ଭୁବନେଶ୍ୱର: ମିଲେଟ୍ ଓଡ଼ିଶାକୁ ମଡେଲ୍ ମାନ୍ୟତା । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଉଚ୍ଚ ପ୍ରଶଂସା। ରାଜ୍ୟ ସରକାରଙ୍କ ମିଲେଟ୍ ମିଶନକୁ ନେପାଳ ଯୋଜନା କମିଶନଙ୍କ ବାହାବା। ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଜଳବାୟୁ ଆକ୍ସନ ଚାମ୍ପିଅନ ନେଟୱର୍କ ୨୦୨୨ କାର୍ଯ୍ୟକ୍ରମରେ ନେପାଳ ଯୋଜନା କମିଶନଙ୍କ ଅନୁ ସଚିବ ମିଲେଟ୍ ମିଶନର ଭୂୟସୀ ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି ମିଲେଟ୍ ମିଶନ ।
ପାରମ୍ପାରିକ ଖାଦ୍ୟ ଭାବେ ମିଲେଟର ଚାହିଦା ଭାରତରେ ବଢ଼ୁଥିବା ବେଳେ ଏହାର ଉତ୍ପାଦନ, ପ୍ରଚାର ପ୍ରସାରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମିଲେଟ୍ ମିଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟପଟେ ରାଜ୍ୟ ସରକାର ଟେକ୍ ହୋମ୍ ରାସନ ସାମଗ୍ରୀ ମଧ୍ୟରେ ମିଲେଟକୁ ଅନ୍ତର୍ଭୂକ୍ତ କରିଛନ୍ତି । ଏହାକୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟ ପ୍ରଶଂସା କରିଛି। ରାଜ୍ୟ ସରକାର ୨୦୨୩କୁ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ଏହାକୁ ଆଖି ଆଗରେ ରଖି ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ଓଡ଼ିଶା ମିଲେଟ୍ ମିଶନ କାମ କରୁଛି ।



ବୁଧବାର ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଯାଇ ସେଠାରେ ରାଜୀବ ଗାନ୍ଧି ସ୍ମାରକୀକୁ ପରିଦର୍ଶନ କରିଥିଲେ। ସେଠାରେ ୧୯୯୧ ମେ ୨୧ରେ ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ରାଜୀବ। ରାହୁଲ କହିଛନ୍ତି- ଦେଶକୁ ବିଜେପିମୁକ୍ତ କରିବା ଲାଗି ଭାରତ ଯୋଡ଼ୋ ଅଭିଯାନ ତାଙ୍କ ଲାଗି ଏକ ତପସ୍ୟା । କାର୍ଯ୍ୟକ୍ରମ ଅନୁସାରେ ସକାଳ ୭ଟାରୁ ସନ୍ଧ୍ୟା ସାଢେ ୬ଟା ମଧ୍ୟରେ ରାହୁଲଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦୁଇଟି ବ୍ୟାଚରେ ପଦଯାତ୍ରା କରିବେ। ଏହି ଯାତ୍ରା ୧୨ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଗତି କରିବ। ଏହି ଅବସରରେ ସାମିଲ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ବରିଷ୍ଠ ନେତା ଜୟରାମ ରମେଶଙ୍କ ସମେତ ବହୁ ହେଭିୱେଟ। ଏହି ରାଲି ଥିରୁବନନ୍ତପୁରମ, କୋଚି, ନୀଳାମ୍ବୁର, ମହୀଶୀର, ବେଲାରୀ, ରାଇଚୁର, ବିକାରାବାଦ, ଇନ୍ଦୋର, କୋଟ, ବୁଲନ୍ଦ ସହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ ଦେଇ ଜାମ୍ମୁରେ ପହଞ୍ଚିବ।


