spot_img
Home Blog Page 4247

ଏହି ରାଶିର ବ୍ୟକ୍ତିମାନେ ଶତ୍ରୁ ପ୍ରତି ସାବଧାନ ରୁହନ୍ତୁ !

ମେଷ : ଆଜିର ଦିନରେ ଆପଣ ଚିନ୍ତିତ ରହିପାରନ୍ତି । ସନ୍ତାନ ପକ୍ଷରୁ କୌଣସି ଦୁଃଖଦ ଖବର ଶୁଣିବାକୁ ମିଳିପାରେ । ସନ୍ଧ୍ୟା ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ । ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ବାଣୀରେ ମଧୁରତା ରକ୍ଷା କରନ୍ତୁ, ନଚେତ୍, ପରିବାରର କୌଣସି ସଦସ୍ୟଙ୍କ ସହ ବିବାଦ ଉପୁଜିପାରେ । ଦାନ ଏବଂ ପୁଣ୍ୟ କାର୍ଯ୍ୟରେ ସମୟ ବିନିଯୋଗ କରିବେ, ପରବର୍ତ୍ତୀ ମୁହୂର୍ତ୍ତରେ ଯାହାର ଲାଭ ମିଳିବ । ଶ୍ୱଶୁର ଘରର କୌଣସି ସଦସ୍ୟଙ୍କ ସହ ବିବାଦ ଉପୁଜିପାରେ ।

ବୃଷ : ରାଜନୈତିକ କ୍ଷେତ୍ର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଉତ୍ତମ । ରାଜନୀତିରେ ପଦୋନ୍ନତି ହୋଇପାରେ । ଅପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ମହିଳା ବନ୍ଧୁଙ୍କ ସାହାଯ୍ୟରେ ଧନ ଲାଭ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ନିଶ୍ଚିତ ସଫଳତା ମିଳିବ । ବନ୍ଧୁଙ୍କ ସହ ଆପଣ ସେୟାର ମାର୍କେଟରେ ଧନ ନିବେଶ କରିପାରନ୍ତି ।

ମିଥୁନ : ଏକାଧିକ କାର୍ଯ୍ୟର ସମ୍ମୁଖୀନ ହେବାରୁ ଆଜି ଚିନ୍ତା ବଢ଼ିପାରେ । ସନ୍ଧ୍ୟା ସମୟରେ ଅଟକିଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ମନ ପ୍ରସନ୍ନ ରହିବ । ସନ୍ତାନଙ୍କୁ ସଫଳତା ମିଳିପାରେ । କୌଣସି ମୂଲ୍ୟବାନ ବସ୍ତୁ ନିଖୋଜ କିମ୍ୱା ଚୋରି ହେବାର ଆଶଙ୍କା ରହିଛି । ଏଥିପାଇଁ ସାବଧାନ ରୁହନ୍ତୁ । ଦାନ କାର୍ଯ୍ୟରେ ଧନ ନିବେଶ କାରଣରୁ ଯଶକୀର୍ତ୍ତି ବଢ଼ିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଅସୁସ୍ଥତା ଦେଖାଦେଇପାରେ ।

କର୍କଟ : ଆଜିର ଦିନରେ ଏହି ରାଶିର ବ୍ୟକ୍ତିଙ୍କୁ ସମ୍ପତ୍ତି ପ୍ରାପ୍ତି ହୋଇପାରେ । ସମ୍ପତ୍ତି ପ୍ରାପ୍ତି ହେବାକୁ ଆଶା ରଖିଥିବା ବ୍ୟକ୍ତିଙ୍କ ମନୋକାମନା ପୂର୍ଣ୍ଣ ହେବ । ସନ୍ଧ୍ୟା ସମୟରେ କୌଣସି ପ୍ରିୟ ପରିଜନଙ୍କୁ ସାକ୍ଷାତ କରିବେ । ମାନସମ୍ମାନ ବୃଦ୍ଧି ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବ୍ୟବସାୟ ସମ୍ୱନ୍ଧିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।

