spot_img
Home Blog Page 4019

ଦିନକ ପରେ ରାଜ୍ୟରେ ପାଗ ଶୁଖିଲା ହେବ

ଭୁବନେଶ୍ୱର: ଆଗକୁ ବର୍ଷାରେ ଲାଗିବ ବ୍ରେକ୍ । ଦିନକ ପରେ ରାଜ୍ୟରେ ହେବ ଶୁଖିଲା ପାଗ । ୨୮ ତାରିଖରୁ ପାଗ ପରିବର୍ତ୍ତନ ହୋଇ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ।

ଏଥିପାଇଁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଂଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ, ଢେଙ୍କାନାଳକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି କୋରାପୁଟ,ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଓ ବରଗଡ଼ରେ ସାମାନ୍ୟ ବର୍ଷା ହୋଇପାରେ । ବାକି ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ । ଏଯାଏ ୫ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ କେବଳ ସୁନ୍ଦରଗଡରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବାକି ସମସ୍ତ ଜିଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା

କାନାଡାର ବ୍ରିଟିଶ କୋଲମ୍ବିୟାରେ ଗୁଳିମାଡ଼, ଅନେକ ମୃତ

ଲିଙ୍ଗଲି: କାନାଡାର ପଶ୍ଚିମ ପ୍ରାନ୍ତ ବ୍ରିଟିଶ କୋଲମ୍ବିୟାରେ ଅନେକ ସ୍ଥାନରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଗୁଳିମାଡ଼ରେ ଅନେକ ପ୍ରାଣ ହରାଇଥିବା ସୂଚନା । ମିଡିଆ ରିପୋର୍ଟସ ମୁତାବିକ, ଗୁଳିମାଡ଼ରେ ଦୁଇ ଭାରତୀୟ ବଂଶୋଦ୍ଭବଙ୍କ ସହ ଅନେକଙ୍କ ମୃତ୍ୟୁ ହୋଇଛି । କାନାଡା ସମୟାନୁସାରେ ସକାଳ ୬ ଟା ୨୦ ମିନିଟରେ ହୋଇଥିବା ଏହି ଘଟଣାରେ ଲିଙ୍ଗଲି ସହରରେ ଅନେକ ସ୍ଥାନରେ ଫାୟାରିଙ୍ଗ ପରେ ପୋଲିସ ଜନସାଧାରଣଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ରୟାଲ କାନେଡିଆନ ମାଉଣ୍ଟେଡ ପୋଲିସ ଆଲର୍ଟ ଜାରି କରି କହିଛି ଯେ, ସହରର ଆଖପାଖରେ ଗୁଳିଚାଳନାର ଖବର ଆସୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ।

ପୋଲିସ ଜଣେ ସନ୍ଦିଗ୍ଧକୁ ମଧ୍ୟ ଗିରଫ କରିଛି । ତେବେ ବ୍ୟକ୍ତିଜଣଙ୍କ ମୁଖ୍ୟ ଅଭିଯୁକ୍ତ ନା ଅନ୍ୟମାନେ ଏହି ଗୁଳିମାଡ଼ ଘଟଣାରେ ସାମିଲ ଅଛନ୍ତି ତାର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ୧୦ ଦିନ ପୂର୍ବେ କାନାଡାରେ ରିପୁ ଦମନ ସିଂହ ମଲିକଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା । ରିପୁଦମନ ସିଂହଙ୍କ ନାଁ ସର୍ବପ୍ରଥମେ ୧୯୮୫ ଏୟାର ଇଣ୍ଡିଆର ଫ୍ଲାଇଟ ହାଇଜାକ୍ କରିବାରେ ଆସିଥିଲା । ପରେ ଫ୍ଲାଇଟରେ ବୋମା ବିସ୍ଫୋରଣ ହୋଇଯାଇଥିଲା, ଯେଉଁଥିରେ ସବୁ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଅବଶ୍ୟ ୨୦୦୫ରେ କୋର୍ଟ ପ୍ରମାଣ ଅଭାବରୁ ମଲିକଙ୍କୁ ମୁକ୍ତ କରିଦେଇଥିଲେ ।

ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ମାମଲା । ପ୍ରକୃତି ମିଶ୍ରଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମାଆ କ୍ରିଷ୍ଣା । ଚେନ୍ନାଇରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଫ୍ୟାମିଲି ଫଟୋ । ଜାରି ହୋଥିବା ଫ୍ୟାମିଲି ଫଟୋରେ ଅଛନ୍ତି ପ୍ରକୃତି, ବାପା ମନ୍ମଥ ଓ ମାଆ କ୍ରିଷ୍ଣା । କ୍ରିଷ୍ଣା କହିଛନ୍ତି ପ୍ରତିଟି ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ସାମାନ୍ୟ ରିଲାସ୍କ । ଆଶଙ୍କା କୁହାଯାଉଛି ଯେ, ପ୍ରକୃତି ପରିବାର ସହ ଖୁବଶୀଘ୍ର ଘରକୁ ଫେରିବେ । କାରଣ ପୋଲିସ ପକ୍ଷରୁ ଉଭୟ ପ୍ରକୃତି ଏବଂ ବାବୁସାନଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା । ଗତ ଶନିବାର ସ୍ୱାମୀ ବାବୁସାନଙ୍କ ସହ ଏକାଠି ଦେଖି ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାବୁସାନ ବି ଚାଲିଯାଇଥିଲେ ଚେନ୍ନାଇ ।

ସେପଟେ ନୋଟିସ ସତ୍ତ୍ବେ ମିଳୁନି ବାବୁସାନଙ୍କ ପତ୍ତା । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିଲା ସେଠାରୁ ସେ ଚେକ୍ ଆଉଟ୍ କରିସାରିଥିବା ସୂଚନା ମିଳିଛି । ପ୍ରକୃତି ତ ତାଙ୍କ ପରିବାର ସହ ଅଛନ୍ତି ସ୍ପଷ୍ଟ ହେଲା ତେବେ ବାବୁସାନ କେଉଁଠି ଅଛନ୍ତି ଏବେବି ସସ୍ପେନ୍ସ ରହିଛି । ରବିବାର ସନ୍ଧ୍ୟାରେ ସେ ଶେଷ ଫେସବୁକ୍ ଭିଡିଓ କରିଥିଲେ । ସେହି ଭିଡିଓରେ ପ୍ରକୃତି ତାଙ୍କର ଜଣେ ଭଲ ବନ୍ଧୁ ଓ ବ୍ଲାକମେଲ ନୁହେଁ ବରଂ ସାହାଯ୍ୟ କରିଥିବା କଥା କହିଥିଲେ । ଯେତବେଳେ କି ତାଙ୍କ ମା’ ଅପରାଜିତା ଓ ତାଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତିଙ୍କୁ ବ୍ଲାକମେଲର ବୋଲି କହିଆସୁଛନ୍ତି । ତେଣେ ଅପରାଜିତାଙ୍କ ଘର ଆଗରେ ରୁଣ୍ଡ ହେବା ସହିତ ବାବୁଙ୍କୁ ଫେରିଆସିବାକୁ ଅନୁରୋଧ କରିଛନ୍ତି ଫ୍ୟାନ ।

