଲ, ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଟିମ୍ ଓଡ଼ିଶା ଆଶା ରଖିଛି । ସେପଟେ  ଓଡ଼ିଶା କନକ୍ଲେଭ୍ ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କୁ ଗତକାଲି ଭେଟିଥିଲେ ଓଡ଼ିଆ ଡେଲିଗେସନ୍‌ । ଏଥିରେ ଓଡ଼ିଶାରେ ସମ୍ଭାବନାର ଚିତ୍ରକୁ ନେଇ ଆଲୋଚନା ହୋଇଥିଲା । ଶିଳ୍ପ ସଚିବଙ୍କ ସହ ଓଡ଼ିଶାରୁ ଯାଇଥିବା ଶିଳ୍ପପତିମାନେ ସାରଜା ବୁଲି ପୁଞ୍ଜି ନିବେଶର ସୁଯୋଗ ପରଖିଛନ୍ତି । ଆଜି ସଂଧ୍ୟାରେ ଗଲଫ ଦେଶ ପୁଞ୍ଜିପତି ଓଡ଼ିଆ ଡେଲିଗେସନଙ୍କ ସହ ପାରସ୍ପରିକ ବ୍ୟବସାୟ ପାଇଁ ଆଲୋଚନା କରିଛନ୍ତି । ତେବେ ଆଜିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପରେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଫେରିବେ ।

ଏହି ରାଶିର ବ୍ୟକ୍ତିମାନଙ୍କ ଦମ୍ପତ୍ତିଙ୍କ ସମ୍ପର୍କରେ ନିବିଡ଼ତା ବଢ଼ିବ

ମେଷ : ମନର ଆଶା ପୂର୍ଣ୍ଣ ହେବ । କୌଣସି ଉଚ୍ଚାଧିକାରୀଙ୍କ ସହାୟତାରେ ଆଇନଗତ ବିବାଦରେ ନୂଆ ମୋଡ଼ ଆସିପାରେ । ସନ୍ଧ୍ୟା ସମୟରେ କୌଣସି ନୂଆ ଯୋଜନା କରିପାରନ୍ତି । ଏଥିରୁ ଆପଣଙ୍କୁ ଲାଭ ମିଳିପାରେ । କୌଣସି ଧାର୍ମିକସ୍ଥଳକୁ ଯିବାକୁ ଚାହୁଁଥିଲେ ପିତାମାତାଙ୍କ ସହ ଯାତ୍ରା କରନ୍ତୁ । ଜୀବନସାଥୀଙ୍କ ପାଇଁ କୌଣସି ଉପହାର କ୍ରୟ କରିପାରନ୍ତି । ଧନ ସମ୍ୱନ୍ଧିତ କୌଣସି ବିବାଦ ଦେଖାଦେଇପାରେ ।

ବୃଷ : ଭୌତିକ ସୁଖ ମିଳିପାରେ । ଯାତ୍ରା କରିବାର ସୁଯୋଗ ମିଳିପାରେ । ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହ ଭ୍ରମଣରେ ଯାଇପାରନ୍ତି । କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଭାଇମାନଙ୍କ ସହ ମଧୁରତାର ସହ କଥା ହୁଅନ୍ତୁ ।

ମିଥୁନ : ବ୍ୟବସାୟିକ ବ୍ୟକ୍ତିମାନେ ନୂଆ ଯୋଜନା ଅବଲମ୍ୱନ କରିପାରନ୍ତି । ସନ୍ତାନ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ । ସାଂସାରିକ ସୁଖ ମିଳିବ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଆୟ ଏବଂ ବ୍ୟୟ ଉଭୟରେ ସନ୍ତୁଳନ ରକ୍ଷା କରନ୍ତୁ । ପରିବାରରେ କୌଣସି ସଦସ୍ୟଙ୍କର ହଠାତ୍ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

