ନୂଆଦିଲ୍ଲୀ : ଦିଲ୍ଲୀରେ ଭାଙ୍ଗିଲା ନିର୍ମାଣଧୀନ କୋଠା । ଦିଲ୍ଲୀ ଆଜାଦ ମାର୍କେଟରେ ଥିବା ଏକ ନିର୍ମାଣାଧୀନ ଆଜି ସକାଳୁ ଭୁଶୁଡ଼ି ପଡ଼ିଛି । ବିଲ୍ଡିିଂ ଭୁଶୁଡ଼ି ପଡ଼ିବା ଯୋଗୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ଡିଂଟି ନିର୍ମାଣାଧୀନ ଚାଲିଥିବାରୁ ସେଠାରେ ଅନେକ ଶ୍ରମିକ କାର୍ଯ୍ୟ କରୁଥିଲେ। ଏବେ ବି ଅନେକ ଲୋକ ସେଠାରେ ଫଶି ରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦିଲ୍ଲୀ ପୋଲିସ ବି ଘଟଣାସ୍ଥଳରେ ଉପସ୍ଥିତ ରହିଛି।ଲାୈ
ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଅଘଟଣ, ଆଜି ବି ଖସିଲା ସିଲିଂ
ବ୍ରହ୍ମପୁର: ବ୍ରହ୍ମପୁରଏମକେସିଜି ମେଡିକାଲରେ ପୁଣି ଅଘଟଣ । ଆଜି ବି ପୁଣି ଖସିଲା କୋଠାର ସିଲିଂ । ସୁପର ସ୍ପେଶିଆଲିଟି ବ୍ଲକର ତୃତୀୟ ମହଲାରୁ ଖସିଛି ସିଲିଂ । ଗତକାଲି ଏହି ବ୍ଲକର ପଞ୍ଚମ ମହଲାରେ ସିଲିଂ ଖସିଥିଲା । ପୂର୍ବରୁ ଏହି ୱାର୍ଡର ୟୁରୋଲୋଜି ଓ୍ବାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଏବେ ପୁଣି ଥରେ ସିଲିଂ ଖସିବାରୁ ମେଡିକାଲ ତିଆରି ନେଇ ଉଠିଲା ପ୍ରଶ୍ନବାଚୀ। 
ତେବେ ଏହି ସିଲିଂ ଖସିବା ଫଳରେ କିଛି ଅଘଟଣ ହୋଇନାହିଁ । ସେହି ସ୍ଥାନରେ କେହି ରୋଗୀ କି ତାଙ୍କ ସମ୍ପର୍କୀୟ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିଛିଦିନ ପୂର୍ବରୁ ଏହି ମେଡିକାଲର ଚତୁର୍ଥ ମହଲାରେ ମଧ୍ୟ ସିଲିଂ ଖସିଥିଲା। କେବଳ ଏତିକି ନୁହେଁ ଚତୁର୍ଥ ମହଲାରେ ପୂର୍ବରୁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।
କୋଇଲା ଖଣିରେ ଚୋରାଚାଲାଣ ବେଳେ ଚଢ଼ାଉ; ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଚଢ଼ାଉ ହୋଇଛି । ଖଣିର ଲୋକାଲ ସେଲ୍ ପ୍ଲଟରୁ ଚୋରାରେ କୋଇଲା ଲୋଡିଂ ଚାଲିଥିବା ବେଳେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ ହୋଇଛି । ଘଟଣାସ୍ଥଳରୁ ମାଫିଆ ଓ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ତେବେ କଡ଼ା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି ଏହି ସ୍ଥାନକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣାସ୍ଥଳରେ ତାଳଚେର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୋଲ୍ଡେନ ବୟ ନିରଜଙ୍କ ନୂଆ ରେକର୍ଡ଼; ପ୍ରଥମ ଭାରତୀୟ ଆଥଲେଟ ଭାବେ ଜିତିଲେ ଡାଇମଣ୍ଡ ଟ୍ରଫି
: ଇତିହାସ ରଚିଲେ ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଆଥଲେଟ ଭାବେ ସମ୍ମାନଜନକ ଡାଇମଣ୍ଡ ଟ୍ରଫି ଜିତିଛନ୍ତି ନୀରଜ। ଡାଇମଣ୍ଡ ଲିଗ୍ ଫାଇନାଲରେ ୮୮ ଦଶମିକ ୪୪ ମିଟର ଜାଭେଲିନ ଥ୍ରୋ କରି ସେ ଟାଇଟେଲ ଜିତିଛନ୍ତି।
Golds,Silvers done, he gifts a 24-carat Diamond 💎 this time to the nation 🇮🇳🤩
Ladies & Gentlemen, salute the great #NeerajChopra for winning #DiamondLeague finals at #ZurichDL with 88.44m throw.
FIRST INDIAN🇮🇳 AGAIN🫵🏻#indianathletics 🔝
X-*88.44*💎-86.11-87.00-6T😀 pic.twitter.com/k96w2H3An3
— Athletics Federation of India (@afiindia) September 8, 2022
୨୦୧୭ ଓ ୨୦୧୮ରେ ନୀରଜ ଡାଇମଣ୍ଡ ଲିଗ୍ ଫାଇନାଲ କ୍ୱାଲିଫାଏ କରିଥିଲେ ବି ଟାଇଟେଲ ଜିତିପାରି ନଥିଲେ । ସେପ୍ଟେମ୍ବର ୮ରେ ଜୁରିକଠାରେ ହୋଇଥିବା ଡାଇମଣ୍ଡ ଲିଗ୍ ଫାଇନାଲରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ନୀରଜ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୨ରେ ବିଶ୍ୱ ଆଥଲେଟ ଚାମ୍ପିୟନସିପରେ ସିଲଭର ମେଡାଲ ଜିତିଥିଲେ ନୀରଜ ଚୋପ୍ରା ।
ଭିଜିଲାନ୍ସ ଜାଲରେ ୨ ଜୁନିୟର ଆସିଷ୍ଟାଣ୍ଟ; ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲନ୍ସ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ଦୁଇ ଜୁନିୟର ଆସିଷ୍ଟାଣ୍ଟ। ଜଣେ ଅବସରପ୍ରାପ୍ତ ଲ୍ୟାବ୍ ଆଟେଣ୍ଡାଣ୍ଟ କାଳୀ ଚରଣ ପାଣିଗ୍ରାହୀଙ୍କ ଠାରୁ ପେନସନ ଓ ଏମଏସିପି କ୍ଲିୟରାନ୍ସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲନ୍ସ। ଗିରଫ ସୁଶିଳ କୁମାର ପଟ୍ଟନାୟକ ବ୍ରହ୍ମପୁର ଜିଲ୍ଲା ଶିକ୍ଷାଧିକାରୀ ଅଫିସର ଜୁନିଅର୍ ଆସିଷ୍ଟାଣ୍ଟ ହୋଇଥିବା ବେଳେ ପ୍ରଦୀପ କୁମାର ମହାନ୍ତି ଆସିକା ବ୍ଲକ ଜୟପୁର ଜୋନ ହାଇସ୍କୁଲର ଜୁନିଅର୍ ଆସିଷ୍ଟାଣ୍ଟ।
କାଳୀ ଚରଣ ପାଣିଗ୍ରାହୀ ଜୟପୁର ସ୍କୁଲରେ ଲ୍ୟାବ ଆଟେଣ୍ଡାଣ୍ଟ କାମ କରୁଥିଲେ । ଗତ ମେ ମାସରେ ଅବସର ନେବା ପରେ ପେନସନ ବାବଦ ଅର୍ଥ ପାଇଁ ପ୍ରଦୀପଙ୍କ ପାଖକୁ ଯାଇଥିଲେ। ସେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ସୁଶିଲ ପଟ୍ଟନାୟକ ଏହି କାମ କରିବେ କହି ୧୦ ହଜାର ଟଙ୍କା ମାଗିଥିଲେ। ଏନେଇ କାଳୀଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁଯାୟୀ ବ୍ରହ୍ମପୁର ଅଫିସରେ ଲାଞ୍ଚ ଦେବାବେଳେ କାବୁ କରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ଦେବା ପାଇ କାଳୀଙ୍କ ସହ ପ୍ରଦୀପ ମଧ୍ୟ ବ୍ରହ୍ମପୁର ଆସି ଫସିଛନ୍ତି। ପ୍ରଦୀପଙ୍କ ନିକଟରୁ ୩ ହଜାର ଓ ସୁସିଲଙ୍କ ପାଖରୁ ୭ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।




