spot_img
Home Blog Page 4095

ପ୍ରବଳ ବର୍ଷା ଆଶଙ୍କା; ଭୟଭୀତ ନହୋଇ, ପ୍ରଶାସନକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର: ଆଜି ରାତିରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ଚାରି ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଯୋଗ୍ୟ ଯେ, ଗଭୀର ଅବପାତର ରୂପ ନେଇଛି ଲଘୁଚାପ ।  ଗଭୀର ଅବପାତରେ ପରିଣତ ହୋଇ ଏହା ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଓ ସାଗର ଦ୍ୱୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ତେବେ ଏହା ବାତ୍ୟାରେ ପରିଣତ ହେବ ନାହିଁ ବୋଲି କହିଛନ୍ତି IMD ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୫୫ରୁ ୬୫ କିମି ବେଗରେ ପବନ ବହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ପବନର ବେଗ କମ୍ ରହିବ । ଗଭୀର ଅବପାତ ପାଇଁ ଓଡ଼ିଶାରେ ବର୍ଷା ହେଉଛି । ଉତ୍ତର ଓଡ଼ିଶାରେ ଆଜି ସବୁଠୁ ଅଧିକ ବର୍ଷା ହେବ । କାଲି ବର୍ଷାର ପରିଣାମ ବଢ଼ିବ । ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି କାଲି ମଧ୍ୟାହ୍ନ ଯାଏ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

 

ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି

ବୌଦ୍ଧ; ଗଞ୍ଜେଇ ଚାଲାଣ କରି ଗିରଫ ହେଲେ ବୌଦ୍ଧ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କଂହର । ତାଙ୍କ ସହ ଅନ୍ୟ ଦୁଇଜଣ ମଧ୍ୟ ଗିରଫ ହୋଇଛନ୍ତି । କଣ୍ଟାମାଳ ଥାନା ଶୁଲିଆ ଛକ ନିକଟରେ ତିନି କ୍ୱିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଗାଡି ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ରାସ୍ତାର ଶୁଲିଆ ଛକ ନିକଟରେ ଚଢାଉ କରାଯାଇଥିଲା । ଏହି ସମୟରେ ଗାଡିରେ ଥିବା ବିଜେପି ନେତା ଡମ୍ବରୁଧର କଂହରଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ଧରାପଡିଥିଲେ । ସେମାନେ ହେଲେ ମାଲପଡା ଗାଁର ପ୍ରହଲ୍ଲାଦ ଦ୍ୱାରୀ ଏବଂ ଆର ଉଦୟଗିରି ସତ୍ୟ ରଞ୍ଜନ । ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଚଢ଼ାଉ କରିଥିଲା । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ; ସେପ୍ଟେମ୍ୱର ୧ରେ ନବାନ୍ନ ଲାଗି ହେବ

 

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ; ସେପ୍ଟେମ୍ୱର ୧ରେ ନବାନ୍ନ ଲାଗି ହେବ

ସମ୍ୱଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମାନଙ୍କ ଦ୍ବାରା ଲଗ୍ନ ଧାଯ୍ୟ ହୋଇଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳାଲଗ୍ନ ସେପ୍ଟେମ୍ବର ୧ତାରିଖରେ ନୂଆଁଖାଇ ପାଳନ କରାଯିବ । ସକାଳ ୧୦.୪୭ରୁ ୧୧ ଟା ମଧ୍ୟରେ ମା ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ଏହି ଲଗ୍ନ ଅନୁସାର ପଶ୍ଚିମ ଓଡିଶା ବାସୀ ନୂଆଁ ଖାଇବେ ।

 

 

ସିସୋଦିଆଙ୍କ ସପକ୍ଷରେ ବାହାରିଲେ କେଜ୍ରିଓ୍ୱାଲ; କହିଲେ ଏହି କଥା…

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସପକ୍ଷରେ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ପରେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି କେଜ୍ରିଓ୍ୱାଲ । ଘଟଣାକୁ ଦିଲ୍ଲୀ ଶିକ୍ଷା ମଡେଲକୁ ନେଇ ନ୍ୟୁୟର୍କ ଟାଇମ୍ସ ଏବଂ ଖଲିଜ ଟାଇମ୍ସରେ ପ୍ରକାଶିତ ଖବର ସହ ଯୋଡ଼ିଛନ୍ତି ।

