spot_img
Home Blog Page 4042

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏନଡିଏ କଲା ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦିଲ୍ଲାରେ ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଡ୍ଡା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟ ସାମିଲ ଥିଲେ । ସୂଚନାଯୋଗ୍ୟା ଘୋଷଣା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସାଂସଦ ଭୋଟ ଦେଇଥାନ୍ତି । ଏକାକି ବିଜେପି ପାଖରେ ମ୍ୟାଜିକ ନମ୍ବରଠାରୁ ଅଧିକ ଭୋଟ ରହିଛି ।

ଜୁଲାଇ ୧୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି  । ସେହିପରି ଆଗାମୀ ମାସ ୬ ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯକାଳ ୧୦ ଆଗଷ୍ଟରେ ଶେଷ ହେବାକୁ ଯାଉଛି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଜଶୱନ୍ତ ସିହ୍ନା ହୋଇଛନ୍ତି । ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ୨୧ ତାରିଖରେ ଫଳାଫଲ ପ୍ରକାଶ ପାଇବ ।

ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ସଂସଦରେ ସ୍ୱର ଶାଣିତ କର

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଅବହେଳା କରିଆସୁଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ ଗୃହରେ ସ୍ୱରକୁ ତେଜିଆନ୍ କରନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମ ସାଂସଦମାନେ ମିଳିତ ଭାବେ ସ୍ୱର ଉତ୍ତଳନ କରନ୍ତୁ । ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ନେଇ ଗତ ମେ ୩୦ରେ ମୁଁ ଏକ ବୈଠକରେ ଏକାଠି ହୋଇଥିଲି । ଏବେ ଏ ପ୍ରସଙ୍ଗଗୁଡିକୁ ଆପଣମାନେ ସଂସଦର ଆଗାମୀ ଅଧିବେଶନରେ ଦୃଢତାର ସହ ଉଠାନ୍ତୁ । ଧାର୍ଯ୍ୟ ସମୟସୀମାରେ ଓଡିଶା କିଭଳି ତାର ନାର୍ଯ୍ୟ ହକ୍ ପାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ନବୀନ କହିଛନ୍ତି । ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଚାଉଳ ଉଠାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଣ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ସ୍ଲାବରୁ ବାଦ୍ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡି ଏମପି ମାନେ ବେସ୍ ଗମ୍ଭୀରତାର ସହ ଏ ପ୍ରସଙ୍ଗକୁ ଉଭୟ ଗୃହରେ ଉଠାନ୍ତୁ । ସାଂସଦମାନଙ୍କୁ ନବୀନ କହିଲେ ରାଜ୍ୟରେ ପଡ଼ିରହିଥିବା ରେଳବାଇ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ପାଇଁ ସ୍ୱମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷଣ ଏବଂ ଓଡିଶା ବିଧାନ ପରିଷଦ ଗଠନ ଭଳି ପୂରଣା ଦାବିଗୁଡିକୁ ବିଜେଡି ସାଂସଦମାନେ ଗୃହରେ ଜୋରଦାର କରନ୍ତୁ ।

ରେଳ ବାଇ, ବ୍ୟାଙ୍କିଂ, ଟେଲି ସାନ୍ଦ୍ରତା, କୋଇଲା ରୟାଲିଟି, ସ୍ୱଚ୍ଛ ଶକ୍ତି ସେସ୍, ଉପକୂଳ ରାଜପଥ ନିର୍ମାଣ ଭଲି ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ କ୍ରମାଗତ ଭାବେ ଅବହେଳା କରିଆସିଛି । ତେଣୁ ଆମ ସାଂସଦମାନେ ଏହାକୁ ଦୃଢ ସ୍ୱରରେ ସଂସଦରେ ଉଠାଇବାର ଆବଶ୍ୟକତା ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ କହିଲେ ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଓଡିଶାବାସୀ ଓ ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବାକୁ ନବୀନ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳୀୟ ସାଂସଦମାନଙ୍କୁ ଅପିଲ କରିଛନ୍ତି ।

