ଧାମନଗର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ନନ୍ଦିଘୋଷ ବ୍ୟୁରୋ: ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ମଇଦାନରେ ତିନି ଦଳର ପ୍ରାର୍ଥୀ । ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଛି ୫ ପ୍ରାର୍ଥିପତ୍ର । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆସିବ ଚୂଡ଼ାନ୍ତ ତାଲିକା । ଆସନ୍ତାକାଲିଠୁ କମ୍ପିବ ମଇଦାନ । ବିଜୟ ପାଇଁ ସବୁ ଦଳର ରଣନୀତି । ଘୋଷଣା ହୋଇସାରିଛି ଷ୍ଟାର ତାଲିକା ।

ବିଜେଡିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ 8 ଜଣ ମନ୍ତ୍ରୀ ମଧ୍ୟ ମଇଦାନକୁ ଓହ୍ଲାଇବେ । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବହୁ ବରିଷ୍ଠ ନେତା ତାଲିକାରେ ରହିଛନ୍ତି ।

ଧାମନଗରବାସୀ ବିଜେଡିର ବଡ଼ ବିଜୟ ନେଇ ସଙ୍କେତ ଦେଇଥିବା କହିଛି ବିଜେଡି । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ଘୋଷଣା କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଲେଣି ।