ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି

1 min read

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୩ ଡିଏସପି, ୧୧ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟରଙ୍କ ସହ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟ ସାଙ୍ଗକୁ ବାସଭବନ ଓ ସମ୍ପର୍କୀୟ ଘରେ ରେଡ୍ କରିଛି ଭିଜିଲାନ୍ସ । କଟକ ସିଡିଏ ସେକ୍ଟର ୭ର ପ୍ଲଟ ନମ୍ବର E/୧୨୨ରେ ଥିବା ତିନିମହଲା କୋଠା, ସାଲେପୁର ଚମ୍ପତିପାଟଣାରେ ଏକ ମହଲା କୋଠା ଠାବ ହୋଇଛି । ସେହିପରି ଜଟଣୀରେ ଥିବା ଏକ ଫ୍ଲାଟ୍ ଓ ଜଗତସିଂହପୁର କୁଜଙ୍ଗ ନିକଟ ଗଣ୍ଡକିପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।