ନକଲିକୁ ଅସଲି କହି ୪୦ ଲକ୍ଷରେ ବିକିଲେ

ଫରିଦାବାଦ : ଅସଲି କହି ନକଲି ମୁଦ୍ରାକୁ ୪୦ ଲକ୍ଷରେ ବିକ୍ରି କଲେ ଗୋଟିଏ ପରିବାରର ୫ ସଦସ୍ୟ । ବାପା, ମାଆ ସମେତ ୩ ପୁଅ କରୁଥିଲେ ଏଭଳି ଲୁଟ୍ । ଦୀର୍ଘ ଦିନ ଧରି ଏଭଳି କାରନାମା କରୁଥିଲା ପୂରା ପରିବାର । ଏଭଳି ଲୁଟର ମୁଖ୍ୟଧାର ଥିଲେ ପନ୍ନା ଲାଲ । ଏହି ଠକେଇରେ ପନ୍ନା ଲାଲଙ୍କ ସମେତ, ତାଙ୍କ ପତ୍ନୀ ରମା, ୩ ପୁଅ ଧର୍ମେନ୍ଦ୍ର, ରାଜନ ଓ ନିତିନ୍ ମଧ୍ୟ ସାମିଲ ଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତ ବଲ୍ଲଭଗଡ଼ର ଉଚ୍ଚାଗ୍ରାମର ବାସିନ୍ଦା ।

ଫରିଦାବାଦର ଗ୍ରୀନ ଫିଲ୍ଡ କଲୋନୀ ବାସିନ୍ଦା ଡାକ୍ତର ନିଶାନ୍ତଙ୍କୁ ଏକ ପରିବାର ନକଲି ସ୍ୱର୍ଣ୍ଣ ମୁଦ୍ରା ଦେଇ ଠକିଥିବା କହିଛନ୍ତି । ଏନେଇ ସେ ଜୁନ୍ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଡାକ୍ତର ନିଶାନ୍ତ ଏମବିବିଏସ କରିଥିବା ବେଳେ କଲୋନୀରେ ତାଙ୍କର ଏକ କ୍ଲିନିକ୍ ମଧ୍ୟ ରହିଛି । ଫେବୃଆରୀ ୮ ତାରିଖ ଦିନ ଜଣେ ବ୍ୟକ୍ତି ସପରିବାର ସହ ଚିକିତ୍ସା ପାଇଁ ତାଙ୍କ କ୍ଲିନିକକୁ ଆସିଥିଲେ । ଚିକିତ୍ସା କରିବା ସମୟରେ ସେହି ବ୍ୟକ୍ତି ଜଣକ ଘୋର ଅସୁବିଧାରେ ଥିବା କହିଥିଲେ ଏବଂ ଏଥିପାଇଁ ତାଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କ ପାଖରେ ଅନେକ ସ୍ୱର୍ଣ୍ଣ ମୁଦ୍ରା ଥିବା ସେ କହିଥିଲେ ଓ ଏହା ପ୍ରତିବଦଳରେ ଡାକ୍ତରଙ୍କଠାରୁ ସେ ଟଙ୍କା ନେବେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ମୁଦ୍ରାଗୁଡ଼ିକ ତାଙ୍କ ପୂର୍ବପୁରୁଷଙ୍କର ଏବଂ ଏହା ସେମାନଙ୍କୁ ତାଙ୍କ ଜମି ଖୋଳିବା ସମୟରେ ମିଳିଥିଲା । ଏଥିସହ ତାଙ୍କୁ କମ୍ ଟଙ୍କାରେ ଅଧିକ ମୁଦ୍ରା ଦେବାର ଲୋଭ ଦେଖାଇଲେ । ପ୍ରଥମେ ତାଙ୍କୁ ଅଳ୍ପ କିଛି ମୁଦ୍ରା ଦେଇଥିଲେ ଯାହାକୁ ନେଇ ଡାକ୍ତର ଜଣକ ସୁନାରୀକୁ ଦେଖାଇଥିଲେ । ଏହି ମୁଦ୍ରାଗୁଡ଼ିକ ଅସଲି ଥିବା ସେ ଜାଣିବାକୁ ପାଇଲେ । ଏଭଳି ବିଶ୍ୱାସ ଜିତିବା ପରେ ବଳକା ମୁଦ୍ରାଗୁଡ଼ିକ ନକଲି ଦେଇଥିଲେ । ପନ୍ନା ଲାଲଙ୍କୁ ଡାକ୍ତର ଏହି ମୁଦ୍ରା ପ୍ରତିବଦଳରେ ୪୦ ଲକ୍ଷ ଟଙ୍କା ଦେଇଥିଲେ । ଦ୍ୱିତୀୟ ଥର ଦେଇଥିବା ସମସ୍ତ ମୁଦ୍ରା ନକଲି ଥିବା ସେ ପରେ ଜାଣିବାକୁ ପାଇଲେ ।