ଶହେ କୋଟିରେ ରାଜ୍ୟସଭା ସିଟ୍ ପାଇଁ ଡିଲ୍, ରାକେଟ ଠାବ କଲା ସିବିଆଇ

ନୂଆଦିଲ୍ଲୀ: ଶହେ କୋଟିରେ ରାଜ୍ୟସଭା ସିଟ୍ ପାଇଁ ଡିଲ । ରାଜ୍ୟପାଳ କରାଇଦେବାକୁ ପ୍ରତିଶ୍ରୁତି । ମୁମ୍ବାଇରୁ ଦିଲ୍ଲୀ-ଏନସିଆର, କର୍ଣ୍ଣାଟକ ଯାଏଁ ଲମ୍ବିଛି ଠକେଇ ଚେର । ରାଜ୍ୟସଭା ସିଟ, ରାଜ୍ୟପାଳ ପଦ, ମନ୍ତ୍ରାଳୟରେ ଉଚ୍ଚ ପଦବୀ ଓ ସରକାରୀ ବିଭାଗରେ ଅଧ୍ୟକ୍ଷ କରିଦେବା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକୁଥିବା ଏକ ରାକେଟ ଠାବ କରିଛି ସିବିଆଇ ।

ମହାରାଷ୍ଟ୍ରର ଜଣେ, କର୍ଣ୍ଣାଟକର ଜଣେ ଓ ଦିଳ୍ଲୀର ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ନିଜକୁ ସିବିଆଇର ବରିଷ୍ଠ ଅଧିକାରୀ ଦର୍ଶାଇବା ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ଥିବା କହି ଲୋକମାନଙ୍କୁ ଠକୁଥିଲେ । ତେବେ ଠକେଇ ସମ୍ପର୍କରେ ଖବର ପାଇ ସିବିଆଇ ତଦନ୍ତ ଆରମ୍ଭ କରିଛି । ଆଉ କେଉଁ କେଉଁ ରାଜ୍ୟକୁ ଏହି ଠକେଇ ଚେର ଲମ୍ବିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ ।

କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ

କାମାକ୍ଷାନଗର: ବଡ ଦୁଃଖଦ ଖବର । ଅଜଣା ଗାଡି ଧକ୍କାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ। କଳିଙ୍ଗ ଟିଭିର କାମାକ୍ଷାନଗର ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ପରଲୋକ । ଆଜି ସକାଳ ୧୦ଟାରେ ଭୁବନ ବ୍ଲକ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରକୁ ଖବର ସଂଗ୍ରହ ନିମନ୍ତେ ମୋଟରସାଇକେଲ ଯୋଗେ ଭୁବନ ଆସୁଥିବା ସମୟରେ ଭୁବନ ଥାନା ନିକଟରେ ଅଜଣା ଗାଡି ଧକ୍କାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଯାହା ଫଳରେ ଯୁବ ସାମ୍ବାଦିକ ଏବଂ ତାଙ୍କ ସହିତ ଆସୁଥିବା ଭୋଉଣୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ଭୁବନ ପୋଲିସ ତାଙ୍କୁ ଉଦ୍ଧାର କରି ପୋଲିସ୍ ଭ୍ୟାନ୍ ରେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ଦୁଷ୍ମନ୍ତଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିଥିବାବେଳେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସାଥିରେ ସମ୍ପର୍କୀୟ ଭଉଣୀ କୁ ଆଣିଥିଲେ ।

ଦୁର୍ଘଟଣାରେ ଭଉଣୀର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ସମାଜସେବୀ ଓ ନିଷ୍ଠାବାନ ସାମ୍ବାଦିକ ଭାବେ କାମାକ୍ଷାନଗର ଓ ଭୁବନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଭୁବନ ସାମ୍ବାଦିକ ଭାଇମାନଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ।

ଶିଳ୍ପ ପ୍ରତିଷ୍ଠାରେ ଶିଖର ଛୁଇଁବ ଓଡ଼ିଶା

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠାରେ ଶିଖର ଛୁଇଁବ ଓଡ଼ିଶା । ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା । ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ସେହିପରି ଯାଜପୁରରେ ୨ଟି କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।

ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଛି । ଏଗୁଡ଼ିକର ବାର୍ଷିକ ଉତ୍ପାଦନ କ୍ଷମତା ୩୩ ଦଶମିକ ୧୨ ମିଲିଅନ ଟନ୍ ରହଛି । ନୂଆ କାରଖାନା ପ୍ରତିଷ୍ଠା ହେଲେ ଇସ୍ପାତ ଉତ୍ପାଦନ ଆହୁରି ବୃଦ୍ଧି ପାଇବ ।

ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ୱର: ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର । ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତରଙ୍କ ରହଣି ବାବଦ ଦେୟକୁ ଛାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଥିଲେ । ୨୦୨୧ ଏପ୍ରିଲ୍ ୧୨ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ୮ଟି ରୁମ୍ ଓ ଗୋଟିଏ ଡର୍ମିଟାରୀ ବ୍ୟବହାର କରିଥିଲେ ।

ଏହି ବାବଦକୁ ୬୧ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିବାର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟକୁ ଛାଡ଼ କରାଯାଇଛି । ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରିଥିଲେ ଓଡ଼ିଶା ସରକାର ।

ବଢ଼ିଲା ପାର୍ଥ ଚାଟାର୍ଜୀଙ୍କ ଅଡ଼ୁଆ: ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ କହିଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ବଢୁଛି ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅଡୁଆ । ସେ କେତେକ ପୁରାତନ ରୋଗରେ ଅସୁସ୍ଥ ଅଛନ୍ତି । ମାତ୍ର ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ ବୋଲି କହିଛି ଭୁବନେଶ୍ବର ଏମସ କର୍ତ୍ତୃପକ୍ଷ । ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି ପାର୍ଥଙ୍କ କ୍ଷେତ୍ରରେ ସବିଶେଷ ପରୀକ୍ଷାନିରୀକ୍ଷା କରାଯାଇଥିଲା । ମାତ୍ର ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନଥିଲା ଜଣାପଡିଛି । ଗତକାଲି କଲିକତା ହାଇକୋର୍ଟ ପାର୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଲାଗି ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା ।

ତେଣେ ଭିସି ଜରିଆରେ ହୋଇଥିବା ଶୁଣାଣିରେ ପାର୍ଥ ହାଜର ହୋଇଥିବା ଜଣାଯାଇଛି । ସେପଟେ ପାର୍ଥ ମାମଲାରେ ମୁହଁ ଖୋଲିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । କହିଛନ୍ତି ଦୁର୍ନୀତି ଓ ଅନୀତିକୁ ସେ ସମର୍ଥନ କରିବେ ନାହିଁ । ଦୁର୍ନୀତି ମାମଲାରେ ଯଦି ପାର୍ଥଙ୍କୁ ଆଜୀବନ କାରାଦଣ୍ଡ ମିଳେ ତେବେ ତାଙ୍କର କରିଛି କହିବାର ନାହିଁ ବୋଲି କହିଛନ୍ତି ମମତା । ବିଭିନ୍ନ ସଂସ୍ଥା ଜରିଆରେ ବିଜେପି ଯଦି ଟିଏମସି ଭାଙ୍ଗିବା ଲାଗି ଚେଷ୍ଟା କରୁଥାଏ ତେବେ ତାହା ଭୁଲ୍ ବୋଲି ସେ କହିଛନ୍ତି ।

ଗତ ଶନିବାର ପାର୍ଥଙ୍କ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ଜବତ ହେବା ପରେ ପରେ ପାର୍ଥଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ପାର୍ଥ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୩ ଥର ଫୋନ କରିଥିଲେ । ମାତ୍ର ଏହାକୁ ମମତା ଗ୍ରହଣ କରି ନଥିବା କୁହାଯାଇଛି । ସେପଟେ ଜେରା ବେଳେ ଗିରଫ ଅର୍ପିତା କରିଛନ୍ତି ଟଙ୍କାର ଖୁଲାସା । କହିଛନ୍ତି- ଏହି ସମସ୍ତ ଟଙ୍କା ପାର୍ଥଙ୍କର ଏବଂ ଦୁହିଁଙ୍କୁ ଦ୍ବାରା ପ୍ରତିଷ୍ଠିତ କମ୍ପାନିରେ ଏହି ଟଙ୍କାକୁ ଲଗାଯାଇଥାନ୍ତା ।