ଦିନ ୧୨ଟାରେ ସାମ୍ୱାଦିକ ସମ୍ମିଳନୀ କରି କେଜ୍ରିଓ୍ୱାଲ ଏହି ଦୁଇ ଖବର କାଗଜ ଦେଖାଇବା ସହ ସିସୋଦିଆଙ୍କ ସପକ୍ଷରେ ଓକିଲାତି କରିଥିଲେ । ଅନ୍ୟପକ୍ଷରେ ଉଭୟ ଖବରକୁ ପେଡ୍ ନ୍ୟୁଜ୍ ବୋଲି ଅଭିଯୋଗ କରିଛି ବିଜେପି ।

            ଅରବିନ୍ଦ କେଜ୍ରିଓ୍ୱାଲ ସାମ୍ୱାଦିକ ସମ୍ମିଳନୀରେ ୨ଟି ଖବର କାଗଜ ଦେଖାଇ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ତଥା ଦେଶ ଏବଂ ପୂରା ଦୁନିଆର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ବୋଲି କହିଛନ୍ତି । ଦୁଇ ଖବର କାଗଜ ମଧ୍ୟ ସମାନ କଥା କହିଥିବା ସେ କହିଛନ୍ତି । ଯେଉଁ ଖବରକାଗଜ ଭାରତକୁ ନେଇ ନକାରାତ୍ମକ ଖବର ଛାପୁଥିଲା ଆଜି ସେହି ଖବରକାଗଜ ଭାରତ ସମ୍ପର୍କରେ ସକାରାତ୍ମକ ଖବର ଛାପିଛି । ଏହା ପୂର୍ବରୁ ନ୍ୟୁୟର୍କ ଟାଇମ୍ସ ଭାରତରେ  ମହାମାରୀ କରୋନାରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଉଥିବା ଖବର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲା ।

On BJP's 'Paid News' Charge, Aam Aadmi Party's 'Get Published In NYT' Jibe

ସିବିଆଇ ଚଢ଼ାଉ ଦ୍ୱାରା ସେ ଆଦୌ ବିଚଳିତ ନୁହଁନ୍ତି । କୌଳାସ ଗହଲୋତ ଏବଂ  ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମଧ୍ୟ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ତୁ ଏଥିରୁ କିଛି ବି ବାହାରିବନାହିଁ ।  ସିସୋଦିଆଙ୍କ ବିପକ୍ଷରେ ଏହା ପ୍ରଥମ ଚଢ଼ାଉ ନୁହଁ, ଏହା ପୂର୍ବରୁ ମଧ୍ୟ ହୋଇଛି । ମୋ ଏବଂ ମୋ ମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଚଢ଼ାଉ ହୋଇଛି । ସେତେବେଳେ କିଛି ବାହାରିନଥିଲା ଏବେ ମଧ୍ୟ କିଛି ବାହାରିବନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେଜ୍ରିଓ୍ୱାଲ ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍, ଦିଲ୍ଲୀ NCR ସହ ୨୦ଟି ସ୍ଥାନରେ ଛାନବିନ୍

ପ୍ରାଣୀଧନ ଚିକିତ୍ସା ଓ ଟିକାକରଣ ୟୁଜର୍ସି ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି’ ଛାଡ଼ କଲେ ରାଜ୍ୟ ସରକାର । ସମ୍ପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି’ ଛାଡ଼ କରାଯାଇଛି । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ  ଫି ଛାଡ଼ କରାଯାଇଛି । ପ୍ରାଣୀଧନମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ ।

            ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟିକାକରଣ ନିମନ୍ତେ ବ୍ୟାପକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ ବ୍ୟତୀତ ଏସ୍‌ଡିଆରଏଫ୍ ମାର୍ଗଦର୍ଶିକା ଅନୁସାରେ ଗୋପାଳନରେ ନିୟୋଜିତ ଚାଷୀମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀଥନର ସୁରକ୍ଷା ଓ ତୁରନ୍ତ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀମାନଙ୍କୁ ଏ ଦିଗରେ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲପାଳ ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଡୋଲୋ-୬୫୦ ପ୍ରେସ୍କ୍ରାଇବ୍ ପାଇଁ ହଜାରେ କୋଟିର ଉପହାର