IICଙ୍କ ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା, ନିଲମ୍ବନ କଲେ DGP

ଭୁବନେଶ୍ୱର:  ସୋନପୁର କାର୍ ଦୁର୍ଘଟଣା ଘଟଣାରୋ ରାଜ୍ୟ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ।  ଆଇଆଇସି ସ୍ନିଗ୍ଧାରାଣୀ ସୁନାକୁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ  । ଆଆଇସିଙ୍କ କାର୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା  । ଏଥି ସହିତ କାର୍ ଚଲାଉଥିବା ଡ୍ରାଇଭରଙ୍କ ଲାଇସେନ୍, ନଥିବା ମଧ୍ଯ ଜଣାପଡିଥିଲା  । ସେପଟେ ପୋଲିସ ଅଧିକାରୀ ଜଣଙ୍କ ମଧ୍ୟ ଦୁର୍ଘଟମା ଘଟାଇ ଫେରାର ହୋଇଯାଇଥିଲେ  ।

ମିଳିଥିବା ସୂଚନା ମୁତାବକ  ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ  ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବା ବୋଝେଇ ଅଟୋରେ ବସିଥିବା କୁଆବତୀ ନାୟକ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ବାଇକ୍‌ ଚାଳକ ଓ ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ ।

ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ଦୁର୍ଘଟଣା ଘଟାଇଥିଲେ IIC ସ୍ନିଗ୍ଧାରାଣୀ ସୁନା । ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା । ସେପଟେ ପୋଲିସ ଅଧିକାରୀ ଜଣଙ୍କ  ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ମାସ୍କ ନପିନ୍ଧିଲେ, ଭୁବନେଶ୍ୱରରେ ଜିନିଷ ମିଳିବନି

ଭୁବନେଶ୍ୱର: ମାସ୍କ ନଥିଲେ ସବୁ ମନା  । ଏମିତିକି ସାମଗ୍ରୀ ବି ମିଳିବ ନାହିଁ  । ଭୁବନେସ୍ୱର ମହାନଗର ନିଗମର କଡା ନିର୍ଦ୍ଦେଶନାମା ଜାରି ହୋଇଛି  ।  ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସ । ବିଏମସିରେ ଏଣିକି ମାସ୍କ ବାଧ୍ୟତାମୂଳକ । କଟକଣା କଡାକଡ଼ି କରିଛି ପ୍ରଶାସନ । ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ ।  ପୂର୍ବ ନିୟମାବଳୀ ସହିତ ଏହି ନିର୍ଦ୍ଦେଶନାମା ପାଳନ ହେବ । ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି ।

ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ଜାରି ହୋଇଛି ନିୟମ । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ପ୍ରତିଷେଧ ଆଇନ ଅନୁଯାଇ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମନକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆରମ୍ଭ ହେଲା କାଉଁରିଆ ଯାତ୍ରା, ଆମିଷ ହୋଟେଲ ବନ୍ଦ ପାଇଁ ହେଲା ନିର୍ଦ୍ଦେଶ  