ସବୁଠୁ ଅଧିକ ଟିକସ ଦେଉଥିବା ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ଅଧିକ ଟ୍ୟାକ୍ସ ଦେଇ ସମ୍ମାନିତ ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତା ହେଉଛନ୍ତି ଖିଲାଡି କୁମାର । ଏଥିପାଇଁ ତାଙ୍କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଛି । ଖିଲାଡି କୁମାରଙ୍କୁ ଆୟକର ବିଭାଗ ସମ୍ମାନିତ କରିଥିବା ସାର୍ଟିଫିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚଳିତ ବର୍ଷ ୨୯.୫ କୋଟି ଟଙ୍କା ଆୟକର ଦେଇଛନ୍ତି ।

ଲଗାତାର ୫ବର୍ଷ ଧରି ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରୀ ହାଇଏଷ୍ଟ ଟାକ୍ସ ପେୟର ରହିଆସିଛନ୍ତି । ସେହିପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ଅଧିକ ଟାକ୍ସ ପେୟର ଭାବେ ସମ୍ମାନିତ ହୋଇଛନ୍ତି ସୁପରଷ୍ଟର ରଜନୀକାନ୍ତ । ଚେନ୍ନାଇରେ ଇନକମ ଟାକ୍ସ ଡେ ସେଲିବ୍ରେସନ ଅବସରରେ ରାଜନୀକାନ୍ତଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନଙ୍କଠାରୁ ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ଏହି ସମ୍ମାନପତ୍ର ଗ୍ରହଣ କରିଥିଲେ । ଏହାକୁ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି

ଅଲିମ୍ପିକ ମେଡାଲ ବିଜେତା ଲଭଲିନାଙ୍କ ସାଙ୍ଘାତିକ ଅଭିଯୋଗ, ମୋ ପ୍ରଶିକ୍ଷକଙ୍କୁ ଜାଣିଶୁଣି ବାଦ୍ ଦିଆଯାଉଛି, କେମିତି ଜିତିବି ପଦକ

ବର୍ମିଂଘମ: ବର୍ମିଂଘମ କମନୱେଲଥ ଖେଳ ଆଉ କିଛି ଦିନ ମଧ୍ୟରେ ହେବାକୁ ଯାଉଛି । ସମସ୍ତେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉପରେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏହାରି ମଧ୍ୟରେ ଭାରତୀୟ ବକ୍ସିଂ ଫେଡେରେସନ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ଟୋକିଓ ଅଲିମ୍ପିକ ମେଡାଲ ବିଜେତା ଲଭଲିନା ବୋର୍ଗୋହେନଙ୍କ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।  ବର୍ମିଂଘମ କମନୱେଲଥ ଖେଳ ପ୍ରସ୍ତୁତିରେ ବ୍ୟସ୍ତ ବୋର୍ଗୋହେନ କହିଛନ୍ତି ବକ୍ସିଂ ଫେଡେରେସନ ଖରାପ ରାଜନୀତିରେ ସାମିଲ ହେଉଛି ।

https://twitter.com/LovlinaBorgohai/status/1551520397832720385?s=20&t=g6LrYnXjsHUZGMhy-LGMUw

 