ସିଂହ : ବ୍ୟବସାୟରେ କୌଣସି ନୂତନ ଯୋଜନା ଚିନ୍ତା କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ସର୍ବଦା ବିଶେଷ ସଫଳତା ମିଳିବ । ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ । କାର୍ଯ୍ୟରେ ଅଧିକ ପରିଶ୍ରମ ହେତୁ ଚକ୍ଷୁ ଯନ୍ତ୍ରଣା ଦେଖାଦେଇପାରେ । ନିଜ ବାଣୀରେ ମଧୁରତା ଆଣିବାକୁ ଚେଷ୍ଟା କରନ୍ତୁ । ଧନ ଉଧାର ନେବାକୁ ଚାହୁଁଥିଲେ ସହଜରେ ମିଳିଯାଇପାରେ ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ଫଳଦାୟକ । ସନ୍ତାନ ପକ୍ଷରୁ ଆପଣଙ୍କୁ କୌଣସି ସନ୍ତୋଷଜନକ ଖବର ମିଳିପାରେ । ବ୍ୟବସାୟରେ ସହଭାଗିତାଙ୍କ ସହ ବିବାଦ ଉପୁଜିପାରେ । ଯଶ ଓ କୀର୍ତ୍ତି ବୃଦ୍ଧି ହେବ । ରୋଜଗାର କ୍ଷେତ୍ରରେ ଉନ୍ନତି କରିବେ । ପଦୋନ୍ନତି ହୋଇପାରେ । କୌଣସି ସମ୍ପତ୍ତି କ୍ରୟ କିମ୍ୱା ବିକ୍ରୟ କଲେ ସାବଧାନତା ଅବଲମ୍ୱନ କରନ୍ତୁ ।

ତୁଳା : ପାଖଆଖ ପରିବେଶ ଭଲ ରହିବ । ବ୍ୟବସାୟରେ ଚାଲିଥିବା ସମସ୍ୟାର ସମାଧାନ ହେବ । ବନ୍ଧୁଙ୍କ ସହ କୌଣସି ଦୂର ଯାତ୍ରା କରିବାକୁ ଯୋଜନା କରିପାରନ୍ତି । ଏଥିରେ ନିଜ ବାପାଙ୍କ ପରାମର୍ଶ ନିଅନ୍ତୁ । ପରିବାରର ସମସ୍ତ ସଦସ୍ୟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ କରିପାରନ୍ତି । ପ୍ରେମ ଜୀବନରେ ଜୀବନସାଥୀଙ୍କ ପ୍ରତି ସମ୍ପର୍କ ନିବିଡ଼ ହେବ । ପର୍ଯ୍ୟାପ୍ତ ପରିମାଣରେ ଧନ ଲାଭ ହେବ । ମନ ପ୍ରସନ୍ନ ରହିବ ।

ବିଛା : ଆଜିର ଦିନଟି ମଧ୍ୟମ ଫଳଦାୟକ ରହିବ । ତେଲ ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରୁହନ୍ତୁ । ଶୁଦ୍ଧ ଏବଂ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ । ନଚେତ୍ କୌଣସି ସମସ୍ୟା ଦେଖାଦେଇପାରେ । ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀଙ୍କ ସୁବର୍ଣ୍ଣ ସୁଯୋଗ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଜମିବାଡ଼ି ସମସ୍ୟା ଦେଖାଦେଇପାରେ ।

ଧନୁ : ବିରୋଧୀଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟରକିତ ହେବେ । ସାବଧାନ ରୁହନ୍ତୁ । କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ସନ୍ଧ୍ୟା ସମୟରେ କୌଣସି ଶୁଭ ଖବର ମିଳିପାରେ । ଶ୍ୱଶୁର ଘର ପକ୍ଷରୁ କିଛି ଧନ ଲାଭ ହୋଇପାରେ । ଏଥିରେ ଆପଣ ଋଣ ସୁଝିପାରନ୍ତି । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ ।

