ଆଜି ଶପଥ ନବେ ଦ୍ରୌପଦୀ, ଓଡ଼ିଶା ଲେଖିବ ଇତିହାସ

ନନ୍ଦିଘୋଷ ବ୍ୟୁରୋ:  ଆଜି ଗର୍ବ ଓ ଗୌରବର ଦିନ । ଓଡ଼ିଶା ଇତିହାସରେ ଲେଖାହେବ ସ୍ବର୍ଣ୍ଣମ ଅଧ୍ୟାୟ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଝିଅ ହେବେ ଦେଶର ପ୍ରଥମ ନାଗରିକ । ସଂସଦର ସେଣ୍ଟ୍ରାଲ୍ ହଲରେ ହେବ ଶପଥ ଉତ୍ସବ । ପୂର୍ବାହ୍ନ ୯ଟା ୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟମେଣ୍ଟ ରୁମ୍ କାବେରୀ ଅଭିମୁଖେ ଯିବେ । ୧୦ଟା ୧୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାବେରୀରେ ପହଞ୍ଚିବେ ।

୯ଟା ୨୨ରେ ଦ୍ରୌପଦୀ ମୁର୍ମୁ ନର୍ଥ କୋର୍ଟରେ ପହଞ୍ଚିବେ । ନର୍ଥ କୋର୍ଟରେ ଦ୍ରୌପଦୀଙ୍କୁ ସ୍ବାଗତ କରିବେ ରାଷ୍ଟ୍ରପତିଙ୍କ ଏଡିସି । ସେହି ସମୟରେ ଦ୍ରୌପଦୀଙ୍କୁ ସ୍ବାଗତ କରିବେ ରାଷ୍ଟ୍ରପତି କୋବିନ୍ଦ । ୯ଟା ୩୭ରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ସାଲ୍ୟୁଟ୍‌ ନେବେ । ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ଦରବାର ହଲ୍‌କୁ ଯିବେ । ୯ଟା ୪୯ରେ ରାଷ୍ଟ୍ରପତିଙ୍କ ବଡିଗାର୍ଡ ଜାତୀୟ ସାଲ୍ୟୁଟ୍ ଦେବେ । ୯ଟା ୫୦ରେ ଦ୍ରୌପଦୀ ନର୍ଥ କୋର୍ଟ ଛାଡ଼ି ସଂସଦର କେନ୍ଦ୍ରୀୟ ହଲ୍ ଯିବେ । ୧୦ଟା ୩ରେ ରାଷ୍ଟ୍ରପତି କୋବିନ୍ଦ ଓ ଦ୍ରୌପଦୀ ମୋଟରକେଡ୍‌ରେ ସଂସଦ ଭବନ ଯିବେ । ୧୦ଟା ୦୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଓ ପ୍ରଧାନ ବିଚାରପତି ସ୍ବାଗତ କରିବେ ।

ସେହିପରି ୧୦ଟା ୫ରେ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରା କେନ୍ଦ୍ରୀୟ ହଲ୍ ପର୍ଯ୍ୟନ୍ତ ଯିବ । ୧୦ଟା ୧୧ରେ ନିର୍ବାଚନ କମିଶନଙ୍କ ବିବୃତି ପଢ଼ିବେ ଗୃହ ସଚିବ । ପରେ ୧୦ଟା ୧୪ରେ ପ୍ରଧାନ ବିଚାରପତି ଦ୍ରୌପଦୀଙ୍କୁ ଶପଥ ପାଠ କରାଇବେ । ୧୦ଟା ୧୪ରେ ଶପଥ ପରେ ନୂଆ ରାଷ୍ଟ୍ରପତିଙ୍କ ପାଇଁ କୋବିନ୍ଦ ଆସନ ଛାଡ଼ିବେ । ୧୦ଟା ୧୮ରେ ଶପଥ ରେଜିଷ୍ଟରରେ ଦ୍ରୌପଦୀ ଦସ୍ତଖତ କରିବେ । ୧୦ଟା ୧୮ରେ ଗୃହ ସଚିବ ଜାରି କରିବେ ଘୋଷଣାନାମା । ୧୦ଟା ୨୩ରେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ । ୧୦ଟା ୩୫ରେ ଗୃହ ସଚିବଙ୍କ ଦ୍ବାରା ଶପଥ ସମାରୋହ ସମାପ୍ତି ଘୋଷଣା ହେବ ।