କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ଭୁବନେଶ୍ୱର: ସାନଭାଇକୁ ପିଟିପିଟି ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।