ମକର : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଶୁଭ ରହିବ । ଚାକିରି ପାଇଁ ଦାର୍ଘ ଦିନ ଧରି ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଅତିଶୀଘ୍ର ସଫଳତା ମିଳିବ । ସନ୍ଧ୍ୟା ସମୟରେ କୌଣସି ଅତିଥିଙ୍କ ଆଗମନ ହୋଇପାରେ । ଏଥିପାଇଁ ଖର୍ଚ୍ଚ ବଢ଼ିବ । ପାରିବାରିକ ସମସ୍ୟାର ସମାଧାନ ଚାହୁଁଥିଲେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଧୁଙ୍କ ସହ କୌଣସି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

କୁମ୍ଭ : ସ୍ୱାସ୍ଥ୍ୟରେ ଅବହେଳା ଦେଖାଦେଇପାରେ । ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କୌଣସି ସମସ୍ୟାର ସମାଧାନ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପଡ଼ୋଶୀଙ୍କ ସହ କଳହରୁ ନିବୃତ୍ତ ରୁହନ୍ତୁ । ଅନେକ ଶତ୍ରୁ ଉପୁଜିପାରନ୍ତି । ଶତ୍ରୁଙ୍କୁ ପରାଜୟ ପାଇଁ ନିଜ ବୁଦ୍ଧିର ପ୍ରୟୋଗ କରନ୍ତୁ ।

ମୀନ : ଆଜି ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସନ୍ତାନଙ୍କ ପାଠପଢ଼ା ପାଇଁ ଚିନ୍ତା ବଢ଼ିପାରେ । ପାରିବାରିକ ବିବାଦ ଦେଖାଦେଇପାରେ । କୌଣସି ଧାର୍ମିକ କ୍ଷେତ୍ରକୁ ଯିବାର ସୁଯୋଗ ମିଳିପାରେ । ଖର୍ଚ୍ଚ ବଢ଼ିବ । ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ । କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିବ ଏଥିସହ କାର୍ଯ୍ୟକ୍ଷେତ୍ରରେ ମନ ଲାଗି ରହିବ ।

 

ବ୍ରଜରାଜନଗର ଉପନିର୍ବାଚନ ପାଇଁ କମ୍ପିବ ମୈଦାନ, ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ବିଜେଡି

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ମୈଦାନ । ନାମାଙ୍କନ ପତ୍ର ଦାଖଲ ପରେ ଆରମ୍ଭ ହୋଇଛି ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିଛି । ଡୋରୁ ଟୁ ଡୋର କ୍ୟାମ୍ପେନିଂକୁ ସବୁ ଦଳର ଗୁରୁତ୍ବ ଦେଇଛନ୍ତି । ନୂଆ ଯୋଜନାରେ ମଇଦାନକୁ ଓହ୍ଲାଇବ ବିଜେଡି । ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଦଳ ରଣନୀତିରେ ପରିବର୍ତ୍ତନ କରିବ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅଧିକାଂଶ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେବ ବିଜୁ ଜନତା ଦଳ । ପଶ୍ଚିମ ଓଡ଼ିଶାର ସ୍ଥିତି ଓ ସେଠାର ଲୋକଙ୍କ ଆବଶ୍ୟକତାକୁ ସେହି ଅଞ୍ଚଳର ନେତା ହିଁ ଠିକ୍ ଭାବେ ବୁଝିପାରିବେ । ତେଣୁ ଏପରି ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପାଇଁ କେନ୍ଦ୍ରୀୟ ନେତାଙ୍କ ଦେଖାନଥିଲା । ଉପନିର୍ବାଚନରେ ବି ସମାନ ସ୍ଥିତି ଦେଖାଦେଇପାରେ । ଅନ୍ୟପଟେ କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି । ତଥାପି ଦଳ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର କରିପାରେ ।

ଦାୟିତ୍ବ ନେବା ପରେ ଆକ୍ସନ ମୋଡ୍‌ରେ ଡିସିପି, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆହତ

ଭୁବନେଶ୍ୱର: ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ରାଜଧାନୀରେ ବର୍ଷର ପ୍ରଥମ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ ଚକରା ବାରିକ ଆହତ । ଏନକାଉଣ୍ଟରରେ ଚକରାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଚକରାକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ସ୍ପେସାଲ ସ୍କ୍ୱାଡ ଓ ଖଣ୍ଡଗିରି ପୋଲିସର ମିଳିତ ଏନକାଉଣ୍ଟରରେ ଏନକାଉଣ୍ଟର କରାଯାଇଛି । ବରମୁଣ୍ଡା ମେଳଣ ପଡ଼ିଆରେ ଡକାୟତି ପାଇଁ ଯୋଜନ କରୁଥିଲେ ୬ରୁ ୭ ଜଣ ଡକାୟତ । ଖବର ପାଇ ପୋଲିସ୍ ଗ୍ୟାଙ୍ଗକୁ ଧରିବାକୁ ଗଲା ବେଳେ ଚକରା ବୋମାମାଡ଼ କରିଥିଲା । ଏହାସହ ପୋଲିସ ଉପରକୁ କରିଥିଲା ଗୁଳିମାଡ଼ ।

ଏହାର ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା । ଅନ୍ଧାରର ସୁଯୋଗ ନେଇ ୬ ଡ଼କାୟତ ଖସି ପଳାଇଥିଲେ । ତେବେ ଚକାର ନାଁରେ ଭୁବନେଶ୍ୱରରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ବ୍ରାଉନସୁଗର, ଡକାୟତି, ଲୁଟ, ଛିନତାଇ ଭଳି ଅପରାଧରେ ଚକରାର ସମ୍ପୃକ୍ତି ଥିବା ସୂଚନା ମିଳିଛି । କୁଖ୍ୟାତ ଡକାୟତ ରବି ରାଓ ଥିଲା ଚକରାର ମୁଖ୍ୟ ସହଯୋଗୀ । ଏହି ବୋମାମାଡ଼ରେ ଦୁଇ ପୋଲିସ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ଟି ଅଫୁଟା ବୋମା, କାର ଓ ୩ଟି ମୋବାଇଲ ସହ ମଦ ବୋତଲ ଜବତ ହୋଇଛି । ଘଟଣାସମ୍ପର୍କରେ ଖବର ପାଇ ଡିସିପି କ୍ୟାପିଟାଲ ହସ୍ପିଟାଲ ଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁରା ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରାଯାଉଛି । ଅପରାଧ ଦମନ ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।

ସୁନ୍ଦରଗଡ଼ର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ୍

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ୍ ବ୍ୟବସ୍ଥା କରାଯାଉଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତା କ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି ।

Hotel Management Training To Students Of Sundargarh (1)

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି । ପ୍ରଶାସନର ଏହି ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇ ପାରୁଛନ୍ତି ।

୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗିରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଏହାର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି । ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗିରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ । ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଶ୍ରୀ ଏକନାଥ ସୂଚନା ଦେଇଛନ୍ତି ।

Hotel Management Training To Students Of Sundargarh (1)

ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି । ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ରାସ୍ତା ଖୋଲିପାରିଛି । ତେଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି ।

Hotel Management Training To Students Of Sundargarh (1)

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସମ୍ପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି । ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍- କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆଁରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ତା’ ଛଡ଼ା ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ଦଶମ ଓ +୨ ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରି, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ ।

Hotel Management Training To Students Of Sundargarh (1)

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ୍ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି । ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି । ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି। ସେହିପରି ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି ।

କେନ୍ଦୁ କିଣିବା ବେଳେ ଟ୍ରକ୍ ମାଡ଼ି ଯାଇ ୨ ଜଣଙ୍କ ମୃତ୍ୟୁ

କେନ୍ଦୁଝର: କାଞ୍ଜିପାଣି ଘାଟି ନିପୋ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ସହ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ନିପୋ ଘାଟି ରାସ୍ତାକଡ଼ରେ କେନ୍ଦୁ ବିକ୍ରି କରୁଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଓ ସେଥିରେ ଥିବା ୩ ଜଣ କର୍ମଚାରୀ ରାସ୍ତା କଡ଼ରେ ଟ୍ରାକ୍ଟର ରଖି କେନ୍ଦୁ କିଣୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ କେନ୍ଦୁ ବିକ୍ରି କରୁଥିବା ମହିଳା ଓ ଟ୍ରାକ୍ଟର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ମୃତ ମହିଳା ନିପୋ ଗାଁର ନିଆଳି ମନ୍ତ୍ରୀ । ମୃତ ଟ୍ରାକ୍ଟର ଚାଳକ ଜଣଙ୍କ ବରଗଡ଼ ଜିଲ୍ଲାର । ଆହତ କେନ୍ଦୁ ବିକ୍ରି କରୁଥିବା ଜଣେ ମହିଳା ଓ ଟ୍ରାକ୍ଟରରେ ଥିବା ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ରାଜ୍ୟରେ କାଲିଠୁ ପୁଣି ଉପରମୁହାଁ ହେବ ପାରଦ

ଭୁବନେଶ୍ୱର: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରେ ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବା ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ହୋଇପାରେ ।

ଆନ୍ଧ୍ର ପ୍ରଦେଶର କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେଠାରେ ବନ୍ଦର ଗୁଡ଼ିକରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଓଡ଼ିଶାରେ ଏବେ ବାତ୍ୟାର କୌଣସି ପ୍ରଭାବ ନାହିଁ । ଆଜି ରାତିରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଂକେତ ଉଠାଇ ଦିଆଯାଇଛି ।

ଅନ୍ୟପଟେ ଗୁରୁବାର ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ମେଘମୁକ୍ତ ଆକାଶ ସହ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ୨ ଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ହେବ । ୧୫ ତାରିଖ ବେଳକୁ ସ୍ୱାଭାବିକ ଠାରୁ ଉପରମୁହାଁ ହେବ ପାରଦ । ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚି ପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ବିଶ୍ୱକୁ ଏମିତି ଚମକାଇଥିଲା ଭାରତ, ଜାଣନ୍ତୁ ୨୪ ବର୍ଷର ତଳର ଇତିହାସ…

ଭୁବନେଶ୍ୱର: ୧୧ ମେ’୧୯୯୮ । ଆଜିର ଦିନ ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ଭାରତ ଆମେରିକା ସମେତ ସାରା ବିଶ୍ୱକୁ ଚକମା ଦେଇ ରଚିଥିଲା ଇତିହାସ । ଭାରତର ଏହି ପଦକ୍ଷେପ ଶତ୍ରୁଙ୍କ ନିଦ ହଜାଇ ଦେଇଥିଲା । ମିଲିୟନ ମିଲିୟନ ଡଲାର ଖର୍ଚ୍ଚ କରି ଭାରତକୁ ଅଟକାଇବାକୁ ଚେଷ୍ଟା କରୁଥିବା ଆମେରିକା ଆଖି ଆଗରେ ଭାରତ ପୋଖରାଣରେ ଫୁଟାଇଥିଲା ପରମାଣୁ ବୋମା । ବିଶ୍ୱ ସମୁଦାୟ କିଛି ବୁଝିବା ଆଗରୁ ପୋଖରାନ ମରୁଭୂମିରେ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣ । ବାଲି ଝଡ଼ର ଏମିତି ବବଣ୍ଡର ଉଠିଥିଲା ଯେମିତି ପୂରା ମରୁଭୁମି ସବୁ କିଛି ଛାରଖାର କରିଦେବ । ସେଦିନ ସେହି ଝଡ଼ ଥମିବା ପରେ ବିଶ୍ୱ ଦେଖିଥିଲା ଭାରତର ପରାକ୍ରମ । କେହି କିଛି ବୁଝିବା ଆଗରୁ ଭାରତମାତା ହୋଇ ସାରିଥିଲା ପରମାଣୁ ସମ୍ପନ୍ନ ରାଷ୍ଟ୍ର ।

