ଚେନ୍ନାଇ ଏୟାରପୋର୍ଟରେ ସ୍ପଟ୍ ହେଲେ ବାବୁସାନ୍; ଭୁବନେଶ୍ୱର ଫେରୁଛନ୍ତି !

ଭୁବନେଶ୍ୱର: ବିବାଦ ଘେରରେ ଫସିଥିବା ଅଭିନେତା ବାବୁସାନ ମହାନ୍ତି ଓଡିଶା ଫେରୁଥିବା ନେଇ ଚର୍ଚ୍ଚା । ଚେନ୍ନାଇ ବିମାନନ୍ଦରରେ ସେ ସ୍ପଟ୍ ହୋଇଛନ୍ତି । ଚେନ୍ନାଇ ବିମାନବନ୍ଦରରେ ଚାଲି ଚାଲି ଯାଉଥିବା ତାଙ୍କର ଭିଡିଓ ଭାଇରାଲ୍ ହେଉଛି । ବିମାନ ବନ୍ଦରରେ ବସିଥିବା ଫଟୋ ମଧ୍ୟ ଭାଇରାଲ୍ ହେଉଛି । ଏହି ଭିଡିଓରେ ତାଙ୍କ ସହ ଅଭିନେତା ରବି ମିଶ୍ର ମଧ୍ୟ ଥିବା ଦେଖାଯାଇଛି ।

ଆଜି ରାତିରେ ହିଁ ସେ ଭୁବନେଶ୍ୱରରେ ପହଞ୍ଚିବା କଥା କୁହାଯାଉଛି । ତେବେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିବା ପରେ ହିଁ ସବୁ କଳ୍ପନାଡଳ୍ପନା ଉପରୁ ପରଦା ଉଠିବ । ହୋଟେଲରୁ ଚେକଆଉଟ୍ ପରେ ସେ କେଉଁଠି ଥିଲେ । ଚେନ୍ନାଇରେ କଣ ହୋଇଥିଲା । ଗୋଟିଏ ହୋଟେଲରେ ପ୍ରକୃତିଙ୍କ ସହ ରହିଥିଲେ କି ନାହିଁ  । ଏସବୁ ପ୍ରଶ୍ନର ଉତ୍ତର ବାବୁସାନ ଆସିବା ପରେ ହିଁ ଦେବେ । ଖାରବେଳ ନଗର ଥାନା ମଧ୍ୟ ତାଙ୍କୁ ହାଜର ହେବା ପାଇଁ ପୂର୍ବର ନୋଟିସ୍ କରି ସାରିଛି । ପ୍ରକୃତି ମିଶ୍ର ନିଜ ପରିବାର ସହ ମିଶି ଆଜି ଓଡିଶା ଫେରିବା ପରେ ତାଙ୍କୁ ପଚରା ଉଚୁରା କରିଛି ପୋଲିସ ।

ସୂଚନଥାଉକି, ଚେନ୍ନାଇର ଉତ୍କଳ ଆସୋସିଏସନ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ସାମିଲ ହେବା ପାଇଁ ଏବଂ ଫିଲ୍ମର ପ୍ରୋମସନ ପାଇଁ ଯାଇଥିଲେ ବାବୁସାନ । କିନ୍ତୁ ବିବାଦ କାରଣୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଏହାପରେ ସେ ଯେଉଁ ହୋଟେଲରେ ଥିଲେ ସେଠାରୁ ଅନ୍ୟତ୍ର ସ୍ଥାନକୁ ଚାଲିଯାଇଥିଲେ । ଏହାପରେ ବାବୁସାନଙ୍କ ଠିକଣାକୁ ନେଇ ଚର୍ଚ୍ଚା ହୋଇଥିଲା । ବାବୁସାନଙ୍କୁ ଫେରିଆସିବା ପାଇଁ ତାଙ୍କ ମା ଅପରାଜିତା ମଧ୍ୟ ପୂର୍ବରୁ ନିବେଦନ କରିସାରିଛନ୍ତି ।

ଆଜି ପ୍ରକୃତିଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ କହିିଥିଲେ, ବାବୁସାନ ଚେନ୍ନାଇରେ ଅଛନ୍ତି ଆମେ ତାଙ୍କୁ ଭେଟିଛୁ ମଧ୍ୟ । ତେବେ ସେ ତାଙ୍କ ଘରକୁ ଫେରିଆସନ୍ତୁ । ଆଉ ଯେଉଁ ପ୍ରକୃତି ଓ ବାବୁସାନଙ୍କ ସମ୍ପର୍କ କଥା କୁହାଯାଉଥିଲା ସେଥିରେ ବାବୁଙ୍କ ସ୍ୱାର୍ଥ ଥିଲାଯ । ବଲିଉଡରେ ଅଭିନୟ କରିବା ପାଇଁ ପ୍ରକୃତିଙ୍କୁ ସିଡି କରି ଯିବାକୁ ଚାହୁଁଥିଲେ ବାବୁସାନ । ପ୍ରକୃତିଙ୍କର ଆଗରୁ ବଲିଉଡରେ ଭଲ ଦବଦବା ରହିଥିବା କଥା ତାଙ୍କ ବାପା ମନ୍ମଥ ମିଶ୍ର କହିଥିଲେ ।

ସୂଚନାଯୋଗ୍ୟ ଯେ, ବାବୁସାନ୍ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ନିକଟରେ ରାସ୍ତା ଉପରେ ହାଇଡ୍ରାମା ହୋଇଥିଲା । ପ୍ରକୃତି କାରରେ ବାବୁସାନଙ୍କ ସହିତ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ରାସ୍ତାରେ ଗାଡି ଅଟକାଇ ଉଭୟଙ୍କୁ ମାଡ଼ ମାରିଥିଲେ । ଏହାପରେ ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ଚାଲିଯାଇଥିଲେ । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ବାବୁସାନ୍ ଓଡ଼ିଶା ଫେରି ନଥିଲେ ଆଉ ଏବେ ଫେରିବା ଖବର ସାମ୍ନାକୁ ଆସୁଛି ।