ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ସୁରକ୍ଷା ଦେବେ ଦୁଇ ହାତୀ

1 min read

ଭୋପାଳ: ଚିତାଙ୍କୁ ଜଗିଛନ୍ତି ହାତୀ । ବିଦେଶୀ ଚିତାଙ୍କ ସୁରକ୍ଷାରେ ଲକ୍ଷ୍ମୀ ଓ ସିଦ୍ଧନାଥ । ନାମ୍ବିଆରୁ ଅଣାଯାଇଥିବା ୮ ଚିତାବାଘଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିୟୋଜିତ କରାଯାଇଛି । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ନରମାଦପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀଙ୍କୁ ଚିତାଙ୍କ ସୁରକ୍ଷା ପାଇଁ ପାର୍କକୁ ଅଣାଯାଇଛି । ବାଘ ସୁରକ୍ଷାର ଅଭିଜ୍ଞତା ଥିବାରୁ ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ପାର୍କକୁ ଅଣାଯାଇଛି ।

ଉଭୟ ହାତୀ ଦିନରାତି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ସହ ଚିତାବାଘଙ୍କ ଉପରେ ନଜର ରଖିଛନ୍ତି । ନାମ୍ବିଆରୁ ଆସିଥିବା ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସିଦ୍ଧନାଥ ଏବଂ ଲକ୍ଷ୍ମୀ ଜଙ୍ଗଲ କର୍ମଚାରୀଙ୍କ ସହିତ ନିରନ୍ତର ପାଟ୍ରୋଲିଂ କରୁଛନ୍ତି । ଚିତା ଥିବା ଏନକ୍ଲୋଜର କିମ୍ବା ଏହାର ଆଖପାଖକୁ ଯେପରି ଅନ୍ୟ କୌଣସି ବନ୍ୟଜନ୍ତୁ ନଆସନ୍ତି ତା’ ଉପରେ ନଜର ରଖିଛନ୍ତି ଦୁଇ ଅଭିଜ୍ଞ ହାତୀ ।Kuno