SRCଙ୍କ ପ୍ରେସମିଟ୍‌: ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାକୁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍ । ମୋଟ୍ ୨୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୧.୯୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୩ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୧୦ ହଜାର କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ସେହିପରି ମୁଣ୍ଡଳୀରୁ ୯ ଲକ୍ଷ ୪୮ ହଜାର କ୍ୟୁସେକ ପାଣି ନିଷ୍କାସନ ହେଉଛି । ଗତକାଲି ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଥିବା କହିଛନ୍ତି ଏସଆରସି ।

ତେବେ ଆଜିଠାରୁ ହେବାକୁ ଥିବା ପ୍ରବଳ ବର୍ଷା ଫଳରେ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗକୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁରକୁ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ପଠାଯିବ ବୋଲି କହିଛନ୍ତି ଏସଆରସି । ସେହିପରି ଦେବଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଅନୁଗୁଳରେ ପ୍ରବଳ ବର୍ଷା ହୋଇଛି । ପୁରୀ ଗୋପରେ ୧୨୦ ମିଲିମିଟର ବର୍ଷା ହୋଇଛି । ମୁଣ୍ଡଳୀର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ, କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନି ।

ମହାନଦୀ ବନ୍ୟାଞ୍ଚଳରେ ୨ ଲକ୍ଷ ୭୭ ହଜାର ୯୯୫ ଉପଭୋକ୍ତାଙ୍କ ବିଜୁଳୀ ସେବା ପ୍ରଭାବିତ ହୋଇଛି । ସେହିପରି ୧୫୯ଟି ମେଡିକାଲ ରିଲିଫ ସେଣ୍ଟର ଖୋଲାଯାଇଛି । ୧୧୦ଟି ମୋବାଇଲ୍ ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି । ହାଲୋଜେନ୍ ଟ୍ୟାବଲେଟ୍, ଓଆରଏସ୍ ବଣ୍ଟନ କରାଯାଉଛି । ୫ ହଜାର ୫ ଶହ ଲୋକଙ୍କ ଚିକିତ୍ସା କରାଯାଇଛି । ତେବେ ଏପର୍ଯ୍ୟନ୍ତ ୫ଟି ସାପକାମୁଡ଼ା ରୋଗୀଙ୍କୁ ଚିକିତ୍ସା କରାଯାଇଛି । ୧୯୩ଟି ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି । ୫ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ୧୫ଦିନ ପାଇଁ ରିଲିଫ ଦିଆଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା

ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ, ୪ ଛାତ୍ରଛାତ୍ରୀ ଗୁରୁତର ଆହତ

ଦେବଗଡ଼: ଦେବଗଡ଼ ତିଲେଇବଣି ବ୍ଲକ କୁଟୁରାପଶି ୟୁପି ସ୍କୁଲ ଉପରେ ବଜ୍ରଘାତ । ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ହଠାତ ବଜ୍ରପାତ ହୋଇଥିଲା । ଯାହାଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ ପାଠପଢ଼ା ଚାଲୁଥିବାବେଳେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରେଣୀଗୃହରେ ମୋଟ ୧୫ ଜଣ ଛାତ୍ରଛାତ୍ରୀ ରହିଥିଲେ ।

