ପ୍ରବଳ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

1 min read

କନ୍ଧମାଳ: ପ୍ରବଳ ବର୍ଷା ଯୋଗୁ ଭାସିଗଲା ଅସ୍ଥାୟୀ ପୋଲ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଟେକ୍ଲାମିଲା ଗାଁରୁ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ନାକୁଡ଼ିପଡା ଗାଁର ଅସ୍ଥାୟୀ ପୋଲ ଭାସିଯାଇଛି । ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କିଛିଦିନ ପୂର୍ବରୁ ମଧ୍ୟ ଏହି ପୋଲ ଭାସିଯାଇଥିଲା । ଦୁଇଟି ହୁମ୍‌ ପାଇପ ଦେଇ ଠିକାଦାର ମାଟି ପକାଇ ଦେଇଥିଲେ ।

କିନ୍ତୁ ଏବେ ପୁଣି ଲଗାଣ ବର୍ଷା ଯୋଗୁ ପୋଲଟି ଭାସି ଯାଇଛି । ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସିର୍ଲା ପଞ୍ଚାୟତ ଓ ପାରିଗଡ଼ ପଞ୍ଚାୟତ ଲୋକ ଦାବି କରିଛନ୍ତି l ସେହିପରି ବର୍ଷା ଯୋଗୁ ବାଲିଗୁଡାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ବାଲିଗୁଡା ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ବାଧାପ୍ରାପ୍ତ ହେଉଛି ଗାଡି ମୋଟର ଯାତାୟାତ l