ଟୋକିଓ ଅଲମ୍ପିକରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବକ୍ସର ଲଭଲିନା ଏକ ଟ୍ୱିଟ ଯୋଗେ ନିଜ ଅଭିଯୋଗ ଲୋକଲୋଚନକୁ ଆଣିଛନ୍ତି । ନିଜ ଟ୍ୱିଟରେ କହିଛନ୍ତି, ଦୁଃଖର ସହ କହିବାକୁ ପଡୁଛି ଯେ ମୁଁ ବହୁତ ଅଧିକ ନିର୍ଯାତିତ ଅନୁଭବ କରୁଛି । ଅଲମ୍ପିକ ଖେଳରେ ମୋର ପଦକ ଜିତିବାରେ ସହାୟତା କରିଥିବା ମୋର ପ୍ରଶିକ୍ଷକଙ୍କୁ ପ୍ରତିଥର ଟ୍ରେନିଙ୍ଗ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରୁ ବାଦ୍ ଦିଆଯାଉଛି । ଏମାନଙ୍କ ମଧ୍ୟରୁ ଜଣେ କୋଚ ସନ୍ଧ୍ୟା ଗୁରୁଙ୍ଗ ଜୀ ଅଟନ୍ତି, ଯିଏକି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜୟୀ ମଧ୍ୟ ଅଟନ୍ତି । ଅନେକ ଥର ଅନୁରୋଧ ସତ୍ତ୍ୱେ ତାଙ୍କୁ ବହୁତ ବିଳମ୍ବରେ ମୋ ଟ୍ରେନିଙ୍ଗ ପାଇଁ ଅନୁମତି ଦିଆଯାଇଥିଲା ।

ଏହାଦ୍ୱାରା ମୋର ଟ୍ରେନିଙ୍ଗ ଉପରେ ପ୍ରଭାବ ପଡୁଛି । ଏହା ମୋତେ ବହୁତ ସମସ୍ୟା ଏବଂ ମାନସିକ ଭାବେ ଶୋଷଣ କରୁଛି । ଆଗକୁ ଲେଖିଛନ୍ତି, ଏବେ ମୋ ପ୍ରଶିକ୍ଷକ ସନ୍ଧ୍ୟା ଗୁରଙ୍ଗ ଜୀ କମନୱେଲଥ ଗାଁ ବାହାରେ ଅଛନ୍ତି, ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ । ଖେଳ ଆରମ୍ଭ ହେବାର ଠିକ୍ ୮ ଦିନ ପୂର୍ବରୁ ଏପରି ଘଟଣା ମୋର ଟ୍ରେନିଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଅନେକଥର ଅନୁରୋଧ କରିବା ସତ୍ତ୍ୱେ ମୋର ଅନ୍ୟ ପ୍ରଶିକ୍ଷକଙ୍କୁ ମଧ୍ୟ ସ୍ୱଦେଶ ପଠାଇ ଦେଇଛନ୍ତି ।

ମୁଁ ଜାଣିପାରୁନି ଯେ ନିଜର ଧ୍ୟାନ କିଭଳି ଖେଳ ଉପରେ ଲଗାଇବି । ଏହିପରି ସ୍ଥିତି ଗତ ବିଶ୍ୱ ଚାମ୍ପିଅନସିପରେ ମୋର ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା । ମୁଁ ଚାହୁଁନାହିଁ ଯେ ଏ ରାଜନୀତି ମୋର ରାଷ୍ଟ୍ରକୂଳ ଖେଳର ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଉ । ମୁଁ ଆଶା କରୁଛି ଯେ ମୁଁ ଏହି ରାଜନୀତିକୁ ଭେଦ କରି ଦେଶ ପାଇଁ ପଦକ ଜିତିପାରିବି, ଜୟ ହିନ୍ଦ । ତାଙ୍କର ଏହି ଟ୍ୱିଟ ପରେ ଟ୍ୱିଟର ବ୍ୟବହାରକାରୀ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି ।

ଅନେକ ଲେଖିଛନ୍ତି କେବଳ ଲଭଲିନା ନୁହନ୍ତି ଅନେକ ଖେଳାଳି ମାନସିକ ନିର୍ଯାତନାର ଶିକାର ହେଉଛନ୍ତି । ଅନେକ ପ୍ରତିଭା ପ୍ରସ୍ଫୁଟିତ ହେବା ପୂର୍ବରୁ ଲିଭିଯାଉଛନ୍ତି । ଫେଡେରେସନର ମନମାନି କାରଣରୁ ଭାରତ ପଛକୁ ପଛକୁ ଯାଉଛି । ଖେଳ କ୍ଷେତ୍ରରେ ଏପରି ମାନସିକତା ରଖୁଥିବା ଫେଡେରେସନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି ।