୧୦୦ ଉଠା ଦୋକାନୀଙ୍କୁ ଉଠାଇବ ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ହଟିବ ବେଆଇନ ଦୋକାନ। ୧୦୦ଟି ଦୋକାନ ଚିହ୍ନଟ କରିଛି ବିଏମସି ଉଚ୍ଛେଦକାରୀ ଟିମ । ଆଜି ଏହି ସବୁ ଦେକାନକୁ ଉଚ୍ଛେଦ କରାଯିବ । ଗତକାଲି ମାଇକ ଜାରିଆରେ ପ୍ରଚାର କରାଯାଇଥିଲା । ସ୍ବଚ୍ଛତା ନିୟମ ନ ମାନିବାରୁ ଗୋଟିଏ ଦୋକାନକୁ ସିଲ୍ କରିବା ସହ ୩ଟି ଦୋକାନରୁ ୧୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି ବିଏମସି ।

ଏନେଇ ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ବେଆଇନ ଉଠା ଦୋକାନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ସରକାରୀ କ୍ବାର୍ଟର୍ସ ଆଗରେ ଜବରଦଖଲ ଦୋକାନକୁ ମଧ୍ୟ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ବଚ୍ଛତା ଉଲଙ୍ଘନ ପାଇଁ ଜିରୋ ଟଲରାନ୍ସ ନୀତି ଆପଣେଇଛି ବିଏମସି । ସ୍ମାର୍ଟ ଜନପଥରେ ବି ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ ।