ଆଜି ପ୍ରକାଶ ପାଇବ OJEE ପରୀକ୍ଷା ଫଳ

1 min read

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ସକାଳ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ ।  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରକାଶିତ କରିବେ ପରୀକ୍ଷା ଫଳ । SCTE ଅଡିଟୋରିୟମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକାଶିତ ହେବ ପରୀକ୍ଷା ଫଳ ।

ସୂଚନା ଅନୁଯାୟୀ, ଓଜେଇଇ ପରୀକ୍ଷା ପାଇଁ ମୋଟ ୫୭ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ ୧୨ ହଜାର ୨୨୯ ଜଣ, ଏମବିଏ ପାଇଁ ୧୦ ହଜାର ୧୬୭ ଜଣ ଆବେଦନ କରିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା  ।