ଗାଜିଆବାଦ : ଆରମ୍ଭ ହେଲା ଶ୍ରାବଣ ମାସ । ମାସ ଆରମ୍ଭରୁ ମହାଦେବଙ୍କ ଜଳାଭିଷେକ ପାଇଁ ଅଣ୍ଟା ଭିଡ଼ିଲେଣି କାଉଁରିଆ । ‘ଭୋଲବମ ହରେ ହରେ ବମ୍’ ନାରା ଲଗାଇ ଶତାଧିକ ବାଟ ଚାଲିବେ କାଉଁରିଆ ଭକ୍ତ । ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଥିବା ବେଳେ ମିରଟ ଏବଂ ବାରଣାସୀରେ ଶତାଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଧାରା ୧୪୪ ଅନ୍ତର୍ଭୁକ୍ତ କାଉଁରିଆଙ୍କ ଚଲା ବାଟରେ କୌଣସି ଆମିଷ ହୋଟେଲ ଖୋଲା ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗାଜିଆବାଦ ଡିଏମ୍ ରାକେଶ କୁମାର ସିଂହ । ୧୮ ଜୁଲାଇରୁ ୨୭ ଜୁଲାଇ ପର୍ଯ୍ୟନ୍ତ କାଉଁରିଆ ମାର୍ଗ ଅର୍ଥାତ୍, ଦୁଧେଶ୍ୱରନାଥ ମନ୍ଦିରର ୫ ଶହ ମିଟର ପରିସର ମଧ୍ୟରେ ଥିବା ସମସ୍ତ ଆମିଷ ହୋଟେଲକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଏମ୍ ।

କାଉଁରିଆଙ୍କ ସୁରକ୍ଷା ପାଇଁ ୧୫୧ ପିଏସି ଓ ୧୧ଟି କେନ୍ଦ୍ରୀୟ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ମିରଟ, ବାରଣାସୀ କମିଶନରେଟ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ସମେତ ୧୩ ଜଣ ଆଡିସନାଲ ଏସପି, ୩୦ ଡେପ୍ୟୁଟି ଏସପି । ୩୦୯ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର, ୧୨୫୦ କନେଷ୍ଟବଳ ଓ ହେଡ କନେଷ୍ଟବଳ, ୧୩୨ ଜଣ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଯିବା ସହ ବୋମା ନିରୋଧକ କର୍ମଚାରୀଙ୍କୁ ମଧ୍ୟ ସଜାଗ ରଖାଯାଇଛି । ରାଜ୍ୟର ୯ ଶହ ୨୭ଟି ସ୍ଥାନକୁ ଚିହ୍ନଟ କରାଯାଇ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ବିଶେଷ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ୧ ହଜାର ୯ ଶହ ୧୭ ଟି ସେକ୍ଟରରେ ୧ ହଜାର ୧୯୫ ପୋଲିସର କ୍ୟୁଆରଟି ଟିମ୍ ମୁତୟନ କରାଯିବ । କେବଳ ଏତିକି ନୁହେଁ, ଆମିଷ ଭକ୍ଷଣ ପାଇଁ ନିଆଯାଉଥିବା ମୃତ ପଶୁଙ୍କ ପରିବହନ ମାର୍ଗ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବାର ବ୍ୟବସ୍ଥା ରହିଛି ।

ମୁଣ୍ଡ ନେଉଛି ଝାଡ଼ାବାନ୍ତି, ୭କୁ ବୃଦ୍ଧି ଘଟିଲାଣି ମୃତ୍ୟୁ ସଂଖ୍ୟା

ରାୟଗଡ଼ା:  କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡାବାନ୍ତିରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆକ୍ରାନ୍ତ ଗାଁ ଗୁଡ଼ିକରେ ୪ଟି ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଓଆରଏସ ଓ ହେଲୋଜିନ ଟାବଲେଟ ବଣ୍ଟନ କରିଛି । ଦୂଷିତ ପାଣି ଓ ବାସୀ ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଦୂଷିତ ପାଣି ପାଇଁ ଏହି ସଂକ୍ରମଣ ବ୍ୟାପୁଥିବା ଅନୁମାନ କରି ଆକ୍ରାନ୍ତ ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଛି ।