କର୍କଟ : ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ । ଦମ୍ପତ୍ତିଙ୍କ ମଧ୍ୟରେ ନିବିଡ଼ତା ବଢ଼ିବ । ସନ୍ତାନର କୁସଙ୍ଗକୁ ନେଇ ଚିନ୍ତାରେ ରହିପାରନ୍ତି । ସନ୍ଧ୍ୟା ସମୟରେ ଆଧ୍ୟତ୍ମିକ ଏବଂ ଧାର୍ମିକ ସମୟ ଅତିବାହିତ କରିବେ । ବେପାରବାଣିଜ୍ୟ ନିମିତ୍ତ କୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ଏହା ଲାଭଦାୟକ ହେବ । ବିଦେଶ ସହିତ ଜଡ଼ିତ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ନିକଟରେ ସମସ୍ୟା ଉପୁଜିପାରେ ।

ସିଂହ : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । କୌଣସି ରାଜନୈତିକ ସମ୍ମିଳନୀରେ ସାମିଲ ହେବାର ସୁଯୋଗ ମିଳିପାରେ । ନିଜ ବୁଦ୍ଧି ବଳରେ କୌଣସି ନୂଆ ଯୋଜନା କରିପାରନ୍ତି ଯେଉଁଥିରେ ଆପଣ ନିଶ୍ଚିତ ସଫଳ ହେବେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସନ୍ଧ୍ୟା ସମୟରେ ଆପଣ କୌଣସି ପୂଜାପାଠ କିମ୍ୱା ଭଜନ କୀର୍ତ୍ତନ ସମ୍ମିଳନୀରେ ଯୋଗ ଦେଇପାରନ୍ତି । ସନ୍ତାନ ପାଇଁ ଦେଖାଦେଉଥିବା ବିବାହ ସମସ୍ୟାର ସମାଧାନ ପାଇଁ ବନ୍ଧୁପରିଜନଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

କନ୍ୟା : ଆଜିର ଦିନରେ ଆପଣଙ୍କ ଆର୍ଥିତ ସ୍ଥିତି ସୁଦୃଢ଼ ହେବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ବଜାୟ ରଖିବାରେ ସଫଳ ହେବେ । ଶତ୍ରୁନାଶ ହେବେ । ମାତ୍ର, ପରିବାରରେ କୌଣସି କାରଣରୁ କଳହ ଦେଖାଦେଇପାରେ । ଯାନବାହନ କ୍ରୟ କରିପାରନ୍ତି । ଆଇନଗତ ବିବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ । ବିଦ୍ୟାର୍ଥୀଙ୍କ ପଢ଼ାରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବ୍ୟକ୍ତିଙ୍କ ସହାୟତା ଲୋଡ଼ିପାରନ୍ତି ।

ତୁଳା : ରାଜନୈତିକ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଉନ୍ନତି କରିବାର ଦିନ । ଧନପ୍ରାପ୍ତି କାରଣରୁ ଧନକୋଷର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପଦୋନ୍ନିତ ହେବ । କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ମିଳିବ । କୌଣସି ବ୍ୟବସାୟରେ ଧନ ନିବେଶ କରୁଥିଲେ ବିଚାରପୂର୍ବକ ନିଷ୍ପତ୍ତି ନିଅନ୍ତୁ ।

ବିଛା : ଆପଣଙ୍କର କୌଣସି ପେଟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇପାରେ । ଖାଦ୍ୟପେୟରେ ନିୟନ୍ତ୍ରଣ ରକ୍ଷା କରିବା ସହ ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ । ସନ୍ଧ୍ୟା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ସାବଧାନ ରୁହନ୍ତୁ । ପତ୍ନୀଙ୍କଠାରୁ ସମସ୍ୟାର ସମାଧାନ ମିଳିବ ।

ଧନୁ : ବ୍ୟବସାୟକୁ ନେଇ କୌଣସି ନୂଆ ଯୋଜନା କରିପାରନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଲାଭଦାୟକ ହେବ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ପ୍ରେମ ବିବାହ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ । ରୋଜଗାର କ୍ଷେତ୍ରରେ ନିଜ ଦକ୍ଷତା ବଢ଼ାଇବା ପାଇଁ ସୁଯୋଗ ପ୍ରାପ୍ତ କରିବେ । ସନ୍ଧ୍ୟା ସମୟରେ ନିଜ ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ ।

ମକର : ଆଜିର ଦିନଟି ମଧ୍ୟମ ଧରଣର ରହିବ । ଘରେ ଦୈନିକ କଳହରେ ସାମାନ୍ୟ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମନ ବିଚଳିତ ହୋଇପାରେ । ଏହି କାରଣରୁ କିଛି ଭୁଲ୍ କାର୍ଯ୍ୟ ମଧ୍ୟ କରିବସିବେ । ମନ ଶାନ୍ତ ରଖନ୍ତୁ । ୮୪ ପ୍ରତିଶତ ଭାଗ୍ୟ ସହଯୋଗ କରିବ ।

କୁମ୍ଭ : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । କୌଣସି ରାଜନୈତିକ ସମ୍ମିଳନୀରେ ସାମିଲ ହେବାର ସୁଯୋଗ ମିଳିପାରେ । ନିଜ ବୁଦ୍ଧି ବଳରେ କୌଣସି ନୂଆ ଯୋଜନା କରିପାରନ୍ତି ଯେଉଁଥିରେ ଆପଣ ନିଶ୍ଚିତ ସଫଳ ହେବେ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସନ୍ଧ୍ୟା ସମୟରେ ଆପଣ କୌଣସି ପୂଜାପାଠ କିମ୍ୱା ଭଜନ କୀର୍ତ୍ତନ ସମ୍ମିଳନୀରେ ଯୋଗ ଦେଇପାରନ୍ତି । ସନ୍ତାନ ପାଇଁ ଦେଖାଦେଉଥିବା ବିବାହ ସମସ୍ୟାର ସମାଧାନ ପାଇଁ ବନ୍ଧୁପରିଜନଙ୍କ ପରାମର୍ଶ ଲୋଡ଼ିପାରନ୍ତି ।

ମୀନ : ବ୍ୟବସାୟିକ ବ୍ୟକ୍ତିମାନେ ନୂଆ ଯୋଜନା ଅବଲମ୍ୱନ କରିପାରନ୍ତି । ସନ୍ତାନ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ । ସାଂସାରିକ ସୁଖ ମିଳିବ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଆୟ ଏବଂ ବ୍ୟୟ ଉଭୟରେ ସନ୍ତୁଳନ ରକ୍ଷା କରନ୍ତୁ । ପରିବାରରେ କୌଣସି ସଦସ୍ୟଙ୍କର ହଠାତ୍ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

 

ପ୍ରଣବ ପ୍ରକାଶଙ୍କ ଜନ୍ମଦିନ, ଦଶାଶ୍ୱମେଧ ଘାଟରେ ସମର୍ଥକ ଜାଳିଲେ ଦୀପ

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର 50 ତମ ଜନ୍ମଦିନକୁ ପାଳନ କରିଛନ୍ତି ପ୍ରଂଶସକ ଏବଂ ଶୁଭେଛୁ  । ଏହି ଅବସରରେ ଯାଜପୁରର ଦଶାଶ୍ୱମେଧ ଘାଟ ନିକଟରେ ବିଧାୟକଙ୍କର ଦୀର୍ଘାୟୁ କାମନା କରି ବୈତରଣୀ ନଦୀ କୂଳରେ ଆଳତୀ ସହ ସମୂହ ଦୀପଦାନ କରାଯାଇଛି । ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।

ନିଜର ପ୍ରିୟ ବିଧାୟକଙ୍କ ଦୀର୍ଘ ଜୀବନ କାମନା ସହ ସଫଳ ଭବିଷ୍ୟତ ନିମନ୍ତେ ବୈତରଣୀ ନଦୀ କୂଳରେ ଦୀପଦାନ କରିଥିଲେ  । କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ମଲ୍ଲିକ, ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ରଞ୍ଜୁଲତା ହୋତା, ଯାଜପୁରର ବୁଦ୍ଧିଜୀବୀ ଓ ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ, ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।