କେବଳ ମେ ୧୧ ନୁହେଁ ମେ’୧୩ରେ ବି ଭାରତ ପୁଣି ଫୁଟାଇ ଥିଲା ପରମାଣୁ ବୋମା । ଏହି ଦୁଇଟି ଦିନରେ ଭାରତ ଗୋଟିଏ ପରେ ଗୋଟିଏ କରି ୫ଟି ପରମାଣୁ ବୋମା ଫୁଟାଇ ସାରା ବିଶ୍ୱକୁ ଚକିତ କରିଦେବା ସହ ନିଜକୁ ଅନ୍ୟତମ ବିଶ୍ୱ ଶକ୍ତି ଭାବେ ଉପସ୍ଥାପନ କରି ପାରିଥିଲା । ପରମାଣୁ ପରୀକ୍ଷାର ପର ବର୍ଷ ୧୯୯୯ ଠାରୁ ଭାରତ ଏହି ଦିନକୁ ‘ରିର୍ସଜେଣ୍ଟ ଇଣ୍ଡିଆ ଡେ’ ଭାବେ ପାଳନ କରି ଆସୁଛି ।

Pokhran When India fooled the CIA and successfully conducted its nuclear test

ଆମେରିକା ସମେତ ଭାରତର ସମସ୍ତ ଶତ୍ରୁରାଷ୍ଟ୍ର ଭାରତ ବିରୋଧରେ ଏକାଠି ହୋଇଥିଲେ । ଏପରିକି ଆମେରିକାର ଗୁଇନ୍ଦା ସଂସ୍ଥା CIA ଭାରତର ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲା । କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ପୋଖରାନ ଉପରେ ନଜର ରଖିବାକୁ ୪ଟି ସାଟେଲାଇଟ୍ ଲଗାଇ ଥିଲା । ଏହା ଏମିତି ସାଟେଲାଇଟ୍ ଥିଲା ଯାହା ପୋଖରାନରେ ଛିଡ଼ା ହୋଇଥିବା ଭାରତୀୟ ସୈନିକଙ୍କ ଘଡ଼ିର ସମୟ ମଧ୍ୟ ଦେଖିବାକୁ ସକ୍ଷମ ଥିଲା । ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଠୋର ନିଷ୍ପତ୍ତି ଓ ଭାରତୀୟ ବୈଜ୍ଞାନକ CIA ଓ ତାଙ୍କ ସାଟେଲାଇଟ ଆଖିରେ ଧୂଳି ଦେଇ ପରମାଣୁ ବୋମା ଫୁଟାଇ ଦେଇଥିଲେ ।

କେମିତି ହୋଇଥିଲା ପରୀକ୍ଷା ?

୧୯୯୮ ମେ’୧୧ରେ ଭାରତ ପ୍ରଥମ ପରମାଣୁ ବୋମା ଫୁଟାଇ ନଥିଲା । ଏହାର ୨୪ ବର୍ଷ ପୂର୍ବରୁ ଭାରତ ପରମାଣୁ ବୋମା ସମ୍ପନ୍ନ ରାଷ୍ଟ୍ର ହୋଇ ସାରିଥିଲା । ୧୯୭୪ ମେ’ ୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସେହି ପୋଖରାନରେ ଭାରତ ପ୍ରଥମ ପରମାଣୁ ବୋମା ପରୀକ୍ଷା କରିଥିଲା । ସେତେବେଳେ ପରୀକ୍ଷା ପାଇଁ ଖୋଳା ଯାଇଥିବା ବିରାଟ ବିରାଟ ଗାତ ପୋଖରାନ ବାଲିରେ ଥିଲା । ଯେଉଁଥିରେ ପରମାଣୁ ବୋମା ରଖା ଯାଇଥିଲା । ପରେ କୂଅ ଗୁଡ଼ିକୁ ବାଲି ଭର୍ତ୍ତି କରି ପୋତି ଦିଆଯାଇଥିଲା । କୂଅ ଉପରେ ପାହାଡ଼ ଭଳି ବାଲି ଗଦା କରାଯାଇଥିଲା । ଏହାପରେ ଫୁଟିଥିଲା ଭାରତର ସେହି ପରମାଣୁ ବୋମା ।