ଏହା ସହ ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡ଼ିକାଲକୁ ନିଆଯାଇ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତ ଗାଁ ଗୁଡିକରେ ଅଙ୍ଗନବାଡ଼ି ଓ ଆଶାକର୍ମୀ ପହଞ୍ଚି ଲୋକଙ୍କୁ ସଚେତନ କରିଛନ୍ତି । ଜଳଉତ୍ସ ଗୁଡ଼ିକୁ ବିଶୋଧନ କରାଯାଉଛି । ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସିଫ୍ଟ କରାଯାଉଛି । ସେମାନଙ୍କର ଚିକିତ୍ସା କରାଯାଉଛି । ଜିଲ୍ଲାପାଳ ଓ CDMO ସେ ଅଞ୍ଚଳ ବୁଲିବାକୁ ଆଜି ଯାଉଛନ୍ତି । ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଛି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ରହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଜଂନ ମିଶ୍ର ।

ଅପରପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ କାଶୀପୁର ବ୍ଲକ ଗସ୍ତ କରି ଆଜି ସ୍ଥିତର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣପାଡି଼ଛି । ଅନ୍ୟପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛି କଂଗ୍ରେସ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ପ୍ରଥମେ ୧୦ ମିନିଟ ଓ ପରେ ୧୫ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆସନ୍ତା ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ମହଙ୍ଗା ମାଡ଼: ମୁଢ଼ି ଓ କ୍ଷୀର ଆଦି ସାମଗ୍ରୀ ହେବ ଜିଏସଟି ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ଆକାଶଛୁଆଁ ଥିବା ବେଳେ ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି । ଆସନ୍ତା ୧୮ ତାରିଖରୁ ଅନେକ ଆବଶ୍ୟକୀୟ ଜିନିଷ ମହଙ୍ଗା ହେବାକୁ ଯାଉଛି । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି, ଲସିଠୁ ଆରମ୍ଭ କରି ହସ୍ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ଅଧିକ ଖର୍ଚ୍ଚ ବହନ କରିବେ । ଆବଶ୍ୟକୀୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି ।

ଏହାବ୍ୟତୀତ କିଛି ଦ୍ରବ୍ୟକୁ ନୂଆକରି ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ୍ସ (ସିବିଡିଟି)ର ନୂଆ ବିଜ୍ଞପ୍ତି ଅନୁଯାୟୀ ୧୮ ଜୁଲାଇ ଅର୍ଥାତ ସୋମବାରଠୁ ଜିଏସଟି ହାର ଲଗାଯିବ । ଏହି କାରଣରୁ କ୍ଷୀର ଜାତୀୟ ପ୍ୟାକିଙ୍ଗ ହେଉଥିବା ଦ୍ରବ୍ୟ ମହଙ୍ଗା ହୋଇଯିବ । ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଏସଟି ପରିଷଦ ବୈଠକରେ କ୍ଷୀର ଜାତୀୟ ଦ୍ରବ୍ୟକୁ ପ୍ରଥମ ଥର ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଟେଟ୍ରା ପ୍ୟାକ ଦହି, ଲସି ଏବଂ ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

ସେହିପରି ବ୍ଲେଡ, ପେପର କଇଁଚି, ପେନସିଲ କଟର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଏବଂ କେକ ସର୍ଭିସ ଆଦି ଦ୍ରବ୍ୟ ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ଏବେ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯିବ । ମେଡିକାଲରେ ୫ହାଜରରୁ ଅଧିକ ଭଡାର ରୁମ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏଲଇଡି ଲାଇଟ ଏବଂ ଲ୍ୟାମ୍ପ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାର ଏହି ଜିନିଷ ଉପରେ ୧୨ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ବୃଦ୍ଧି କତରିଛନ୍ତି ।

