ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଭୀମ ଭୋଇଙ୍କ ପଂକ୍ତି..

ନୂଆଦିଲ୍ଲୀ: ସଂସଦ ଭବନରେ ଶୁଭିଲା ଓଡ଼ିଆ ସନ୍ଥଙ୍କ ପଂକ୍ତି  । ସନ୍ଥ କବି ଭୀମ ଭୋଇଙ୍କ କବିତା ‘ମୋ ଜୀବନ ପଛେ ନର୍କ ପଡିଥାଉ, ଜଗତ ଉଦ୍ଧାର ହେଉ ’ ପଂକ୍ତିକୁ ଶପଥ ସମାରୋହରେ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଥିଲେ ଜଗନ୍ନାଥ କ୍ଷେତ୍ରର ଜଣେ କବି ଯିଏ ଏହି ପଂକ୍ତିକୁ ଉଲ୍ଲେଖ କରିଥିଲେ  । ଯାହାର ଅର୍ଥ ସର୍ବୋଦୟ ସମଭାବ  । ନିଜ ଜୀବନକୁ ଉତ୍ସର୍ଗ କରି ସମଗ୍ର ମାନବ ଜାତିର ସେବା ହିଁ ମଣିଷ ଜନ୍ମର ଉଦ୍ଦେଶ୍ୟ  ।

ତେବେ ଓଡ଼ିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି କହିବା ମାତ୍ରେ କରତାଳିରେ ଫାଟି ପଡ଼ିଥିଲା ସେଣ୍ଟ୍ରାଲ ହଲ  । ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରିବା ସହ ଏ ଓଡ଼ିଆ ଜାତିର ଅସ୍ମିତାଙ୍କୁ ନିଜ ଭାଷଣରେ ମନେ ପକାଇଥିଲେ ଦ୍ରୌପଦୀ ମୁର୍ମୁ  । ସେହିପରି ଓଡ଼ିଶାର ସଂସ୍କୃତି ଏବଂ ସଭ୍ୟତା ଯେଉଁ ମହା ମାନବୀଙ୍କୁ ଆଧାର କରି ରହିଛି  । ନିଜ ଶପଥ ଉତ୍ସବରେ ମନେ ପକାଇଥିଲେ ରାଷ୍ଟ୍ରପତି  । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହିନ୍ଦୀ ଭାଷଣକୁ ଇଂରାଜୀରେ ଉଲ୍ଲେଖ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ  ।