ସମୀର ଓ୍ୱାଙ୍ଖଡେଙ୍କୁ ହତ୍ୟା ଧମକ, ଧମକ ପରେ ପୋଲିସର ଦ୍ୱାରସ୍ଥ ହେଲେ ସମୀର

ମୁମ୍ବାଇ: ବିବାଦୀୟ ପୂର୍ବତନ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କୁ ଟ୍ୱିଟରରେ ହତ୍ୟା ଧମକ । ହତ୍ୟା ଧମକ ମିଳିବା ପରେ ଓ୍ୱାଙ୍ଖଡେ ଗୋରେଗାଓଁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅମନ ନାମକ ଜଣେ ବ୍ୟକ୍ତି ତାଙ୍କ ମେସେଜରେ ଦର୍ଶାଇଛନ୍ତି- ଆପଣ ଜାଣନ୍ତି ଆପଣ କ’ଣ କରିଛନ୍ତି । ଏଥିଲାଗି ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ । ଓ୍ୱାଙ୍ଖଡେଙ୍କ ଅଭିଯୋଗ ମିଳିବା ପରେ ଗୋରେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଯେଉଁ ଆକାଉଣ୍ଟ ଜରିଆରେ ଓ୍ବାଙ୍ଖଡେଙ୍କୁ ଧମକ ଦିଆଯାଇଛି ତାହାର ଫଲୋୟର କେହିନାହାନ୍ତି ଏବଂ କେବଳ ତାଙ୍କୁ ଧମକ ଦେବା ଉଦ୍ଦେଶ୍ୟରେ ଏହି ଆକାଉଣ୍ଟ ଖୋଲାଯାଇଥିବା ସୂଚନା ମିଳିଛି । ଗତବର୍ଷ ଅକ୍ଟୋବରରେ ମୁମ୍ବାଇ କ୍ରୁଜ ଜାହାଜ ରେଡ୍ ମାମଲା ପରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଓ୍ବାଙ୍ଖଡେ । ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୨୦ଜଣଙ୍କୁ ଡ୍ରଗ୍ସ କାରବାର ନେଇ ଗିରଫ କରିଥିଲା ଏନସିବି । ଏହି ମାମଲାରେ ଆର୍ଯ୍ୟନ ଖାଁଙ୍କୁ ଏନସିବି କ୍ଲିନି ଚିଟ୍ ଦେଇଥିଲା ।

 

ଆଜି ବାଲେଶ୍ୱର ଓ ସାଗର ଦ୍ୱୀପ ଅତିକ୍ରମ କରିବ ଗଭୀର ଅବପାତ

ନୂଆଦିଲ୍ଲୀ: ଅବପାତର ରୂପ ନେଲା ସଦୃଶ ଲଘୁଚାପ । ତେବେ ଏହି ଅବପାତ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଭୀର ଅବପାତରେ ପରିଣତ ହୋଇ ଏହା ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଓ ସାଗର ଦ୍ୱୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏହି ଅବପାତ ବର୍ତ୍ତମାନ ବାଲେଶ୍ୱରଠାରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଗଭୀର ଅବପାତରେ ରହିବ  ଓ ବାତ୍ୟାରେ ପରିଣତ ହେବ ନାହିଁ ବୋଲି କହିଛନ୍ତି IMD ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୫୫ରୁ ୬୫ କିମି ବେଗରେ ପବନ ବହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ପବନର ବେଗ କମ୍ ରହିବ । ଗଭୀର ଅବପାତ ପାଇଁ ଓଡ଼ିଶାରେ ବର୍ଷା ହେଉଛି । ଉତ୍ତର ଓଡ଼ିଶାରେ ଆଜି ସବୁଠୁ ଅଧିକ ବର୍ଷା ହେବ । କାଲି ବର୍ଷାର ପରିଣାମ ବଢ଼ିବ । ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି କାଲି ମଧ୍ୟାହ୍ନ ଯାଏ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

 

ଲଗାଣ ବର୍ଷାରେ କନ୍ଧମାଳ ଅସ୍ତବ୍ୟସ୍ତ, ରାସ୍ତାରେ ଚାଲୁଛି ୩ ଫୁଟର ପାଣି

କନ୍ଧମାଳ: ଲଘୁଚାପ ଜନିତ ବର୍ଷା ହେବା ଯୋଗୁ କନ୍ଧମାଳ ଜିଲ୍ଲା ଏବେ ଅସ୍ତବ୍ୟସ୍ତ । ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗତରାତିଠାରୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି । ନିଜ ନିଜ କାର୍ଯ୍ୟ କରିବାପାଇଁ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡ଼ିଛି । ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଯାଇ ପାରୁନାହାନ୍ତି । ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀଠାରୁ କୁମ୍ଭାରପଡ଼ାକୁ ଯାତାୟତ ଏକ ପ୍ରକାର ବିଛିନ୍ନ ହୋଇଛି ।

ସେହିଭଳି ପିଲା ସାଲୁଙ୍କି ନଦୀରେ ଜଳସ୍ତର ବଢ଼ିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟର ପାଣି ଯିବା ଯୋଗୁ ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି । ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷଗୁଡ଼ିକ ନଷ୍ଟ ହୋଇଛି । ସେହିଭଳି ଚକାପାଦ ବ୍ଲୋକର ପୋଡ଼ାମାହା ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲିକୁ ଯାତାୟତ ଠପ୍ ରହିଛି ।