ସେହିପରି ଚେକ୍ ବୁକ୍ ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ଶୁଳ୍କ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲଗାଯାଇଛି । ୧୦୦୦ ଟଙ୍କା ଭଡାର ହୋଟେଲ ରୁମ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରି ପ୍ୟାକେଜ୍ଡ ଏଭଂ ପ୍ରି ଲେବଲ୍ଡ ଦହି, ଲସି ଏବଂ ବଟର ମିଲ୍କ ଉପରେ ଜିଏସଟି ଲାଗିଲେ କମ୍ପାନୀ ଏବଂ ଗ୍ରାହକଙ୍କ ଉପରେ ପଡ଼ିବ ।

ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଇଛି । ମୁଢ଼ି, ଚୂଡା ଖଇ ଆଦିକୁ ପ୍ୟାକିଂ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଓଡିଶାରେ ମୁଢିର ବହୁଳ ବ୍ୟବହାର ହୋଇଥା । ଓଡିଆମାନଙ୍କ ପ୍ରମୁଖ ଖାଦ୍ୟ ଭାବେ ମୁଢ଼ି ଗଣାଯାଏ । ଏପରି ସ୍ଥିତିରେ ଜିଏସଟି ଅନ୍ତର୍ଭୁକ୍ତ ପରେ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ  । ସିଧାସଳଖ ବିକ୍ରେତା ଓ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ  ।

ନନ୍ଦିଘୋଷ ଟିଭିରେ ଖବର ବାଜିଲା, ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଲା

ବଲାଙ୍ଗୀର: ନନ୍ଦିଘୋଷ ଟିଭିର ପ୍ରଭାବ । ଜମି କେଳେଙ୍କାରୀ ଘଟଣାରେ ବିଦା ହେଲେ କରିତକର୍ମା ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁ । ବଲାଙ୍ଗୀର ଧୁମାମରା ମୃତ ବ୍ୟକ୍ତିଙ୍କ ଜମି କେଳେଙ୍କାରୀ ଘଟଣାରେ ତହସିଲ୍ କାର୍ଯ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁକୁ ଚାକିରିରୁ ବିଦା କରିଛି ଜିଲ୍ଲା ପ୍ରଶାସନ । କେଳେଙ୍କାରୀ ଘଟଣାରେ ସନ୍ତୋଷଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସନ୍ତୋଷ ଅସ୍ଥାୟୀ କର୍ମଚାରୀ ଭାବେ ବହୁ ବର୍ଷ ହେଲା ତହସିଲ କାର୍ଯ୍ୟାଳୟରେ କାମ କରୁଥିଲେ । ଏହି ମାମଲରେ ସନ୍ତୋଷକୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ପରେ ତାଙ୍କୁ ରାଜସାଷୀ କରି ଛାଡ଼ି ଦେଇଥିଲା।

ମିଳିଥିବା ସୂଚନା ମୁତାବକ ଚଞ୍ଚକତା କରି ମୃତ ହର୍ଷ ଷାଣ୍ଢଙ୍କ ଜମି ହାତେଇଥିଲେ ଲବଣି ପୃଷ୍ଟି ନାମକ ଜଣେ ମହିଳା । ଲବଣିକୁ ଅହେତୁକ ଅନୁକମ୍ପା ଦେଖାଇ ୨୦୨୧ ମାର୍ଚ୍ଚ ୪ରେ ବେଆଇନ ଭାବେ ସେଲ୍‌ଡିଡ୍ ପ୍ରସ୍ତୁତ କରିଥିବା ନେଇ ତଦନ୍ତ କରିବାକୁ ରାଜ୍ୟ ସରକାର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ମକରଧ୍ୱଜ କାଳସାଏ ନିଲମ୍ବିତ କରାଯାଇଥିବା ବେଳେ ଡାଟାଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁକୁ କାର୍ଯ୍ୟରୁ ବିଦା କରାଯାଇଛି ।

