ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ

1 min read

ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ । ପାଣି ପାଣି ଉତ୍ତରପ୍ରଦେଶ ଓ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଦୁଇ ଦିନ ଲଗାଣ ବର୍ଷା ପରେ ଆଜି ବି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସତର୍କତା ପରେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ନୋଏଡା, ଲକ୍ଷ୍ନୌ, ଗାଜିଆବାଦ, କାନପୁର ଆଦି ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅନେକ ସ୍ଥାନରେ ବଜ୍ରପାତ ଓ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ପ୍ରାୟ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ଲାହୋରି ଗେଟରେ ଏକ ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ୫ଜଣ ଗୁରୁତର ହୋଇଛନ୍ତି । ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ । ମହାରାଷ୍ଟ୍ରରେ ବି ଆଗାମୀ ୩-୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଉତ୍ତରାଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।