ଶପଥ ନେଲେ ଦ୍ରୌପଦୀ , ସାଜିଲେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ସୁପ୍ରିମକୋର୍ଟର ପ୍ରଧାନ ବିଚାଚାପତି ଜଷ୍ଟିସ ରମନା ଶପଥ ପାଠ କରାଇଛନ୍ତି  । ଦେଶର ସାମ୍ବିଧାନିକ ପଦରେ ଅଭିସିକ୍ତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ  । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ଏବଂ ରାଜ୍ୟସଭାର ଅଧ୍ୟକ୍ଷ ଉପସ୍ଥିତ ରହିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ସାଂସଦ ଉପସ୍ଥିତ ରହିଛନ୍ତି  ।

ସଂସଦ ଭବନର ସେଣ୍ଟ୍ରାଲ ହଲରେ ଆୟୋଜିତ ହୋଇଛି ଶପଥ ଗ୍ରହଣ ଉତ୍ସବ  । ପୂର୍ବାହ୍ନ ୧୦ଟା ୧୫ ମିନିଟ ସମୟରେ ଶପଥ ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ୯ଟା ୨୨ରେ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିଥିଲେ । ନର୍ଥ କୋର୍ଟରେ ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ ରାଷ୍ଟ୍ରପତିଙ୍କ ଏଡିସି । ସେହି ସମୟରେ ଦ୍ରୌପଦୀଙ୍କୁ ସ୍ବାଗତ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ଦେଇଥିଲେ । ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ଦରବାର ହଲ୍‌କୁ ଯାଇଥିଲେ ।

୧୦ଟା ୦୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ସ୍ବାଗତ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିତିଲେ ।  ୧୦ଟା ୧୪ରେ ପ୍ରଧାନ ବିଚାରପତି ଦ୍ରୌପଦୀ ମୁର୍ମୁଙ୍କୁ  ଶପଥ ପାଠ କରାଇଥିଲେ । ୧୦ଟା ୧୪ରେ ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ କୋବିନ୍ଦ ଆସନ ଛାଡିଥିଲେ । ଶପଥ ନେବାପରେ ୧୦ଟା ୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ମୁର୍ମୁ ନିଜର ଦସ୍ତଖତ କରିଥିଲେ । ୧୦ଟା ୧୮ରେ ଗୃହ ସଚିବ  ଘୋଷଣାନାମା  ଜାରି କରିଥିଲେ ।