ପୂର୍ବରୁ ରାଜ୍ୟ ସରକାର ଜାଲିଆତି ଘଟଣାରେ ସମ୍ପୃକ୍ତ ଥିବା ନେଇ ତତ୍କାଳୀନ ତହସିଲଦାର ମଘବନ ବାଗ ଓ ଅତିତିକ୍ତ ତହସିଲଦାର ହରେକୃଷ୍ଣ ରାଉତକୁ ନିଲମ୍ବନ କରିଛନ୍ତି । ଚାରି ଜଣ ଜମି ମାଫିଆ ସହ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।  ତତ୍କାଳୀନ ବଲାଙ୍ଗୀର ସବ୍ ରେଜିଷ୍ଟାର ପଦ୍ମନାଭ ପୁରୋହିତ ଦାୟିତ୍ଵରେ ଥିବା ସମୟରେ ମନାଇଛା ଜମି ଜାଲିଆତିରେ ସମ୍ପୃକ୍ତ ଅଭିଯୋଗର ତଦନ୍ତ ହୋଇଛି  ।  ତଦନ୍ତରେ ପଦ୍ମନାଭଙ୍କ ସମ୍ପୃକ୍ତି ପ୍ରମାଣ ପାଇଛି ଜିଲ୍ଲା ପ୍ରଶାସନ  । ଏନେଇ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ପ୍ରଦାନ କରିଛନ୍ତି  ।  ଖୁବ୍ ଶୀଘ୍ର ରାଜ୍ୟ ସରକାର ପଦ୍ମନାଭ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଜଣାପଡିଛି  ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା କୋଣାର୍କ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର: ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ଲାଗିଲା ନିଆଁ । ଚଳନ୍ତା ଟ୍ରେନରେ ଧୁଆଁ ଦେଖି ଆତହ୍କିତ ହୋଇ ପଡ଼ିଥିଲେ ଯାତ୍ରୀ  ।  ମିଲିଥିବା ସୂଚନା ମୁତାବକ ଭୁବନେଶ୍ୱର ଷ୍ଟେସନରୁ ୩ଟା ୨୦ମିନିଟ ସମୟରେ ବାହାରିଥିଲା ଟ୍ରେନ  । କିଛି ବାଟ ଯିବା ପରେ ଏସି ବଗିର ତଳେ ଥିବା ବ୍ୟାଟେରୀରେ ସଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ। ଫଳରେ ସମଗ୍ର ବଗି ଧୂଆଁ ମୟ ହୋଇଯାଇଥିଲା ।

ସେପଟେ ଚଳନ୍ତା ଟ୍ରେନରେ ଧୂଆଁ ଦେଖି ଆତଙ୍କୀତ ହୋଇ ପଡ଼ିଥିଲେ ଯାତ୍ରୀ  । ହଠାତ ସମସ୍ତେ ପାଟି କରିବା ଆରମ୍ଭ କରିଦେଇଥିଲେ  । ଅନ୍ୟପଟେ ଟ୍ରେନରେ ନିଆଁ ନେଇ ପାଇଲଟଙ୍କୁ ଆଲର୍ଟ କରାଯାଇଥିଲା  । ଯୋଜନା ସ୍ୱରୂପ ରେତଙ୍ଗ ଷ୍ଟେସନରେ ଟ୍ରେନକୁ ଅଟକା ଯାଇଥିଲା  । ଏବଂ ସେହିଠାରେ ହିଁ ନିଆଁକୁ ଆୟତ୍ତ କରାଯାଇଥିଲା ।

ଯାତ୍ରା କରୁଥିବା ଯାତ୍ରୀ ଟ୍ରେନରେ ନିଆଁ ନେଇ ଭୟଭୀତ ହୋଇପଡିଥିଲେ  । ସମସ୍ତ ଯାତ୍ରୀ ଗାଡିରୁ ଓହ୍ଲାଇ ପଡିଥିଲେ  । ଅନ୍ୟପଟେ କୋଣାର୍କ ଏକ୍ସପ୍ରେସରୁ ଲାଗିଥିବା  ନିଆଁକୁ ଆୟତ୍ତ କରାଯାଇଥିଲା  । ଟ୍ରେନକୁ ନିରାପଦ କରିବା ପରେ ପୁନର୍ବାର ସମସ୍ତ ଯାତ୍ରୀ ଟ୍ରେନରେ ବସିଥିଲେ  । ଏବଂ ସ୍ୱାଭାବିକ ପରେ ପୁଣି ଥରେ ଟ୍ରେନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।