ଧାର ଟଙ୍କା ନଫେରାଇବାରୁ ବାଇକରେ ବାନ୍ଧି ଦୌଡାଇଲେ ୬କି.ମି.

କଟକ: ଭାଇଚାରା ସହ କଟକରୁ ବର୍ବରତାର ଏକ ଖବର ସାମ୍ନାକୁ ଆସିଛି । ଧାର ଟଙ୍କା ନଫେରାଇବାରୁ ତାଲିବାନୀ ଷ୍ଟାଇଲରେ ବାଇକରେ ବାନ୍ଧି ରାସ୍ତାରେ ଦୌଡ଼ାଇଲେ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ମାମଲାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

ଆଧୁନିକ ଯୁଗରେ ମଧ୍ୟ ଯୁଗୀୟ ନିର୍ଯାତନାର ଦୃଶ୍ୟ । କଟକରେ ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୬ କିଲୋମିଟର ଦୌଡ଼ାଗଲା । ଧାର ଟଙ୍କା ଫେରାଉ ନଥିବାରୁ ଏହି କାଣ୍ଡ ଭିଆଇିଛନ୍ତି ୫ ଜଣ ଯୁବକ । ଗତକାଲି ସନ୍ଧ୍ୟାରେ ଏହି ବର୍ବରୋଚିତ ଘଟଣା ଘଟିଥିଲା । ଯୁବକଙ୍କ ହାତକୁ ପ୍ରଥମେ ଦୌଡ଼ିରେ ବାନ୍ଧିଥିଲେ ।

ଏହାପରେ ମୋଟର ସାଇକେଲରେ ବାନ୍ଧି ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଭିଡି ଭିଡ଼ି ନେଇଥିଲେ ୫ଜଣ । ଭିଡିଓ ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳାଯାଇଛି । ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ, ମାମଲାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଯୁବକଙ୍କୁ ଅଟକ ରଖାଯାଇଛି ।