ଭୟଙ୍କର ହୋଇପାରେ ବିଶ୍ବ ମାନ୍ଦାବସ୍ଥା !

1 min read

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହୋଇପାରେ ବିଶ୍ବ ମାନ୍ଦାବସ୍ଥା ! ଗ୍ଲୋବାଲ ରିସେସନକୁ ନେଇ ବଢ଼ିଲା ଚିନ୍ତା । ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରୁଥିବା ବେଳେ ଏ ନେଇ ସତର୍କ କରାଇଛି ଇଣ୍ଟରନାସନାଲ ମନିଟାରୀ ଫଣ୍ଡ ବା IMF । ମାନ୍ଦାବସ୍ଥାକୁ ନେଇ ଅନେକ ଆଶଙ୍କା ଜାରି ରହିଛି । ଏସବୁ ଭିତରେ ସାଂଘାତିକ ରିପୋର୍ଟ ଦେଇଛି KMPG ୨୦୨୨ ସିଇଓ ଆଉଟଲୁକ୍ ।

ବିଶ୍ବର ବଡ଼ ବଡ଼ କମ୍ପାନୀର ସିଇଓଙ୍କୁ ନେଇ କରାଯାଇଥିବା ଏହି ସର୍ଭେ ରିପୋର୍ଟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । ଆସନ୍ତା ୧୨ ମାସ ମଧ୍ୟରେ ବିଶ୍ବ ସାଂଘାତିକ ଆର୍ଥିକ ସ୍ଥିତିର ସାମ୍ନା କରିବ ବୋଲି ସର୍ଭେରେ ସାମିଲ ୮୬ ପ୍ରତିଶତ ସିଇଓ ମତ ଦେଇଛନ୍ତି । ବିଶ୍ବ ମାନ୍ଦାବସ୍ଥା ଆଶଙ୍କା ଭିତରେ ଅନେକ ଲୋକ ଚାକିରି ହରାଇପାରନ୍ତି ।

ସର୍ଭେର ସାମିଲ ପ୍ରତ୍ୟେକ ୧୦ଜଣରେ ୯ଜଣ ସିଇଓ ମାନ୍ଦାବସ୍ଥାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ୭୬ ପ୍ରତିଶତ ସିଇଓ ଏହା ସାମାନ୍ୟ ହେବ ବୋଲି ମତ ରଖିଛନ୍ତି । ବିଶ୍ବ ମାନ୍ଦାବସ୍ଥା କମ୍ପାନୀ ଆୟକୁ 10 ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ କରିବ ବୋଲି ୭୧ ପ୍ରତିଶତ ସିଇଓ ଆଶଙ୍କା କରିଛନ୍ତି ।

ଭୌଗୋଳିକ ଓ ଅର୍ଥନୈତକ ଆହ୍ବାନ ସତ୍ତ୍ବେ ୨୦୨୨ ଆରମ୍ଭରୁ ବିଶ୍ବ ଅର୍ଥନୀତିରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଥିଲା । ବିଶ୍ବ କରୋନା ମହାମାରୀ ଭଳି ସାଂଘାତିକ ସ୍ଥିତିର ସାମ୍ନା କରିସାରିଛି । ତେବେ ୨୦୨୧ରେ ଅଭିବୃଦ୍ଧି ୨୦୨୧ରୁ ସାମାନ୍ୟ ହ୍ରାସ ରହିପାରେ ଆଶଙ୍କା କରିଛନ୍ତି ୮୫ ପ୍ରତିଶତ ସିଇଓ ।