ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ପୋଲିସକୁ ଦୁର୍ବ୍ୟବହାର, ରୋକିବା ଉଦ୍ୟମ ନେଇ ଆକ୍ସନ୍

ଭଦ୍ରକ: ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା । ୧୪୪ ଧାରା ଜାରି । ପୋଲିସକୁ ଦୁର୍ବ୍ୟବହାର ଓ ରୋକିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଉଚ୍ଛେଦ ସରିବା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବା ସହ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିବା ଭଦ୍ରକ ଉପଜିଲ୍ଲାପାଳ କହିଛନ୍ତି । ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନଗୁଡିକ ଖୋଲା ଥିବାରୁ ପ୍ରଶାସନ ଆଜି ଉଚ୍ଛେଦ ପାଇଁ ପହଞ୍ଚିଥିଲା । ହେଲେ ପ୍ରବଳ ବିରୋଧ ହେବାରୁ ଉଚ୍ଛେଦ ହୋଇପାରିନଥିଲା ।

ପରିସ୍ଥିତି ନିୟନ୍ତ୍ରଣ ପରେ ପୁଣି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବ୍ୟାପକ ପୋଲିସ ମୁତୟନ ସହ ଉଚ୍ଛେଦ ଆରମ୍ଭ ବେଳେ କିଛି ସ୍ଥାନୀୟ ନେତା ଏହାକୁ ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।