୨୦ ଜଣିଆ ବୈଜ୍ଞାନିକ ଟିମ୍ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ । ବିସ୍ଫୋରଣ ପରେ ପୋଖରାନରେ ଏକ ବାଲି ଝଡ଼ ଉଠିଥିଲା । ଯାହା ସେଠାରେ ଥିବା ସବୁକିଛି ଉଡ଼ାଇ ନେଇଥିଲା । ଝଡ଼ ଥମିବା ପରେ ବିସ୍ଫୋରଣ ସ୍ଥାନରେ ଏକ ବିରାଟ ଗାତ ଦେଖିବାକୁ ମିଳିଥିଲା, ଯାହା ଆଜି ବି ରହିଛି ।

Pokhran When India fooled the CIA and successfully conducted its nuclear test

ଭାରତୀୟ ସେନାର ୫୮ ରେଜିମେଣ୍ଟକୁ ପୋଖରାନ ପରୀକ୍ଷା କାମ ଦିଆଯାଇଥିଲା । ଏହି ରେଜିମେଣ୍ଟର କମାଣ୍ଡାଣ୍ଟ ଥିଲେ କର୍ଣ୍ଣଲ ଗୋପାଲ କୌଶିକ । ପୂରା ମିଶନକୁ ଗୁପ୍ତ ଭାବେ ବିଶ୍ୱବାସୀଙ୍କ ନଜର ଆଡ଼ୁଆଳରେ କରାଯିବାକୁ ଦୃଢ଼ ନିର୍ଦ୍ଦେଶ ରହିଥିଲା । ବୈଜ୍ଞାନିକମାନେ ନିଜ ଭିତରେ କୋଡ୍ ୱାର୍ଡରେ କଥା ହେଉଥିଲେ । ଏପରିକି ସେମାନେ ପରସ୍ପରକୁ ମିଛ ନାଁରେ ଡାକୁଥିଲେ । CIA ଆଖିରେ ଧୂଳି ଦେବାକୁ ବୈଜ୍ଞାନିକମାନେ ସେନା ଡ୍ରେସରେ ପୋଖରାନକୁ ଯାଉଥିଲେ । ମିଶନ ପୂରା କରିବାକୁ ୧୮ ମାସ ସମୟ ଲାଗିଥିଲା । ପରୀକ୍ଷାକୁ ଗୁପ୍ତା ରଖିବାକୁ ରାତିରେ ହିଁ କାମ କରାଯାଉଥିଲା । ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦ୍ଦୁଲ କଲାମ ଏବଂ ତତ୍କାଳୀନ ଶକ୍ତି ବିଭାଗ ଅଧ୍ୟକ୍ଷ ଆର ଚିନ୍ଦାବରମ୍ ଏହି ମିଶନରେ ସାମିଲ୍ ଥିବା ଭାରତର ଦୁଇ ବଡ଼ ବୈଜ୍ଞାନିକ ଥିଲେ । ପୂରା ମିଶନରେ ୮୦ ଜଣ ବୈଜ୍ଞାନିକ ନିୟୋଜିତ ହୋଇଥିଲେ । ଏମାନେ DRDO ଓ ପରମାଣୁ ଉର୍ଜା ଆୟୋଗ ସହ ଜଡ଼ିତ ଥିଲେ ।

ପୋଖରାନ ପରୀକ୍ଷଣ ପରେ ପୂରା ଭାରତ ଖୁସି ମନାଇଥିବା ବେଳେ ବିଶ୍ୱର ଅନ୍ୟ ଦେଶମାନେ ଭାରତକୁ ବହୁତ କଟୁ ସମାଲୋଚନା କରିଥିଲେ । ଆମେରିକା, ଜାପାନ, ଫ୍ରାନ୍ସ, ବ୍ରିଟେନ୍ ସହ ପ୍ରାୟ ସବୁ ବିକଶିତ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଇସ୍ରାଏଲ ଏକମାତ୍ର ଦେଶ ଥିଲା ଯିଏ ଭାରତର ପରମାଣୁ ବୋମା ପରୀକ୍ଷାକୁ ସମର୍ଥନ କରିଥିଲା ।

