ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଥିଲେ ସ୍ୱତନ୍ତ୍ର ଅତିଥି

ନନ୍ଦିଘୋଷ ବ୍ୟୁରୋ: ମାଟିର ଝିଅ ହେଲେ ମହାମହିମ । ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇତଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦେଶର ଶୀର୍ଷ ନେତାଙ୍କ ସହ ଦେଖିବାକୁ ମିଳିଥିଲା  । ଯାହା ଏହା ଖୁବ ଗର୍ବ ଓ ଗୌରବର କଥା । ଜଣେ ଓଡ଼ିଆ ଝିଅ ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଏହା ପ୍ରତ୍ୟେକଟି ଓଡ଼ିଆ ପାଇଁ ଖୁବ ଗର୍ବ ଓ ଗୌରବର ଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାବେଳେ ଏଥିପାଇଁ ମୁଖ୍ୟମନ୍ତ୍ରୀ ବେଶ ଖୁସି ଥିବା କହିଛନ୍ତି । ସେହିପରି ନବୀନ ପଟ୍ଟନାୟକ  କହିଛନ୍ତି, ଦ୍ରୌପଦୀ ମୋ ହାତରେ ରାକ୍ଷୀ ବାନ୍ଧିଥିଲେ । ଯେଉଁ ଭଉଣୀ ଭାଇ ହାତରେ ରାକ୍ଷା ବାନ୍ଧିଥିଲା, ସେହି ଭଉଣୀ ଆଜି ଦେଶର ସର୍ବୋଚ ସାମ୍ବିଧାନିକ ପଦରେ ଅଭିସିକ୍ତ ହୋଇଛନ୍ତି  । ଯାହା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ  ଏକ ସ୍ମରଣୀୟ ଦିନ  ।

ସଂସଦ ଭବନର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁ୍ଖ୍ୟମନ୍ତ୍ରୀଙ୍କୁ ଆଗ ଧାଡିରେ ଦେଖିବାକୁ ମିଳିଥିଲା  । ଶପଥ ନେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ  । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟର ବିଚାରପତିଙ୍କୁ ଅଭିବାଦନ ଜଣାଇଥିଲେ  ।

ଏହାପରେ  ସ୍ୱତନ୍ତ୍ର ଅତିଥିଙ୍କୁ ମଧ୍ୟ ନମସ୍କାର ଜଣାଇଥିଲେ  । ସଭାରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରିବା ସହ କିଛି ମୂହୂର୍ତ୍ତ ପାଇଁ ଅଟକି ଯାଇଥିଲେ  । କିଛି ବାର୍ତ୍ତାଳପ କରିଥିବା ମଧ୍ୟ ପରିଲିଖିତ ହୋଇଥିଲା  । ଯାହା ସମ୍ପର୍କର ସେହି ମଜଭୁତ ସେତୁ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଥିଲା  ।