ଅଣ୍ଡା ଫୁଟି ବାହାରିଲେ ୩୦ରୁ ଅଧିକ ଘଡ଼ିଆଳ କୁମ୍ଭୀର

ଅନୁଗୁଳ: ସାତକୋଶିଆ ପାଇଁ ଖୁସି ଖବର । ମହାନଦୀ ଗଣ୍ଡରେ ଅଣ୍ଡାରୁ ଫୁଟି ବାହାରିଲେ ଘଡ଼ିଆଳ କୁମ୍ଭୀର । ମହାନଦୀର ବଳଦମଡ଼ାଠାରେ ଅଣ୍ଡା ଫୁଟି ୩୦ରୁ ଅଧିକ ଛୁଆ ବାହାରିଥିବା ସୂଚନା ମିଳିଛି । ସାତକୋଶିଆରେ ବିରଳ ଘଡ଼ିଆଳଙ୍କ ବଂଶ ବୃଦ୍ଧି ପାଇଁ ଲଗାତାର ଉଦ୍ୟମ ଜାରି ରହିଛି । ଗତବର୍ଷ ଏଠାରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ ।

Angul Crocodile Production Satakoshia

ପୂର୍ବରୁ ଏଠାରେ ପ୍ରାକୃତିକ ଭାବରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ହେଲେ ପରିବେଶ ସନ୍ତୁଳନ ବିଗିଡ଼ିବା ଯୋଗୁ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା । ହେଲେ ପୁଣି ଥରେ ସାତକୋଶିଆ ତାର ପୂର୍ବ ପରିଚୟ ଫେରି ପାଇଛି । ବର୍ତ୍ତମାନ ଏହି ଘଡ଼ିଆଳ ଶାବକଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସ୍ୱତନ୍ତ୍ର ନଜର ରଖାଯିବ ବୋଲି କହିଛି ବନ ବିଭାଗ ।

ବନ୍ଧାହେଲେ ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଂଘଲ

ରାଞ୍ଚି: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲ ଗିରଫ । ମନି ଲଣ୍ଡରିଂ ମାମଲାରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ମନରେଗା ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ୨୦୦୦ ମସିହା ବ୍ୟାଚ୍ ଆଇଏଏସ ପୂଜାଙ୍କୁ ହାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ବେଳେ ପୂଜା ସିଂଘଲ ଇଡିକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।

ED Arrested Jharkhand IAS Pooja Singhal

ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ପୂଜା ସିଂଘଲଙ୍କ ଘରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା ।

ଦୁର୍ବଳ ହେଉଛି ବାତ୍ୟା ଅସାନି, ୨୫ ମିଟର ମାଡ଼ି ଆସିଲାଣି ସମୁଦ୍ର

ପାରାଦୀପ: ବାତ୍ୟା ଅସାନି ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର । ପାରାଦୀପରେ ୬ ମିଟରରୁ ଉଚ୍ଚ ଜୁଆର ଉଠିବାରେ ଲାଗିଛି । ପାଖାପାଖି ୨୫ ମିଟର ମାଡ଼ି ଆସିଲାଣି ସମୁଦ୍ର । ଯାହାକୁ ନେଇ ଆଶଙ୍କାରେ ବନ୍ଦର ନଗରୀ ପାରାଦୀପ ବାସିନ୍ଦା । ସମୁଦ୍ରର ଏଭଳି ଭୟଙ୍କର ଦୃଶ୍ୟ ଖାଲି ପାରାଦୀପ ନୁହେଁ, ବାଲିକୁଦା ଓ ଏରସମା ବ୍ଲକର ସମୁଦ୍ର କୂଳରେ ମଧ୍ୟ ଦେଖିବାକୁ ମିଳିଛି ।

Cyclone Asani Weaken Sea Situation Of Paradeep

ମହାବାତ୍ୟାରେ ମଧ୍ୟ ଏଭଳି ଲହଡ଼ି କେବେ ଦେଖି ନ ଥିଲେ ଲୋକେ । ଯାହାକୁ ନେଇ ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଅସାନିର ପ୍ରଭାବରେ ପାରାଦୀପ କିମ୍ବା ଆଖପାଖ ଅଞ୍ଚଳରେ ବର୍ଷା କିମ୍ବା ପବନ ହୋଇ ନ ଥିବା ବେଳେ ସମୁଦ୍ର କିନ୍ତୁ ଅଶାନ୍ତ ରହିଛି ।